Dr Kulangar

Comedy Fantasy Inspirational

3  

Dr Kulangar

Comedy Fantasy Inspirational

ସାବିତ୍ରୀ ଓ ସୋସିଆଲ୍ ମିଡିଆ

ସାବିତ୍ରୀ ଓ ସୋସିଆଲ୍ ମିଡିଆ

2 mins
14K


ସାବିତ୍ରୀ ବ୍ରତ ଓ ସୋସିଆଲ ମିଡିଆ

-ଡ.କୁଳାଙ୍ଗାର 

ତା ଘରଣୀ ମହୋଦୟା ଆଜି କାଲି ଇମ୍ପ୍ରୁଭ୍ କଲେଣି ! 

ଆଗରୁ ଭାତ ଗଣ୍ଡେ ରାନ୍ଧି ଦେଇ ଗଧ ଭଳି ଶୋଉଥିଲେ । ପୁଣି ଉଠି ରୋଷେଇବାସ ସାରି ପୁଣି ଖାଇ ପୁଣି ଶୋଇ ପଡୁଥିଲେ । ସେଇ କାରଣରୁ ଚେହେରାଟି ହାତୀର ସାନ ଭଉଣୀ ପରି ହୋଇଥିଲା । ସେହି କାରଣରୁ ଦେଖିଲା ଲୋକେ ତାକୁ ସାବାସି ଦେଉଥିଲେକି ଯାହାହେଉ ଲୋକଟା ସ୍ତ୍ରୀକୁ ଯତ୍ନରେ ରଖିଚି!!

ଗାଁରେ ଜନ୍ମ ହୋଇଥିବା ଘରଣୀ ସହରରେ ପିଲାଛୁଆ ଜନ୍ମକଲା ପରଠୁ ଗାଁକଥା ଶୁଣିଲେ ଉଭା ହୁଅନ୍ତି । ଅତଏବ ସିଏ ଏବେ ଖାଂଟି ସହରୀ ମହିଳା । ଏ କଥାକୁ ନେଇ ଥିବା ସାମାନ୍ୟ ସନ୍ଦେହ ଛମାସ ହେବ ଘରଣୀଂକ ପାଇଁ ଫୋର୍ ଜି ମୋବାଇଲି ଫୋନ୍ ଆସିବା ପରେ ଦୂର ହୋଇ ଯାଇଛି । ଘରଣୀ ଆଉ ଶୋଉ ନାହାନ୍ତି! ଦିନ ଛାଡ ରାତିରେ ବି ନିଦ ନାଇଁ!!

ଫେସବୁକରେ ତାଂକର ଫ୍ରେଣ୍ଡସଂଖ୍ୟା ପାଂଚହଜାର ଛୁଇଁସାରିଲାଣି । ହ୍ୱାଟସଆପରେ ଅଧିକ ନମ୍ବର ହେବା କାରଣରୁ ବହୁ ଘରଲୋକଂକ ନମ୍ବର ସିଏ ଡିଲିଟ୍ କରି ସାରିଲେଣି । ଏତେସବୁ ଗୁରୁତ୍ୱପୂର୍ଣ୍ଣ କାମରେ ବ୍ୟସ୍ତ ରହିବା କାରଣରୁ ସିଏ ଝଡିଯାଇଛନ୍ତି । ସ୍ଲିମ୍ ଟ୍ରିମ୍ ଏବଂ ବିଉଟିଫୁଲ୍ ବୋଲି ତାଂକର ଫଟୋ ପୋଷ୍ଟରେ ବହୁ କମେଂଟ ମିଳିଛି ।

ଧୀରେ ଧୀରେ ଘରକୁ ଫ୍ରେଣ୍ଡମାନଂକର ଆଗମନ କାରଣରୁ ସିଏ ନୂଆ ନୂଆ ଆଇଟମ ସବୁ କରି ଚଖେଇଲେଣି । ବହୁ ବନ୍ଧୁମିଳନ ଓ କବିତା ଆସରରେ ସିଏ ଯୋଗ ଦେଇସାରିଲେଣି ।

ପତ୍ନୀଂକର ଏଇ ଇମ୍ପ୍ରୁଭମେଂଟରେ ତାର ମଧ୍ୟ ବେଶ୍ ଲାଭ ହେଉଛି । ପ୍ରତିବର୍ଷ ସିଏ ସାବିତ୍ରୀ ପାଇଁ ଶାଢୀ, ଚୁଡି ଓ ଫଳମୂଳ ବାବଦରେ ବେଶ ଖର୍ଚ୍ଚ କରୁଥିଲା । ଏ ବର୍ଷ କିନ୍ତୁ ତାକୁ ସେଥିରୁ ମୁକ୍ତି । ପତ୍ନୀଂକର ନାନା ବନ୍ଧୁ; କିଏ ଶାଢୀ ଦେଇଚି ତ କିଏ ଆମ୍ବ, କିଏ ଷ୍ଟ୍ରବେରୀ ପ୍ୟାକେଟ ଦେଇଚି ତ କିଏ ବାଂଗଲ୍ ସେଟ୍ ଦେଇଛି ! ସିଏ ଖାଲି ସିନ୍ଦୂର ଡବାଟିଏ କିଣିଛି!!

ଆପଣ ଭାବୁଥିବେ ଭଲକଥା; ତାର ତାର ପଇସା ତ ବଂଚିଗଲା, ଖର୍ଚ୍ଚ ଶୂନ ! ନାଇଁ, ଖର୍ଚ୍ଚ ବଢିଯାଇଛି । କାରଣ ସିଏ ବି ଏକାଧିକ ସୋସିଆଲ ମିଡିଆର ବାନ୍ଧବୀଂକ ଘରେ ସାବିତ୍ରୀ ଭାର ପହଁଚେଇଚି; ଯାହାଂକର ପତ୍ନୀମାନେ କେବଳ ସିନ୍ଦୂର ଡବାଟିଏ ଲେଖାଏଁ କିଣିଛନ୍ତି!

କ୍ରିଂ କ୍ରିଂ- ୯୩୩୮୫୮୧୩୦୯


Rate this content
Log in

Similar oriya story from Comedy