subhashree pattnaik

Romance Fantasy Inspirational

4.7  

subhashree pattnaik

Romance Fantasy Inspirational

ପ୍ରେମର ଅତୁଟ ସମ୍ପର୍କ

ପ୍ରେମର ଅତୁଟ ସମ୍ପର୍କ

7 mins
345


ସମସ୍ତ ଙ୍କ ଜୀବନ ରେ କିଛି ନା କିଛି କାହାଣୀ ଥାଏ ।କାହାର ଖୁସି ର ତ କାହାର ଦୁଃଖ । ସେଇତ ଜୀବନ ର ଅନୁଭୂତି କିଛି ଖୁସି ଆଉ କିଛି ଦୁଃଖ । କାହାଣୀ ନୁହଁ ସତ ସିଏ , ଅଭିଶାପ ନୁହଁ ଆଶୀର୍ବାଦ ଇଏ । ଜୀବନର ଚଲା ବାଟେ ରେ ଫୁଲ କଣ୍ଟାର ଖେଳ ସିଏ ।

 

    ସୁନ୍ଦର ପୃଥିବୀର ଗୋଟେ ଛୋଟ ଆଉ ସୁନ୍ଦର ଗାଁ ଥିଲା ।ସେ ଗାଁ ର ଆରମ୍ଭ ରେ ଗୋଟେ କୁଡିଆ ଘର ଟିଏ ଥାଏ ସେଠାରେ ଗୋଟେ ପରିବାର ଥିଲା ଯାହା ଯୌଥ ପରିବାର ଟିଏ। ଗୋଟେ ଝିଅ ଟିଏ ମା ବାପା ଆଉ ତା ଭାଇ ଭଉଣୀ ଙ୍କ ସହ ଖୁସି ରେ କlଳ କାଟୁଥିଲେ।ଝିଅ ଟି ଗାଁ ରେ ଥିବା ଛୋଟ ସ୍କୁଲ ଟି ରେ ପଢ଼ୁଥିଲା , ତା ସାଙ୍ଗ ସାଥି ଥିଲେ ତା ଜୀବନ ନିଜେ ହସି ସମସ୍ତ ଙ୍କୁ ହସେଇବା ଟା କାମ ଥିଲା l ସାଙ୍ଗ ମନ ଙ୍କ ସହ ମିସି ମଜା ମଜଲିସ୍‌ ରେ ତାର ସବୁ ସମୟ ଯାଉଥିଲା ।କିଛି ଦିନ ଏମିତି ଚାଲିବ ପରେ ତା ବାପା ମା ଦେଖିଲେ ପିଲା ଟି ଭଲ ପାଠ ପଢୁଛି ହେଲେ ମଜା ମଜା ରେ ଦୂରେଇ ଯାଉଚି ଏସବୁ ରୁ ତାକୁ ଦୂରେଇ ପାଠ ପଢିବା ରେ ମନ ଯୋଗ ଦେବା ପାଇଁ ତାକୁ ଅନ୍ୟ ଏକ ସ୍କୁଲ ରେ ନେଇ ନାମ ଲେଖାଇଲେ ସେଠାରେ ବି ସେ ଖୁବ୍ ଖୁସି ରେ ପାଠ ପଢେ ସମସ୍ତ ଙ୍କ ସହ ମନ ନେଇ ଚାଲେ। ଦିନ କୁ ଦିନ ସେ ବଡ ହେଇ ଚାଲିଲା ପାଠ ରେ ବି ଭଲ ହେଲା ସ୍କୁଲର ଗୌରବ ଛାତ୍ରୀ ଭାବରେ ନାମ କଲା । ସ୍କୁଲ୍ ର ସବୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ବି ତା ଉପରେ ବହୁତ୍ ଖୁସି ଥିଲେ ।ଏମିତି ଝିଅ ଟିଏ ସେ ଯେ କ୍ଷଣିକ କଥା ରେ ବି ସେ ପର କୁ ଆପଣ ର କରିପାରେ । ତା ନା ଥିଲା ସୁପ୍ରିୟା ସେ ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିଲା ।ସମସ୍ତ ଙ୍କ ମନ ରେ ବସୁଥିଲା ।

      ଗୋଟେ ଦିନ ତାଙ୍କ ସ୍କୁଲ ଗୋଟେ ପିଲା କୁ ସେ ଦେଖିଲା ଯାହାର ନା ଜୀବନ ର କିଛି ଆଶା ଥିଲା ନା ଥିଲା କିଛି ସ୍ୱପ୍ନ ସେ ତ ଦୁନିଆଁ ରେ ଖୁସି ଥିଲା । ତା ନାଁ ସୁରେଶ । ସୁପ୍ରିୟା ତାକୁ ଦେଖି ଆଶ୍ଚର୍ଯ୍ୟ ହେଇଗଲା ଭାବିଲା ଏମିତି କିଏ ଅଛି ଯାହାର ଜୀବନର ଖୁସି ଖାଲି ବର୍ତ୍ତମାନରେ ହିଁ ଅଛି ଭବିଷ୍ୟତ ପାଇଁ କିଛି ବି ଚିନ୍ତା ନାଇଁ । ସେ ଥରେ ତା ସହ କଥା ହେବା ପାଇଁ ଚିନ୍ତା କଲା ଆଉ କଥା ବି ହେଲା ।ସେ ଦୁହିଁ ଙ୍କ ଭିତରେ ବହୁତ୍ ଭଲ ସମ୍ପର୍କ ଗଢିଉଠିଲା । କିଏ କୁହେ ଗୋଟେ ପୁଅ ଝିଅ ସହ ଭଲ ବନ୍ଧୁ ହୋଇପାରିବନି ।ସୁରେଶ ଆଉ ସୁପ୍ରିୟା ବହୁତ୍ ଭଲ ବନ୍ଧୁ ହେଲେ ।ତାଙ୍କ ବନ୍ଧୁତା ଦେଖି ସବୁ ସାଙ୍ଗ ସାଥି ମାନେ ଅନ୍ୟ ଦୃଷ୍ଟି ଦେଲେ ଆସ୍ତେ ଆସ୍ତେ ସେ ସବୁ ଏତେ ବଢ଼ିଗଲା ଯେ ସେ ସୁରେଶ ମନରେ ବି ସେ ବନ୍ଧୁତା ରୁ ପ୍ରେମ ର ନଜର ଆସିଗଲା । ସେ ତାକୁ ପାଗଳ ପରି ଭଲ ପାଇଗଲା ହେଲେ ସେ ଝିଅ ବୁଝିବା ପାଇଁ ଚାହିଁଲା ନି। ସୁପ୍ରିୟା ସୁରେଶ୍ କୁ ବୁଝାଇବାକୁ ବହୁତ୍ ଚେଷ୍ଟା କଲା ତାଙ୍କ ଭିତର ର ବନ୍ଧୁତା କୁ ରଖିବା କୁ ବହୁତ୍ ଚେଷ୍ଟା କଲା ହେଲେ ଦିନ କୁ ଦିନ ସୁରେଶ୍ ତା ପାଇଁ ପାଗଳ ହେବା ରେ ଲାଗିଲା। ଫିଲ୍ମ ରେ ଦେଖିବା ପରି ସେ ନିଜ କୁ ହିରୋ ମାନି ନେଇଥିଲା ଓ ସୁପ୍ରିୟା କୁ ନିଜ ଜୀବନ ଦୁନିଆଁ ର ହିରୋଇନ୍ । ସୁରେଶ୍ ସୁପ୍ରିୟା ପାଇଁ ସବୁ ବେଳେ ଚକୋଲେଟ୍ ଆଣେ ନିଜ ପ୍ରେମ କୁ ବୁଝାଇବାକୁ ହେଲେ ସୁପ୍ରିୟା ସବୁ ବେଳେ ସୁରେଶ୍ କୁ ନିଜ ର ସାଥି ଭାବରେ ଦେଖୁଥିଲା ସାଥି ମନୁଥିଲା ।  ହେଲେ ସୁପ୍ରିୟା ତାକୁ ଏମିତି ଭାବ ରେ ସାଙ୍ଗ ଭାବୁଥିଲା ଯେ ସେ ସୁରେଶ୍ ର ଜୀବନ ଖରାପ କରିବାକୁ ଚାହୁଁନଥିଲା ।  ସୁରେଶ୍ ସୁପ୍ରିୟା ଙ୍କ ର ଜୀବନ ରେ ଆଉ ଜଣେ କେହି ଆସିଯାଇଥିଲା ।ସୁରେଶ୍ ସୁପ୍ରିୟା ଙ୍କ ସହ ସ୍କୁଲ ରେ ମିଶିକି ଆଉ ଜଣେ ବି ପଢ଼ୁଥିଲା ତ ନାଁ ଥିଲା ସୁପ୍ରିତ । ସୁପ୍ରିତ ନିଜ କୁ ହିରୋ ଭାବେ ସବୁ ଝିଅ ମାନ ଙ୍କ ସହ ପ୍ରେମ ର ମିଛ ଅଭିନୟ କରେ ମିଛ ଦୁନିଆଁ ର ରାଜା ଥିଲା ସୁପ୍ରିତ। ସୁପ୍ରିତ ର ପ୍ରଥମ ଦିନ ରେ ସୁପ୍ରିତ ସୁପ୍ରିୟା କୁ ନଜର ପକେଇଲା ଯେମିତି ଆଜି ଯାଏଁ ତା ନଜର ରୁ କେହି ବି ବଞ୍ଚିନାହାନ୍ତି ଠିକ୍ ସେମିତି ସୁପ୍ରିୟା ବି ନିଜ କୁ ସୁପ୍ରୀତ ର ନଜର ରୁ ରଖିପରିନଥିଲା । ଶୁପ୍ରିତ

ସବୁ ବେଳେ ସୁପ୍ରିୟା ସାମ୍ନା ରେ ନିଜର ବହୁତ ଭଲ ମିଛ ଚେହେରା ରଖୁଥିଲା ଯାହା ଉପରେ ସୁପ୍ରିୟା ବହୁତ୍ ବିଶ୍ୱାସ କରିବସିଥିଲା । ଆସ୍ତେ ଆସ୍ତେ ସୁପ୍ରିୟା ସୁପ୍ରିତ କୁ ନିଜ ମନ ରେ ଜାଗା ଦେଇ ବସିଲା । ନିଜ କୁ ସୁପ୍ରିତ ର ଭାବିଦେଲା ।ସୁପ୍ରିୟା ସରଳ ବିଶ୍ୱାସୀ ଥିଲା ଛନ୍ଦ କପଟ ର ମନ ଭଲ ତାର ନଥିଲା ସେ ଏ ଦୁନିଆ କୁ ନିଜ ସରଳ ନିଷ୍ପlପ ଆଖିରେ ଦେଖୁଥିଲା ।ସୁପ୍ରିୟା, ସୁପ୍ରିତ ର ପ୍ରେମ ଉପରେ ଭରସା କରିବସିଲା।ହେଲେ ସେ କେବେ ବି ତା ଜୀବନ ରେ କାହାକୁ ମନ ଦେଇନଥିଲା ,ସେ ତା ସହ ହେଉଥିବା ପ୍ରେମ ର ଅନୁଭୂତି କୁ ବୁଝିପରୁନଥିଲା ।ସେ ମନେ ମନେ ବହୁତ୍ ଖୁସି ଥିଲେ ମଧ୍ୟ ସେ ତାକୁ ଜଣେଇବାକୁ ଚାହୁଁନଥିଲା । କିଛି ଦିନ ପରେ ସ୍କୁଲ ଦଶହରା ପୂଜା ଛୁଟି ହୋଇଗଲା ।ସୁପ୍ରିୟା ମନେ ମନେ ଭାବିଲା ଏବେ ନୁହେଁ ଯଦି ସତ ରେ ତା ମନ ରେ ଏ ଛୁଟି ଦିନ ରେ ସୁପ୍ରିତ ର ଭାବନା ଆସେ ସେ ତାକୁ ପସନ୍ଦ କରେ ବୋଲି ମନେ ହୁଏ ସେ ଜନେଇବ । ସତ କୁ ସତ ପୂଜା ଛୁଟି ରେ ସୁପ୍ରିୟା ସବୁ ବେଳେ ଶୁପ୍ରୀତ ବିଷୟରେ ଚିନ୍ତା କରେ ଟିଉସନ ଗଲା ବେଳେ ଭାବେ କି ଆଗ ପରି ସତ ରେ ସୁପ୍ରିତ ଆସିଯାନ୍ତ କି ଥରେ ଦେଖି ଦିଅନ୍ତା । ଏମିତି ବହୁତ୍ ଦିନ ଚାଲିଲା ଏସବୁ କୁ ନଜର ରଖୁଥାଏ ସୁରେଶ୍ ।ସୁରେଶ୍ ଏସବୁ କୁ ଦେଖି ସହି ପରୁନଥିଲା ।ସୁରେଶ୍ ସୁପ୍ରିୟା କୁ ସୁପ୍ରୀତ ବିଷୟ ରେ କହିଦିଏ ହେଲେ ପ୍ରେମ ବାୟାଣୀ ସୁପ୍ରିୟା ବୁଝିପlରେନି ଭାବେ ସୁରେଶ୍ ଜାଣି ଜାଣି ତାକୁ ସୁପ୍ରୀତ ଠାରୁ ଅଲଗା କରିବା ପାଇଁ ଏସବୁ କରୁଛି। ସ୍କୁଲ୍ ଖୋଲିଲା ସୁପ୍ରିୟା ଯିଏ ବହି ଖାତା ଛଡ଼ା ସ୍କୁଲ ବସ୍ତାନି ରେ ଟିକିଲି ଟିଏ ବି ନେଉନଥିଲା ଆଜି ଫୁଲ ନେଇକି ଆସିଥାଏ , ସୁପ୍ରିତକୁ ଦେବ ଆଉ ନିଜ ମନ କଥା କହିବା ତା ବିନା କେମିତି ସେ କାଟିଛି ଏସବୁ ଛୁଟି ଦିନ । ପ୍ରେମର ପରଦା ଆଖିରେ ପାରି ,ପ୍ରେମର ପ୍ରତୀକକୁ ହାତରେ ଧରି ସୁପ୍ରିତର ଆସିବା ବାଟ କୁ ଅପେକ୍ଷା କରିଥାଏ  ସେ ବା କି ଜଣେ ସେ ଯେଉଁ ପ୍ରେମ ର ବାଟ କୁ ଅପେକ୍ଷା କରିଛି ସେଇଟି ପ୍ରେମ ର ବାଟ ନୁହେଁ,ଅବନିତି ର ଆଗମନ , ତା ଦୁର୍ଦ୍ଦିନ ର ଶୁଭାରମ୍ଭ । କିଛି ସମୟ ପରେ ସୁପ୍ରିତ ଆସିଲା ଶ୍ରେଣୀ ଗୃହ କୁ ଆସି ସୁପ୍ରିୟା କୁ ଦେଖା କଲାନି , ପ୍ରାର୍ଥନା ପାଇଁ ନ ଯାଇ ସୁପ୍ରିୟା ସୁପ୍ରିତ ର ବାଟ କୁ ଚାହିଁ ବସିଥିଲା ସେ ଆସିଲେ ଟିକେ କଥା ହବ ବୋଲି ମିଛ ଅଭିମାନ ମନ ରେ ଭାରି ପ୍ରେମ ଭରା ନୟନରେ ରେ ସୁପ୍ରିତ କୁ ଡାକିଲା -" ସୁପ୍ରିତ ,ଟିକେ ଶୁଣିବ ଆଜି ଏତେ ଡେରି ରେ ଆସିଲ ଯେ କଣ ବହୁତ୍ ବ୍ୟସ୍ତ ଥିଲ କି ? ସୁପ୍ରିତ -" ନାଇ ବ୍ୟସ୍ତ କଣ ,ଏମିତି ଟିକିଏ ଡେରି ହେଇଗଲା ମୋ ଡେରି ରେ କଣ ମିଳିବ ତମେ ମନିଟର ଶୀଘ୍ର ଆସିବା ଦରକାର ତମ କୁ ସବୁ ଅପେକ୍ଷା କରନ୍ତି ମୋତେ ନୁହଁ।" 

ସୁପ୍ରିତ ଠାରୁ ଏହିପରି କଥା ସୁଣି ସୁପ୍ରିୟା ମନେରେ କିଛି ବୁଝି ପାରିଲାନି । କିଛି ସମୟ ପରେ ଏକ ସୁନ୍ଦର୍ ଝିଅ ଟିଏ ଅଳ୍ପ ଉଚ୍ଚତା ଗୋରl ରଙ୍ଗ ର ଝିଅ ଟିଏ ଆସି ସୁପ୍ରିତ ସହ ହାତ ଧରାଧରି ହୋଇ ଶ୍ରେଣୀ ରୁ ବାହାରକୁ ବାହାରି ଆସିଲେ । ପାର୍ଥନା ସରିଲା ସମସ୍ତେ ଶ୍ରେଣୀ କୁ ଆସିଲେ ସୁପ୍ରୀତ ବି ଆସିଲା ହେଲେ ଆଗ ପରି ସୁପ୍ରିୟା କୁ ଆଖି ଉଠେଇ ଚାହିଁଲlନି ,ଏସବୁ କଥା ମନେ ମନେ ସୁପ୍ରିୟା କୁ ବହୁତ୍ କଷ୍ଟ ହେଉଥିଲା କେହି ବୁଝିନପାରିଲେ ବି ସୁରେଶ୍ ସବୁ କିଛି ବୁଝିପାରୁଥିଲା । ସୁରେଶ୍ ର ଭଲ ପାଇବା ରେ ସତ୍ୟତା ଥିଲା ସଚ୍ଚୋଟ ପଣିଆର ପ୍ରମାଣ ଥିଲା , ହେଲେ ଅନ୍ୟ ପକ୍ଷରେ ସୁପ୍ରିତର ଭଲ ପାଇବା ଖାଲି ବlହନ ଆଉ ଖେଳ ଥିଲା । ସୁପ୍ରିୟାକୁ କଷ୍ଟରେ ଦେଖି ସୁରେଶ୍ କୁ ବି ବହୁତ୍ କଷ୍ଟ ହେଉଥିଲା ।କିଛି ଦିନ ଯିବା ପରେ ସୁପ୍ରିତର ମିଛ ଚେହେରା ସୁପ୍ରିୟା ଆଗରେ ଆସିଗଲା ସେ ନିଜେ ନିଜ କୁ ନିଜେ ବହୁତ୍ ରାଗୁଥାଏ ହେଲେ ବା ସେ କଣ କରିବ ଭୁଲ ତ କରିସାରିଛି। ମନ ତ ହରିସରିଚି । ଏସବୁ କୁ ଦେଖି ସୁରେଶ୍ ମନେ ମନ ରେ ବହୁତ୍ କଷ୍ଟ ପାଉଥାଏ ସେ ବାରମ୍ବାର ନିଜ ପ୍ରେମର ଅଭିପର୍ଥାନା କରୁଥାଏ ସୁପ୍ରିୟା ଆଗରେ । ହେଲେ ଏବେ ତ ସୁପ୍ରିୟା ମନ ରେ ସୁପ୍ରିତ ପାଇଁ ପ୍ରେମ ଉଙ୍କି ମାରିଥିଲା ସେ ଭୁଲି ପାରେନି ତା ପାଇଁ ସୁପ୍ରିତର ପ୍ରେମ ଖାଲି ଛଳନା ଥିଲା ଯାହା ଭାଙ୍ଗିଯାଇଛି । ଏସବୁ ପରେ ସ୍କୁଲ ରେ ସରସ୍ଵତୀ ପୂଜା ହେଲା ପୂଜା ରେ ସବୁ ଦାୟିତ୍ଵ ନିର୍ବାହ ପାଇଁ ସୁପ୍ରିୟା କୁ କୁହାଯାଇଥିଲା ।ସୁପ୍ରିୟା ମନେ ମନେ ସୁପ୍ରୀତ କୁ ଖୋଜୁଥିଲା ସମୟ କୁ ଦେଖି ସେ ସୁପ୍ରିତ କୁ ଡାକିଲା ମାଡ଼ମ ଙ୍କ ହାତ ରେ ଯେମିତି ସୁପ୍ରିତ ନ ଭାବୁ ସୁପ୍ରିୟା ତାକୁ ଚାହୁଁଚି ।ପୂଜାରେ ସୁପ୍ରିୟାକୁ ସୁପ୍ରିତ ସହ ଦେଖି ସୁରେଶ୍ ସହିପରିଲାନି ନିଜ କୁ ନିଜେ ବହୁତ୍ କଷ୍ଟ ଦେଲା , ପାଗଳାମି ର ସବୁ ସୀମା ପାର କରିଦେଲା । ବାରମ୍ବାର ସୁପ୍ରିୟା ର ଏମିତି ବ୍ୟବହାର ଦେଖୀ ସୁରେଶ୍ ନିଜ କୁ ନିଜେ ବାରମ୍ବାର କ୍ଷତି ପହଞ୍ଚିଥିଲା, ସୁରେଶ୍ ନିଜ ହାତ କଟି ନିଜ କୁ ରକ୍ତାତ କରିଦେଇଥିଲା । ଯେତେ ଯେତେ ଥର ସୁପ୍ରିୟା କୁ ସୁପ୍ରିତ ର ପାଖ ପାଖି ଦେଖେ ସୁରେଶ୍ ବାରମ୍ବାର ଏମିତି ବ୍ୟବହାର କରେ । ଏସବୁ ସୁପ୍ରିୟା ସହୀପରିଲାନି ,ନିଜ କୁ ନିଜେ ସବୁ ଥିରୁ ଦୂରେଇ ରଖିବାକୁ ଚେଷ୍ଟା କରୁଥାଏ।ଏସବୁ ଭାବେ କିଛି ସମୟ ଚାଲିଥାଏ।ପୁଣି ଦିନେ ସକାଳ ହେଲା ସୂର୍ଯ୍ୟ କିରଣ ପଡ଼ିଲା ସୁପ୍ରିୟା ର ସବୁ ଖରାପ ସମୟ ଚାଲିଗଲା । ହେଲେ ଏତେ ବଡ ଭାଗ୍ୟ ସେ ଅଭାଗିନୀ ର କlଇଁ ହବ ସୁପ୍ରିତ ପ୍ରେମ ର କଳା ବାଦଲ ସୁପ୍ରିୟା ଜୀବନ ରୁ ଏତେ ଶୀଘ୍ର ସରିନଥିଲା । ଶେଷ ରେ ସୁପ୍ରିତ କୁ ସୁପ୍ରିୟା ର ପ୍ରେମ ର ଅନୁଭବ ହେଇଗଲା ହେଲେ ସେତେ ବେଳେ ସୁପ୍ରିୟା ନିଜ କୁ ନିଜ ବହୁତ୍ ଶକ୍ତ କରିସାରିଥିଲା ଆଉ କେବେ ବି କାହା ଉପରେ ଏବେ ତରଳି ବ ନାହିଁ ବୋଲି ଶପଥ ନେଇସାରିଥିଲା। ସୁପ୍ରିତ ବି ନିଜ ମନ ରେ ଭାବିଦେଉଥିଲ ଏବେ ନିଶ୍ଚୟ ସୁପ୍ରିୟା କୁ ମନ ର ଭାବନା ଜାନେଇବ । ସେୟା ହିଁ ହେଲା ସୁପ୍ରିୟା କୁ ସୁପ୍ରିତ ନିଜ ମନ ର ଭାବନା ଜନେଇଲା।ବହୁତ୍ ଦିନ ପରେ ସୁପ୍ରିୟା ଏସବୁ କୁ ମାନି ନେଲା ଆଉ ସେ ନିଜ ମନ ପାଖରେ ହରିଗଲା ସୁପ୍ରିତ କୁ ଭଲ ପାଇବସିଲା । ଏସବୁ କୁ ଆଖି ଆଗରେ ଦେଖି ମାନି ନେଇପରିଲାନି ସୁରେଶ୍ ବିଷ ପିଇ ନିଜ ଜୀବନ ହରିଦେଲା । ସୁପ୍ରିୟା ସୁରେଶ୍ କୁ ନିଜ ଉତ୍ତମ ବନ୍ଧୁ ଭାବୁଥିଲା ଆଉ ବହୁତ୍ ବିଶ୍ୱାସ କରେ , ତା ପ୍ରେମ ରେ ସତ୍ୟତା ଥିଲା ହେଲେ ସେ ଏସବୁ କୁ ବୁଝିବା ପାଇଁ ଚେଷ୍ଟା ନ କରି ସୁପ୍ରିତ ପରି ପ୍ରତାରକ ର ଛଳନା ପ୍ରେମ କୁ ବିଶ୍ୱାସ କରିଥିବାରୁ ସୁପ୍ରିୟା ,ସୁରେଶ୍ ର ମୃତ୍ୟୁ ପାଇଁ ନିଜ କୁ ଦୋଷୀ ମାନି ସର ଜୀବନ ତା ସ୍ମୃତି ରେ କାଟିବାକୁ ନିଷ୍ପତି ନେଇଗଲା ।ସୁପ୍ରିୟା ର ଏଭଳି ବନ୍ଧୁ ପ୍ରେମ ଦେଖି ସୁପ୍ରିତ ର ମନ ବି ତରଳି ଗଲା ଆଉ ସେ ନିଜ ଜୀବନ କୁ ସମ୍ପୂର୍ଣ୍ଣ ଭାବେ ସୁପ୍ରିୟା ପାଇଁ ଉତ୍ସର୍ଗ କରିଦେବା ପାଇ ଭାବିଲା ।ଆଜି କୁ 50 ବର୍ଷ ପରେ ବି ସୁପ୍ରିତ ସୁପ୍ରିୟା ପରଷ୍ପର ଙ୍କୁ ଭଲ ପାଆନ୍ତି କିନ୍ତୁ ପରଷ୍ପର କୁ ବିବାହ କରିବାକୁ ନିଷ୍ପତି ଭୂଳିଯାଇଛନ୍ତି ଓ ସୁରେଶ୍ ର ମୃତ୍ୟୁ ପାଇଁ ନିଜକୁ ଦୋଷ ଦେଇ ନିଜର ଅନ୍ୟ କୌଣସି ସମ୍ବନ୍ଧ ରଖିନାହିଁ କାରଣ ସୁରେଶ୍ ତାର ଉତ୍ତମ ବନ୍ଧୁ ଥିଲା ସେ ତା ଆତ୍ମାକୁ କଷ୍ଟ ଦେବାକୁ ଚାହୁଁନଥିଲା ।


Rate this content
Log in

Similar oriya story from Romance