Debasis Ray

Drama Classics Fantasy

4  

Debasis Ray

Drama Classics Fantasy

ସୌନ୍ଦର୍ଯ୍ୟ

ସୌନ୍ଦର୍ଯ୍ୟ

2 mins
278


     ଭୁବନେଶ୍ୱରର ଏକ ସୁଉଚ ଫ୍ଲାଟରେ ରମଣୀ ରଞ୍ଜନ ବାବୁଙ୍କ ପରିବାର ବାସ କରନ୍ତି I ପରିବାର କହିବାକୁଗଲେ ରାମଣିବାବୁ ତାଙ୍କ ସ୍ତ୍ରୀ ରଂଜିତା ଓ ପୁଅ ଅମରେଶ ଓ ଝିଅ ଅର୍ପିତା I ପୁଅ ବଡ ଓ ଝିଅ ତାଠାରୁ 2 ବର୍ଷ ସାନ, ପୁଅକୁ ଅଣତିରିଶି ପୁରି ତିରିଶି ଚାଲୁଚି ଓ ଝିଅକୁ ସତାଇସ ବର୍ଷ I ଏତେ ଛୋଟ ପରିବାର ହେଲେବି ଘରେ ଦୁଃଖର ପସରା ମେଲିଛି I ପୁଅ ଏକ କେନ୍ଦ୍ରୀୟ ସଂସ୍ଥାରେ ଇଞ୍ଜିନିୟର ଅଛି ଝିଅ ଫ୍ୟାସନ ଡିଜାଇନ ରେ ସ୍ନାତକ ଓ ଏକ ବେସରକାରୀ ସଂସ୍ଥାରେ ଚାକିରୀ କରୁଛି I ଆଉ ଏକମାସ ପରେ ରମଣୀ ବାବୁ ସରକାରୀ ଚାକିରୀ ରୁ ଟ୍ରେଜରୀ (TREASURY) ର ନିର୍ଦେଶକ ଭାବେ ଅବସର ଗ୍ରହଣ କରିବେ I ସ୍ତ୍ରୀ ରଂଜିତାଙ୍କ ମଧୁମେହ ରୋଗ ଅଛି I ପୁତ୍ର ବଡ ଚାକିରୀ କଲେବି ସ୍ୱାଭିମାନୀ ରାମଣୀବାବୁ ଘର ଚଳିବା ପାଇଁ ପୁଅ କୁ କେବେ ପଇସା ମାଗିନାହାନ୍ତି I ଚାକିରୀ ମଧ୍ୟ ଭାଗରୁ ଲୋନ କରି ଘର ଖଣ୍ଡିଏ କରିଛନ୍ତି ଓ ଏହା ନିଶ୍ଚିନ୍ତ କରିଛନ୍ତି ଅବସରକାଳୀନ ଭତ୍ତା ପାଇଲେ ଝିଅ ର ବାହାଘର କରିଦେଲେ ଏକ ସାଂସାରିକ କର୍ତ୍ତବ୍ୟ ରୁ ମୁକ୍ତ ହେବେ I ମାତ୍ର ବାଧା ସାଜୁଛି ସ୍ତ୍ରୀଂକ ଜିଦ୍ଦୀ ପୁଅର ବି ଏକାସାଙ୍ଗରେ ବାହାଘର ହେବ I ଏହି କଥା ଦୁଇ ବା ତିନି ବର୍ଷରୁ ଘରେ ଚର୍ଚ୍ଚା ଚାଲିଛି ବୋହୁ ଓ ଜ୍ୱାଇଁ ଦେଖା ଏକ ସାଙ୍ଗରେ ଚାଲିଲା I ଭାଗ୍ୟକୁ ଝିଅ ବାହାଘର ଓଡିଶା ପ୍ରଶାସନିକ ସେବାରେ ଥିବା ଏକ ମାତ୍ର ପୁଅ ରଞ୍ଜନ ସହିତ ଠିକ ହୋଇଗଲା I ମାତ୍ର ଅମରେଶ ଦଶ ଜଣ ଝିଅ ଦେଖିଲା କମ୍ପୁଟରରେ ଚାଟ କଲା ମାତ୍ର କୌଣସି ଝିଅ ମନକୁ ପାଇଲେନାହିଁ I ରାମଣୀବାବୁ ଏ ବିଷୟରେ କେବେ ପୁଅ ସହିତ କଥାବାର୍ତ୍ତା କରନ୍ତିନାହିଁ ଯାହା କହନ୍ତି ସ୍ତ୍ରୀଂକ ମାଧ୍ୟମରେହିଁ କହନ୍ତି I

    ଦିନେ ରାମଣୀବାବୁ ସ୍ତ୍ରୀଙ୍କୁ କହିଲେ କଣ ଏମିତି ଝିଅ ଦେଖା ଚାଲିଥିବ ବାହାଘର ହେବନାହିଁ , ମୁ ସମୁଦିଙ୍କୁ ସମୟ ଦେଇଥିବା ଛଅ ମାସରୁ ଚାରି ମାସ ଗଲାଣି ଆଉ ଦୁଇ ମାସ I ସେ କହିଲେ ଅମରେଶ ପିଲାବେଳ କଥାରେ ତାକୁ ଜଡେଇ ରଖ I ପିଲାବେଳେ ସେ ଯେତେବେଳେ ମାମୁଁଘରକୁ ଯାଉଥିଲା ସେତେବେଳେ ଥଟ୍ଟାରେ ତାକୁ ଭାଇ ଭଉଣୀ ମାନେ ପଚାରିଥିଲେ ଆରେ ତୁ ବଡହେଲେ କାହାକୁ ବାହା ହବୁ? ସେ କହୁଥିଲା ମୋ ଆଈ ଭଳିଆ ଗୋରା ତକତକ ଏକ ସୁନ୍ଦରୀ ଝିଅ ବାହାହେବି I ସମସ୍ତେ ଜୋରରେ ହସୁଥିଲେ I ଅମରେଶର କନିଆଁ ଖୋଜା ବିଷୟରେ ମାମୁ ମାଇଁ ଭାଇ ଭଉଣୀ କାହାକୁ ଅଛପା ନଥିଲା I ଅମରେଶ ମାମୁ ମାନଙ୍କୁ ବହୁତ ମାନେ I ବଡମାମୁ ଦିନେ ଭଣଜାକୁ ଡକାଇ ପଠାଇଲେ I ଅମରେଶ ମାଙ୍କ ସହିତ କଟକ ରେ ଥିବା ନିଜ ମାମୁଁଘରେ ପହଁଚିଲା I ମାଇଁ ପଚାରିଲେ କଣ ବାବୁ ଆମେ ବୋହୁ ଦେଖିବୁ ନା ନାହିଁ । ଅମରେଶ ଚୁପଚାପ ରହିଲା ତତ୍ପରେ ଅମରେଶ, ରଂଜିତା ଓ ମାଇଁ ଵୟାନବେ ବର୍ଷୀୟା ନିଜ ଆଈ ଙ୍କୁ ଦେଖିବାକୁ ଗଲା ଗୋଟିଏ MAKSHI ପିନ୍ଧିଛନ୍ତି ଚର୍ମ ଧୁଡୁ ଧୁଡୁ ନିଜ ଆଈ ଙ୍କୁ ପ୍ରଣାମକଲା ମାତ୍ର ଯେତେବେଳେ କାନ୍ଥ ରେ ଟଙ୍ଗା ହୋଇଥିବା ନିଜ ଫୋଟୋ ସହ ଆଈଙ୍କ ଫୋଟୋ ଦେଖିଲା ମୁହଁ ଶୁଖିଗଲା ବୋଧହୁଏ ତାର ଆତ୍ମା ଓ ବିବେକ ତାକୁ କହିଲେ ଏହାହିଁ ଜୀବନ 

ସେ ଘରକୁ ମାଙ୍କ ସହିତ ପ୍ରତ୍ୟାବର୍ତନ କଲା ଓ ମା ଙ୍କୁ କହିଲା ଅର୍ପିତାର ସାଙ୍ଗ ଯାହାକୁ ଦେଖିବାକୁ ଯାଇଥିଲେ ତାହା ସହିତ ବାହାଘର ଠିକ କରିଦିଅ I ରମଣୀ ରଞ୍ଜନ ବାବୁ ସ୍ତ୍ରୀଙ୍କୁ କହିଲେ ଭାଇ(ମାମୁ)ଙ୍କ ଫର୍ମୁଲା କାମକଲI I ତତ୍ପରେ ପୁଅ ଝିଅ ଙ୍କ ବାହାଘର ଜାକଜମକ ରେ ହୋଇଗଲା ରାମଣୀବାବୁ ଏକ ଅସ୍ବସ୍ତିକର ନିଶ୍ୱାସ ମାରି କହିଲେ ରଂଜିତା ମୋ ଗୃହୀ ଜୀବନର କାମ ସରିଗଲା ତେଣୁ ଶାସ୍ତ୍ର ରେ ଲେଖାଅଚ୍ଛି "ଗୃହ ଦେବାଳୟ ପ୍ରୋକ୍ତ ଗୃହୀ ଦେବ ସନାତନ" ମାତ୍ର ରଂଜିତା ହସି ହସି କହିଲେ କଣ ଆଉ ନାତି ନାତୁଣୀ ଙ୍କ ସହିତ ଖେଳିବାର ଇଚ୍ଛା ନାହିଁ ?



Rate this content
Log in

Similar oriya story from Drama