Prasant Kumar Nath

Tragedy

3  

Prasant Kumar Nath

Tragedy

ପ୍ରଥମ ପ୍ରେମ

ପ୍ରଥମ ପ୍ରେମ

4 mins
7.2K


ପ୍ରେମ ଏକ ମିଠା ଆକର୍ଷଣ । ପ୍ରେମ ଏକ ନିଆରା ଅନୁଭବ । ଆଉ ଏକ ଅଜଣା ଅନୁଭୂତି । ଆଉ ଭାରି ନିଆରା ନିଆରା ଲାଗେ ଜୀବନରେ ହୋଇଥିବା ପ୍ରଥମ ପ୍ରେମ ।
          ସୁମିତ୍ରା ସହିତ ସେଦିନ ମୋର ଦେଖା ହୋଇଥିଲା କଲେଜରେ । ଜାଣିନି ଆଗରୁ ତାକୁ ଦେଖିଥିଲି ଅବା ପ୍ରଥମ ଥର ଦେଖୁଛି । ଜୀବନର ଏହି ଅଚିହ୍ନା ବାଟରେ ଅନେକ ଲୋକମାନଙ୍କ ସହ ଭେଟ ହୁଏ କେହି କେବେ ଅଚିହ୍ନାରୁ ଚିହ୍ନା ପାଲଟି ଯା'ନ୍ତି ତ କିଏ ସେମିତି ଆଖିର ଆଢୁଆଳରେ ରହି ଯାଆନ୍ତି । କଲେଜରେ ଅନେକ ଝିଅଙ୍କ ସହ ଦେଖା ହୁଏ କିନ୍ତୁ ଏ ଆଖି ସମସ୍ତଙ୍କ ଉପରେ ନଜର ରଖି ପାରେନା କି ସମସ୍ତଙ୍କ ଚେହେରା ମନେ ରଖି ହୁଏନା । କିନ୍ତୁ ଯେତେବେଳେ ଜଣେ ଭଲ ଲାଗେ କେଜାଣି କାହିଁକି ଏ ଆଖି ଖୋଜି ବୁଲେ ସେହି ଚେହେରା ।
           ସୁମିତ୍ରା ସେଦିନ ଅନ୍ୟମନସ୍କ ଭାବେ ପଛକୁ ଚାହିଁ ଯାଉଯାଉ ହଠାତ ଝୁଣ୍ଟି ପଡିଥିଲା । ଆଉ ବହି ଗୁଡିକ ଛିଟିକି ପଡ଼ିଥିଲା ।
           ମୁଁ ବସିଥାଏ ଘାସର ଗାଲିଚା ଉପରେ । ହଠାତ ତାର ନଜର ପଡିଗଲା ମୋ ଉପରେ ଆଉ ସେ ଲାଜେଇଗଲା, ନିରୀହ ଆଖିରେ ମୋତେ ଚାହିଁଲା । ଲାଜେଇ ଲାଜେଇ ଟିକେ ହସିଦେଲା । ମୁଁ ମଧ୍ୟ ହସିଦେଲି । କେଜାଣି କାହିଁକି ତାର ସେହି ହସଟା ସିଧା ଆସି ମୋର ହୃଦୟରେ ଘର କରି ରହି ଯାଇଥିଲା ।  
          ସେହି ଦିନ ଠାରୁ ସୁମିତ୍ରା ଯେତେବେଳେ ମୋତେ ଦେଖେ ହସି ଦିଏ । ମୁଁ ମଧ୍ୟ ହସି ଦିଏ । ମୋ ନିଜ ଅଜାଣତେ ମୋର ଏହି ଆଖି ଦୁଇଟି ସବୁବେଳେ ଖୋଜି ବୁଲୁଥିଲା ସୁମିତ୍ରାକୁ । ଯେଉଁଥି ପାଇଁ ତା'ସହ ମୋର ବାର ବାର ଦେଖା ହେଉଥିଲା । ସବୁବେଳେ ଥାଏ ତାର ଲାଜୁଆ ଚାହାଣୀ । ଯୋଉଟା ମୋତେ ବେଶି ଭଲ ଲାଗେ । ହସିଦେଲେ ଗାଲରେ ତାର ଭଉଁରୀ ଖେଳିଯାଏ ।
             ମୋତେ ଲାଗିଲା ଯେମିତି ମୁଁ ସୁମିତ୍ରା ବିଷୟରେ ଅନେକ ଭାବୁଛି । ମୋର ରାତି ସ୍ୱପ୍ନରେ ମଧ୍ୟ ସୁମିତ୍ରା ଆସିଲା । ଦିନେ ନିରୋଳାରେ ବସି ମୁଁ ମୋ ହୃଦୟକୁ ପଚାରିଲି । ମୋର ଏମିତି କାହିଁକି ହେଉଛି । ଉତ୍ତର ମିଳିଲା ଏଇଟା ହେଉଛି ପ୍ରେମର ପ୍ରଥମ ପାହାଚ। ସତରେ କେତେ ରୋମାଞ୍ଚକର ଏହି ପ୍ରେମର ପ୍ରଥମ ପାହାଚ । ମନଟା ଆକାଶରେ ଉଡିଲା ପରି ଲାଗୁଛି । ହେଲେ ସୁମିତ୍ରା କଣ ମୋତେ ଭଲ ପାଏ । ମୁଁ ଯେପରି ତା କଥା ଭାବୁଛି ସିଏ ବି କଣ ସେମିତି ମୋ କଥା ଭାବୁଥିବ ।
          ଏବେ ରାତିରେ ଛାତ ଉପରେ ଜହ୍ନ ଆଲୁଅରେ ବସିବାକୁ ଭଲ ଲାଗୁଛି । ସେହି ଜହ୍ନ ଆଲୁଅରେ ବସି ବସି ସୁମିତ୍ରା ପାଇଁ ଲେଖୁଛି ପ୍ରେମ କବିତା । ହେଲେ ସୁମିତ୍ରା କଣ ମୋତେ ଭଲ ପାଉଛି ?
          ଭାବିଲି ସୁମିତ୍ରାକୁ ମନ କଥା ଖୋଲି କହିଦେବି । କିନ୍ତୁ ମୁଁ ଯେ ତା ବିଷୟରେ କିଛି ଜାଣିନି । ତା ପରିବାର ବିଷୟରେ କିଛି ଜାଣିନି । ତାର ଜାତି ଗୋତ୍ର ମଧ୍ୟ ଜଣାନାହିଁ । ଏମିତି ଅନ୍ଧ ଭାବେ ତାକୁ ଭଲ ପାଇଁ ବସିଲେ ଭୁଲ୍ ହୋଇ ଯିବନି ତ ? କିନ୍ତୁ ପ୍ରକୃତରେ ପ୍ରେମ କଣ ଦେଖେ ଉଚ୍ଚ ନୀଚ, ଭଲ-ମନ୍ଦ,ଜାତି-ଗୋତ୍ର । ନା ପ୍ରେମରେ ଏସବୁର ଆବଶ୍ୟକ ନାହିଁ । ଏମିତି ଅନେକ ଭାବନା ମୋର ମନକୁ ଆସୁଥାଏ । କିନ୍ତୁ ସୁମିତ୍ରା ସେମିତି ମୋ ହୃଦୟରେ ରହିଥାଏ ।
         ଭାବିଲି ସେ ଯାହା ହେଉ ମୋର ମନ କଥା ଖୋଲି କହିଦେବି । ସେଦିନ ମୋର କ୍ଲାସ ଥାଏ ୧୦ଟାରେ ଆଉ ମୁଁ ଯାଇ କଲେଜରେ ପହଞ୍ଚିଲି ୮ଟାରେ । ମୋତେ ଲାଗୁଥାଏ ଯେମିତି ସେଦିନ ଘଣ୍ଟା ଗୁଡିକ ଧୀରେ ଧୀରେ ଚାଲୁଛି  । ଜଣକୁ ଅପେକ୍ଷା କରିବା କେତେ ଯେ କଷ୍ଟ କେବଳ ଅପେକ୍ଷା କରିଥିବା ଲୋକ ହିଁ ଜଣେ ।
             ସୁମିତ୍ରା ଆସିଲା , ସେଦିନ କାହିଁକି ସୁମିତ୍ରା ମୋତେ ଆହୁରି ସୁନ୍ଦରୀ ଦେଖା ଯାଉଥିଲା । ମୁଁ କିଛି କହିବା ପୂର୍ବରୁ ସେ ମୋ ପାଖକୁ ଆସିଲା । ଆଉ କହିଲା କଲେଜ ମାଗାଜିନରେ ପ୍ରକାଶିତ ତୁମର କବିତା 'ମୋ ପ୍ରିୟା' ବହୁତ ଭଲ ହେଇଛି । କେଜାଣି କାହିଁକି ମୋ ନିଜ ଅଜାଣତରେ ମୋ ପାଟିରୁ ବାହାରି ଆସିଲା ସବୁ ଶ୍ରେୟତ ତୁମକୁ ହିଁ ଯିବ । ତୁମ ବିନା କଣ ସେ କବିତାଟି ଲେଖି ପରିଥାନ୍ତି । ସୁମିତ୍ରାକୁ ବୁଝିବାକୁ ଆଉ ବାକି ନଥିଲା । ଲାଜେଇଗଲା ଆଉ ମୁହଁ ବୁଲେଇ ଚାଲିଗଲା ସେ । ମୁଁ କିନ୍ତୁ ଜାଣି ପାରିଲିନି ସେ ମୋତେ ଭଲ ପାଉଛି କି ନାହିଁ ।
             ସେଦିନ ସନ୍ଧ୍ୟାବେଳେ ମୁଁ ଘରେ ବସିଥାଏ । ମୋର ଫୋନ ରିଙ୍ଗ ହେଲା । ମୋର ଜଣେ ସାଙ୍ଗ ଫୋନ କରିଥିଲା । ଆଉ କହିଲା ସୁମିତ୍ରାର ଆକ୍ସିଡେଣ୍ଟ ହୋଇ ଯାଇଛି ସିଏ ଜୀବନ ମରଣ ସହ ସଂଗ୍ରାମ କରୁଛି । ଯଦି ତୋର ତାକୁ ଦେଖା କରିବାର ଅଛି ତାହେଲେ ଯେତେ ଶିଘ୍ର ଆସି ଦେଖା କର । ସୁମିତ୍ରା ଚାହୁଁଛି ଶେଷ ଥର ପାଇଁ ତୋ ସହ ଦେଖା କରିବାକୁ ।
          ମୋର ପାଦ ତଳୁ  ଯେମିତି ମାଟି ଖସି ପଡ଼ିଲା । ବାଇକ ବାହାର କରି ଚାଲିଲି । ଦେଖିଲି ରକ୍ତ ଜୁଡୁବୁଡୁ ଅବସ୍ଥାରେ ସୁମିତ୍ରା ପଡିଥାଏ ତାକୁ ଘେରି ରହିଥାନ୍ତି ଅନେକ ଲୋକ । ମୋତେ ଦେଖି ସୁମିତ୍ରା ହସି ଦେଇଥିଲା । ଆଉ ଆଖିରେ ଇସାରା କରିଥିଲା ତା' ପାଖକୁ ଯିବାକୁ । ଦୌଡ଼ି ଗଲି ତା ପାଖକୁ ଜାବୁଡି ଧରିଲି ତାକୁ । କହିଲା ମୁଁ ତୁମକୁ ବହୁତ ଭଲ ପାଏ । କିନ୍ତୁ ଭଗବାନ ବୋଧେ ଆମ ପ୍ରେମକୁ ସହି ପାରିଲେନି । ସେଥିପାଇଁ ତୁମ ଠାରୁ ମୋତେ ବହୁତ ଦୂରକୁ ପଠେଇ ଦେଲେ । ମୋତେ ଯେମିତି ସବୁ କିଛି ଅନ୍ଧାର ଦେଖା ଯାଉଥାଏ । ହଠାତ ଦେଖିଲି ସୁମିତ୍ରାର ଦେହ ଶିଥିଳ ହୋଇଗଲା । ଆଉ ମୋତେ ଛାଡ଼ି ସବୁଦିନ ପାଇଁ ଚାଲିଗଲା ମୋ ଠାରୁ ବହୁତ ଦୂରକୁ । କିନ୍ତୁ ଆଜିବି ମୋର ପ୍ରଥମ ପ୍ରେମ ସେମିତି ଜୀବିତ ରହିଛି । ମୋ କବିତାରେ ଆଜି ବି ସୁମିତ୍ରା ନାୟିକା ସାଜୁଛି ।
            ******************
ପ୍ରଶାନ୍ତ କୁମାର ନାଥ
ସୁନ୍ଦରପୁର,ଉତ୍ତରକୂଳ ହାଟ୍,ପ୍ରୀତିପୁର,ଯାଜପୁର


Rate this content
Log in

Similar oriya story from Tragedy