ରକ୍ତର ଡାକ
ରକ୍ତର ଡାକ
ପ୍ରତି ରବିବାର ମାଆ ସୁମତି ବ୍ୟସ୍ତ ରୁହନ୍ତି ଘର କାମରେ ପୁଣି ନିଜ ମାଆଙ୍କ ପାଇଁ ତାଙ୍କର ମଧ୍ୟ କିଛି କରିବାର ଅଛି ଭାବି ଦିନ ତମାମ ବ୍ୟସ୍ତ ରହୁଥିଲା ବେଳେ ଏଣିକି ଝିଅ ଶାନ୍ତା ଦିନ ତମାମ କୁଆଡେ ଯେ ଯାଏ ଭରସି ପଚାରିପାରନ୍ତିନି ମାଆ. ଥରେ ପଚାରିଦେଇଥିଲେ ଯେ ଶାନ୍ତା କହିଥିଲା ମୁଁ ବଡ଼ ହୋଇଯାଇଛି ମାଆ. ମତେ ପିଲାବେଳୁ ତୁମେ ଯେଉଁ ସବୁ ଶିକ୍ଷା, ସଂସ୍କୃତି ଓ ପରମ୍ପରାରେ ବଢ଼େଇ ଆଣିଛ ମୁଁ କେବେ କୌଣସି ଭୁଲ କରିବି ନାହିଁ. ମାଆ ସୁମତି ଭାଙ୍ଗିପଡନ୍ତି. ଶାନ୍ତା ବୁଝାଇ କୁହେ ତୁମର ଆଈଙ୍କ ପ୍ରତି ଯେମିତି କିଛି କର୍ତ୍ତବ୍ୟ ଅଛି ମୋର ମଧ୍ୟ କିଛି ଦାଇତ୍ୱ ଓ କର୍ତ୍ତବ୍ୟ ଅଛି ନା ମାଆ? ତୁମେ ତ କହିଛ ମାଆ, ମାତା ପୃଥିବୀ ବା ଧରିତ୍ରୀ ହେଲେ ବାପା ଆକାଶ ବା ସ୍ୱର୍ଗ . ହଁ ଝିଅ କହିଛି ହେଲେ ତୋ ପାଇଁ ବାପା ଓ ମାଆ ହୋଇ କର୍ତ୍ତବ୍ୟ କର୍ମ କରିବାରେ ମୁଁ ହେଳା କରିନି ଝିଅ. କିଏ କହିଲା ତୁମେ ହେଳା କରିଛ ବୋଲି ମାଆ କହି ବାହାରିଯାଏ ଶାନ୍ତା ତ ତା ଯିବା ବାଟକୁ ଚାହିଁ ଦିନ ତମାମ କେତେ କଣ ଭାବୁଥାଆନ୍ତି ସୁମତି. ନିଜ ମାଆଙ୍କ ପାଖେ ଅଭିଯୋଗ କଲେ ସେ ନାତୁଣୀ ଶାନ୍ତା ପଟିଆ ହୋଇ କହନ୍ତି ସେ କୌଣସି ଭୁଲ କରିବ ବୋଲି ମୁଁ ଭାବୁନି ଝିଅ ତ ତୁନି ପଡିବାକୁ ବାଧ୍ୟ ହୁଅନ୍ତି ସୁମତି.
ସେଦିନ ରାକ୍ଷୀ ପୂର୍ଣ୍ଣମୀରେ ଆଉ ତୁନି ପଡ଼ିନଥିଲେ ସୁମତି. ଝିଅକୁ ଅନୁସରଣ କରି ଯୋଉଠି ପହଞ୍ଚିଥିଲେ ଆଶ୍ଚର୍ଯ୍ୟର ସୀମା ନଥିଲା ତାଙ୍କର. ସ୍ୱାମୀଙ୍କ ରୋଗ ଶଯ୍ୟାରେ ଶାନ୍ତା ବାପାଙ୍କ ସେବାରେ ଲାଗିପଡିବା ସହ ସାବତ ଦୁଇଭାଇଙ୍କୁ ରାକ୍ଷୀ ପିନ୍ଧାଇ ତାଙ୍କ ମୁଣ୍ଡରେ ଦୁବ ଚାଉଳ ପକାଇ ସିନ୍ଦୁର ଚନ୍ଦନ ପିନ୍ଧାଉ ଥିଲା ମୁଣ୍ଡରେ. କୋହ ଭରି ସୁମତି ଫେରି ପଡୁଥିଲା ବେଳେ ପଛରୁ ଝିଅ ଶାନ୍ତା ଭିଡି ଧରିଥିଲା ପଣତ ତାଙ୍କର . ଯୋଉ ମଣିଷଙ୍କର ବିଶ୍ୱାସ ଭରସାର ପ୍ରତୀକ ସିନ୍ଦୁର ନାଇ ତୁ ଜୀବନ ବିତାଇ ମତେ ମଣିଷ ପରି ମଣିଷ କରିଛୁ ମାଆ ସେଇ ମଣିଷ ମୋ ବାପା ଆଜି ରୋଗ ଶଯ୍ୟାରେ ପଡି ଅନୁତାପ ଅନଳରେ ସିଝୁଛନ୍ତି. ସାବତମାଆ ସେଇ ଅଫେରା ଦୁନିଆଁକୁ ଚାଲିଗଲା ପରେ ଦୁଇ ଛୋଟ ଭାଇଙ୍କୁ କେମିତି ମଣିଷ କରିପାରିବେ ବାପା. ତୁ ନିଜେ କହୁନା ମାଆ,ପ୍ରତିରବିବାର ମାଆ ସୁମତି ବ୍ୟସ୍ତ ରୁହନ୍ତି ଘର କାମରେ ପୁଣି ନିଜ ମାଆଙ୍କ ପାଇଁ ତାଙ୍କର ମଧ୍ୟ କିଛି କରିବାର ଅଛି ଭାବି ଦିନ ତମାମ ବ୍ୟସ୍ତ ରହୁଥିଲା ବେଳେ ଏଣିକି ଝିଅ ଶାନ୍ତା ଦିନ ତମାମ କୁଆଡେ ଯେ ଯାଏ ଭରସି ପଚାରିପାରନ୍ତିନି ମାଆ. ଥରେ ପଚାରିଦେଇଥିଲେ ଯେ ଶାନ୍ତା କହିଥିଲା ମୁଁ ବଡ଼ ହୋଇଯାଇଛି ମାଆ. ମତେ ପିଲାବେଳୁ ତୁମେ ଯେଉଁ ସବୁ ଶିକ୍ଷା, ସଂସ୍କୃତି ଓ ପରମ୍ପରାରେ ବଢ଼େଇ ଆଣିଛ ମୁଁ କେବେ କୌଣସି ଭୁଲ କରିବି ନାହିଁ. ମାଆ ସୁମତି ଭାଙ୍ଗିପଡନ୍ତି. ଶାନ୍ତା ବୁଝାଇ କୁହେ ତୁମର ଆଈଙ୍କ ପ୍ରତି ଯେମିତି କିଛି କର୍ତ୍ତବ୍ୟ ଅଛି ମୋର ମଧ୍ୟ କିଛି ଦାଇତ୍ୱ ଓ କର୍ତ୍ତବ୍ୟ ଅଛି ନା ମାଆ? ତୁମେ ତ କହିଛ ମାଆ, ମାତା ପୃଥିବୀ ବା ଧରିତ୍ରୀ ହେଲେ ବାପା ଆକାଶ ବା ସ୍ୱର୍ଗ . ହଁ ଝିଅ କହିଛି ହେଲେ ତୋ ପାଇଁ ବାପା ଓ ମାଆ ହୋଇ କର୍ତ୍ତବ୍ୟ କର୍ମ କରିବାରେ ମୁଁ ହେଳା କରିନି ଝିଅ. କିଏ କହିଲା ତୁମେ ହେଳା କରିଛ ବୋଲି ମାଆ କହି ବାହାରିଯାଏ ଶାନ୍ତା ତ ତା ଯିବା ବାଟକୁ ଚାହିଁ ଦିନ ତମାମ କେତେ କଣ ଭାବୁଥାଆନ୍ତି ସୁମତି.ନିଜ ମାଆଙ୍କ ପାଖେ ଅଭିଯୋଗ କଲେ ସେ ନାତୁଣୀ ଶାନ୍ତା ପଟିଆ ହୋଇ କହନ୍ତି ସେ କୌଣସି ଭୁଲ କରିବ ବୋଲି ମୁଁ ଭାବୁନି ଝିଅ ତ ତୁନି ପଡିବାକୁ ବାଧ୍ୟ ହୁଅନ୍ତି ସୁମତି.ମାଆ ବୁଝାନ୍ତି ମାଉଁସ ଖିଆ ବାଘ ମଧ୍ୟ ବୁଢା ହୁଏ ଝିଅ.
