Bishwaranjan Tripathy

Tragedy Classics Inspirational

3  

Bishwaranjan Tripathy

Tragedy Classics Inspirational

ପ୍ରକୃତ ବନ୍ଧୁ

ପ୍ରକୃତ ବନ୍ଧୁ

5 mins
289


ଆମେ ସମସ୍ତେ ଜାଣିଛେ ଯେ ବିପଦର ବନ୍ଧୁ ହିଁ ପ୍ରକୃତ ବନ୍ଧୁ। କିନ୍ତୁ ସତେ ଯେପରି ଏବେ ସେ ଶବ୍ଦ ଟା ଆଉ ଶବ୍ଦକୋଷ ରେ ନାହିଁ, ଯେମିତି କୁଆଡେ ଲିଭିଗଲାଣି, ନତୁବା ଲିଭେଇ ଦେଇ ସାରିଲାଣି ଏ ସ୍ୱାର୍ଥପର ମଣିଷ ସମାଜ। ତଥାପି ଏ ସମାଜ ରେ କିଛି ଲୋକ ଏମିତି ଅଛନ୍ତି ଯେଉଁ ମାନେ ନିଜ ଜୀବନକୁ ବାଜି ଲଗେଇ ଅନ୍ୟକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସନ୍ତି ଆଉ ବରାବର ଚେଷ୍ଟା ଜାରୀ ରଖିଛନ୍ତି ସେଇ ବନ୍ଧୁ ଶବ୍ଦ ଟିକୁ ଶବ୍ଦକୋଷ ରେ ବଞ୍ଚେଇ ରଖିବା ପାଇଁ।

ମୋର ନିଜସ୍ୱ ମତ ଯେ ଆଜିର ଦୁନିଆ ରେ ୮୦ ପ୍ରତିଶତ ଲୋକ ମାନେ କେବଳ ନିଜ କଥା ଭାବୁଥିବା ବେଳେ,୧୫ ପ୍ରତିଶତ ଲୋକ ନିଜ ପରିବାର କଥା ଚିନ୍ତା କରନ୍ତି, ବାକି ଯେତିକି ରହିଲେ ତନ୍ମଧ୍ୟରୁ କିଛି ଲୋକ ସ୍ୱାର୍ଥ ରଖି ଅନ୍ୟକୁ ସାହାଯ୍ୟ କରନ୍ତି ଆଉ କିଛି ସାହାଯ୍ୟ ନିସ୍ୱାର୍ଥପର ଭାବେ ସାହାଯ୍ୟ କରିଥାନ୍ତି।

ବର୍ତ୍ତମାନ ଦୁନିଆରେ ବହୁତ ସାମାଜିକ ଅନୁଷ୍ଠାନ ମାନ ଗଢିଉଠିଛି, କେବଳ ଅସହାୟ,ନିରାଶ୍ରୟ,ନିଷ୍ପେସିତ,ଅବହେଳିତ ଲୋକମାନଙ୍କୁ ସାହାଯ୍ୟ ର ହାତ ବଢ଼ାଇବା ପାଇଁ,ଯେମିତିକି ପିପୁଲ ଫର ସେବା, ସିଲଭର ସିଟି କଟକ, ଓ ସମାଜର ଦର୍ପଣ ଇତ୍ୟାଦି। ଏମିତି ବହୁତ ଅନୁଷ୍ଠାନ/ଓ ବହୁତ ଲୋକ ବି ଅଛନ୍ତି ଯଉଁମାନେ ଲୁକାଇତ ଅବସ୍ଥାରେ ସେମାନେ ସେମାନଙ୍କ ନିସ୍ୱାର୍ଥପର କାର୍ଯ୍ୟ ଜାରି ରଖିଛନ୍ତି।

ଆଉ ଏବେର ପରିସ୍ଥିତି ଏତେ ଜଟିଳ ଯେ ଗରିବ ଶ୍ରେଣୀର/ ଶ୍ରମିକ ଶ୍ରେଣୀର ଲୋକ,ପଶୁ ପକ୍ଷୀ ଇତ୍ୟାଦି ଖାଇବା ପାଇଁ ସଂଘର୍ଷ କରୁଛନ୍ତି। ଏ ଲକଡାଉନ ପରିସ୍ଥିତି ଲୋକ ମାନଙ୍କ ଧନ୍ଦା ଛଡେ଼ଇ ନେଇ ବେକାରୀ କରିଦେଇଛି। ଏହି ପରିସ୍ଥିତି ରେ ସବୁ ପ୍ରକାର ର ଅନୁଷ୍ଠାନ ବନ୍ଦ ରହିଛି, କିଛି ହାତ ଗଣତି ଅତ୍ୟାବଶ୍ୟକ ସଂସ୍ଥା କୁ ଛାଡିଦେଲେ।

ସେ ଯାହା ବି ହଉ ଏ ପରିସ୍ଥିତି କୁ ମୁକାବିଲା କରିବା ପାଇଁ ସବୁସ୍ଥର ର ଲୋକେ ଚେଷ୍ଟିତ ଓ ପ୍ରୟାସରତ ନିଜ ନିଜ ସ୍ଥରରେ,ଯେମିତିକି ଆଗଧାଡିରେ ରହିଛନ୍ତି, ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମୀ ଓ ଅନ୍ୟ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, ପୋଲିସ, ମିଡିଆ ଇତ୍ୟାଦି। ତା ସହିତ ସରକାରୀ ସ୍ଥରରେ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଉଛି ଏ ସ୍ଥିତି କୁ ନିୟନ୍ତ୍ରଣ କୁ ଆଣିବା ପାଇଁ।

ଆମ ଦେଶର ଆର୍ଥିକ ସ୍ଥିତି ଠିଆ ହୋଇଛି କୃଷକ ଓ ଶ୍ରମିକ ଙ୍କ କାନ୍ଧ ଉପରେ, ଯଦି ସେମାନେ ଜୀବିକା ହରେଇବେ ତ ଆମ ଦେଶର ଆର୍ଥିକ ମେରୁଦଣ୍ଡ ନିଶ୍ଚିତ ଭାବେ ଦୋହଲିଯିବ। ବର୍ତ୍ତମାନ ପରିସ୍ଥିତି ରେ ସେଇ ଗୁରୁତ୍ୱପୂର୍ଣ୍ଣ ଅଂଶ ବିଶେଷ ଦୁଇଟି ଜୀବିକା ହରେଇ ବଂଚିବା ପାଇଁ ସଂଘର୍ଷ ରତ, ସରକାର ତ ଚେଷ୍ଟା କରୁଛନ୍ତି, କିନ୍ତୁ ତାଙ୍କର ସେଇ ଚେଷ୍ଟା ପ୍ରକୃତରେ ତଳସ୍ଥରରେ ପହଂଚୁଛିକି ନାଈଁ ,ତାକୁ ଦେଖିବା ପାଇଁ କିଛି ବି ବ୍ୟବସ୍ତା ନାହିଁ କି କେହି ନାହନ୍ତି। ଯେମିତି ପିଲା ଜନ୍ମ କରିଦେଇ ବଜ଼ାରକୁ ଛାଡିଦେଲେ କାମ ସରିଗଲା ଭଳି, ଖାଲି ପିଲା ଜନ୍ମ କରିଦେଲେ ହବନି ତାର ଲାଳନ ପାଳନ ର ବି ଦରକାର ଅଛି, ସେମିତି ସବୁ ଯୋଜନା ଠିକଭାବରେ ପାଳନ ହଉଛି କି ନାହିଁ ଦେଖିବାର ଆବଶ୍ୟକତା ରହିଛି ଯାହାଫଳ ରେ କି ଗୋଟେ ଗରିବ ତାର ନିଜ ହକ ରୁ ବଂଚିତ ନହବ। ସେସବୁର ଅଭାବ ଫଳରେ , ସେହି ତଥାକଥିତ ସରକାରଙ୍କର କିଛି ଅସାଧୁ କର୍ମଚାରୀ/ଡିଲର ଓ ବହୁତ ଲୋକ ଲାଭନ୍ବିତ ହେଉଛନ୍ତି।

ଦେଶର ବିଭିନ୍ନ ପ୍ରାନ୍ତରେ ଦାଦନ ଖଟୁଥିବା ଏମିତି ବହୁତ ଲୋକ ଅଛନ୍ତି, ଯେଉଁମାନେ ନିଜ ନିଜ ପ୍ରଚେଷ୍ଟା ରେ ଘରକୁ ଫେରିବାପାଇଁ ଚେଷ୍ଟା ଏବେ ବି ଜାରୀ ରଖିଚନ୍ତି, ସେମାନଙ୍କ ମଧ୍ୟରୁ ଆଜି ଆମେ ପଢିବା ୨ଟି ସମ୍ପ୍ରଦାୟ ର ୨ ଜଣ ବନ୍ଧୁ ଙ୍କ ବିଷୟରେ (ଅମୃତ-୩୦, ଆକବର-୩୦) ଘର ଯାଜପୁର ଜିଲ୍ଲାରେ କୌଣସି ଏକ ଗ୍ରାମରେ। ସେମାନେ ତାମିଲନାଡୁର ଏକ ସାର କାରଖାନା କାମ କରୁଥିଲେ, ଆଉ ଭଲ ୨ପଇସା କମୋଉଥିଲେ, ତା ସହିତ ନିଜ ପରିବାର କୁ ଭରଣ ପୋଷଣ କରୁଥିଲେ, ଏମିତି ଭାବେ ତାଙ୍କର ଛୋଟ ସୁଖିପାରିବାର ର ରଥ ଚକ ଗାଡିଚାଲିଥିଲା।

ହେଲେ ଏ କୋରନା ସ୍ଥିତି ସବୁ କିଛି ବିଗାଡି ଦେଲା,ଏହାଫଳରେ ସେମାନଙ୍କ କମ୍ପାନୀ ବନ୍ଦ ହୋଇଗଲା, ପାଖରେ ଯାହା କିଛି ସଞ୍ଚିତ ପଇସା ଥିଲା ତାହା ବି ସରିବା ଉପରେ, ଏବେ ମୁଣ୍ଡରେ ଚିନ୍ତା ପଡିଲା ଖାଇବେ କଣ? ସେମାନେ ଦିନେ ଏମିତି ଟିଭି ଦେଖୁଥାନ୍ତି, ଦେଖିଲେ କିଛି ଲୋକ ନିଜ ବଳରେ/ପ୍ରଚେଷ୍ଟାରେ ଘରକୁ ଫେରୁଛନ୍ତି, କିଏ ଡଙ୍ଗାରେ ତ କିଏ ସାଇକେଲ ରେ ତ ପୁଣି କିଏ ଚାଲିଚାଲି। ଏ ପେଟର ଜ୍ବାଳା ଏତେ କଷ୍ଟ ଦାୟକ ଯେ ଏ ମଣିଷ ସେ ଦାଉକୁ ଲିଭେଇବା ପାଇଁ କିଛି ବି କରିପାରିବ।

ସେମାନେ ସ୍ଥିର କଲେ ଯେ ପାଖରେ ଥିବା ୨ଟି ସାଇକେଲ ରେ ଘରକୁ ଫେରିବା ପାଇଁ, ତଥାପି ମନରେ ଭୟ ଥାଏ କି ଏତେ ବାଟ କେମିତି ଯିବା କଣ ହେବ ଇତ୍ୟାଦି ଇତ୍ୟାଦି। ଆଉ କିଛି ବାଟ ନଥିଲା ସେମାନଙ୍କ ପାଖରେ ସାଇକେଲ ରେ ଫେରିବା ବ୍ୟତୀତ, କାହିଁକି ନା ପାଖରେ ଥିବା ସଞ୍ଚିତ ଅର୍ଥ ଶେଷ ହେବାକୁ ବସିଲାଣି, ତାସହିତ ଘରେ ବି ସମସ୍ତେ ଚିନ୍ତିତ, ଏମିତି ଭାବି ଭାବି ଗୋଟେ ଦିନ ସକାଳେ ନିଜ ନିଜ ବ୍ୟାଗ ରେ କିଛି ଅତ୍ୟାବଶ୍ୟକ ସାମଗ୍ରୀ ଭର୍ତିକରି, ସାଇକେଲ କୁ ଭଲସେ ସଜାଡି,ଭଗବାନ ଙ୍କୁ ଡାକି ବାହାରିଲେ ଘର ଅଭିମୁଖେ। ପ୍ଲାନ ଥିଲା ସବୁଦିନ ଅତି କମରେ ୧୦୦ କିମି ଯାହା ବି ହୋଇଗଲେ ଅତିକ୍ରମ କରିବେ।

ପ୍ଲାନ ଅନୁସାରେ ପ୍ରଥମ ଦିନ ସେମାନେ ପାଖା ପାଖି ୧୫୦କିମି ଅତିକ୍ରମ କରିଗଲେ, ଏଭଳି ଭାବେ ସେମାନେ ଅନବରତ ସାଇକେଲିଙ୍ଗ କରି ଥକି ଯାଇଥାନ୍ତି, ସେହିଦିନ ରାତିରେ ୩.୦୦ ଟା ହବ ସେମାନେ ଗୋଟେ ମନ୍ଦିର ର ପ୍ରାଙ୍ଗଣରେ ବିଶ୍ରାମ କରିଲେ, ଆକବର ଡରୁଥାଏ, ଯଦି କେହି ତାକୁ ଚିନ୍ହି ଯିବେ ତ ସବୁ ସରିଲା, ହେଲେ ସେମିତି କିଛି ହୋଇନଥିଲା, ସକାଳୁ ଉଠି ନିତ୍ୟ କର୍ମ ସାରି, ପାଖରେ ଥିବା କିଛି ଶୁଖିଲା ଖାଦ୍ୟ ଖାଇଲେ, ବୋତଲ ରେ ପାଣି ଭର୍ତ୍ତି କରି ପୁଣି ବାହାରିଲେ ଯାତ୍ରାରେ, ବାଟରେ ବହୁତ ହଇରାଣ ବି ହୋଇଛନ୍ତି, ଯେମିତିକି, ସାଇକେଲ ଟାୟାର ଫାଟିବା, ବର୍ଷା, ଝଡ, ଭୁତ,ଓ ଲୁଟ ପାଟର ଭୟ ଇତ୍ୟାଦି।

ଘରେ ପହଞ୍ଚିବାକୁ ଆଉ ମାତ୍ର ୧୦୦ କିମି ରୁ କମ ଥାଏ, ସେଦିନ ରାତିରେ ସେମାନେ ବିଶ୍ରାମ କରନ୍ତି ଭୁବନେଶ୍ୱର ଓ ଖୋର୍ଦ୍ଧା ମଧ୍ୟରେ ଥିବା ଯାଆଁଳା ସ୍ଥିତ ଏକ କ୍ଲବ ଘର ପିଣ୍ଡା ରେ ଓ ଖୁସିରେ କଥାବାର୍ତା ହୋଇ ସୁଅନ୍ତି କି ରାତି ପାହିଲେ ସେମାନେ ଘରେ ଥିବେ ଘରର ସଦସ୍ୟ ଓ ଅନ୍ୟମାନଙ୍କୁ ଦେଖିବେ ଆହୁରି ଅନେକ କିଛି, ହେଲେ ସକାଳ ପାହିଲା ବେଳକୁ ଅମୃତ ଦେଖେ କି ଆକବର ସୋଇଛି,ସେ ତାକୁ ଡାକିଦେଇ ପଳେଇଲା ନିତ୍ୟକର୍ମ କରିବାକୁ ପାଖରେ ଥିବା ଏକ ନଳକୂପ କୁ, ସବୁ କାମ ସାରି ଫେରିଲା ବେଳକୁ ଦେଖେ ତ ସେମିତି ଆକବର ଶୋଇଛି, ଯେତେ ଡାକିଲେ ବି ସେମିତି ନିରବ ଓ ନିଶ୍ଚଳ ଭାବେ ପଡିରହିଛି। ଏତେବେଳ ଯାଏଁ ଅମୃତ ଜାଣିପାରୁନଥାଏ, ସେ ଯାଇ ଡ୍ରେସ ପତ୍ର ପିନ୍ଧି ଯେବେ ରେଡି ହୁଏ ତଥାପି ଆକବର ଉଠୁନି, ତାପରେ ତାର ପାଖକୁ ଯାଇ ହାତ ମାରି ଡାକିଲା ବେଳକୁ ଜାଣିପାରିଲା ଯେ ସେ ବେହୋସ ହୋଇ ପଡିଛି,ସଂଗେ ସଂଗେ ଆମ୍ବୁଲାନ୍ସ କୁ ଫୋନ କରି ଡକେଇଲା, ଆମ୍ବୁଲାନ୍ସ ଆସି ତାକୁ ଖୋର୍ଦ୍ଧା ସ୍ଥିତ ଜିଲ୍ଲା ସରକାରୀ ଡାକ୍ତରଖାନା କୁ ନେଇଗଲା,ହେଲେ ସେତେବେଲକୁ ବହୁତ ଡେରି ହୋଇ ସାରିଥିଲା, କାହିଁକି ନା ଆକବର ଆଉ ଏ ଦୁନିଆରେ ନଥିଲା।

ଅମୃତ କଣ କରିବ କିଛି ଜାଣିପାରୁନଥାଏ, ବହୁତ କଷ୍ଟରେ ତାର ଶବକୁ ଘରକୁ ନେଇ ଆସିଲା,ଘରେ ଏପଟେ ଖୁସି ଥାନ୍ତି ଏତେଦିନ ପରେ ପୁଅ ଫେରିବ, ହେଲେ ଦ୍ୱାରରେ ଆମ୍ବୁଲାନ୍ସ ର ଶବ୍ଦ ଶୁଣି ଆକବର ଘର ଲୋକେ ଟିକେ ଡରିଗଲେ ଆଉ ସେ ଡର ଏମିତି ହବ ବୋଲି କେହି ବି ବିଶ୍ୱାସ କରୁନଥିଲେ, ସମସ୍ତେ ଭାବିଲେ ଯେ ଆକବର କରୋନା ରେ ମୃତ ହୋଇଛି, ପାଖକୁ ବି କେହି ଅସୁନଥାନ୍ତି,ନା ଗାଁ ଲୋକେ ନା ଘର ଲୋକେ।

କେବଳ ପାଖରେ ଥାଏ ପିଲାଦିନର ସାଙ୍ଗ ଅମୃତ, ଏମିତି ବହୁତ ସମୟ ଶବଟି ଦାଣ୍ଡରେ ପଡ଼ିରହିଲା ହେଲେ କେହି ବି ଆସିଲେନି ତାର ପାଖକୁ ସେହି ଅଜଣା ରୋଗ ଭୟରେ, ଯଦି ଆକବର ର ଅମୀ କି ଅବୁ ବଞ୍ଚିଥାନ୍ତେ ତ ସେ ନିଶ୍ଚିତ ଆସିଥାନ୍ତେ, ହେଲେ ସେମାନେ ବି ନଥିଲେ, ଓ ସେ ଅବିବାହିତ ଥିବାରୁ ତାର ଅନ୍ୟ ପରିବାର ସଦସ୍ୟ ଛୁଇଁବା ତ ଦୂରର କଥା ପାଖକୁ ବି ମାଡିଲେ ନାହିଁ। କବାଟ ଦେଇ ଘରକୁ ଚାଲିଗଲେ, ତାସହିତ ଗାଁ ର ଲୋକମାନେ ବି ଅମୃତ କୁ କହିଲେ ଯଥା ଶୀଘ୍ର ଆକବର କୁ ନେଇଯିବା ପାଇଁ।

ଅମୃତ କହିଲା ହଂ ନେଇଯିବି ମୋର ସାଙ୍ଗକୁ, ସେ ବଞ୍ଚିଥିଲା ବେଳେ ତ କିଛି କରିପାରିଲିନି ତା ପାଇଁ ମରିବାପରେ ଯଦି କିଛି କରିପାରିବି ସେଟା ମୋ ପାଇଁ ବହୁତ। ହେଲେ ଶତଧିକ ତୁମ ମାନଙ୍କୁ ଆଉ ତୁମ ମଣିଷ ପଣିଆକୁ,ଆଜି ଯଦି ତୁମ ଘର ର ଲୋକ କିଏ ଏମିତି ସ୍ଥିତିରେ ଥାନ୍ତା, ତୁମେମାନେ କଣ ଏମିତି କରିପାରିଥାନ୍ତ?

ଆଉ ରହିଲା କରୋନା କଥା, ଆକବର କୁ ସେ ରୋଗ ନଥିଲା କି ସେ ସେହି ରୋଗରେ ମରିନି ଯଦି କେହି ଶିକ୍ଷିତ ଅଛନ୍ତି ଏଠି ତ ଦୟାକରି ଆସି ଏହି ରିପୋଟ ଟିକୁ ଦେଖନ୍ତୁ। ହେଲେ ଭୟରେ କେହି ବି ପାଖକୁ ଆସିଲେ ନାହିଁ, ଶେଷରେ ଅମୃତ, ଆକବର ର ଶେଷ କୃତ୍ୟ ହିନ୍ଦୁ ରୀତି ନୀତି ରେ କରିଲା ଆଉ ତାର ସମସ୍ତ ପରିବାର ସଦସ୍ୟ ଓ ସାଙ୍ଗମାନେ ତାକୁ ବହୁତ ସାହାଯ୍ୟ କରିଲେ।

ଆଜି କାଲି ଦୁନିଆରେ ଆମେ ଏତିକି କହିବା କି, କିଛି ଲୋକ ଅଛନ୍ତି ଯେଉଁ ମାନଙ୍କ ପାଇଁ ଆଜି ବି ମଣିଷ ପଣିଆ ବଞ୍ଚିଛି।


ସମାପ୍ତ


Rate this content
Log in

Similar oriya story from Tragedy