Debasis Ray

Children Stories

1  

Debasis Ray

Children Stories

ଅଝଟ କୁନା

ଅଝଟ କୁନା

2 mins
240



     ସାଧାରଣତଃ ମୋର କଲେଜରୁ ଫେରିବାରେ ବିଳମ୍ବ ହୁଏ | ଅଧ୍ୟାପକ ଚାକିରୀ ପୁଣି ବିଜ୍ଞାନ ବିଭାଗ ବକଷି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟ ଯେଉଁଠି ପ୍ରାୟ ସବୁ ଭଲ ପିଲା ଭୁବନେଶ୍ବର ରୁ ତଥା ବାହାରୁ ଆସି ଅଧୟନ କରନ୍ତି | ସେମାନଙ୍କ ସହିତ ଦିନଯାକ ରହି ତଥା ପଢାଇବା ପାଇଁ ବହି ପଢି ମୁଁ ପ୍ରାୟ ଅବଶ ହୋଇପଡେ | ଘରକୁ ଆସି ସ୍ତ୍ରୀ ବା ପୁଅ କୁନା ସହିତ ବେଶୀ ସମୟ ବିତାଇ ପାରେ ନାହିଁ ଖାଇକରି ପରଦିନ ପଢାଇବା ବିଷୟରେ ବହି ଦେଖି ନିଦ୍ରା ଯାଏ |କିନ୍ତୁ ପ୍ରତି ରବିବାର ଦିନ ପରିବାର ସହିତ ଇନ୍ଦିରା ପାର୍କରେ ୨,୩ ଘଣ୍ଟା ବସୁ |ମୋର ପୁଅ କୁନା ଷଷ୍ଠ ଶ୍ରେଣୀ ରେ ପଢେ ଓ ଶ୍ରୀମତୀ ସେହି ବିଦ୍ୟାଳୟରେ ଶିକ୍ଷୟତ୍ରୀ ଅଛନ୍ତି|ସେଦିନ ଥାଏ ରବିବାର ଆମ ପରିବାର ସନ୍ଧ୍ୟା ଚାରିଟାବେଳେ ପାର୍କ ଅଭିମୁଖେ ବାହାରିଗଲୁ | ୫ଟା ବେଳେ ପାର୍କରେ ପହଞ୍ଚିଗଲୁ , ସେଦିନ ପ୍ରବଳ ଭିଡ ହୋଇଥାଏ | କୁନା ଓ ମା ଙ୍କୁ ଗୋଟିଏ ସ୍ଥାନରେ ବସାଇ ମୁଁ ଝାଲବୁଟ ଆଣିବାକୁ ପାର୍କ ବାହାରକୁ ଗଲି,କୁନା ସମବୟସ୍କ ପିଲାମାନଙ୍କ ସହିତ ଖେଳିବାକୁ ଲାଗିଲା | ମୁଁ ଝାଲବୁଟ ଆଣି ଶ୍ରୀମତୀ ଙ୍କ ପାଖରେ ବସିଲି କୁନାର ପୁଡିଆ ଟା ରଖି ଆମେ ବୁଟ ଚୋବାଉ ଚୋବାଉ ଘର ବିଷୟରେ ଚର୍ଚା କଲୁ | ଶ୍ରୀମତୀ ମୋତେ କୁନା ପାଇଁ ସାଇକଲ କିଣିବା ନା ନାହି ବୋଲି ପଚାରିଲେ | ମୁ କହିଲି ଏ ସମୟ ରେ ପିଲାମାନେ ମୋବାଇଲ ,କମ୍ପୁଟର ବ୍ୟବହାର କରି ଶାରୀରିକ ଭାବରେ ବହୁତ କିଛି ହରାଉଛନ୍ତି ତେଣୁ ସାଇକଲ କିଣିଦବା| ହଟାତ କୁନା ଆସି ଆମ ପାଖରେ ପହଞ୍ଚିଲା | ଏ କଥା ମା ଙ୍କ ଠାରୁ ଶୁଣି ଡେଇଁଲା କାରଣ ତାସାଙ୍ଗ ବିଟୁ ର ସପ୍ତାହେ ଆଗରୁ ସାଇକଲ କିଣା ହୋଇଥାଏ |

                                    କୁନା ତା ପୁଡିଆ ଟା ନେଇ ବୁଟ ପାଟିରେ ପକାଇବାକୁ ଲାଗିଲା | ହଟାତ ମୋତେ ପ୍ରଶ୍ନ କଲା ବାପା, ମା କହୁଥିଲେ ଭଗବାନ ଆକାଶ ରେ

ରହୁଛନ୍ତି ତାଙ୍କୁ ଦୂରବୀକ୍ଷଣ ଯନ୍ତ୍ର ରେ ଦେଖି ପରିବା?ମୁ ଟିକେ ଏତସ୍ତତ ହୋଇଗଲି | କୁନା ପୁଣି ସାଙ୍ଗ ମାନଙ୍କ ପାଖକୁ ଚାଲିଗଲା | ମୁ ଶ୍ରୀମତୀ ଙ୍କୁ ପଚାରିଲି କୁନା ଏପରି ପ୍ରଶ୍ନ କାହିଁକି ପଚାରିଲା ? ଶ୍ରୀମତୀ ହସି ହସି କହିଲେ ଆଜି ତାଙ୍କ ସାହିତ୍ୟରେ ଗ୍ଯାଲିଲିଓଙ୍କ ଜୀବନୀ ବିଷୟରେ ପଢା ହୋଇଛି ସେଇଥିପାଇଁ| କୁନା ପୁଣି ଦଉଡି ଦଉଡି ଆସିଲା ଓ ପୁନଶ୍ଚ ମୋତେ ସେହି ପ୍ରଶ୍ନ ପଚାରିଲା | ମୁ ଆଧ୍ୟାତ୍ମିକ ପ୍ରେମୀ ହେଲେବି କୁନାକୁ କଣ ଆତ୍ମା ଈଶ୍ଵର ଓ ପରମାତ୍ମା ଙ୍କ ବିଷୟରେ ବୁଝାଇ ପାରିବି | ତେଣୁ ମୁ ଶୀମତୀଙ୍କୁ ପଚାରିଲି ତାଙ୍କରଶରୀର ଅନ୍ତଃ ଦୃଷ୍ଟି ଯନ୍ତ୍ର x ray ବା ଏଣ୍ଡୋସ୍କୋପି  ଯନ୍ତ୍ର ବିଷୟରେ ପଢା ହେଲାଣି ନା ନାହି | ସେ ହସିକରି ମନା କଲେ | ମୋ ମନକୁ ବୁଦ୍ଧିଟିଏ ଆସିଗଲା ଆପାତତଃ କିଛିଦିନ ପାଇଁ କୁନା ଏ ପ୍ରଶ୍ନ ଆଉ ପଚାରିବନି | ଶୀମତୀ ଙ୍କୁ କହିଲି କୁନା ଆସିଲେ ବୁଝାଇବ ଭଗବାନ ଯେପରି ଆକାଶ ରେ ଅଛନ୍ତି ସେହିପରି ଆମ ସମସ୍ତଙ୍କ ହୃଦୟ ରେ ମଧ୍ୟ ଅଛନ୍ତି |ସେଥିପାଇଁ ତାଙ୍କୁ ଦେଖିବାକୁ ହେଲେ ଅଲଗା ଯନ୍ତ୍ର ଦରକାର | ଶ୍ରୀମତୀଙ୍କୁ କୁନା କୁ ଉତ୍ତର ଦେବାକୁ କହିଲି | ସେ ହସି ହସି କହିଲେ ହଉ ବାବା | ସନ୍ଧ୍ୟା ୫ଟା ୪୫, ଯିବାକୁ ଆଉ ଏକ ଘଣ୍ଟା ଥାଏ କୁନା ପୁଣି ଆସି ଛାଡିଯାଇ ଥିବା ବୁଟ କୁ ପାଟିରେ ପକାଇ ପୁଣି ମୋତେ ସେହି ପ୍ରଶ୍ନ କଲ | ମୁଁ ଶ୍ରୀମତୀ ଙ୍କ ଆଡକୁ ଇଙ୍ଗିତ ଦେଲି | ସେ ଏଥର ମାଙ୍କୁ ପଚାରିଲା ସେହି ଏକ ପ୍ରଶ୍ନ ଭଗବାନଙ୍କୁ ଦୂରବିକ୍ଷଣ ଯନ୍ତ୍ର ସାହାଯ୍ୟରେ ଦେଖିପାରିବି ?ମା କହିଲେ କୁନା ଭଗବାନ କେବଳ ଆକାଶରେ ନଥାନ୍ତି ସେ ସମସ୍ତଙ୍କ ହୃଦୟରେ ମଧ୍ୟ ଅଛନ୍ତି | ତେଣୁ ଭକ୍ତିଦ୍ଵାରା ତାଙ୍କୁ ଦେଖାଯାଇ ପାରିବ | ମୁ ଭାବୁଥିଲି ଯେଉଁଦିନ ଶରୀର ଅନ୍ତଃ ଦୃଷ୍ଟି ଯନ୍ତ୍ର x ray ବା ଏଣ୍ଡୋସ୍କୋପି ସ୍କୁଲ ରେ ପଢାହେବ ସେଦିନ ସେ ନିଶ୍ଚିତ ତା ମା କିମ୍ବା ମୋତେ ପଚାରିବ ସେହି ପ୍ରଶ୍ନ |ଶ୍ରୀମତୀଙ୍କୁ ଧନ୍ୟବାଦ ଦେଲି |


Rate this content
Log in