Satyabati Swain

Tragedy

4.5  

Satyabati Swain

Tragedy

ପ୍ରେମର କରୁଣ ଧୁନ୍

ପ୍ରେମର କରୁଣ ଧୁନ୍

4 mins
606


ଛଅଟି ସେକ୍ସନ ରେ ମୁଁ ପ୍ରଥମ ଓ ସେ ଦ୍ୱିତୀୟ ହୁଏ।ସେଥିପାଇଁ ବେଳେବେଳେ ସେ ମୋତେ ରାଗେ।


ସୂତ୍ରରେ ମୁଁ ଦିନକୁ କେତେ ଘଣ୍ଟା,କେମିତି,କାହା ପାଖେ ଟିଉସନ୍ ହେଉଛି ଆଦି ଜାଣିବାକୁ ଚାହେଁ।ଦ୍ଵିତୀୟ ହେଉଛି ବୋଲି ମନ ଊଣା କରେ।


ସେଇ ସୈକତ ଦଶମ ପରୀକ୍ଷା ଆଉ ଅଳ୍ପ ଦିନ ବାକି ଥାଏ ଦିନେ ମୋତେ ଖେଳ ପଡିଆ ଆଡ଼କୁ ଡାକି ନେଇ କହିଲା, ଶତାବ୍ଦୀ ପରୀକ୍ଷା ପରେ ଆଉ ଦେଖା ହେବନି।କିଏ କୁଆଡେ ଚାଲିଯିବା।ତୋ ମନଦୁଃଖ ହେବନି।


ହଁ ହେବ।କିନ୍ତୁ ଆମେ କଣ ଏଇଠି ସବୁବେଳେ ପଢ଼ୁଥିବା ? ସ୍କୁଲ ଛାଡି ଆଗକୁ ବଢିବାକୁ ହେବ ନା।


ତା ତ ସତ।ମୁଁ ତୋର ମନେ ରହିବି ତ ଶତାବ୍ଦୀ !


ହଁ, ସାଙ୍ଗ ଟା କେତେ ପ୍ରତିଦ୍ୱନ୍ଦିତା କରୁ ମୋତେ ହଟେଇବାକୁ।ତୁ ଜାଣିଛୁ ସୈକତ ଖାସ୍ ତୋ ପାଇଁ ସବୁ ପରୀକ୍ଷାରେ ଶହେକୁ ଶହେ ଆଣିବା ଚେଷ୍ଟା ରେ ଥାଏ।କହିବାକୁ ଗଲେ ତୁ ମୋ ଭଲ ପଢିବାର ଗୋଟିଏ ଉତ୍ସ ।


ଭାରି ଚାଲାକ୍ ତ।ମୋ ଯୋଗୁଁ ଭଲ ପଢ଼ିଲୁ ତା ବଦଳରେ ମୋତେ କିଛି ଦେବା କଥା।


ମୁଁ ପାଠ ପଢି ଚାକିରୀ କଲେ ଯାହା ମାଗିବୁ ଦେବି।ଏବେ କେଉଁଠୁ କଣ ଆଣି ଦେବି !


କିଣା ଜିନିଷ ମୋର କଣ ହେବ !


ଆଉ !! ତୁ କଣ ଚାହୁଁ ସୈକତ !


ତୁ ମୋତେ ଲବ୍ କରିପାରିବୁ! ଦେଇ ପାରିବୁ ତୋ ଭଲ ପାଇବା !


ପାଗଳ ….ପିକ୍ଚର ଫିକ୍ଚର ଦେଖୁଛୁ କିରେ?ଯା ଯା ଟପ୍ କରିବା ପାଇଁ ପଢା ପଢି କର।ମୋତେ ଅଧିକ ନମ୍ବର ରଖି ଟପେଇବାକୁ ଚେଷ୍ଟା କର।ଦଶମ ପରୀକ୍ଷା ନ ଦେଉଣୁ ପୁଅ ଲବ୍ କଲାଣି।

ଏତକ କହି ହସି ହସି ମୁଁ ତା ପାଖରୁ ଦଉଡ଼ି ପଳାଇ ଆସିଲି।


ସେଇ ଦିନୁ ସୈକତ ମୋତେ ଦେଖିଲେ ହାଣ୍ଡିଟା ପରି ମୁହଁ କରେ।ଏମିତି ଦଶମ ପରୀକ୍ଷା ସରି ଗଲା।ଆମେ ଦୁହେଁ ଟପ୍ ଶହେ ପିଲାଙ୍କ ଭିତରେ ଥିଲୁ।ମୋ କଥା ସତ କରି ସୈକତ ମୋ ଠାରୁ ଦୁଇ ନମ୍ବର ଅଧିକ ରଖିଥିଲା।ସାର୍ଟିଫିକେଟ୍ ଆଣିଲା ଦିନ ସୈକତ ମୋତେ ଦେଖି ବି କିଛି କହିଲା ନାହିଁ।ମୋତେ ବହୁତ ଖରାପ ଲାଗିଲା।ମୋ ତରଫରୁ କହିଲି, କଂଙ୍ଗ୍ରାଟସ୍ ସୈକତ, ତୁ ମୋଠାରୁ ଦୁଇ ନମ୍ବର ଅଧିକ ରଖିଛୁ।


ତୁ କ'ଣ ଭାବୁଥିଲୁ ତୁ ମୋତେ ନମ୍ବରରେ ଅଧିକ ପଢିକି ରଖୁ ?


ଆଉ !!


ମୁଁ ତୋତେ ଦୟା କରେ।ତୋ ମୁହଁର ଖୁସି ପାଇଁ ଜାଣି ଜାଣି କିଛି ନମ୍ବର ଆସିଲେ ବି ମୁଁ ଛାଡି ଆସେ।ତୁ ଜାଣିନୁ ଶତାବ୍ଦୀ ତୋ ମୁହଁକୁ ହସ କେମିତି ମାନେ।


ଆଁ . ଆଜିଯାଏ ମିଛଟାରେ ମୁଁ ପ୍ରଥମ ହୋଇ ଆସୁଥିଲି!! ନିଜ ଉପରେ ଖୁବ୍ ରାଗ ହେଲା।


ହେଉ ହେଉ ଏତେ ଦାନୀ କର୍ଣ୍ଣ ଦେଖେଇ ହଅନା। କିଏ ତୋତେ କହୁଥିଲା ମୋ ପାଇଁ ନମ୍ବର ଛାଡି ଆସିବାକୁ । ମୁଁ କହିଥିଲି ?

ତିନି ବର୍ଷ ଭିତରେ ପାରିଲୁ ନାହିଁ ଟପେଇ ତ ସେଇପାଇଁ ଏମିତି ମିଛ କହୁଛୁ।


ହେ ଯା ମ ଏ ହିରୋ କେବେ ମିଛ କୁହେନି।ତୁ କିନ୍ତୁ ମିଛେଇ ଶତାବ୍ଦୀ।ମୋତେ ଭଲ ପାଉ କିନ୍ତୁ ସ୍ୱୀକାର କରିବାକୁ ଚାହୁଁନାହୁଁ । ଦିନେ ମୋ ଭଲ ପାଇବା ପାଇଁ ପାଗଳ ହେବୁ ଭବିଷ୍ୟ ବାଣୀ କରୁଛି।


ସେଇ ଆମ ଶେଷ ଦେଖା।ତା ବାପାଙ୍କ ବଦଳି ହୋଇ ଯାଇଥିଲା।ସେ ଭୁବନେଶ୍ବର କେଉଁ କଲେଜରେ  ପଢୁଥିଲା ମୁଁ ଜାଣି ନଥିଲି।ମୁଁ ରେଭେନ୍ସା ରେ ପଢ଼ିଲି।ସତ କଥା କଲେଜରେ ମୋ ରୁମ ମେଣ୍ଟ୍ ଯେତେବେଳେ ତାଙ୍କ ବଏଫ୍ରେଣ୍ଡ୍ ଙ୍କ କଥା ହୁଅନ୍ତି ସେତେବେଳେ ସୈକତ ମୋର ସତରେ ଖୁବ୍ ମନେ ପଡେ ।ଇଚ୍ଛା ହୁଏ ବଡ଼ ପାଟିରେ କୁହନ୍ତି ଆଇ ଲବ୍ ୟୁ ସୈକତ ,ଆଇ ଲବ୍ ୟୁ।


ସମୟ ସବୁ ଭୁଲେଇ ଦେଲା।ଏହା ଭିତରେ ପନ୍ଦର ବର୍ଷ ବିତିଗଲାଣି ସ୍କୁଲ ଛାଡିବା।ଆମ ବ୍ୟାଚର ସମସ୍ତେ ପ୍ରାୟ ଘର ସଂସାର କଲେଣି।ମୁଁ ବି ଚାକିରୀ ସହ ବିବାହ କରି ଦୁଇ ବର୍ଷର ଝିଅଟିଏ ମୋର।କିନ୍ତୁ ଏତେ ଦିନ ପରେ ବିଶ୍ୱ ରେ ମୃତ୍ୟୁ ଭୟ ମୋଡି ମାଡି ଭାଙ୍ଗିଦେଲା ବେଳେ ଆମ ଗାଁ ର ସୁବୋଧ ଫୋନ୍ କରି ମୋତେ କହିଲା ଶତାବ୍ଦୀ ତୋର ସୈକତ କଥା ମନେ ଅଛି ତ ?


ହଁ ସେଇ ହିରୋ ତ !!


ଜାଣିଛୁ ସେ ଅନ୍ ମ୍ୟାରେଡ୍ ଥିଲା। ତା ସହ ହଠାତ୍ ହାଇଦ୍ରାବାଦରେ ମୋର ଦେଖା ହୋଇ ଯାଇଥିଲା। ପରସ୍ପର ଭଲ ମନ୍ଦ କଥା ହେଉ ସେ ଅନ୍ ମ୍ୟାରେଡ୍ କାହିଁକି ପ୍ରଶ୍ନରେ କହିଲା ଜଣକୁ ଭଲ ପାଉଥିଲି ସେ ସ୍ୱୀକାର କଲାଣି ତ। ହୋ ହୋ ହୋଇ ହସି ଉଠି ସେ ପୁଣି କହିଲା ଇଟ୍ସ ଏ ଜୋକ୍।ଇଚ୍ଛା ହେଲା ନାହିଁ ମ୍ୟାରେଜ୍ କରିନି।ସେମିତି କେହି ମିଳିଲେ କରିନେବି।


ସେଇ ସୈକତ ଦୁଇ ଦିନ ହେବ କରୋନାରେ ଚାଲିଗଲା।


ଓଃ ଭଗବାନ !ମୁଁ ପଥର ହୋଇଗଲି।ଏତେ ଦିନ ପରେ" ହିରୋ" ତୋ ଖବର ପାଇଲି ଯେ କେମିତି ଖବର ଦେଖ।ତୁ ସତରେ ଏତେ ଭଲ ପାଉଥିଲୁ ମୋତେ !! ମୋ ପାଇଁ ତୁ ଅନ୍ ମ୍ୟାରେଡ଼ ରହିଗଲୁ ? ଯେଉଁ ଭଲ ପାଇବାର କେଉଁ ଦିଗ କି ଭବିଷ୍ୟତ ନଥିଲା ସେଇ ଭଲ ପାଇବା ପାଇଁ ତୋର କି ତ୍ୟାଗ !!


ଭାବିଥିଲି  କେବେ ଥରେ ଦେଖା ହେଲେ ସ୍ୱୀକାର କରଥାନ୍ତି ରେ ହିରୋ" ମୁଁ ତୋତେ ଭଲ ପାଉଥିଲି ବୋଲି ପ୍ଲସ ଥ୍ରୀ ରେ ପଢିଲା ବେଳେ ଅନୁଭବ କଲି।କିନ୍ତୁ ସ୍ୱୀକାର କରିବାକୁ କି ତୋ ପାଖେ ଏ ଖବର ପହଞ୍ଚେଇବାକୁ ମୋ ପାଖେ କିଛି ସୁବିଧା ନଥିଲା।"


ତୋ ଭଲ ପାଇବାକୁ ମଥାନତ ପ୍ରଣାମ ହିରୋ । ମୁଁ ବି ତୋତେ ଭଲ ପାଏ ରେ ହିରୋ । ସବୁ ଭଲ ପାଇବା କଣ ନାଁ ଟିଏ ପାଆନ୍ତି । ତୁ କାହିଁକି ଏତେ ଶୀଘ୍ର ଚାଲିଗଲୁ ! ବଞ୍ଚିଥିବା ଯାଏ ମୋତେ ଏ କଷ୍ଟ ରେ ରହିବାକୁ ପଡିବ କି ମୋର କେହି ହିରୋ ଥିଲା ଯାହାର ମୁଁ ହିରୋଇନ୍ ହୋଇ ପାରିଲି ନାହିଁ। ତୋ ପ୍ରେମରକରୁଣ ଧୁନ୍ ଶୁଭି ଯାଉଥିବ ମୋତେ ବେଜାଏ ଦୁଃଖ ଦେଇ।





Rate this content
Log in

Similar oriya story from Tragedy