STORYMIRROR

ଓଡିଆ ଶିଶୁ ଗପ

Children Classics

2  

ଓଡିଆ ଶିଶୁ ଗପ

Children Classics

ସ୍ୱାଧୀନ ଜୀବନ ସବୁଠୁ ଭଲ

ସ୍ୱାଧୀନ ଜୀବନ ସବୁଠୁ ଭଲ

1 min
15.3K


ବିଲୁଆ ଦିନେ ରାତିରେ ବୁଲୁ ବୁଲୁ ଗୋଟିଏ କୁକୁରକୁ ଦେଖିଲା । ସେ ବିଲୁଆର ତ ଖାଇବା ପିଇବାରେ ଆଦୌ ଠିକ୍ ନଥାଏ । ତେଣୁ ସେ ଭାରି ଦୁର୍ବଳ ହୋଇଯାଇଥିଲା । ମାତ୍ର କୁକୁର ମାଲିକର ଘରେ ଭଲ ଖାଦ୍ୟ ଖାଇ ମୋଟା ହୋଇଯାଇଥିଲା; ତହୁଁ ସେ କୁକୁର ବିଲୁଆକୁ ଏ ଅବସ୍ଥାରେ ଦେଖି କହିଲା, “ତୁ ଯଦି ମୋର ମାଲିକ ଘରେ କାମ କରିବୁ ତାହେଲେ ତୋତେ ଭଲ ଖାଇବାକୁ ମିଳିବ ।” ଏହା ଶୁଣି ସେ ବିଲୁଆର ମନ ବେଶ୍ ଖୁସି । ତା’ପରେ ସେ ବିଲୁଆ କୁକୁର ସାଙ୍ଗରେ ମାଲିକ ଘର ଆଡକୁ ଗଲା । ବାଟରେ ଯାଉ ଯାଉ ବିଲୁଆ ସେ କୁକୁର ବେକରେ ଗୋଟିଏ ଦାଗ ଦେଖି ତାକୁ ପଚାରିଲା, “ଏ କ’ଣ?” ଏପ୍ରଶ୍ନ ଣୁଣି ସେ କୁକୁର କହିଲା “ଏ ହେଉଛି ଲୁହା ଚେନ୍ର ଦାଗ । ମାଲିକ ମୋତେ ଦିନରେ ବାନ୍ଧି ରଖନ୍ତି । ଆଉ ରାତିରେ ଚୋର ଜଗିବାକୁ ଛାଡି ଦିଅନ୍ତି । କିନ୍ତୁ ଚେନ୍ରେ ବାନ୍ଧିଲେ କ’ଣ ହେଲା ମୋତେ ମୋ ମାଲିକ ଭଲ ଖାଇବାକୁ ତ ଦିଅନ୍ତି ।” ଏହା ଶୁଣି ବିଲୁଆ କହିଲା, “ନା, ବନ୍ଧା ହୋଇ ରହି ଭଲ ଖାଇବା ଅପେକ୍ଷା ବରଂ ଯାହା କିଛି ଅଳ୍ପ ବହୁତ ମିଳିଲା ତାହା ଖାଇ ମୋର ସ୍ୱାଧୀନ ଭାବେ ବଂଚି ରହିବା ବହୁତ ଭଲ ।”

ବରଂ କଷ୍ଟରେ ହେଉ, ସ୍ୱାଧୀନ ଜୀବନ ଯାପନ କରିବାରେ ହିଁ ଆନନ୍ଦ ଥାଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Children