ପ୍ରଶ୍ନବାଚୀ
ପ୍ରଶ୍ନବାଚୀ
ଦୀର୍ଘ ଦିନ ହେଲା ଟିନା ଦେଇ ଘର ତାଲା ପଡିଛି। ଯେତେ ଚେଷ୍ଟା କଲେ ମଧ୍ୟ ତା ହସ ହସ ଚେହେରା ଭୁଲି ହେଉନାହିଁ। ଆଜିଵି ଲାଗୁଛି ଯେମିତି ଆମ ଭିତରେ ସେ ଵନ୍ଚିଛି। ଵୋଧହୁଏ ସେଇଥିପାଇଁ ପାଇଁ ତା ମରିବାର କିଛି ଦିନ ଯାଏଁ ତା ଘର ବନ୍ଦ ଝରକାରୁ ତାର ଉପସ୍ଥିତି ର ଶବ୍ଦ ଶୁଭା ଯାଉଥିଲା।
ଆଜକୁ ତିନି ବର୍ଷ ପୂର୍ବେ ସେ ରାଜା ଭାଈ କୁ ଵିଵାହ କରି ଆମ କଲୋନୀ କୁ ଆସିଥିଲା। ଅଳ୍ପଦିନ ଭିତରେ ସମସ୍ତ ଙ୍କ ହୃଦୟ କିଣି ନେଇଥିଲା ସେ। ତା ଘରକୁ ଗଲେ ଭାରି ଆତ୍ମୀୟତା ଭାବ ଆସୁଥିଲା। ଆଉ ସେଇଥିପାଇଁ ନିଜର ଭଉଣୀ ଭାଵି ତାକୁ ତୁ ସମ୍ବୋଧନ କରେ ମୁଁ। ଵିଚାରୀ ରାଜା ଭାଈ କୁ ପ୍ରେମ କରି ଵିଵାହ କରିଵା ପରଠାରୁ ତା ପରିବାର ଲୋକେ ତା ସହିତ ସମ୍ପର୍କ କାଟି ଦେଇଥିଲେ। ସେ ତା ଘର କଥା କହିଲା ଵେଳେ ତା ଆଖି ଭିଜି ଯାଏ। ତଥାପି ଲୁହ ପୋଛି ହସିଦିଏ। ଭାରି ଦୁଃଖ ଲାଗେ ସେତେବେଳେ । କିନ୍ତୁ ରାଜା ଭାଈ ତାକୁ ବହୁତ ଭଲ ପାଉଥିଲେ ।
କିଛି ଦିନ ପରେ ତାଙ୍କ ଘର ତାଲା ପଡିଥିଲା ତିନି ଚାରି ଦିନ ପାଇଁ । ଟିନା ଦେଇ କହୁଥିଲା ତା ଵିଵାହ ଵାର୍ଷିକି ଆସୁଛି । ଵୋଧହୁଏ ସେଇଥିପାଇଁ ପାଇଁ ସେମାନେ କୁଆଡ଼େ ଵୁଲିଵାକୁ ଆସିଥିବେ।
କିନ୍ତୁ ତିନି ଚାରି ଦିନ ପରେ ରାଜା ଭାଈ ଜିନିଷ ପତ୍ର ଧରି ଘର ସିପ୍ଟ କରୁଥିଲା। ଭାରି ଦୁଃଖି ଲାଗୁଥିଲା ସେ। ପଚାରିଲା ଵେଳେ କହିଲା, ଗୋଟିଏ ଦୁର୍ଘଟଣା ରେ ଟିନା ଦେଇ ର ମୃତ୍ୟୁ ହୋଇ ଯାଇଛି। ଏଇ ଘରେ ଟିନା ଦେଇ ର ସ୍ମୃତି ତାକୁ କଷ୍ଟ ଦେଉଛି। ଆଉ ସେଇଥିପାଇଁ ସେ ଘର ଛାଡ଼ି ଦେଲା।
ସେଦିନ ଆମେ କଲୋନୀ ସାରା ଦୁଃଖୀ ହୋଇ ଯାଇଥିଲୁ। ଟିନା ଦେଇ ଘର ବନ୍ଦ ଥିଲା, ତଥାପି ସେ ଘର ଭିତରେ କିଛି ଶଦ୍ଦ ଶୁଭୁଥିଲା। ଆମେ ଭାଵି ନେଇଥିଲୁ ଟିନା ର ଆତ୍ମା ତା ଭିତରେ ରହିଛି। ଆଉ ସେ ଭୟରେ କେହି ସେ କଵାଟ କି ଝରକା ଖୋଲୁ ନଥିଲୁ। କିଛି ଦିନ ପରେ ସେ ଘରୁ ଶବ୍ଦ ଆସିଵା ବନ୍ଦ ହୋଇଗଲା।ତା ଘର ବନ୍ଦ ଝରକା ରୁ କିଛି ଦୁର୍ଗନ୍ଧ ଆସୁଥିଲା। ଯେତେବେଳେ ପୋଲିସ ଆସି କବାଟ ଖୋଲିଲା ।ଆମେ ସମସ୍ତେ ଶ୍ତଵ୍ଧ ହୋଇ ଯାଇଥିଲୁ। ମୋର ତ ଦେଖିବାର ସାହାସ ନଥିଲା। କିନ୍ତୁ ଯେଉଁମାନେ ଯାଇଥିଲେ, ସେମାନେ ଦେଖିଥିଲେ ଵେଡରୁମ୍ ଵେଡ୍ ରେ ଵନ୍ଧା ହୋଇଥିବା ଟିନା ଦେଇ ର ଶଵ କୁ।
ଆମେ ଵୁଝି ଯାଇଥିଲୁ ,ଟିନା ଦେଇ ସେଦିନ ଗାଡି ଦୁର୍ଘଟଣା ରେ ମୃତ୍ୟୁ ବରଣ କରି ନଥିଲା। କିନ୍ତୁ ରାଜା ଭାଈ ତାକୁ ମରିବା ପାଇଁ ଏଇଠି ଛାଡି ଦେଇଥିଲା।ଏସଵୁ ରାଜା ଭାଇ ର ଷଡଯନ୍ତ୍ର ଥିଲା। ବହୁତ ଖୋଜାଖୋଜି ପରେ ପୋଲିସ ରାଜା ଭାଈ ର ସନ୍ଧାନ ପାଇ ତାକୁ ଗିରଫ କରିଥିଲା।
ତଥାପି ସେଇ ଘଟଣା ଆଜିଵି ଆମ ମନରେ ପ୍ରଶ୍ନବାଚୀ ସୃଷ୍ଟି କରେ। ସତରେ ଟିନା ଦେଇ ର ମୃତ୍ୟୁ ପାଇଁ ଦାୟୀ କିଏ। ସେ ତ ତାର ଵନ୍ଚିଵା ର ଇସାରା ଆମକୁ ସେ ବନ୍ଦ ଝରକା ପଟେ ଦେଇଥିଲା। କିନ୍ତୁ ଆମେ ଵୁଝି ପାରି ନଥିଲୁ। ଆମେ କଣ ଏଥିପାଇଁ ଦାୟୀ ନୁହେଁ କି?
