STORYMIRROR

ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ସ୍ୱାର୍ଥପର ଘୋଡା

ସ୍ୱାର୍ଥପର ଘୋଡା

1 min
14.9K


ଜଣେ ବଣିକ ତା’ର ଘୋଡା ଏବଂ ଗଧକୁ ଧରି ବାହାରକୁ ଗଲା । ସେ ବଣିକ ତ ଗଧ ପିଠିରେ ବହୁତ ଗୁଡାଏ ଜିନିଷ ଲଦି ଦେଇଥିଲା, ଯାହାଦ୍ୱାରା କି ସେ ଗଧ ଭାର ବୋହି ବୋହି ଥକିଗଲା । ତେଣୁ ସେ ଗଧ ଘୋଡାକୁ କହିଲା, “ଭାଇ ମୁଁ ଆଉ ଏତେ ଭାର ନେଇପାରୁ ନାହିଁ, ମୋଠାରୁ ଅଳ୍ପ କିଛି ଭାର ତୁ ତୋ ପିଠିରେ ନେଇଗଲେ, ମୁଁ ବାକିତକ ବୋଝ ନେଇ ଖୁସିରେ ଚାଲିପାରନ୍ତି ।”

ମାତ୍ର ଘୋଡା ଏଥିରେ ମୋଟେ ରାଜି ହେଲା ନାହିଁ । କାହିଁକି ନା ସେ ଭାବିଲା – ମୁଁ କାହିଁକି ଗଧର ଭାର ନେବାକୁ ଯିବି । ଗଧକୁ କଷ୍ଟ ହେଲେ ହଉ, ମୋର ସେଥିରେ କ’ଣ ଅଛି? ସତକୁ ସତ କିଛି ବାଟ ଯାଇ ଗଧଟି ଆଉ ଭାର ଉଠାଇ ନପାରି ଶେଷରେ ମରିଗଲା । ଏହା ଦେଖି ବଣିକ ଗଧର ଚମଡା ବାହାର କଲା ଏବଂ ଚମଡା ସହିତ ବାକି ସବୁ ଭାର ଘୋଡା ଉପରେ ଲଦିଲା । ଘୋଡାରତ ଏତେ ଭାର ବୋହିବାର ଆଦୌ ଅଭ୍ୟାସ ନଥିଲା, ତଥାପି ବି ବଡ କଷ୍ଟରେ ସେ ଘୋଡା ଭାର ବୋହି ଚାଲିଲା । କଷ୍ଟ ପାଇଲା ବେଳେ ଘୋଡା ଭାବିଲା, “ଯଦି ମୁଁ ଅଳ୍ପ କିଛି ବୋଝ ଗଧଠାରୁ ନେଇଥାନ୍ତି ତେବେ ଗଧଟା ଆଜି ମରି ନଥାନ୍ତା କି ମୋର ବି ଏ ଅବସ୍ଥା ହୋଇନଥାନ୍ତା ।”

ଅନ୍ୟକୁ ଅସୁବିଧା ବେଳେ ସାହାଯ୍ୟ ନକଲେ ନିଜକୁ ବିପତ୍ତି ପଡିପାରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Children