ଓଡିଆ ଶିଶୁ ଗପ

Children

2.5  

ଓଡିଆ ଶିଶୁ ଗପ

Children

ପୁଅଙ୍କ ପାଇଁ ବୁଢାର ଧନ

ପୁଅଙ୍କ ପାଇଁ ବୁଢାର ଧନ

1 min
7.7K


ବୁଢା ମଲାବେଳେ ତା’ର ଦୁଇ ପୁଅଙ୍କୁ ଡାକି କହିଲା, “ମୁଁ ଆମ ବଗିଚାରେ ତୁମ ପାଇଁ କିଛି ଧନ ପୋତି ଦେଇଯାଇଛି ।”

ଏହା ଶୁଣି ସେ ଦୁଇ ପୁଅ ଭାରି ଖୁସି ହୋଇଗଲେ ଓ ବୁଢା ମଲାପରେ ବଗିଚାକୁ ଖୋଳିଲେ; କିନ୍ତୁ କିଛି ବି ପାଇଲେ ନାହିଁ । ତାପରେ ବାରମ୍ବାର ବଗିଚାକୁ ଖୋଳି ଖୋଜିବାରେ ଲାଗିଗଲେ, ହେଲେ ତାକୁ କିଛି ବି ଧନ ମିଳିଲା ନାହିଁ ।

ସେମାନେ କିଛି ଧନ ନ ପାଇ ଶେଷରେ ସେ ବଗିଚାରେ ଫସଲ କଲେ, ବଗିଚା ବହୁତ ଥର ଖୋଳା ହୋଇଥିବାରୁ ସେଥିରେ ଫଳ ପରିବା ବହୁତ ଭଲ ଫଳିଲା । ପୁଅମାନେ ସେଗୁଡିକ ବିକ୍ରି କରି ଯଥେଷ୍ଟ ଟଙ୍କା ପାଇଲେ ଏବଂ ବେଶ୍ ସୁଖରେ ରହିଲେ । ବୁଢା କଥା ବି ସତ ହେଲା ।

ପରିଶ୍ରମ କଲେ ହିଁ ଅସଲ ଧନ ମିଳେ ।


Rate this content
Log in

Similar oriya story from Children