STORYMIRROR

Bidyut lata Mishra

Tragedy Crime Inspirational

4  

Bidyut lata Mishra

Tragedy Crime Inspirational

ପରିଚୟ

ପରିଚୟ

3 mins
620


 କର୍ମକାଣ୍ଡ ପାଇଁ ମୃତକର ନାମ ପଚରା ଯାଉଥିଲା । କେହି ତାକୁ ରାଜୁ ବୋଉ କହୁଥିଲେ,ଆଉ କିଛି ରାମର ସ୍ତ୍ରୀ । ତା ପୂର୍ବରୁ ହୁଏତ ତାର ପରିଚୟ ଥିଲା ନଟବର ମହାନ୍ତିଙ୍କ ବୋହୁ । କିନ୍ତୁ ଏହା ଛଡା ଆଉ କିଛି ପରିଚୟ ବି ଥିଲା ତାର ଘନଶ୍ୟାମ ବାବୁ ଙ୍କ ଝିଅ ,ବସନ୍ତର ଭଉଣୀ ଆଉ ଓଃ ସତରେ ସେ କିଏ ଥିଲା??


  ତାହାର ଗୋଟିଏ ନାଁ ବି ଥିଲା ଅହଲ୍ୟା । କେଉଁ ଯୁଗରେ ଦେବୀଅହଲ୍ୟା ପତି ଅଭିଶାପରେ ପଥର ସାଜିଥିଲେ । ଆଉ ଏଇ ଅହଲ୍ୟା ମୃତ୍ୟ ଯାଏଁ ସେହି ଶାପ ହିଁ ତ ସହ୍ୟ କରୁଥିଲା ସେ ପଥର ହୋଇ । ଏଠି ନାରୀକୁ ପଦାଘାତ ,ବର୍ଜନ କରି ପୁରୁଷ ,ମର୍ଯ୍ୟାଦା ପୁରୁଷୋତ୍ତମରାମ ହୁଏ । ନାରୀକୁ ପ୍ରେମ କଲେ ତାହା ହୋଇଯାଏରାସଲୀଳା । ମାତା, ପିତା,ସ୍ତ୍ରୀ, ପୁତ୍ର ତ୍ୟାଗ କରି ଏଠି ପୁରୁଷ ବୁଦ୍ଧ ହୋଇଯାଏ ଆଉ ନିଜ କନ୍ୟା ସରସ୍ୱତୀକୁ ସ୍ତ୍ରୀ ସଜାଇ ଦେବତା ସାଜନ୍ତି ବ୍ରହ୍ମା । ହୁଏତ ସେତେବେଳେ ହିଁ ନିୟମ ସୃଷ୍ଟି ହୋଇଗଲା । ଝିଅ ମାନେ ଶାନ୍ତ ସରଳ ହେବା ଉଚିତ । ପାଟିକୁ ଚିପି ପିଇ ଦେବାକୁ ହୁଏ ସଂସାର ଜାକର ଗରଳ । ଚୁପଚାପ ବୀଣା ବଜାଇ ଚାଲିଲେ ସରସ୍ୱତୀ । ଯେଉଁ ହାତରେ ଖଡ୍ଗ ଧରି ପ୍ରତିବାଦ କରିବାର ଥିଲା ସେହି ହାତରେ ବୀଣା ଧରାଇ ଦିଆଗଲା । ସ୍ୱର୍ଗରେ ଅପ୍ସରା ମାନଙ୍କୁ ଶାରୀରିକ କଷ୍ଟ ସହି ଖୁସି କରେଇବାକୁ ହେଲା ଦେବତା ମାନଙ୍କୁ ।


  ଏହାହିଁ ଲେଖି ହୋଇଗଲା ସୃଷ୍ଟିର ନିୟମରେ ସେଦିନ ଯେ ଝିଅ ମାନେ ଶାନ୍ତରହିବା ଉଚିତ । ଅହଲ୍ୟା ବି ବଞ୍ଚିବାକୁ ଚାଂହୁଥିଲା ନିଜ ଭାଗର ଜୀବନ ଯେଉଁଦିନ ଘରେ ତା ପାଇଁ ପ୍ରସ୍ତାବ ଦେଖା ଆସିଲେ ଲୁଚି ଗଲା ସେ । କିନ୍ତୁ ଲୁଚି ପାରିଲା କି?? ଦିନେ ଘରୁ ବାହାରକୁ ବାହାରିଲା ବେଳେ ଶହେ ତାଗିଦ କରୁଥିବା ପରିବାର କେମିତି ତ ଠେଲିଦେଲେ ଏକ ଅଜଣା ବ୍ୟକ୍ତିର ଶଯ୍ୟା ଉପରକୁ ମଧ୍ୟରାତ୍ରରେ । ହଁ ଏଇଟା କାଳେ ବିବାହର ବନ୍ଧନ ଥିଲା । ଯେଉଁ ବନ୍ଧନର ଦଂଶନରେ ବାରମ୍ବାର ଜଳୁଥିଲା ଅହଲ୍ୟା । ପ୍ରସ୍ତାବ ଦେଖିବାକୁ ଆସିଥିବା ବ୍ୟକ୍ତି ମାନଙ୍କ ସାମ୍ନାକୁ ଥରେ ଶାଢ଼ୀ ଆଉ ଥରେ ଚୁଡ଼ିଦାର ପିନ୍ଧି ଆସିଲା । ଗୋଟି ଗୋଟି କରି ପ୍ରଶ୍ନର ଉତ୍ତର ଦେଲା ବେଳେ ତାକୁ ଶୁଳିରେ ଚଢିବା ଭଳି ଲାଗୁଥିଲା । ଶ୍ୱଶୁର ପ୍ରାକ୍ଟିକାଲ ଦେଖିବା ପାଇଁ ଅହଲ୍ୟା ହାତର ଚା ପିଇବାକୁ ଚାହିଁଲେ । ହୃଦୟରେ ଉଠିଥିବା କାଳ ବୈଶାଖୀକୁ ବର୍ଷି ବାକୁ ବି ସୁଯୋଗ ମିଳି ନଥିଲା ଏଠିରକ୍ତ ସତେ କି ସାଜିଥିଲେ ଶତ୍ରୁ ।

 ଚା'ରେ ଚାପତି ,ଚିନି,ଅଦା ସବୁ ମିଶି ଯାଉଥିଲା । ଠିକ୍ ସେମିତି ଅହଲ୍ୟାର ରାଗ,ରୁଷା, ମାନ ,ଅଭିମାନ ,କ୍ରୋଧ ଓ ପିଲାଳିଆମୀ ସବୁ ମିଳେଇ ଯାଉଥିଲା । ଅହଲ୍ୟାର ଭାଗ୍ୟର ଫଇସଲା ହୋଇଗଲା । ବିବାହ ପରେ ଯେଉଁ ମାନସିକ ଶାରୀରିକ ଉତ୍ପୀଡ଼ନର ସେ ସମ୍ମୁଖୀନ ହେଲା ତାକୁ ବି ସହ୍ୟ କରିବାକୁ ହେଲା,ବାରମ୍ବାର ଗୋଟିଏ ବ୍ୟକ୍ତି ଦ୍ୱାରା ବଳାତ୍କାରର ସମ୍ମୁଖୀନ ହେଲା ଗୋଟେ ଭଲ ଝିଅ ଆଉ ଭଲ ବୋହୁ ହେବା ପ୍ରଚେଷ୍ଟାରେ । ପାଟି ଖୋଲିବାର ଜୁ ନଥିଲା କାରଣ ସମାଜ ତାକୁ ଦେଇଥିଲା ସାମାଜିକ ଅଧିକାର । ଅହଲ୍ୟା ଯେମିତି ବିକ୍ରି ହୋଇଯାଇଥିଲା ବିନା ମୂଲ୍ୟରେ । ଯେବେ ଭଲ ଝିଅ ଆଉ ବୋହୁ ହେବାର ଅଭିନୟ ଆଗରେ ଭଲ ମାଆ ହେବାର ଅଭିନୟ ଭାରି ପଡିଲା ସେତେବେଳେ ଅହଲ୍ୟାର ବାକିଥିବା ଅଂଶ ମଧ୍ୟ ପଥର ପାଲଟି ଗଲା । ନିଜରକ୍ତ ଠାରୁ ମିଳିଥିବା ଉପହାର ତାକୁ ଅନେକ କଷ୍ଟ ଦେଲା କିନ୍ତୁ ଭୁଲ ତ ତାହାର ହିଁ ଥିଲା ଭଲ ସ୍ତ୍ରୀ ଆଉ ଭଲ ବୋହୁ ହେବା ଆଶାରେ ତାକୁ ଦୁଇ ଦୁଇଟି କନ୍ୟାକୁ ଗର୍ଭରୁ ହିଁ ଦଳି ମକଚି ସଫା କରିଦେବାକୁ ହେଲା । କିନ୍ତୁ ତଥାପି ସେ ସନ୍ତୁଷ୍ଟ ଥିଲା ଯେ ସେମାନଙ୍କୁ ଭଲ ଝିଅ ହେବାର ପରୀକ୍ଷା ଦେବାକୁ ହେଲାନି । ଶେଷରେ ହାରିଗଲା ସେ ନିଜେ ନିଜଠାରୁ କଣ ସତରେ ହୋଇପାରିଲା ସେ ?କଣ ତାର ପରିଚୟ?ଭଲ ଝିଅ,ଭଲ ବୋହୁ ,ଭଲ ସ୍ତ୍ରୀ ନା ଭଲ ମାଆ ???



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy