STORYMIRROR

Chittaranjan Nanda

Inspirational

3  

Chittaranjan Nanda

Inspirational

ପିତୃ ଦିବସରେ

ପିତୃ ଦିବସରେ

2 mins
191


ସମସ୍ତଙ୍କୁ ଆଜିର ପିତୃ ଦିବସରେ ଅନେକ ଅନେକ ଶୁଭେଚ୍ଛା । ବାପାଙ୍କୁ ମୋର ପ୍ରଣାମ, ଛୁଆ ଦିନୁ ଶୁଣି ଆସୁଛି ଯେ ପିତା ମୋର ଧର୍ମ....ପିତା ମୋର ସ୍ବର୍ଗ, ପିତା ମୋର ଜପ ତପ, ପିତା ମୋର ଗତି, ପିତା ମୋର ମୁକ୍ତି।

ଯଦି ଏ ଉକ୍ତିର ପ୍ରଭାବ ପଡିଥାନ୍ତା, ଜରାଶ୍ରମର ଦରକାର ନଥାନ୍ତା । ଏ ଭାବନା ମୋର ନେଗେଟିଭ ଭାବନା କହି ପାର ।

 ପୁରାଣରେ ଲେଖା ଅଛି, ଏହି ସମାଜରେ ପୁଣ୍ଡଲିକ ନାମକ ମଣିଷଟିଏ ଥିଲେ । ସେ ପିତୃମାତୃ ଭକ୍ତ ଥିଲେ । ପିତା ମାତାଙ୍କର ସେବା କରି ସିଏ ଦିନ କାଟୁଥିଲେ । ସେ କୃଷ୍ଣ ଭକ୍ତ ଥିଲେ । ସ୍ବୟଂ କୃଷ୍ଣ ପରୀକ୍ଷା ନେବାକୁ ଆସି ଦ୍ବାରଦେଶେ ରହି ଡାକିଲେ ତାହାଙ୍କୁ "ମୁଁ କୃଷ୍ଣ ଡାକୁଛି ଆସ" । ପୁଣ୍ଡଲିକ ତାଙ୍କୁ କହିଥିଲେ "ଦୁଆର ମୁହଁରେ ବସ । ପିତା ମାତାଙ୍କର ସେବା ମୁଁ କରୁଛି ଓ ଅଧଘଣ୍ଟା ପରେ ଯିବି । ଯଦି ନ ବସିବ ମନେ ନ ଧରିବ, କ୍ଷମା କରି ଦେବ, ପରେ ଆସିବ । କୃଷ୍ଣ କହିଥିଲେ, "ତୁମ ପିତା ମାତା ଚଳନ୍ତି ପ୍ରତିମା । ପରୀକ୍ଷା ନେବାକୁ ଆସିଥିଲି, ତାଂକରି ସେବା ହିଁ କର।" ସେମିତି ମଧ୍ୟ ଶ୍ରବଣ କୁମାର କଥା ଲେଖା ଅଛି ରାମାୟଣରେ ।

ବ୍ୟାସକବି ଫକୀର ମୋହନଙ୍କ ଡାକ ମୁନିସିର ଉଦାହରଣ ଆମେ ସମସ୍ତେ ପଢିଛେ । ଭାବରୁ ବଚନର ଜନ୍ମ । ଯେମିତିକା ମନ ସେମିତିକା ଦୃଷ୍ଟି । ସୃଷ୍ଟିର ବାହ୍ୟ ଚିତ୍ର ଦେଖି ଶୁଣି ବ୍ୟକ୍ତ ହୁଏ ମନୋବୃତ୍ତି । ପୁସ୍ତକରୁ ଜ୍ଞାନ ଆହରଣ କରି ଅବା ପ୍ରବଚନ ଶୁଣି ମଣିଷର ପରିବର୍ତ୍ତନ ହୁଏ ନାହିଁ । ମୋର ଅଭିଜ୍ଞତାରୁ ମୁଁ ଅନୁଭବ କରିଛି ଯେତେ ତୁମେ କୁହ ପିତା ମୋ ଭାଗ୍ୟ ବିଧାତା, ଗତି ମୁକ୍ତି ଦାତା, କରୁ ଥାଅ ଜୟ ଜୟ ଶ୍ରୀରାମ, ଜଗନ୍ନାଥ ନାମ, ଯାଅ ନିଳାଚଳ ଧାମ, ମନ୍ଦିର ବେଢାରେ ବୁଲ, ସକାଳ ସଞ୍ଜରେ ଧରମକୁ ଜପ, ପ୍ରାପ୍ତ ହୋଇଥାଅ ଉଚ୍ଚାସନ, ଭାବର ଅଭାବେ ପିତା ମାତା ସେବା କରିବା ହୁଏନାହିଁ। ଜଳୁଥିବା ମନ ନେଇ ପାରେ ପ୍ରାଣ । ତାହା ଲଗାଏ କଳି । ଯେବେ ସେହି ବିଷ ମଣିଷକୁ ଗ୍ରାସ କରେ, ସେ ଅକ୍ଲେଶରେ ପ୍ରାଣ ନିଏ । ଏହି କଥା ମୁଁ ଅନୁଭବ କରିଥିଲି 1970 ମସିହାରେ (ମୋତେ 13 ବର୍ଷ ହୋଇଥିଲା) ଯେତେବେଳେ ମୋର ପଡୋଶୀ ଘରର ବଡ ପୁଅ (ସେ ମାଛିକୁ ମ ବୋଲି କହେନା) ମାରି ଦେଇଥିଲା ପରିବାରର ସାତ ଜଣଂକୁ ବାପ, ମା, ଭାଇ, ଭଉଣୀ ମାନଂକ ସହିତ ଏପରିକି ମା ପେଟରେ ଥିବା ଆସନ୍ନ ଶିଶୁକୁ ।

 ମୋ ବାପା ମୋ ପ୍ରାଣ ପ୍ରତିଷ୍ଠାତା । ବାପା ମୋତେ ଏ ନୈସର୍ଗିକ ସୃଷ୍ଟିକୁ ଆଣିବାର ସୌଭାଗ୍ୟ ପ୍ରଦାନ କରିଛନ୍ତି । ଦୁନିଆର ଅଙ୍କାବଙ୍କା ପଥର ପ୍ରଦର୍ଶକ ହୋଇଛନ୍ତି ମୋର ପ୍ରତ୍ୟେକ ସମୟରେ। ତାଂକର ପଥ ପ୍ରଦର୍ଶନରେ ମୁଁ ଗଢା । ମନରେ ସଦା ଶୁଦ୍ଧ ଚିନ୍ତା ଶୁଦ୍ଧ ବିଚାର କରିବାକୁ ପରକୁ ନିଜର କରିବାକୁ ମୋ ମନରେ ବିଚାର ସୃଷ୍ଚି କରିଛନ୍ତି । ପିତା ମାତା ମୋ ପାଇଁ ଚଳନ୍ତି ଠାକୁର । କେବେ ବି ନିଜ ବାପା ମାଆଙ୍କୁ ମୁଁ ହତାଦର କରି ପାରିବି ନାହିଁ । ଗୋଟିଏ ଦିନ ନୁହେଁ, ଗୋଟିଏ ମୁହୂର୍ତ୍ତ ବି ନୁହେଁ । ବାପାଙ୍କ ପାଇଁ -


ତୁମରି କରୁଣାରେ ଦେଖିଲି ଦୁନିଆ 

ତୁମ ହାତ ଧରି ପ୍ରଥମେ ହୋଇଲି ଠିଆ  


ଚାଲିବା ଶିଖିଲି ତୁମର ତ ହାତ ଧରି 

ଉପରେ କଠୋର ଅନ୍ତରେ କୋମଳ ଭରି


ମନେ ପଡେ ସେହି ଉପଦେଶ ଭରା ବାଣୀ 

ମୋର ସୁଖେ ଉତ୍ସର୍ଗୀତ ଥିଲ ହେ ପୂଜ୍ୟ ମହାମାନୀ ।



రచనకు రేటింగ్ ఇవ్వండి
లాగిన్

Similar oriya story from Inspirational