rasmi maye pati

Romance

3  

rasmi maye pati

Romance

ପର୍ଦ୍ଦା ଅନ୍ତରାଳେ

ପର୍ଦ୍ଦା ଅନ୍ତରାଳେ

3 mins
217



ସତରେ,କେତେ ଶବ୍ଦ କୁ ସେ ଆପଣାର କରି ନେଇଛନ୍ତି,ଅଗଣିତ ଶବ୍ଦ ।ନିଆରା ପ୍ରତିଭା ଟିଏ।କେତେ ବେଳେ ସମୁଦ୍ର ର ଢେଉ ତ,କେତେବେଳେ ପୁଣି ଆକାଶ ର ଜହ୍ନ ଭିତରେ ହଜି ଯାଆନ୍ତି,ପୁଣି କେତେବେଳେ ଶାଳ ପତ୍ର ଗୋଟାଉ ଥିବା 

ଆଦିବାସୀ ଝିଅ ମାଳତୀ ସହ ତ ପୁଣି ନାକ ଯାଏଁ ଦେଶୀ ନାଲି ପାଣି ଟେକି ଦେଇ ଥିବା ଦାଦ ନିଆ ସନିଆ ସହିତ ।ଆଉ ତା ଭିତରେ ହଜି ଯାଏ ଶ୍ୟାମଳୀ।ଚାହିଁ ରହିଥାଏ ପ୍ରତି ପତ୍ର ପତ୍ରିକା।ଶୁଭେନ୍ଦୁ ସାର୍ ଙ୍କ ଲେଖା।ଖୋଜେ ନିଜର ମୋବାଇଲ। ଆଗ୍ରହ ର ସହିତ କୃତଜ୍ଞତା ଜଣାଇ ଦିଏ।ଆଉ ଉତ୍ତର ରେ ମାତ୍ର ଆସେ ଚାରୋଟି ଅକ୍ଷର।ସେ ଚାରୋଟି ଅକ୍ଷର ରେ ଜମା ସନ୍ତୋଷ 

ନ ଥାଏ ଶ୍ୟାମଳୀ ର।  ତଥାପି ସେ ସବୁ ଧନ୍ୟବାଦ୍ କୁ ଏକାଠି କରି ସ୍ବପ୍ନ ର ମାଳା ଟିଏ ଗୁନ୍ଥେ।ଆଶା ର ଅଟ୍ଟାଳିକା ଉପରେ ଠିଆ ହୋଇ ସୁନେଲି ସ୍ବପ୍ନ ରେ ଭାସି ବାକୁ ଲାଗେ।   ବର ପକ୍ଷ ର ଘନ ଘନ ଫୋନ ବ୍ୟସ୍ତ କରି ପକାଏ ଶ୍ୟାମଳୀ ର ମାଆ ଙ୍କୁ। ଧରା ଛୁଆଁ ଦଉନି ସେ ଝିଅ।

  ସତରେ,ସେ ସ୍ବପ୍ନ ର ଅଟ୍ଟାଳିକା ଉପରେ କି ଆନନ୍ଦ! ଖାଇବା ପିଇବା ଭୁଲି ଯାଇଛି ଶ୍ୟାମଳୀ।ସୂର୍ଯ୍ୟ ଆସି ମୁଣ୍ଡ ଉପରେ ପହଞ୍ଚି ଲେଣି।ସେ ଲହରୀ ରେ ଥରେ ଭା ସି ଗଲେ ଫେରିବା ବହୁତ୍ କଷ୍ଟ।

  କେଉଁଠୁ ଏକ ଘଣ୍ଟି ର କଦର୍ଯ୍ୟ ସ୍ୱର ରେ ଶ୍ୟାମଳୀ ର ସ୍ବପ୍ନ ରେ ଏକ ଶକ୍ତ ବାଧା ହେଲା।ବିରକ୍ତ ହୋଇ ଶ୍ୟାମଳୀ ଗେଟ୍ ପାଖକୁ ଗଲା। ବିଚରା ବାଦାମ ବିକାଳୀ ଟିଏ।ତାକୁ ବିରକ୍ତ ହୋଇ ଫେରି ଆସିଲା ଶ୍ୟାମଳୀ।ପୁଣି ଥରେ ପତ୍ରିକା ର ଗୋଟିଏ ଫର୍ଦ୍ଦ।ନଜର ପଡ଼ିଲା ଶୁଭେନ୍ଦୁ ସାର୍ ଙ୍କ ଲେଖା ଟିଏ ଉପରେ।ମନ ଭିତରେ ପ୍ରଶ୍ନବାଚୀ।

ସତରେ କଣ ଏ ସାର୍ କିଛି ଜାଣି ପାରୁ ନାହାନ୍ତି।ନା ଜାଣି କରି ଅଭିନୟ କରୁଛନ୍ତି।  ମା ତିନି ଥର ଡାକି ଫେରି ଗଲେଣି।ପୁଣି ଥରେ ବାଦାମ ବିକାଳୀ ର ଘଣ୍ଟି ସ୍ୱର।ଓଃ ଏ ବୁଢ଼ା,,,,,

ବିରକ୍ତ ହୋଇ ଗଲା, ଯୋଉଠି ଛୋଟ ପିଲା ଅଛନ୍ତି ସେଠିକି ଯାଉନ।

  ତଥାପି କାଇଁ ମନ ବୁଝିଲାନି । ବାଦାମ ପୁଡିଆ ଟିଏ ତା ହାତରୁ ଆଣି ଆସିଲା।ଗୋଟିଏ ବାଦାମ ହାତରେ ଧରି ହଠାତ୍ ସ୍ତବ୍ଧ ହୋଇଗଲା ଶ୍ୟାମଳୀ।

   କାହାର ଏଡେ ସାହସ।ଶୁଭେନ୍ଦୁ ସାର୍ ଙ୍କ ଲେଖା କୁ କବଡ଼ିବା ଲା କୁ ଦେଇଛି!ଏତେ ଅସମ୍ମାନ ଗୋଟେ ଏତେ ବଡ଼ ଲେଖକ କୁ! ଯତ୍ନ ରେ କାଗଜ ଟିକୁ ସାଇତିଲା।  ଏଥର ସେ ବାଦାମ ବିକାଳୀ କୁ ଅପେକ୍ଷା କରି ବସିଲା।ସେ ଆସିବା ପୂର୍ବ ରୁ ଶ୍ୟାମଳୀ ଗେଟ୍ ପାଖରେ ପହଞ୍ଚି ଯାଏ। ବ ଲବଲ କରି ବାଦାମ ବିକାଳୀ ଝିଅ ଟିର ମୁହଁ କୁ ଚାହିଁ ରହେ।

  ଆଜି କାଇଁ ସୂର୍ଯ୍ୟ ଏତେ ଶୀଘ୍ର ଉଦୟ ହେଲେ?ଶ୍ୟାମଳୀ ଆଉ ଧୈର୍ଯ୍ୟ ଧରି ପାରୁନି। ଗେଟ୍ ର କିଛି ପାହୁଣ୍ଡ ଆଗକୁ ଗଲା।ଉତ୍କଣ୍ଠା ର ଢେଉ ଗୁଡ଼ିଏ ମନ ଭିତରେ ଧକ୍କା ହେଉଥିଲା।କାହିଁକି ଆଜି ଅଦିନ ରେ ମଳୟ ବହୁଥିଲା?

  ଏବେ ଦୂର ରୁ ଦିଶୁଛି ତାର ସ୍ବପ୍ନ ର ମହଲ।ମାତ୍ର ଆଉ କିଛି ସମୟ ପରେ ପହଞ୍ଚିବ ସେ ।ହେଲେ ଏ ଅପୂର୍ବ ସଂଯୋଗ କାହିଁକି?ବାଦାମ ବିକାଳୀ ସେଠାରେ ,ପୁଣି ହାତରେ ଏକ ଝାଡ଼ୁ ଧରି।

ତାର ସନ୍ଦେହ ଦୂର ହୋଇଗଲା। ଏ ନିଶ୍ଚୟ ଏକ କବାଡି ବାଲା।

  କବାଡି ବାଲା ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଚାହିଁ ଥାଏ ଝିଅ ଟିକୁ। _ ଆରେ ତମେ କଣ ଏଠି?

_ ହଁ ପରା ମା ,ଦେଖୁନ ଏ ବୋକୀ ଝିଅ 

ମାଳତୀ ସାର୍ ଙ୍କ ବହି ସବୁ କବାଡି ବାଲା କୁ ବିକି ଦଉଚି।ମୁଁ ବସି ସବୁ ଏକାଠି କରୁଚି।

  ଶ୍ୟାମଳୀ ର ମନ କିନ୍ତୁ ଖୋଜୁଥିଲା ସାର୍ ଙ୍କୁ,ଟିକେ ଦୂର କୁ ଗଲା ସେ।ସାର୍ ଙ୍କ ମୁଖ୍ୟ ଗେଟ୍ ରେ ତାଲା?  ଆରେ ସାର୍ କୁଆଡେ ଗଲେ?

_ମା ସେ ବିଦେଶ ଚାଲି ଗଲେମୁଁ ଓ ମାଳତୀ ତାଙ୍କ ଘରେ କାମ କରୁଚୁ ତସେ ମତେ ଚାବି ଦେଇ ଯାଇଛନ୍ତି।  କେବେ ଆସିବେ ଜଣା ନାହିଁ ମା

ଆକାଶ ଟା ଛିଣ୍ଡିଗଲା ଯେପରି ଶ୍ୟାମଳୀ ର ମୁଣ୍ଡ ଉପରେ।ପାଦ ତଳୁ ଦୁଇ ମୁଠା ମାଟି ଭୁଶୁଡ଼ି ପଡ଼ିଲା ଯେମିତି।ହଜିଗଲା ସେଇ ବସନ୍ତ ର ମଳୟ ପଛକୁ ଫେରିଲା ସେ

କବାଡି ବାଲା ଚାହିଁ ରହିଥାଏ ତାକୁ

ଉତ୍ତର ର ପ୍ରତୀକ୍ଷା ରେ ମାଆ।

ବର ପକ୍ଷ ଲୋକ ଙ୍କ ର ଘନ ଘନ ଫୋନ।

କିନ୍ତୁ ପର୍ଦ୍ଦା ଅନ୍ତରାଳ ରେ ଶ୍ୟାମଳୀ ।



Rate this content
Log in

Similar oriya story from Romance