STORYMIRROR

Pragati Biswal

Romance

3  

Pragati Biswal

Romance

ରେଭେନ୍ସର ସାଥୀ

ରେଭେନ୍ସର ସାଥୀ

2 mins
357


ଜୀବନର କେଉଁ ଏକ ପୃଷ୍ଠା ଭିତରେ, ହଠାତ୍ ତୁମକୁ ଆବିଷ୍କାର କରିଥିଲା ମୋର ଏଇ ମନ,ସତରେ ସେ ଦିନ ଜଣେ ଅଜଣା ଲୋକ ଏତେ ଚିହ୍ନା ଲାଗିବ କେବେ ଭାବିନଥିଲି ।


ଅନ୍ଧାରର ଦୂରତ୍ବ ଯେପରି ଦୂରେଇ ଯାଏ ଆଲୋକର କ୍ଷୀଣ ଛୁଆଁରେ , ଠିକ୍ ସେହିପରି ଯେତେବେଳେ ମୁଁ ତୁମ ସହ କଥା ହେଲି ,ଲାଗିଲା ହଁ ତୁମେ ମୋର ସେଇ ଏକ ପ୍ରିୟ କବିତାର ପଂକ୍ତି ବୋଧେ ।


ହଠାତ୍ ଜୀବନରେ ମୋର ମାଡ଼ି ଆସିଲା ଏକ ଜୁଆର , ଲାଗୁଥିଲା ସବୁ ଶେଷ କରିଦେବ ,ମୋର ନିଃଶ୍ୱାସ ବିଶ୍ୱାସ ସବୁକିଛି କିନ୍ତୁ ହଠାତ୍ ବନ୍ଧୁତ୍ୱର ହାତ ବଢ଼ାଇଥିଲ ତୁମେ ।


ପ୍ରତିଟି ହସ କାନ୍ଦର ସାଥୀ ହୋଇ ତୁମେ କିଛିଦିନ ହେଲା ମୋ ସହ ଯୋଡ଼ି ହୋଇଯାଇଚ । ଅଳ୍ପଦିନର ଅତିଥି ପରି ମୋ ହୃଦୟ କୌଣସି ଏକ କୋଣରେ ମିଶିଯାଇଚ ।


ରେଭେନ୍ସା ର ସ୍ମୃତି ଭିତରେ ମୋ ମନର ଅଜସ୍ର ନିରବତା ର ଜୁଆର ସାଜିଚ ତୁମେ , ହଁ ଭାଙ୍ଗି ପଡ଼ିଥିବା ମନକୁ ଯେମିତି ଏକ ସହର ଦରକାର, ଠିକ୍ ସେହିପରି ପ୍ରତିଟି ମୁହୂର୍ତ୍ତ ସାଥୀ ହୋଇଚ ତୁମେ ।


ବାସ୍ତବ ପ୍ରେମ କେବେ ପାଇନଥିବା ମଣିଷ ଆଜି ସତରେ ,ତୁମେ ନିଜର ନହେଲେବି ନିଜଠୁ ଅଧିକା ପରି କାଇଁ ଲାଗ ଜାଣେନି । ତଥାପି ଏ ମନ ସବୁବେଳେ ଚାହେଁ ତୁମ ସହ ସମୟ ବତାଇବ ବୋଲି ।


ଆଉ ଅଳ୍ପଦିନ ପରେ ତୁମ ରାସ୍ତା ଆଉ ମୋ ରାସ୍ତା ଅଲଗା ହୋଇଯିବ ।ଆଗପରିକ ଆଉ ସେ ଅଳି ଅଝଟ ,ହସ କାନ୍ଦ ,ଦୁଃଖ ସୁଖ ତୁମ ସହ ବାଣ୍ଟିବାକୁ ସମୟ ମିଳିନପାରେ ତଥାପି ମୁଁ ସବୁବେଳେ ଅପେକ୍ଷା କରିଥିବି ଏକ ଚାତକ ପରିକା ତୁମକୁ ।


ରେଭେନ୍ସାର ଅଗଣିତ ଚରିତ୍ର ଭିତରୁ, ମୋ ମନକୁ ଏକ ଚିତ୍ର ସବୁବେଳେ ଆନ୍ଦୋଳିତ କରେ , ସତରେ ଲାଗେ ତୁମେ ମୋ ସାଙ୍ଗ ନୁହେଁ ମୋର ପ୍ରତିବିମ୍ବ ତୁଲ୍ୟ।କେଜାଣି ଆଉ କିଛି ଦିନପରେ ତୁମେ ଯେତେବେଳେ ଦୂରେଇ ଯିବ ଲାଗିବ ତୁମେ ନୁହେଁ ମୋ ଜୀବନ ମୋ ଠୁ ଦୂରେଇ ଗଲା ।


ତୁମ ସହ ବିତାଉଥିବା ପ୍ରତିଟି ମୁହୂର୍ତ୍ତ ,ତୁମ ହାତ ଧରି ବାଟ ଚାଲୁଥିବା ଏଇ ଦୁଇ ପାଦ ସତରେ ଦିଗହରା ହୋଇଯିବେ ।


ହଁ ଏଇ ବର୍ଷ ପରି ଆର ବର୍ଷ ତୁମ ଜନ୍ମଦିନରେ ତୁମକୁ ଏ ଆଖି ଦେଖିନପାରେ କିନ୍ତୁ ଏ ମନ ସବୁବେଳେ ଶୁଭେଛା ଆଉ ଭଲ ପାଇବା ଧଳିଦବ ତୁମ ଉପରେ ।


      ଇତି 

   ତୁମ ପ୍ରିୟ ପ୍ରଗତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance