STORYMIRROR

Khetrabasi Behera

Romance Classics Others

3  

Khetrabasi Behera

Romance Classics Others

ପ୍ରେମିକାର ନା ରୂପା

ପ୍ରେମିକାର ନା ରୂପା

1 min
224


     

ରୂପା,ମୋ ପ୍ରେମିକାର ନାଁ । ଭାରି ସାଧାସିଧା ଝିଅଟେ,ଖଲିକୋଟ ରେ ମୋ ସହ ବି.ଏସ.ସି କରେ।କିନ୍ତୁ ଏପର୍ଯ୍ୟନ୍ତ ତାର ଚାଲି ଚଳଣ,ଆଦବ କାଇଦା ଯୋଉ ଗାଉଁଲିକୁ ସେଇ ଗାଉଁଲି ହୋଇ ରହି ଯାଇଛି ।କେଜାଣି କାହିଁକି ତା'ର ଏହି ନୀରିହପଣ ମୋର ଭାରି ପସନ୍ଦ । 

    ଅନ୍ୟ ଝିଅମାନଙ୍କ ଷ୍ଟାଇଲିସ୍ ଟି.ସାର୍ଟ ଓ ଟାଇଟ୍ ଜିନ୍ସ ପ୍ୟାଣ୍ଟ୍ ଫିକା ପଡିଯାଏ ମୋ ରୂପାର ନୀଳ ଚୁଡିଦାର ଆଗରେ । ସେଦିନ କିନ୍ତୁ ରୂପା ଅପେକ୍ଷା କରିଥିଲା ଖଲିକୋଟ ବସ ଷ୍ଟାଣ୍ଡରେ,ମୋ ସହ ବୁଲିବାକୁ ଯିବ ବୋଲି ।ମୁଁ ବି ପୁରା ପିଁ-ପାଁ ହୋଇ ବାହାରି ପଡିଲି, ମୋ ରୁମ୍ ପାଖ ଦୋକାନରୁ ଦି ଟା(କିଟ କାଟ ଏବଂ ଭିକ୍ସ) ଚୋକଲେଟ କିଣି । ସେଦିନ ଭାଲେଣ୍ଟାଇନ୍ ସପ୍ତାହ ର 3ୟ ଦିନ , i mean ଚୋକଲେଟ ଡେ ।

      ମୁଁ ଚୋକଲେଟ ହାତରେ ଧରି ଅପେକ୍ଷା କରିଥିଲି ଅଟୋକୁ ,ହଠାତ ମୋ ନଜର ପଡିଲା ,ମୋ ଠାରୁ ଟିକେ ଦୂରରେ ପାଞ୍ଚ ସାତ ବର୍ଷର ଝିଅଟେ ବିକଳ ହୋଇ ଚାହିଁଛି ମୋ ହାତରେ ଥିବା ଚୋକଲେଟକୁ । ଚିରା ମଇଳା ଫ୍ରକ୍ କୁ,ନୁଖୁରା ମୁଣ୍ଡ ଆଉ ତା' ନିରୀହ ଆଖି ମୋତେ ଯେମିତି କହୁଥିଲା ଏ ଚୋକଲେଟରେ ମୋ ରୂପା ନାଁ ନୁହଁ ବରଂ ତା'ରି ନାଁ ଲେଖାହେଇଛି ।

                              

                                     ✍️କ୍ଷେତ୍ରବାସୀ ବେହେରା

                                      ବିଞ୍ଚଣାପଲ୍ଲୀ (ରମ୍ଭା),ଗଞ୍ଜାମ 


Rate this content
Log in

Similar oriya story from Romance