mili rout

Abstract

4  

mili rout

Abstract

ପରିସ୍ଥିତି

ପରିସ୍ଥିତି

7 mins
413


ପଶ୍ଚିମ ଆକାଶର ଅସ୍ତଗାମି ସୂର୍ଯ୍ୟଙ୍କର ଲାଲ୍ ମୟ ଦୃଶ୍ୟ ଓ ପକ୍ଷୀ ମାନଙ୍କର ମେଳ ହେଇ ଵସାକୁ ଫେରିବାର ଅପୂର୍ବମୟ ଦୃଶ୍ୟରେ ହଜି ଯାଇଥାଏ ଗୋଟେ କୋମଳ, ନିରୀହ ମନ। ସତେ ଯେପରି ପ୍ରକୃତି ର ସମସ୍ତ ଉପମାକୁ ସେ ଅନୁଭବ କରୁଛି। ଏହି ସମୟରେ ଗୋଟେ ସ୍ତ୍ରୀ ଲୋକଙ୍କ ଡାକ ଶୁଭିଲା, ଏ ରମ୍ଭା ସନ୍ଧ୍ୟା ହେଲାଣି ବା ଘରେ ଟିକେ ଆଲୁଅ ଲଗେଇଦେଇଯା। ହଠାତ୍ ସେ ଚମକି ପଡି କହିଲା, ହଁ ମାଆ ଆସୁଛି।ମାଆ ଲୁଗା ବଦଳି ସନ୍ଧ୍ୟା ଦବାକୁ ଗଲେ। ଚଉରା ମୂଳେ ଦୀପ ଟିଏ ଲଗାଇ ମୁଣ୍ଡିଆ ମାରିଲେ। ରମ୍ଭା ବି ଗୋଡ ହାତ ଧୋଇ ମାଆ ଙ୍କ ପାଖରେ ମୁଣ୍ଡିଆ ମାରିଲା, ଆଉ ମାଆ ଙ୍କୁ ପଚାରିଲା ମାଆ ଦୀପ ତଳ ଅନ୍ଧାର ମାନେ କଣ? ମାଆ ବିରକ୍ତ ଭାବ ପ୍ରକାଶ କରି କହିଲେ , ତୁ ପୁଣି ଆଜି ସେଇ ପ୍ରଶ୍ନ ପଚାରିଲୁ ମୋତେ। ଏତିକି କହି ମାଆ ଘରକୁ ଗଲେ ଭାରି। ଚଉରା ପାଖରେ ବସି କିଛି ସମୟ ସେ ଦୀପକୁ ଚାହିଁ ରହିଲା, ଆଉ ମନେ ମନେ ବହୁତ ପ୍ରଶ୍ନ କଲା ଦୀପକୁ। ବିଚାରି ଦୀପ ତା ପ୍ରଶ୍ନ ଶୁଣି ଲିଭିଗଲା। ରେଡ଼ିଓ ଶଦ୍ଦ ଶୁଣି ତା ଭାବନା ଭାଙ୍ଗିଗଲା, ଦେଖିଲା ସବୁଦିନ ପରି ବାପା ରାମାୟଣ ଶୁଣୁଛନ୍ତି।ବାପା ଙ୍କ ପାଖରେ ବସି ରାମାୟଣ ଶୁଣିଲା, ବାପାଙ୍କୁ ବି ପ୍ରଶ୍ନ କଲା ବାପା ସୀତା ରାମଚନ୍ଦ୍ର ଙ୍କ ପାଇଁ ରାଜସୁଖ କଣ ପାଇଁ ଛାଡ଼ିଥିଲେ? ବାପା କିଛି ଉତ୍ତର ନ ଦେଇ ରାମାୟଣ ଶୁଣୁଥାନ୍ତି। ରମ୍ଭା ସେଠୁ ଉଠି ଆସିଲା ଓ ମାଆଙ୍କ ସାମ୍ନାରେ କହିଲା ମୁଁ ଯାହାବି ପ୍ରଶ୍ନ ପଚାରୁଚି ମୋ ପ୍ରଶ୍ନର କଣ ପାଇଁ ଉତ୍ତର ଦଉନ। ମାଆ ହସିକି କହିଲେ , ସମୟ ଆସିଲେ ସବୁ ଜାଣି ପାରିବୁ। ରମ୍ଭା ଶୋଇବାକୁ ଗଲା ଆଉ ଅପେକ୍ଷା କଲା ସମୟର । ବାପା ବୋଉ ଙ୍କର ଗୋଟେ ବୋଲି ଝିଅ। ସମୟ ତ ଆଉ କାହାକୁ ଅପେକ୍ଷା କରେନି। ଚାହୁଁଚାହୁଁ ରମ୍ଭା ବଡ଼ ହୋଇଗଲା , ଚମ୍ପା ରଙ୍ଗର ଗୋରା ଦେହ ଟା ଦିନକୁ ଦିନ ଉଜ୍ଜ୍ବଳ ଦେଖାଗଲା। ସତରେ କେତେ ସୁନ୍ଦର ସିଏ। ଗୋଟେ ଦିନ ରମ୍ଭା ର ବାପା ମାଆ ତା ବାହାଘର ବିଷୟରେ କଥା ହେଉଥିଲେ। ଭଲ ପିଲା ମିଳିଲେ ରମ୍ଭାର ବିହାଘର ଟା କରିଦେବେ।ରମ୍ଭା କାନରେ କଥାଟା ପଡ଼ିଲା, ବହୁତ ଲାଜେଇ ଗଲା ସିଏ। ମନେ ମନେ ଭାବିଲା ତା ସ୍ୱପ୍ନ ର ରାଜକୁମାର ଆସି ତାକୁ ନେଇଯିବ ଆଉ ଅନ୍ୟ ମାନଙ୍କ ପରି ତାର ବି ବାହାଘର ହବ। ଏମିତି କେତେ କଥା ଭାବୁଥିଲା।ମାଆ ଙ୍କ ଡାକରେ ତା ଭାବନାରେ ପୁର୍ଣ୍ଣଛେଦ ପଡ଼ିଲା ।

ବାପା ଙ୍କ ପାଇଁ ଖାଇବାକୁ ବାଢ଼ିଲା , ମାଆ ପଚାରିଲେ ଆଜି ରୋଷେଇ କଣ କରିଚୁ ? ରମ୍ଭା କହିଲା କଖାରୁ ଡଙ୍କ ରାଇ ଆଉ ସଜନା ଶାଗ , ମୁଗ ରସୁଣ ଦେଇ ଛୁଙ୍କ କରିଚି। ମାଆ କହିଲା କଖାରୁ ଡଙ୍କ ରାଇ ଟିକେ ସାବିତ୍ରୀ ମାଉସୀ ଘରେ ଦେଇଆସିବୁ, ତାଙ୍କୁ ବହୁତ ପସନ୍ଦ। ମୁଁ ଶୁଣିଲି ରାଜେସ ବି ଆଜି ସହରରୁ ଫେରିଚି। ଛୋଟବେଳେ ସିଏ ବି ଭଲ ପାଏ ଡଙ୍କ ରାଇ ଖାଇବାକୁ। ତୁ ଯା ଦେଇଆସିବୁ। ମାଆ ଙ୍କ ପାଟିରୁ ରାଜେସ ଆସିବା ଖବର ଶୁଣି ସେ ବହୁତ ଖୁସି ହେଲା ଆଉ ତା ଖୁସିର ପ୍ରତିଫଳନ ତା ସରଳିଆ ଆଖିରୁ ଜଣା ପଡୁଥିଲା। ଵହୁତ୍ ବର୍ଷ ପରେ ରାଜେସ ଆସିଛନ୍ତି। ରମ୍ଭାର ଚଂଚଳିଆ ମନ ଟା ରାଜେସ କୁ ଦେଖିବା ପାଇଁ ବିକଳ ହେଇଯାଉଥାଏ। ସାବିତ୍ରୀ ମାଉସୀ ଙ୍କ ଘରେ ପହଞ୍ଚିଲା ସିଏ। ମାଉସୀ କହିଲେ ଆଲୋ ରମ୍ଭା ବହୁତ ଦିନ ପରେ ଆସିଛୁ, ଘର ଭିତରକୁ ଆସେ। ତା ସରଳିଆ ଆଖି ଦିଟା ରାଜେସ କୁ ଖୋଜୁଥିଲା। ମାଉସୀ ତମ ପାଇଁ ଡଙ୍କ ରାଇ ନେଇକି ଆସିଥିଲି, ମାଆ କହିଲେ ତୁମକୁ ବହୁତ ପସନ୍ଦ। ଏଇ ସମୟରେ ରାଜେସ ଗାଧେଇକି ଆସିଲା। ରମ୍ଭା ଏକ ଲୟ ରେ ଚାହିଁରହିଥିଲା ରାଜେସ କୁ। ଗୋରା ଦେହରେ ପାଣି ଟୋପା ଗୁଡା ଚିକ୍ ଚିକ୍ କରୁଥାଏ। ଅସଜଡା ଓଦା କେଶ ଗୁରା ତା ସୁନ୍ଦରତା କୁ ଦୁଇଗୁଣ କରିଦଉଛି। ନିଜ ମନକୁ ପ୍ରଶ୍ନ କଲା ଇଏ କଣ ମୋ ସ୍ୱପ୍ନର ରାଜକୁମାର ? ହଠାତ୍ ସାବିତ୍ରୀ କହିଲେ ଆରେ ରାଜେସ ଦେଖିଲୁ କିଏ ଆସିଛି, ଜାଣି ପାରୁଚୁ ନା ନାହିଁ। ରାଜେସ ଦୋ ଦୋ ଚିହ୍ନା ରେ ଉତ୍ତର ଦେଲା ! ରମ୍ଭା ! କେତେ ହ। ପୁରା ସହରୀ ଝିଅଙ୍କ ପରି। ରାଜେସ ମୁହଁରୁ ଏମିତି ପ୍ରଶଂସା ଶୁଣି ବିଚାରି ଲାଜକୁଳୀ ଲତା ପରି ଝାଉଁଳି ପଡ଼ିଲା ଓ ଘରକୁ ଚାଲିଆସିଲା ଦର୍ପଣ ସାମ୍ମାନା ରେ ନିଜ ମୁହଁକୁ ଦେଖିଲା ଆଉ ପ୍ରଶ୍ନ କଲା ନିଜକୁ ! ସତରେ କଣ ମୁଁ ଏତେ ସୁନ୍ଦର ? ମୁରୁକି ମୁରୁକି ହସୁଥାଏ ମନକୁ ମନ। ମାଆ ଦେଖିକି ପଚାରିଲେ ଆଉ କହିଲେ ଆଲୋ ପାଗେଳି ହେଇଯାଇଛୁ ନା କଣ ବା? ସେତିକି ବେଳୁ ମନକୁ ମନ ହସିବାରେ ଲାଗିଛୁ। ଆଛା କହିଲୁ ରାଜେସ ସହ ଦେଖା ହେଲା, କେମିତି ଅଛି ସିଏ। ରମ୍ଭା ଉତ୍ତର ଦେଲା ହଁ ମାଆ ସିଏ ବହୁତ ଭଲ ଅଛନ୍ତି ଆଉ ଜାଣିଛୁ ମାଆ ସିଏ ଆଗ ଠାରୁ ବହୁତ ସୁନ୍ଦର ହେଇଯାଇଛି। ହଉ ତୁ ଘରେ ଥା , ମୁଁ ଟିକେ ବାଡ଼ି ଆଡ଼କୁ ଯାଉଛି । ଏମିତି ସମୟ ବିତିଗଲା ରମ୍ଭା ପ୍ରତିଦିନ ଘର କାମ ସାରି ରାଜେସ ଘରକୁ ଯାଏ ମାଉସୀଙ୍କୁ କାମରେ ସାହାଯ୍ୟ କରିବାକୁ। ମାଉସୀ ବି ଖୁବ୍ ପ୍ରଶଂସା କରନ୍ତି ରମ୍ଭା ର ତା କାମ ପାଇଁ। ରାଜେସ ଆଉ ରମ୍ଭା ବି ଭଲ ସାଙ୍ଗ ହେଇଗଲେଣି। ରାଜେସ ର ଚାହାଣି ଆଉ ତାଠୁ ପ୍ରଶଂସା ଶୁଣି ରମ୍ଭା ମନରେ ରାଜେସ ପାଇଁ ଭଲପାଇବା ଅଧିକ ହୋଇଯାଇଥିଲା। ହଠାତ୍ ସନ୍ଧ୍ୟା ସମଯରେ ମାଉସୀ ରମ୍ଭା ଘରକୁ ଆସିଲେ। ରମ୍ଭା ର ମାଆ ପଚାରିଲେ? କଣ ହେଲା ନାନି କିଛି ଅସୁବିଧା ହେଇଛିକି ? ମାଉସୀ କହିଲେ ଆରେ ନାମ ସେମିତି କିଛି ନାହିଁ। ମୁଁ ଆମ ରମ୍ଭା କଥା କହିବାକୁ ଆସିଥିଲି। ରମ୍ଭା ର ମାଆ ଅବାକ୍ ହୋଇ କହିଲେ ରମ୍ଭା ର କଥା ! ମାଉସୀ ହିଲେ ତୁମ ଝିଅର ବାହାଘର ବୟସ ହେଇଲାଣି, ଯଦି ତୁମର କିଛି ଆପତ୍ତି ନ ଥାଏ, ତାହେଲେ ରମ୍ଭା କୁ ମୁଁ ମୋ ବୋହୁ କରିବାକୁ ଚାହେଁ। ରାଜେସ ର ବି ଚାକିରୀ ହେଇଗଲାଣି ଖାଲି ଚିଠି ଆସିଲେ ସେ ସହରକୁ ଯିବ। ଆଉ ବାହାଘର ପରେ ଯଦି ରମ୍ଭା ଇଛା କରିବ ତାହେଲେ ସିଏ ବି ଯିବ ସହରକୁ। ପ୍ରସ୍ତାବ ଶୁଣି ରମ୍ଭା ର ମାଆ ଓ ବାପା ବହୁତ ଖୁସି ହେଲେ। ସେ ଖୋଜିଥିଲେ ବି ଏତେ ଭଲ ପ୍ରସ୍ତାବ କେବେବି ପାଇନଥାନ୍ତେ।ହେଲେ ତମେ ଥରେ ରାଜେସ କୁ ପଚାର ସିଏ କଣ ରାଜି ହେବ ରମ୍ଭା କୁ ବାହାହବା ପାଇଁ। ସାବିତ୍ରି ଦେବି କହିଲେ ତା ବାପା ଚାଲିଗଲା ପରେ ମୁଁ ତାକୁ ଦୁହିଁଙ୍କ ଭଲ ପାଇବା ଦେଇଛି। ଆଜି ଯାଏ ମୋର କୋଉ କଥା କୁ ସେ ଅବମାନନା କରିନି। ସେମିତିରେ ବି ସିଏ ରମ୍ଭା ର ବହୁତ ପ୍ରଶଂସା କରେ ।ଏତିକି କଥା କହି ସାବିତ୍ରି ଦେବି ଚାଲିଗଲେ ତାଙ୍କ ଘରକୁ । ରୋଷେଇ ଘରେ ଥାଇ ସବୁ କଥା ଶୁଣୁଥିଲା ରମ୍ଭା। ତା ସ୍ୱପ୍ନ ସବୁ ପୁରା ହବାକୁ ଯାଉଛି। ତା ରାଜକୁମାର ସତରେ ଆସିବ ଆଉ ତା ରାଣିକୁ ସହରକୁ ନେଇଯିବ। ସହରକୁ ଯାଇ ଖୁବ୍ ମଜା କରିବ ସିଏ, ବହୁତ ବୁଲିବ, ନୂଆ ନୂଆ ଲୁଗା ପିନ୍ଧିବ, ଆଉ ରାଜେସ ପାଇଁ ନୂଆ ନୂଆ ଖାଇବା ବି କରିବ। ଏମିତି ବହୁତ କଥା ସେ ଭାବିଲା। ଖୁସିରେ ତାକୁ ଭୋକ ବି କରୁନଥାଏ। ମାଆ ଙ୍କୁ କହିଦେଇ ଗଲା ଶୋଇବା ପାଇଁ। ଦିନ ବିତିଗଲା । ରମ୍ଭା ବଧୁ ବେଶରେ ସଜେଇ ହୋଇଥାଏ , ନାଲି ରଙ୍ଗର ଶାଢୀ ପିନ୍ଧି ଆଉ ନାଲି କୁକୁମ ରେ ସଜେଇ ହୋଇ ସାକ୍ଷାତ ଦେବୀ ପରି ଲାଗୁଥିଲା। ଘରେ ସମସ୍ତେ ଖୁସି ଥିଲେ , ରମ୍ଭା ର ଖୁସି କହିଲେ ନ ସରେ। ବରଯାତ୍ରୀ ଆଣିକି ରାଜେସ ବି ଆସିଗଲାଣି।ବାଣ ଫୁଟା ଶଦ୍ଦ ଶୁଣି ରମ୍ଭା ଚମକି ପଡ଼ିଲା, ଚାହିଁଲା ବେଳକୁ ସିଏ ଶୋଇଥିଲା , ଜାଣିପାରିଲାନି କଣ କରିବ ସିଏ। କବାଟ ର ଠକ୍ ଠକ୍ ଶଦ୍ଦ ଶୁଭାଗଲା, ରମ୍ଭା ଉଠିକି ମୁଁହ ଧୋଇ କବାଟ ଖୋଲିକି ଦେଖେ ତ , ରାଜେସ ଆସିଛନ୍ତି ।ଅବାକ୍ ହୋଇ ଚାହିଁ ରହିଲା। ରମ୍ଭା କିଛି କହିବା ପୂର୍ବରୁ ,ରାଜେସ କହିଲା ତୁ ମୋତେ  ମନ୍ଦିରରେ ଦେଖା କରିବାକୁ ଆସେ ଏବେ ମୁଁ ଅପେକ୍ଷା କରିଥିବି। ଏତିକି କହି ଚାଲିଗଲା। ରାଜେସ ମନ୍ଦିର ଡାକିଛି ତାକୁ ଦେଖା କରିବାକୁ । ଏ କଥା ଭାବି ସେ ଖୁସିରେ ପାଗେଳି ହେଇଗଲା। ଭାବିଲା ରାଜେସ ବୋଧେ ତାଙ୍କ ମନ କଥା କହିବେ ତାକୁ।ଖୁସିରେ ବାହାରି ପଡିଲା ମନ୍ଦିରକୁ। ହଳଦୀ ରଙ୍ଗର ପୋଷାକ ରେ ପୁରା ସତେଜ ସୂର୍ଯ୍ୟମୁଖି ଫୁଲ ପରି ଦେଖା ଯାଉଥିଲା।

ମନ୍ଦିରରେ ପହଞ୍ଚି ଦେଖେ ରାଜେସ ଅପେକ୍ଷା କରିଛି। ହଠାତ୍ ରମ୍ଭା ର ସୁନ୍ଦରତା କୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲା। ଆଉ ଧିର କଣ୍ଠରେ କହିଲା, ତୋତେ କିଛି ଜରୁରୀ କଥା କହିବାର ଅଛି। ରମ୍ଭା ଟିକେ ହସିଦେଇ କହିଲା, ମୁଁ ଜାଣିଚି ତମେ କଣ କହିବ। ରାଜେସ ବ୍ୟସ୍ତ ଭାବରେ ପଚାରିଲା , ତୁ କେମିତି ଜାଣିଲୁ ! ରମ୍ଭା ଉତ୍ତର ଦେଇ କହିଲା , ତମ ଆମ ଘରକୁ ଆସି ତମ ସହିତ ମୋର ବାହାଘର ହବ ବୋଲି କହିଥିଲେଲେ। ଏଇ କଥା କହିବାକୁ ଡାକିଥିଲ ନା ? ରାଜେସ ବିରକ୍ତ ଭାବ ପ୍ରକାଶ କରି କହିଲା , ନା ! ମୁଁ ତୋତେ ବାହା ହେଇପାରିବିନି !ମୁଁ ସହରରେ ଜଣକୁ ଭଲ ପାଏ , ତାକୁ କଥା ଦେଇଛି ବାହାହବା ପାଇଁ। ସତେ ଯେମିତି ରମ୍ଭା ପାଦ ତଳୁ ମାଟି ଖସିଗଲା , ଆକାଶ ଟା ଭାଙ୍ଗିକି ତା ମୁଣ୍ଡ ଉପରେ ପଡିଗଲା ।ସତେଜ ସୂର୍ଯ୍ୟମୁଖି ଫୁଲକୁ ଯେମିତି କିଏ ବୃନ୍ତଚ୍ୟୁତ କରିଦେଲା। କୋହଭରା କଣ୍ଠରେ ପଚାରିଲା , ତମେ ଏ ସବୁ କଣ କହୁଚ। ରାଜେସ କହିଲା , ମୁଁ ଯାହା କହୁଚି ସତ କହୁଚି । ତୋ ପରି ମୂର୍ଖ କୁ ବାହାହେଲେ ମୁଁ ଖୁସିରେ ରହି ପାରିବିନି। ଏ କଥା ଶୁଣି ରମ୍ଭା କହିଲା, ତମେ ଏ ସବୁ ମୋତେ କଣ ପାଇଁ କହୁଚ ? ଯାଅ ତମ ମାଆ ଙ୍କୁ କହିବ । ରାଜେସ ବ୍ୟସ୍ତ ହୋଇ କହିଲା ,ନା ମୋର ସାହସ ନାହିଁ ମାଆ ଙ୍କୁ କହିବାକୁ୍। ଆଜିଯାଏ ତାଙ୍କର ସବୁ କଥା ଶୁଣିଚି । ଯଦି ମୁଁ ତାଙ୍କ କଥା ନ ମାନିବି ତାଙ୍କୁ କଷ୍ଟ ହବ ବହୁତ।

ତୁ ମୋତେ ସାହାଯ୍ୟ କରିପାରିବୁ । ରମ୍ଭା ଆଶ୍ଚର୍ଯ୍ୟ ହୋଇ ପଚାରିଲା ମୁଁ ? ରାଜେସ କହିଲା ହଁ ତୁ। ଯଦି ତୁ ଏ ପ୍ରସ୍ତାବ ରେ ରାଜି ନାହୁଁ ବୋଲି ମୋ ମାଆ ଙ୍କୁ କହିବୁ , ତାହେଲେ ସବୁ ଠିକ୍ ହେଇଯିବ। ରମ୍ଭା ବିଚଳିତ ଭାବେ କହିଲା ନା, ମୁଁ ମିଛ କହିପାରିବିନି । ରାଜେସ କହିଲା ତୁ ମୋତେ ଭଲ ପାଉନା ! ତୋତେ ମୋ ନିୟମ ଆଉ ଏ ଭଲ ପାଇବା ର ନିୟମ ! ତୋତେ ହିଁ କିଛି କରିବାକୁ ପଡିବ। ରାଜେସର ଆଉ କିଛି କଥା ନ ଶୁଣି ରମ୍ଭା କାନ୍ଦି କାନ୍ଦି ଘରକୁ ଚାଲିଆସିଲା। ଘରେ ଦେଖିଲା ମାଉସୀ ବସିଛନ୍ତି। ମାଆ କହିଲେ ତୁ କୁଆଡ଼େ ଯାଇଥିଲୁ , ମାଉସୀ ତୋତେ ଅପେକ୍ଷା କରିଛନ୍ତି। ରମ୍ଭା ପଚାରିଲା କଣ ପାଇଁ କିଛି କାମ ଥିଲା କି ? ରମ୍ଭାର ହସିକି କହିଲେ, ତୋ ଭାଗ୍ୟ ଏବେ ଫିଟିଗଲା ବୋଲି ଜାଣେ। କି ପୁଣ୍ୟ କରିଥିଲୁ କେଜାଣି , ସାବିତ୍ରି ନାନୀ ଙ୍କ ବୋହୁ ହବୁ ଆଉ ରାଜେସ ର ସ୍ତ୍ରୀ। ଏ ସବୁ ଶୁଣି ମନେ ମନେ ନିଜ ଭାଗ୍ୟକୁ ଧିକ୍କାର କରୁଥାଏ । ମନ ରେ ଇଛା ଅଛି ହଁ କହିବାକୁ୍ କିନ୍ତୁ ରାଜେସର ନିୟମ ତା ମନରେ ଶିକୁଳି ପକେଇଛି। ରମ୍ଭା ବିରକ୍ତ ହେଇ କହିଲା ଆପଣଙ୍କ ସାହସ କେମିତି ହେଲା ଏ ସବୁ କହିବାକୁ। ମୋର ଟିକେ ବି ଇଛା ନାହିଁ ତମ ଘରର ମୋଫତରେ ଚାକରାଣୀ ହବାକୁ। ଏ ସବୁ ଶୁଣି ସାବିତ୍ରୀ ରାଗ ତମ ତମ ରେ କହିଲେ,ତୋର ଏତେ ସାହସ , ତୋ ପରି ମୂର୍ଖ କୁ ବୋହୂ କରିବାରେ ମୋର ଇଚ୍ଛା ନାହିଁ, ଖାଲି ତୋ ମାଆ ମୁହଁକୁ ଚାହିଁ ଏ ସବୁ କହୁଥିଲି। ଏତିକି କହି ରାଗରେ ଚାଲିଗଲେ ସିଏ। ମାଆ ବି ବହୁତ କଥା କହିଲେ, ଏନ୍ତୁଡିଶାଳାରେ ମରିଗଲୁନି କଣ ପାଇଁ , ଆଜି ଏ ଦିନ ଦେଖିବାକୁ ପଡିନଥାନ୍ତା ।ବିଚାରି ରମ୍ଭା ମନର ଭାବକୁ ସମ୍ଭାଳି ନ ପାରି ଜୋରେ କାନ୍ଦି ପକାଇଲା, ଆଉ ଦୌଡ଼ି ଯାଇ ଚଉରା ପାଖରେ ବସି ପଡିଲା। ଉଦୁଉଦୁଆ ଖରାରେ ସେମିତି ବସି ରହିଥାଏ। ଗୋରା ଦେହ ଟା ସୂର୍ଯ୍ୟ ଙ୍କ କିରଣରେ ପୁରା ଲାଲ୍ ପଡିଯାଇଥାଏ। ଦିନ ସାରା କିଛି ବି ଖାଇନି , ମାଆ ବି ତାକୁ ଖାଇବାକୁ ଦେଇନାହାନ୍ତି ଆଜି। ବିଚାରି, ଦୁଖଃ ର ପାହାଡ ଯେମିତି ତାରି ଉପରେ ଭାଙ୍ଗି ପଡିଚି। ଚାହୁଁ ଚାହୁଁ ସନ୍ଧ୍ୟା ହେଇଗଲା , ରମ୍ଭା ସେମିତି ବସି ରହିଥାଏ। ମାଆ ଆସିଲେ ଦୀପ ଜାଳିବିକୁ ,ରାଗିକି କହିଲେ ଏ ଯାଏ ଏଠି ବସିଛୁ, ଯାଉନୁ ବିଷ ଖାଇକି ମରିଯିବୁ। ଏତିକି କହି ମାଆ ଗଲେ ଭାରି। ରମ୍ଭା ଚାହିଁ ରହିଲା ଜଳନ୍ତା ଦୀପକୁ, ସେ ପଚିରୁଥିବା ପ୍ରଶ୍ନ ର ଉତ୍ତର ଆଜି ପାଇସାରିଛି। ଦୀପ ଯେମିତି ନିଜ ଖୁସିକୁ ନ ଦେଖି ଅନ୍ୟ ମାନଙ୍କ ପାଇଁ ଆଲୋକ ଦିଏ ଠିକ୍ ମୁଁ ବି ଆଜି ମୋର ସବୁ ଖୁସି କୁ ଜାଳିଦେଇ ଅନ୍ୟମାନଙ୍କ ଖୁସି ପାଇଁ ଲଢୁଛି। ସଂଜ ପରି ମୁଁ ଆଜି ବିରହର ନିଆଁ ରେ ନିଜକୁ ଜାଳିଦେଇ ରାଜେସ କୁ ଖୁସିରେ ରଖିଛି। ସବୁ ସ୍ୱପ୍ନ ଆଜି ମୋର ଅଧୁରା ରହିଗଲା। ଠିକ୍ ସେମିତି ମାତା ସୀତାଙ୍କୁ ବି ପରିସ୍ଥିତି ରେ ପଡ଼ି ରାମଚନ୍ଦ୍ର ଙ୍କ ସହ ବନବାସ ଯାଇଥିଲେ। ମୁଁ ବି ଆଜି ପରିସ୍ଥିତି ରେ ପଡି ସମୟ ସ୍ରୋତରେ ନିଜର ଖୁସିକୁ ନିଜ ହାତରେ ଭସେଇ ଦେଲି।



Rate this content
Log in

More oriya story from mili rout

Similar oriya story from Abstract