ଓଡିଆ ଶିଶୁ ଗପ

Children

0  

ଓଡିଆ ଶିଶୁ ଗପ

Children

ରାଜାଙ୍କ ସ୍ୱପ୍ନ

ରାଜାଙ୍କ ସ୍ୱପ୍ନ

1 min
661


ଦିନେ ରାଜା କୃଷ୍ଣ ଚନ୍ଦ୍ର ପ୍ରଭାତରେ ନିତ୍ୟ କର୍ମ ସାରି ବସି ଛନ୍ତି ଏ ସମୟରେ ଗୋପାଳ ଉପସ୍ଥିତ ହେଲା । ରାଜା ଗୋପାଳକୁ ଦେଖି ଡାକି କହିଲେ –

ଗୋପାଳ, ଆସ ଆସ, କାଲି ମୁଁ ଗୋଟିଏ ଅସାର ସ୍ୱପ୍ନ ଦେଖିଛି । ଏହି କ୍ଷଣି ତୁମ୍ଭ ଆଗରେ କହିବା ସକାଶେ ମନ କରୁଥିଲା ଡକାଇ ଥାନ୍ତି । ତୁମ୍ଭେ ତ ଆସି ପହଁଚି ଗଲଣି । ବୋଧ ହୁଏ ଗୋପାଳ ତୁମ୍ଭର ବହୁତ ପରମାୟୁ ହେବ ।

ଗୋପାଳ କହିଲା –

ତେବେ ଆଜି ମୁଁ ଧନ୍ୟ, କାରଣ ମହାରାଜାଙ୍କ ପ୍ରାତଃ ସ୍ମରଣୀ ହେଲି । ତେବେ କି ସ୍ୱପ୍ନ ଦେଖିଲେ କୁହନ୍ତୁ । ରାଜା କହିଲେ –

ତୁମ୍ଭେ ଆଉ ମୁଁ ଦୁଇ ଜଣ ମିଳି ଗୋଟିଏ ସ୍ଥାନକୁ ଯାଉ ଥିଲେ । ଯାଉ ଯାଉ ବାଟରେ ଯୋଡିଏ ଖାତ ଅଛି, ତା ମଧ୍ୟରୁ ଗୋଟିଏ ଖାତ ଗୁଡରେ ପୂର୍ଣ୍ଣ, ଆଉ ଗୋଟିଏ ଖାତ ବିଷ୍ଠାରେ ପୂର୍ଣ୍ଣ । ମୁଁ ଯାଇ ଗୁଡ ଖାତରେ ପଡି ଗଲି, ଆଉ ତୁମ୍ଭେ ଯାଇ ବିଷ୍ଠା ଖାତରେ ପଡି ଗଲ । ଏହା ଶୁଣି ଗୋପାଳ ତତ୍କ୍ଷଣାତ୍ କହିଲା –

ମହାରାଜ!

ମୁଁ ବି ତ ଏ ସ୍ୱପ୍ନ ଦେଖିଛି ।

ହଁ ତା’ପରେ କ’ଣ ହେଲା?

ରାଜା କହିଲେ ମୋର ନିଦ ଭାଙ୍ଗି ଗଲା ।

ଗୋପାଳ କହିଲା –

ସେହି ଠାରୁ ପରା ମୁଁ ସ୍ୱପ୍ନ ଦେଖିଲି ମୋ ଠାରୁ ଶୁଣନ୍ତୁ, ଆପଣ ଗୁଡ ଖାତରୁ ଉଠି ଆସିଲେ, ମୁଁ ବିଷ୍ଠା ଖାତରୁ ଉଠି ଆସିଲି, କିଛି ଦୂର ଯାଇ ଜଳ ଖୋଜିଲେ ଆଉ ପାଇଲେ ନାହିଁ ।

କ’ଣ କରିବା, ବାଧ୍ୟ ହୋଇ ଆପଣ ମୋ ଦେହକୁ ଚାଟି ସଫା କରି ଦେଲେ । ଆପଣଙ୍କ ଶ୍ରୀକାୟକୁ ମୁଁ ଚାଟି ସଫା କରି ଦେଲି । ରାଜା ପ୍ରକୃତ ଉତ୍ତରରେ ସନ୍ତୁଷ୍ଟ ହୋଇ ଗୋପାଳକୁ ପାରିତୋଷିକ ଦେଲେ ।


Rate this content
Log in

Similar oriya story from Children