Dr Kulangar

Comedy

4.0  

Dr Kulangar

Comedy

ଶୀତ, ସତୀ ଓ ଅନ୍ୟାନ୍ୟ ବ୍ୟଙ୍ଗ

ଶୀତ, ସତୀ ଓ ଅନ୍ୟାନ୍ୟ ବ୍ୟଙ୍ଗ

2 mins
221


ଶୀତ

ଆଗେ ବର୍ଷା, ଶୀତ, ଗ୍ରୀଷ୍ମ, ହେମନ୍ତ, ଶରତ, ବସନ୍ତ ଆଦି ସମସ୍ତେ ଗୋଟିଏ ପରିବାରର ଥିଲେ । ସାରା ବର୍ଷ ଗୋଟିଏ ଋତୁ ଅନୁଭୂତ ହେଉଥିଲା । ମଣିଷର ପ୍ରକୃତି ଓ କାର୍ଯ୍ୟାବଳୀ ଅନୁଯାୟୀ ତାକୁ ଭିନ୍ନଭିନ୍ନ ଅନୁଭୂତି ହାସଲ ହେଉଥିଲା ।

ଧୀରେ ଧୀରେ ବୟସ ବଢିବାରୁ ସେମାନଙ୍କ ଭିତରେ ବିବାଦ ବଢିଲା, କେହି କାହାରିକୁ ସହିଲେ ନାହିଁ! ଅତଏବ ସମସ୍ତେ ଦୁନିଆର ବଡ ଭଦ୍ରଲୋକ ଈଶ୍ୱରଙ୍କ ନିକଟରେ ପହଁଚି ଜଣେ ଆଉ ଜଣକ ବିରୁଦ୍ଧରେ ଅଭିଯୋଗ କରି ଚାଲିଲେ । ଈଶ୍ୱର ଅଭିଯୋଗ ସବୁର ବିଚାର କରି କହିଲେ: ତମେ ମାନେ ଭିନେ ହୋଇଯାଅ!

ସଭିଏଁ ଏଥିରେ ରାଜି ହୋଇଗଲେ ! ସାରାବର୍ଷକୁ ଛଅଜଣଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟି ଦିଆଗଲା । ବର୍ଷା ପାଣିକୁ ଭଲ ପାଏ, ଗ୍ରୀଷ୍ମର ମିଜାଜ ଗରମ, ଶରତ ସୁଶୀଳ, ହେମନ୍ତ ସୈାନ୍ଦର୍ଯ୍ୟପ୍ରେମୀ, ବସନ୍ତ ପ୍ରେମାଳୁ । ଶୀତ କିନ୍ତୁ ଥିଲା ଅଳସୁଆ । ତାଆର ପାଣିକୁ ଭାରି ଡର ଏବଂ ସିଏ ଶୋଇବାକୁ ଭାଆରି ଭଲ ପାଉଥିଲା । ଅତଏବ ଇଶ୍ବର ସମସ୍ତଙ୍କ ମନଲାଖି ବ୍ୟବସ୍ଥା କଲେ ଏବଂ ଶୀତର ଭାଗରେ ଏୟା ପଡିଛି ।

ସତୀ

ଜଣେ ସତୀ ଥିଲେ । ତାଙ୍କ ସତୀତ୍ୱର ମହିମା ଏତେ ବିସ୍ତାରିତ ହେଲା ଯେ, ଯେତେ ସବୁ ବିତ୍ତଶାଳି, କ୍ଷମତାଶାଳି ସଭିଏଁ ତାଙ୍କ ଘରକୁ ଛୁଟିବାରେ ଲାଗିଲେ । ଯେତେ ସବୁ ଯୋଜନା, ରିହାତି, ପୁରସ୍କାର ସବୁ ସତୀଙ୍କୁ ହିଁ ମିଳିଲା ।

 ତାଙ୍କର ସତୀତ୍ୱରେ ପ୍ରଭାବିତ ହୋଇ ତାଙ୍କୁ ବିବାହ କରିଥିବା ଏକମାତ୍ର ଧର୍ମପତି ତାଙ୍କ ସତୀପଣରେ ଅତିଷ୍ଠ ହୋଇ ଆତ୍ମହତ୍ୟା କଲେ ।

ତେବେ ସତୀଙ୍କ ବିରୋଧରେ ଦିନେ ଅଭିଯୋଗ ହେଲା କି ତାଙ୍କର ଚରିତ୍ର ଶୀତଋତୁର ରାତି ପରି ବେଶ୍ ଲମ୍ବା । ସିଏ କ୍ଷମତାର ନିଆଁ ପୋଇଁ ହୋଇ ବହୁ ଲୋକଙ୍କୁ କାଳେ ଥରାଇଛନ୍ତି ।

ଅତଏବ ସତୀ ଗିରଫ ହେଲେ । ପରେ ପରେ ଖବର ମିଳିଲା ସତୀ ଜେଲ୍ ଭିତରେ ଆତ୍ମହତ୍ୟା କରିଛନ୍ତି!

ବହୁ ଲୋକ ଶୋକବାର୍ତ୍ତାରେ ଜଣାଇଛନ୍ତି କି ଶୀତଋତୁ୍ର ସତୀଙ୍କ ନିଧନ ସମାଜ ପାଇଁ ଅପୂରଣୀୟ କ୍ଷତି !!

ଦୁଇ ମଦୁଆ

ଦୁଇଜଣ ମଦୁଆ ପିଆପିଇ ଜଞ୍ଜାଳ ତୁଟେଇ ରାସ୍ତାକଡରେ ଚାରିକାତ ଫାଡି ପଡିଥିଲେ ।

 ଏ ସମୟରେ ପ୍ରଥମ ମଦୁଆର ଚେତା ଫେରନ୍ତେ ସିଏ କାନ୍ଦକାନ୍ଦ ହୋଇ କହିଲା- ସାଙ୍ଗ, ଜୀବନ ଢେର୍ ପିଇଲେଣି... ଏଇ ପିଆପିଇ ପାଇଁ ଘରପରଙ୍କଠାରୁ ଢେର୍ ଗାଳିମାଡ ବି ଖାଇଲେଣି ! ତେଣୁ ମୋ କଥା ମାନ୍... ପିଆପିଇ ଏଥର ଛାଡିଦେବା ।

ଦ୍ଵିତୀୟ ମଦୁଆ କହିଲା - ଦେଖ୍ ତୋ କଥାରେ ଦମ୍ ଅଛି । ହେଲେ ଶୀତ ଦିନଟା ଯାଉ!

ପ୍ରଥମ ମଦୁଆ ପଚାରିଲା - ଶୀତଦିନ କାହିଁକି?

ଦ୍ୱିତୀୟ ମଦୁଆ କହିଲା - ଭାଇ ଦେଖ୍... ଆମେ ମଦ ପିଇବା ଛାଡିଦେଲେ... ବୋତଲ ତିଆରି କରୁଥିବା, ବୋତଲରେ ମଦ ଭରୁଥିବା କାରଖାନାର ଶ୍ରମିକ, ନବା ଆଣିବା କରୁଥିବା, କାଉଣ୍ଟରରେ ବିକୁଥିବା, ଛାଖଣା ବେପାରୀ, ବୋତଲ ଗୋଟାଳି, କବାଡିବାଲାର ପରିବାର ବିଚରା ଶୀତରେ ନାନା କକର୍ଥନା ହେବେ !

ପ୍ରଥମ ମଦୁଆ ଏହା ଶୁଣି ଭୋ ଭୋ କାନ୍ଦି କହିଲା - ସତେ ତ.... ଖାଲି ସେତିକି ନୁହଁ ଏବର ଅର୍ଥନୈତିକ ଅବସ୍ଥା ଯାହା, ଆମେ ପିଆପିଇ ଛାଡିଦେଲେ ଦେଶ ଥୁରୁଥୁରୁ ହେବ ! ଅତଏବ ଶୀତଋତୁଟା ଯାଉ!!

ଶୀତପ୍ରେମ

ବୟଫ୍ରେଣ୍ଡ ଫୋନରେ ପଚାରିଲା - ମୋ ରୁମ୍-କୁ ଆସିବ କି?

ଗାର୍ଲଫ୍ରେଣ୍ଡ କହିଲା - ହି ହି... ଆଜି ବହୁତ ଶୀତ ବଢିଚି । ତମର ପୁଣି କମ୍ବଳ ନାହିଁ!!

ବୟଫ୍ରେଣ୍ଡ କହିଲା - ସେଥିପାଇଁ ତ ଡାକୁଛି....!!



Rate this content
Log in

Similar oriya story from Comedy