Debasis Ray

Others

3  

Debasis Ray

Others

ଆଧୁନିକ ଶିକ୍ଷା

ଆଧୁନିକ ଶିକ୍ଷା

2 mins
211


ବନ୍ଧୁମାନେ ଏହା ଗୋଟିଏ ସତ୍ୟ ଘଟଣା ଉପରେ ଆଧାରିତ I ଆଧୁନିକ ଯୁଗର ପାଠପଢା କିପରି ବ୍ୟବସାୟ ରେ ପରିଣତ ହୋଇଛି ତାହାର ଏକ ଉଦାହରଣ ,ମୋର ପତ୍ନୀ ଜଣେ M . A B .E D ଶିକ୍ଷିତା ନାରୀ I ଘରେ ବସିବା ଅପେକ୍ଷା ବିନା ବେତନରେ ଶିକ୍ଷା ଦେବାକୁ ମୋତେ କହିଲେ ଓ ମୁ ହଁ ମାରିଲି I ମାତ୍ର ସାତ ଆଠ ଦିନ ଗଲାପରେ କହିଲେ ମୁ ଆଉ ଯିବି ନାହିଁ I ଏକ ରବିବାର ଚା ପିଉ ପିଉ ମୁ ପଚାରିଲି ବିଦ୍ୟାଳୟ ଯିବା କାହିଁକି ଛାଡିଲ ,ସେ ଯେଉଁ ଉତ୍ତର ଦୁଇଟି ଦେଲେ ମୋତେ ବହୁତ କଷ୍ଟ ହେଲା I ସମାଜ ଆମ ବେଳଠୁ ଏତେ ତଳକୁ ଖସିଗଲାଣି ଅନୁଭବ କରି ବହୁତ ଖରାପ ଲାଗିଲା I ତା ପରଦିନ ପ୍ରଗତିବାଦୀରେ ସେହି ପ୍ରକାର ଲେଖା ଦେଖି ଖୁସି ହେଲି ଯେ ଅନ୍ୟମାନେ ମଧ୍ୟ ମୋ ଭଳିଆ ଦୁଃଖିତ ହେଉଛନ୍ତି I ନିମ୍ନରେ ସତ୍ୟ ଗଳ୍ପ ଲିଖିତ I 


ଏକ ବିଦ୍ୟାଳୟରେ ପଢ଼ୁଥିବା ଦୁଇ ପଡୋଶୀଙ୍କ ପୁତ୍ର ଦ୍ଵୟଙ୍କ ସ୍କୁଲ ପରୀକ୍ଷା ଫଳ ବାହାରିଥାଏ I ଜଣେ ଅନ୍ୟଜଣଙ୍କଠୁ ପାଞ୍ଚ ମାର୍କ ଅଧିକ ରଖିଥାଏ I କମ ନମ୍ବର ରଖିଥିବା ଛାତ୍ରର ମା ହଠାତ୍ ବିଦ୍ୟାଳୟରେ ପହଞ୍ଚି ପ୍ରଧାନଶିକ୍ଷକଙ୍କୁ ଗାଳିଗୁଲଜ ଦେବାରେ ଲାଗିଲେ I ଶେଷରେ ଏହା ମଧ୍ୟ କହିଲେ ମୋର ପୁତ୍ରକୁ ଅନ୍ୟ ବିଦ୍ୟାଳୟକୁ ନେଇଯିବି, ପ୍ରଧାନଶିକ୍ଷକ ଆଉ କଣ କରିବେ ନମସ୍କାର କରି ଆଉଥରେ ପିଲାର ଖାତା ଦେଖାହେବ କହିବାକୁ ବାଧ୍ୟ ହେଲେ ଓ ଅନ୍ୟ ପଡୋଶୀ ଛାତ୍ର ସହିତ ମାର୍କ ସମାନ କରିଦେଲେ I ମୋ ପତ୍ନୀ ସ୍ୱର ଉତ୍ତୋଳନ କଲେ ମାତ୍ର ପ୍ରଧାନଶିକ୍ଷକ କହିଲେ ସେହି ପିଲାର ମାଆ ଯଦି କମିଟି ଆଗରେ କହିଥାନ୍ତେ ତାହେଲେ ମୋ ଚାକିରୀ ଉପରେ ଆଞ୍ଚ ଆସିଥାନ୍ତା I ବୃଦ୍ଧ ଶିକ୍ଷକ କହିଲେ ମା ଆମ ଯୁଗ ଚାଲିଗଲାଣି, ଏଇଟା ପଇସାର ଯୁଗ I 


ଅନ୍ୟ ଏକ ସତ୍ୟ ଘଟଣା ହେଲା ମୋ ପତ୍ନୀ ଏକ ଛାତ୍ରକୁ ଦଶ ନମ୍ବରରୁ ଦୁଇ ନମ୍ବର ଦେଇଥିଲେ ଏହା ସ୍କୁଲରେ ଚର୍ଚ୍ଚାର ବିଷୟ ହୋଇଗଲା I ପ୍ରଧାନଶିକ୍ଷକ ମୋ ପତ୍ନୀଙ୍କ ଠାରୁ ଖାତା ନେଇ ଆଉ ଜଣେ ଶିକ୍ଷୟତ୍ରୀଙ୍କୁ ଦେଲେ I ତାପରେ ଯାହା ହୋଇଥିବ ଆପଣ ବୁଝିପାରୁଥିବେ I ମୁଁ ମୋ ପତ୍ନୀଙ୍କୁ ଧନ୍ୟବାଦ ଦେଲି ଓ KRISHNAMURTI ଙ୍କ ଏକ QUOTE କହିଲି 

"EDUCATION THROUGH COOPERATION IS FAR BETTER THAN EDUCATION THROUGH COMPETITION " ଏହି ଘଟଣାଟି ତୁଳନାତ୍ମକ ମମତ୍ୱର ଏକ ନିଚ୍ଛକ ଉଦାହରଣ I ତୁଳନାତ୍ମକ ମମତ୍ୱ (COMPARATIVE SELF ) ସବୁଠାରେ ନିଜର କାୟା ବିସ୍ତାର କରିଥିଲେ ମଧ୍ୟ ଶିକ୍ଷାରେ ପ୍ରବେଶ ଶୁଭ ସୂଚନା ନୁହେ I ଏହି ଘଟଣାଦ୍ୱୟ ସବୁ ବିଦ୍ୟାଳୟ ପ୍ରତି ପ୍ରଯୁଜ୍ୟ ନୁହେଁ I 



Rate this content
Log in