STORYMIRROR

Debasis Ray

Inspirational

3  

Debasis Ray

Inspirational

ପ୍ରକୃତ ସନ୍ନ୍ୟାସୀ

ପ୍ରକୃତ ସନ୍ନ୍ୟାସୀ

2 mins
208


                  ଏକଦା ଆମେ ରହୁଥିବା ସରକାରୀ ଘର ଯେଉଁଟା ଆମ ବାପାଙ୍କୁ ମିଳିଥିଲା ପାଖରେ ଜଣେ ଗୃହସ୍ଥ ଯୋଗୀ ମଧ୍ୟ ଘର ପାଇ ନିଜ ପରିବାର ସହିତ ରହୁଥିଲେ ,ଏହା ପ୍ରାୟ ଚାଳିଶି ବର୍ଷ ତଳର କଥା I ସେହି ଯୋଗୀ ବିବାହିତ ଓ ତାଙ୍କ ବାପାଙ୍କ ଘରେ ଅନ୍ୟ ବୟସ୍କ ଭାଇମାନଙ୍କ ସହିତ ରହୁଥିଲେ ମୋତେ ପ୍ରାୟ ଷୋହଳ ସତର ବର୍ଷ ହୋଇଥିଲା ତାଙ୍କର ସାନଭାଇ ବହୁତ ଦୁଷ୍ଟ ଥିଲେ ଅନ୍ୟ ଦୁଷ୍ଟ ଅଧାରୁ ପାଠପଢା ଛାଡିଥିବା ପିଲାଙ୍କ ସହିତ ମିଶି ଏକ ଖୋଲା ଜାଗାରେ ସକାଳ ଦଶରୁ ସନ୍ଧ୍ୟା ସାତ ପର୍ଯ୍ୟନ୍ତ ଖଟି ହେଉଥିଲା I ବଡ ଭାଇ ଯିଏ ବିବାହିତ ଓ ଯୋଗୀ ଥିଲେ ସେ ଅନ୍ୟ ସାଧୁ ଓ ଯୋଗୀମାନଙ୍କ ସହିତ ସମ୍ପର୍କ ରଖିଥିଲେ I ତାଙ୍କ ପାଖକୁ ଯିବା ଆସିବା ଓ ଶାସ୍ତ୍ର ଆଲୋଚନା କରିବା ପାଇଁ ବହୁତ ସାଧୁ ପୁରୁଷ ଆସୁଥିଲେ ଯେଉଁ ଅବସ୍ଥାକୁ ଦୁଷ୍ଟ ସାନଭାଇ ସହ୍ୟ କରିପାରୁ ନଥିଲେ ସେଥିପାଇଁ ବହୁତ ପାଟିତୁଣ୍ଡ ମଧ୍ୟ ହେଉଥିଲା 

                      ମୋର ମନେଅଛି ସେଦିନ ଥାଏ ଗୁରୁ ପୂର୍ଣ୍ଣିମା ସକାଳ ଆଠଟା ବେଳକୁ ଜଣେ ସନ୍ନ୍ୟାସୀ ଶ୍ୟାମ ସମସ୍ୱରୂ ଧାରୀ ଘରେ ପ୍ରବେଶ କଲେ ଆମ ପଡୋଶୀଙ୍କ ପରିବାର ତାଙ୍କୁ ପାଦ ପ୍ରଣାମ କଲେ ଦିନ ବାରଟା ବେଳେ ସନ୍ନ୍ୟାସୀ ଘରୁ ପ୍ରସ୍ଥାନ କରିବାକୁ ବାହାରିଲେ କିଛି ବାଟ ଯାଇ ଛନ୍ତି କି ନାହିଁ ଭାଇର ଦୁଷ୍ଟ ସାଙ୍ଗମାନେ ତାଙ୍କୁ ଘେରି ଗଲେ ସେ କିଛି କହିବା ଆଗରୁ ଜଣେ ଲୋଟାରେ ରଖିଥିବା ପରିଶ୍ରା ତାଙ୍କୁ ଜୋର ଜବରଦସ୍ତ ତାଙ୍କ ପାଟିରେ ପିଆଇ ଦେଲେ ଓ ସେଠାରୁ ପଳାୟନ କଲେ I ମୁଁ ସେତେବେଳେ ଛୋଟ ପିଲା I ଖାଲି ଅନାଇ ରହି ସନ୍ନ୍ୟାସୀଙ୍କ କର୍ମକୁ ଅଵଲୋକନ କରୁଥିଲି I ସେଥିଲେ ଜଣେ ଉଚ୍ଚମାନର ପ୍ରକୃତ ସନ୍ନ୍ୟାସୀ ପ୍ରତିବାଦ ନକରି ମୁହଁକୁ ନିଜର ଗେରୁଆ ବସ୍ତ୍ରରେ ସଫାକଲେ ଓ ଗନ୍ତବ୍ୟ ପଥରେ ଚାଲିବାକୁ ଲାଗିଲେI ଏପରିକି ସେ ସେହି ଦୁଷ୍ଟ ପିଲାର ଭାଇଙ୍କ ଆଗରେ ମଧ୍ୟ କହିଲେ ନାହିଁ I ଏବେ ପ୍ରୌଢ ଅବସ୍ଥାରେ ବୁଝି ପାରୁଛି ମନୁଷ୍ୟ ହୃଦୟ ଏକଦମ ସରଳ ହେଲେ ସେ ପ୍ରକୃତ ସାଧୁ ବା ସନ୍ନ୍ୟାସୀ ହୋଇପାରେ I ଋଷି ସମୀକ ଓ ରାଜା ପରୀକ୍ଷିତଙ୍କ ଉପଖ୍ୟାନର ଏହା ଏକ ଛୋଟ ଅଂଶ ପରି ଲାଗୁଚି 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational