STORYMIRROR

ପରୀ <3

Drama Classics

4  

ପରୀ <3

Drama Classics

ପ୍ରିୟ ତମେ...

ପ୍ରିୟ ତମେ...

2 mins
341

ଅପଲକେ ଚାହିଁ ରହିଥିଲା ସବୁଠୁ ଉର୍ଦ୍ଧ୍ବରେ ଫୁଟିଥିବା ସେ ଫୁଲଟିକୁ । ନାଁ ମନେନାହିଁ ମାତ୍ର କି ସୁନ୍ଦର ଦେଖିବାକୁ ।କଲେଜ ଦିନରେ ଦେଖୁଥିଲା ସେଇ ଫୁଲକୁ, ପ୍ରିୟ ଥିଲା ଫୁଲଟି ମାତ୍ର ପୁଣି କାଳାତିକ୍ରମେ ଅଜଣା ପାଲଟି ଯାଇଥିଲା ।

ଭାବୁଥୁଲା ପୁଣି କାହିଁ ଅଜଣା ଲୋକ ସବୁ ଚିହ୍ନା ପରି ଲାଗନ୍ତି, ଆଉ ପୁଣି କିଛି ଚିହ୍ନା ମୁଁହ ଲାଗେ ଅଜଣା ଅଜଣା। ପୁଣି ଭାବିଲା ସେ ହୁଏତ ଜାଣିନି ଠିକ୍ ରେ, ହୁଏତ ବୁଝିପାରିନି ଭାଷା ସବୁ ମୁଖମଣ୍ଡଳର।

ଝିଅଟି, ଝଡ ଝଞ୍ଜା ସହି ସରୋଜିନୀ ହୋଇଥିଲା ତା ପରିବାରର ପଙ୍କରେ, ଦିନେ ଡାକ୍ତର ହେବାର ସ୍ବପ୍ନ ଦେଖୁଥିଲା ଓ ଆଜି ସେ ସ୍ବପ୍ନ ହୋଇଛି ବାସ୍ତବତାରେ ପରିଣତ । ଯାଉଛି ପ୍ରଥମ ଥର ପାଇଁ ତାର ସ୍ବକର୍ମକ୍ଷେତ୍ରକୁ, ଯାହା ତା ପାଇଁ ଅଜଣା ଆଜି ।

'ଓହୋ !!! ୨୦ ମିନିଟ ହେଲାଣି, ବସ୍ କୁ ବି ଆଜି ଲେଟ୍ ହବାର ଥିଲା, କେତେ କରି କହିଛି ବାପାଙ୍କୁ ସାଇକେଲଟା ମୋର ସାଇକେଲ ତ ନୁହେଁ ମୋ ସବାରୀ ପରି, କାହିଁ ଦେଇ ଛାଡିଲେନି କେଜାଣି। କେତେ ସମୟ ଅପେକ୍ଷା କରିବି ଆଉ !!

ଇତି ମଧ୍ୟରେ କାର୍ ରେ ଆଦିକୁ ଯିବାର ଦେଖୁଛି ।ଆଦି, ତା ସାଙ୍ଗ ଯାହାକୁ କହି ପାରିନଥିଲା ଦିନେ ସତ ଟିଏ । ପୁଣି ଭାବିଛି କ'ଣ ସେ ମତେ ମନେରଖି ଥିବେ ? ମନେରଖି ଅବା କ'ଣ ଲାଭ, ପୁଣି ମନେ ପଡିଛି ସେ ସ୍ମୃତି ସବୁ ଆଉ ସେ କାରଣ ସବୁ ଯାହା ତା ଓଠରୁ କଥା ଫେରାଇ ନେଇଥିଲା ।

ମାଡାମ୍ କୁଆଡେ ଯିବେ କି ? ଅଟୋରୁ ସ୍ବର ଟିଏ ଭାସି ଆସିଛି। ତା କଥାରେ ପୁଣି ବର୍ତ୍ତମାନ କୁ ଫେରିଛି ।

'ଧାରା ଏସ୍. ସି. ହସ୍ପିଟାଲ କୁ ଯିବାର ଥିଲା ।' ବସ୍ ଟି ଆସିନି କାହିଁ ପଚାରିବାରୁ ବସ୍ ଷ୍ଟ୍ରାଇକ୍ ଚାଲିଛି ବୋଲି ଲୋକଟି କହିଛି । ବାଧ୍ଯ ହୋଇ ଆଉ କ'ଣ କରିବ ଜାଣି ନ ପାରି ସେ ଯାଇଛି ଅଟୋରିକ୍ସାରେ ଆଉ ପହଁଞ୍ଚିଛି ତା କର୍ମକ୍ଷେତ୍ରରେ । ଆଜି ପ୍ରଥମ ଦିନ କ'ଣ ହେବ କିଛି ଭାବିପାରିନି ସେ । ନାନା ପ୍ରଶ୍ନ ନେଇ ଯାଇଛି ହସ୍ପିଟାଲ ଭିତରକୁ । କେହି ରାଗି ସିନିୟର ଥିବେ କି ନଥିବେ ଭାବିଛି ଓ ପୁଣି କହିଛି ସବୁ ଠିକ୍ କରିଦେବ ପ୍ରଭୁ !!!

କିନ୍ତୁ ଏ କଣ !!!

ସେଠାରେ ପହଞ୍ଚି ସେ ଦେଖେ ଆଦି କୁ, ସେ କାହିଁକି ଚାହିଁ ରହିଛି ତାକୁ ??? ହଠାତ୍ କିଛି ବୁଝିପାରିନି ସେ । ଆଦି ତାକୁ କହିବା ଆରମ୍ଭ କରିଛି "ସରପ୍ରାଇଜ!!! ୱେଲକମ୍ ରାଧା । ଆଇ ଆମ୍, ଲେଟ୍ ଇଟ୍ ଗୋ, ୟୁ ନୋ ; ହିୟର୍ ଦ ଏମ୍. ଡି. ୱେଲକମସ୍ ୟୁ।" ପୁଣି ହସି ହସି ନେଇଛି କିଛି ଦେଖାଇବାକୁ।

ନଜର ପଡିଛି ରାଧାର ସେ ସୁନ୍ଦର ଫୁଲ ଗଛ ଉପରେ ଯାହା ବିରାଟକାୟ ଆକାର ଧାରଣ କରିଛି ଓ ଫୁଟିଉଠିଛି ଅଗଣିତ ତାର ପ୍ରିୟ ପୁଷ୍ପ ସେଥିରେ । ଚିହ୍ନା ତାର ପ୍ରେମ ଆଜି ଅଚିହ୍ନା ବୋଲି ଭାବିଥିଲା, ମାତ୍ର ଆଦି କହିଛି 'ମନେ ଅଛି ମୋର ତୁମ ଚପଳାମି, ଫୁଲକୁ ଦେଖିଦେଇ କବିତା ଲେଖିବାର ଅଭ୍ୟାସ ସବୁ, ମନେ ଅଛି ସ୍ମୃତିସବୁ ଓ ମନେ ଅଛ ତୁମେ ମଧ୍ୟ । ପ୍ରିୟ ତୁମ ପୁଷ୍ପବୃକ୍ଷ ଏକ ମାତ୍ର ସାହାରା ସାଜିଛି ଏହି ପଥହରା ବାଟୋଇର। କିଛି କହିବନି ରାଧା???

ରାଧା ଉପରକୁ ଚାହିଁ ଦେଖୁଚି ଧାରା ତ କେବଳ ବିପରୀତ ତା ନାମର।

କହିଛି ଆଦିକୁ ଚାହିଁ ପ୍ରିୟ ସ୍ଥାନେ ପ୍ରିୟ ପୁଷ୍ପ ଓ ପ୍ରିୟ ତମେ...


Rate this content
Log in

Similar oriya story from Drama