STORYMIRROR

ଲିମନ ଦିଦି

Tragedy

3  

ଲିମନ ଦିଦି

Tragedy

ପିଙ୍ଗଳାର ପ୍ରତିରୂପ

ପିଙ୍ଗଳାର ପ୍ରତିରୂପ

4 mins
169

ନାଆଁ ତା'ର ପ୍ରତ୍ୟୁସିନୀ । ନାଆଁଟିର ଅର୍ଥ କ'ଣ ଜାଣିନି । ବୟସ ଅନୁମାନ କରିହେଉନି । ଦଶମ ପ୍ରମାଣପତ୍ରରେ ଯାହା ଲେଖାଅଛି ୧୮ ଖଣ୍ଡେ ହେବ । ଭଲ ପଢେ । ଗାଆଁରେ ତା'ର ପଢାକୁ ନେଇ ଅଧିକ ଖାତିରି । ସମସ୍ତଙ୍କ ଇଚ୍ଛା ଚାକିରୀ ଖଣ୍ଡିଏ କରୁ । ହେଲେ ଗାଆଁରେ କ'ଣ ବା ସୁବିଧା ଅଛି ଯେ ଚାକିରୀ ପାଇଁ ପାଠ ପଢିବ । ବଡ ଅସ୍ତବ୍ୟସ୍ତ । 


ଘରେ ତା'ର ସ୍ଥିର କରିଦେଲେ ବାହାରେ ଯାଇ ପାଠ ପଢିବାକୁ । ବାପା ବି ଅଣ୍ଟା ଭିଡିନେଲେ ମାସିକିଆ ଖର୍ଚ୍ଚ ପଠାଇବାକୁ । ବେସ୍ ଆରାମରେ କିଛି ବାଟ ପାଠ ପଢିଦେଲା । ଏଣେ ଘରେ ଆର୍ଥିକ ପରିସ୍ଥିତି ଜଟିଳତମ ହେବାର ଦ୍ବାର ଦେଶରେ । ଅବଶ୍ୟ ପ୍ରତ୍ୟୁସିନୀ ଚାକିରୀ କଲା ଭଳି ପାଠ ପଢି ଦେଇଥାଏ । ହେଲେ ଚାକିରୀ କାହିଁ । ଗାଁକୁ ଫେରିଯିବାକୁ ମନ ସ୍ଥିର କରି ସାରିଥିଲା । ଦୈବାତ ଏକ କାର୍ଯ୍ୟାଳୟରୁ ଫୋନ ଆସିଲା ସକାଳୁ ସକାଳୁ ଯାଇ ସମସ୍ତ ପ୍ରମାଣପତ୍ର ସହ ଦେଖା କରିବାକୁ । ଖୁସି କହିଲେ ନସରେ । ସାଙ୍ଗେ ସାଙ୍ଗେ ସବୁ ଆଡେ କ୍ଷଣକେ ପ୍ରଚାର ହୋଇଗଲା ପ୍ରୀତିର ଚାକିରୀ ହୋଇଗଲା । କିଏ ଦରମା କଥା ତ କିଏ ମିଠା କଥା , କିଏ ବାହାଘର କଥା ତ କିଏ ଋଣବାଡି କଥା - ଏମିତି ଅନେକ କଥା ସାହିପଡିଶା , ବନ୍ଧୁବାନ୍ଧବଙ୍କ ଭିତରେ ଆଲୋଚନା ଚାଲୁ ରହିଲା । ବୋଧହୁଏ ଭଲ ବେଳା ଆସିଗଲା । ଯାହା ହେଉ ଭଗବାନ ଡାକ ଶୁଣିଲେ । ବେସ୍ କିଛି ଦିନ ଆରାମରେ କଟିଗଲା । ଭଲ ପଇସା ମିଳେ ସିନା ଭାରି ପରିଶ୍ରମ । କାର୍ଯ୍ୟାଳୟରୁ ଫେରି କ'ଣ ଖାଇଲେ ଖାଏ ନହେଲେ ନାହିଁ ।ଚାରି ହାତଗୋଡ ମେଲି ପଡିଯାଏ । ବେଳେବେଳେ ରାତି ବି ପାହିଯାଏ । ସକାଳୁ ଉଠି ପୁଣି କାର୍ଯ୍ୟାଳୟ । ଏତେ ପରିଶ୍ରମ ; ହେଲେ ଖିଆପିଆର ଠିକଣା ସବୁ କାର୍ଯ୍ୟର ବାହାରେ । ନିଜେନିଜେ ସ୍ଥିର କରିନେଲା ବେଳେବେଳେ ହୋଟେଲରୁ ଖାଇନେବ । ସେୟା ହିଁ ହେଲା । ଦିନିକିଆ ଘଟଣାଟି ନିତିଦିନିଆ ହୋଇଗଲା ।ପ୍ରାୟ ସମୟ ସେହି ହୋଟେଲ ଯିବା ଆସିବା ଲାଗି ରହିଲା । ସେହି ଭିତରେ ଦେଖା ହୁଏ ମୁରୁକି ହସ ସହ । କିଏ, କ'ଣ , କିପରି , କେଉଁଠି ,କେବେ - ଏହି ପରି ଅନେକ ତଥ୍ୟ ଦିଆନିଆ ।ଏମିତି ସେ ମୁରୁକି ହସ ମନ ଖୋଲା ହସ ପାଲଟିଯାଏ ସମୟ ଚକରେ । ତମେ ବହୁତ ଭଲ ; ବହୁତ ସୁନ୍ଦର ; ତମ ଗୁଣ ବି କିଛି କମ୍ ନୁହେଁ । ମୁଁ ଆମ ଘରେ ସବୁବେଳେ ତମ ବିଷୟରେ କହୁଛି । ମୋ ପିଲାମାନଙ୍କୁ ତମ କଥା କହି ପ୍ରେରଣା ଦେଉଛି । ତମକୁ ଦେଖିବାକୁ ସମସ୍ତେ ଅପେକ୍ଷାରେ । କେବେ ଆମ ଘରଆଡେ ଆସ । ଏତେ ପ୍ରଶଂସା ପ୍ରତ୍ୟୁସିନୀର ମନକୁ କୁଣ୍ଢେମୋଟ କରିଦେଲା । ସାଙ୍ଗେସାଙ୍ଗେ କହିଦେଲା ଆଜ୍ଞା ସାର୍ ; ଆଜି ଉପରଓଳି ଯିବି । ଆମେ ତ ଟିକେ ବ୍ୟସ୍ତ ଥିବୁ , ତମେ ୬ଟା ପରେ ଆସ । ନହେଲେ ଆଉ କେବେ ଯିବି ସାର୍ । ନା ନା ନା ଆଜି , ଆଜି ଆଜି ସନ୍ଧ୍ୟା ୬ ଟା ବେଳେ । ଆଜ୍ଞା ସାର୍ ଆସୁଛି । ସାରଙ୍କ ମୁରୁକି ହସଟା ଟିକେ ଭିନ୍ନ ରକମର ଥିଲା । ସମୟ ଅପରାହ୍ନ ୫ : ୫୦ । ପ୍ରତ୍ୟୁସିନୀ କିଛି ଚକଲେଟ, ମିଠା ନେଇ ବାହାରିପଡିଲା ସ୍କୁଟି ନେଇ । ଛକପାଖକୁ ଯାଇ ଫୋନରେ ଠିକଣା ବୁଝି ଘରପାଖରେ ପହଞ୍ଚିଗଲା । ଉତ୍କଣ୍ଠାର ସହ ଅପେକ୍ଷା ସାରଙ୍କର । ସାରଙ୍କ ଉତ୍କଣ୍ଠା ଘରଭିତରର ଉତ୍କଣ୍ଠାକୁ ଅନେକ ଦର୍ଶାଉଥାଏ । ଆସ ଆସ ଭିତରକୁ ଆସ । ଘରେ କେହି ନାହାଁନ୍ତି କି ସାର୍ । ଥିଲେ : ସମସ୍ତେ ଥିଲେ । ଏବେ ହଠାତ୍ ମୋ ଶାଶୁଙ୍କ ଦେହ ଖରାପ ବୋଲି ଫୋନ ଆସିଲା ତ ଗଲେ । ମୁଁ ବି ଯାଇଥାଆନ୍ତି ; ହେଲେ ଅଫିସରୁ ଛୁଟି ନେଇନି ତ । କାଲି ଛୁଟି ନେଇ ଯିବି । ଏକା ଅଛି ବୋଲି କିଛି ଭୁଲ ବୁଝିଲ କି । ନା ନା ସାର୍ , ସେମିତି କିଛି ନାହିଁ । ମନରେ ଭାସିଗଲା ଗାଁର ଦୃଶ୍ୟ । ମୋ ଖଗ ଦଦାଙ୍କ ସ୍ତ୍ରୀ ତ ଯେତେବେଳେ ତାଙ୍କ ବାପଘର ଯାଆନ୍ତି ମୋ ବୋଉ ତ କହେ ଯା ଦଦାକୁ ଅନେଇଥିବୁ ; ଆସିଲେ ଖାଇବାକୁ ଡାକିବୁ । ମୁଁ ତ ଏକା ଯାଇ ଅନେଇଥାଏ । ଦଦାଙ୍କ ପାଇଁ ପାଣି କାଢେ ; ଗାମୁଛା ଦିଏ । ଆମ ଘରେ ଖାଇସାରିଲେ ଘସିଦିଏ । ମୋ ବଡ ବାପା ପୁଅ ତ ଆମଘରକୁ ଆସେନି । ତା ' ପାଇଁ ଖାଇବା ଦେଇ ମୋ ବୋଉ ପଠେଇ ଦିଏ । ଘରେ ଆଉ କେହି ନଥାନ୍ତି । ଆମେ ଭାଇ ଭଉଣୀ ମଜା କରୁ । ବେଳେବେଳେ ତ ଯୁଦ୍ଧ ଲାଗିଯାଏ । ଆଉ ଇଏ ତ ସାର୍ , ବହୁତ ଭଲ ; ଅସୁବିଧା କ ' ଣ ।ମନରେ ଏତେ କଥା ଭାବୁଭାବୁ କେତେବେଳେ ମୁହଁ ଖୋଲି ଯାଇଛି ଜାଣିପାରିନି । କଥାସବୁ ଶୁଣି ସାରଙ୍କର ଟିକେ ମୁଣ୍ଡ ବିନ୍ଧା ଆରମ୍ଭ ହେଲା । ଓଃ , ମୁଣ୍ଡଟା କଣ ପାଇଁ ବିନ୍ଧା ହେଲାଣି କହି ମୁଣ୍ଡ ଚାପିଲେ ସାର୍ । ପ୍ରୀତି କହିଲା ସାର୍ ମୁଁ ଚିପି ଦେବି କି । ନା ନା ତମେ । ସେଥିରେ କ'ଣ ଅଛି ସାର୍ । ଆପଣ ଶୁଅନ୍ତୁ ; ଅମୃତାଞ୍ଜନ କେଉଁଠି ଅଛି । ବିଲେଇ କପାଳକୁ ଶିକା ଛିଣ୍ଡିଲା ପରି କାଳ ବିଳମ୍ବ ନକରି ଥାକଆଡକୁ ହାତ ଠାରି ସାର୍ ଶୋଇପଡିଲେ । ଆଗରୁ ଅନୁଭୂତି ଥିବା ଭଳି ଖଟର ପୁରା କଡକୁ ଶୋଇ ତାଙ୍କ ପେଟ ପାଖରେ ଟିକେ ଜାଗା ରଖିଲେ । ପ୍ରୀତି ମଧ୍ୟ ସାର୍ ଭାବି ପାଖରେ ବସିଗଲା । ଅମୃତାଞ୍ଜନ ମାଲିସ୍ ହେଉଥାଏ । ପ୍ରୀତି ଯେଉଁ ଆଗପଛ ହେଉଥାଏ ମଝିରେ ମଝିରେ ଉର ସହ ବୁକୁର କ୍ଷଣିକ ସ୍ପର୍ଶ ହେଉଥାଏ । ପ୍ରୀତିକୁ ପ୍ରଥମ ସ୍ପର୍ଶଗୁଡିକ ଭଲ ମଜା ଲାଗୁଥିଲା । ଦେହ ଭିତରଟା ସିହରି ଉଠୁଥିଲା । କିଛି ସମୟ ଅତିକ୍ରମ ହୋଇଗଲା । ସାର୍ ହାତ ନେଇ ପ୍ରୀତିର କୋଳରେ ରଖିଦେଲେ । କ ' ଣ ହେଲା ସାର୍ । ନା ମ ହାତଟା ସଳଖୁଥିଲି କହି ବୁଲିପଡିଲେ । ପ୍ରୀତିର ଗୋଟିଏ ପାଖକୁ ସାର୍ ପୁରା ଲାଗିସାରିଲେଣି । ପ୍ରୀତିକୁ ଏବେ ଟିକେ ଅଡୁଆ ଲାଗିଲା । ଉଠିବାକୁ ଉଦ୍ୟମ କରୁ କରୁ କହୁଥାଏ ହଉ ସାର୍ ମୁଁ ଯାଉଛି ଯିବି । ସାର୍ କିନ୍ତୁ କୋଳରେ ରଖିଥିବା ହାତରେ ଟିକେ ତଳକୁ ଚାପି ଦେଇ କହିଲେ ପିଠିରେ କ'ଣ ଗୋଟେ ଚାଲୁଛି ଦେଖିଲ ; ଦିଅ ଟିକେ ଆଉଁସି ଦିଅ । ପ୍ରୀତି ଝୁଙ୍କିପଡିଲା ସାରଙ୍କ ପିଠି ପଟକୁ । ଶରୀରରେ ସିହରଣ ଖେଳିଗଲା । ସାରଙ୍କ ଆର ହାତଟା ପ୍ରୀତିର ପିଠିପଟକୁ ଚାଲିଗଲା । ପ୍ରୀତି ,ତମେ ମୋତେ ଜମା ବି ଭଲପାଉନ । ମୋ ଉପରେ ତମର ଭରସା ନାହିଁ । ଏତେ ଦିନ ମିଶିଲ । କ' ଣ ମୁଁ ଖରାପ ମଣିଷ ! ତମେ କିନ୍ତୁ ବହୁତ ସୁନ୍ଦର ; ବହୁତ ଭଲ । ଏହି କେଇ ପଦ କଥା ପ୍ରୀତିର ଆହୁରି ଅଡୁଆରେ ଛନ୍ଦିଦେଲା । ହେଲେ ବାହାରିପାରିଲାନି ସାରଙ୍କ କରବନ୍ଧନରୁ । ସାରଙ୍କ ଶରୀର ସହ ମିଶିଗଲା ପ୍ରୀତିର ଶରୀର । ଯେତେ ଛଟପଟ ହେଲେ ମଧ୍ୟ ଉଠିପଡିବାର ସାହସ ନଥାଏ ପ୍ରୀତିର । ବରଂ ସାରଙ୍କ କୋମଳ କଥା ଆଉ ସ୍ପର୍ଶ ତାକୁ ଆହୁରି ନରମ କରୁଥାଏ । ନିକଟରୁ ନିକଟତର ହୋଇଗଲେ ଦୁହେଁ । କୋମଳ ସ୍ପର୍ଶ ପଛକୁ ଫେରିବାକୁ ଦେଲାନି । ଆଉ କିଛି ସମୟ ପରେ ନାଟକର ଧପଧାପ ଆଲୋକ ପରେ ଯେଉଁ ଦୃଶ୍ୟ ପୁରୁଷର ନଗ୍ନ ଶରୀର ନାରୀର ମୁକୁଳା ଚୁଟି ।


Rate this content
Log in

Similar oriya story from Tragedy