STORYMIRROR

ଶାନ୍ତନୁ କୁମାର ରାଉତ

Abstract

2  

ଶାନ୍ତନୁ କୁମାର ରାଉତ

Abstract

ଫରକ

ଫରକ

3 mins
323

ଜୀବନର ଲମ୍ବା ରାସ୍ତାର ଦୋଛକିରେ ଦୁଇ ବନ୍ଧୁଙ୍କ ଆଲୋଚନା ସମାଲୋଚନା (ଦିଲ୍ଲୀପ ବାବୁ ଏବଂ ଶ୍ରୀକାନ୍ତ ବାବୁ )

ଦିଲ୍ଲୀପ ବାବୁ ଯାହାଙ୍କର ସହରି ଜୀବନ ..ଶଙ୍ଖ ମଲ୍ଲ ମଲ୍ଲ ପରି ଚିକ ଚିକ ମାରୁଥିବା ପଥରର ତିନି ମହଲା ଘର .ଏବଂ ଅନ୍ୟ ଜଣେ ହେଲେ ଶ୍ରୀକାନ୍ତ ବାବୁ ସେଇ ମଫସଲି ଗାଁର ଝାଟି ମାଟିର ଚକଟା କାଦୁଅରେ ଗଢ଼ା ଚାଳ ଛପର ମାଟି ଘର .କିନ୍ତୁ ଦୁଇ ଜଣଙ୍କର ଶିକ୍ଷାଗତ ଯୋଗ୍ୟତା ଉଚ୍ଚ କୋଟିର ବହୁତ ଦିନ ପରେ ଦିଲ୍ଲୀପ ବାବୁ ନିଜର ଜନ୍ମ ମାଟି ତଥା ନିଜ ଗାଁ କୁ ବୁଲିବା ଲାଗି ଆସିଥାନ୍ତି ଯେଉଁଠି କି ପିଲାଦିନର ସେଇ ଅନ୍ତରଙ୍ଗ ବନ୍ଧୁ ଶ୍ରୀକାନ୍ତ ବାବୁ ରୁହନ୍ତି |

ଦିଲ୍ଲୀପ ବାବୁ : ଆରେ ଭାଇ କାହିଁକି ଏଇ ଗାଁ ରେ ପଡିରହିଛୁ ଏ ଗାଁ ରେ ଅଛି କଣ ତୁ ଏତେ ଶିକ୍ଷିତ ହେଇକିବି ମୂର୍ଖଙ୍କ ପରି ରହୁଛୁ | ସହରକୁ ଚାଲ ଚାଖିବୁ ଜୀବନର ଅସଲି ମଜ଼ା |

ଶ୍ରୀକାନ୍ତ ବାବୁ : ଭାଇ ମୂର୍ଖ ଆଉ ଶିକ୍ଷିତ ,ହାଃ ହାଃ ହାଃ .....ମୂର୍ଖ ତ ସିଏ ....ଯିଏ ଜୀବନକୁ ଚିନ୍ହି ପାରେନି, ଜୀବନର ମର୍ମକୁ ପଢି ପାରେନି , ହେଲେ ମୁଁ ଜୀବନର ପ୍ରତିଟି ଅକ୍ଷରକୁ ତନ୍ନ ତନ୍ନ କରି ପଢିଛି ଆଉ ବୁଝିଛି ସହରି ଗାଉଁଲି ର ଫରକ |

ତମ ସହରି ଜୀବନରେ ଅଛି କଣ ଖାଲି ଟଙ୍କା ପଛରେ ଦିନ ସାରା ଗୋଡ଼ାଇ ଗୋଡ଼ାଇ ଆସି ସନ୍ଧ୍ୟାରେ ନିର୍ଜୀବ ସବ ପରି ବିଛଣାରେ ପଡ଼ିଯିବ | ଶୁଣ ଭାଇ ଟଙ୍କା ତ ଜୀବନର ଆଧାର | ଟଙ୍କା ସମସ୍ତଙ୍କର ଆବଶ୍ୟକ | ହେଲେ ଟଙ୍କାକୁ ଛାଡି ଜୀବନର ବହୁତ କିଛି ପ୍ରକୃତିର ସୌନ୍ଦର୍ଯ୍ୟ ଭରି ରହିଛି | ହେଲେ ଟଙ୍କା ପଛରେ ଗୋଡାଉ ଥିବା ମଣିଷ ତାକୁ ଉପଭୋଗ କରି ପାରେନି କାରଣ ତାର ପ୍ରାଧାନ୍ୟ କେବଳ ଟଙ୍କା |

ହଁ କଣ କହୁଥିଲ ଜୀବନର ଅସଲି ମଜା ...| ଶଙ୍ଖ ମଲ୍ଲ ମଲ୍ଲ ମୁଗୁନି ପଥରରେ ତିଆରିର ଘରେ ରହିଗଲେ ଜୀବନର ଅସଲି ମଜା ମିଳିନଥାଏ | ଜୀବନର ଅସଲି ମଜାତ ପ୍ରକୃତି ମାତାର ସୌନ୍ଦର୍ଯ୍ୟରେ ଥାଏ | ତୁ କେବେ ଦେଖିଛୁ ଗୋଟିଏ ନବ ବିବାହିତା ବଧୂର କପାଳରେ ଗୋଲ ସିନ୍ଦୁର ଟୋପା ପରି ସକାଳ ସୂର୍ଯ୍ୟ ଉଦୟକୁ | ନା କେବେ ଦେଖିଛୁ ଚାଷୀ ଭାଇଟିର କ୍ଷେତରେ ସୁନା ପାଳିଥିବାର ଦୃଶ୍ୟ , ନା କେବେ ଶୁଣିଛୁ ବୃକ୍ଷର ଶାଖାରେ ବସିଥିବା ରଙ୍ଗ ବେରଙ୍ଗ ପତଙ୍ଗ ମାନଙ୍କର ମିଠା ରାଗିଣୀର ସ୍ୱର , ଯେଉଁ ଥିରେ କି ଭରି ରହିଥାଏ ମନୋହର ମୂର୍ଚ୍ଛନା |

ଏହିପରି ପରି ବାର୍ତାଳାପ କରି କରି ଦୁଇ ବନ୍ଧୁ ଶ୍ରୀକାନ୍ତ ବାବୁଙ୍କ ଘର ପଛପଟ ପୋଖରୀର ପାଖ ଖେତ ନିକଟକୁ ଚାଲିଗଲେ ଏବଂ ଦିଲ୍ଲୀପ ବାବୁ ଆକାଶର ସପ୍ତ ରଙ୍ଗରେ ରଙ୍ଗାୟିତ ହୋଇଥିବା ଇନ୍ଦ୍ରଧନୁକୁ ଦେଖିବାର ଖୁସିରେ ବିଭୋର ହୋଇ କହି ଉଠୁଥାନ୍ତି .ଆରେ ଭାଇ ଗାଁ ର ସୌନ୍ଦର୍ଯ୍ୟ ବହୁତ ବଢ଼ି ଯାଇଛି |

ଶ୍ରୀକାନ୍ତ ବାବୁ : ଭାଇ ଗାଁ ସବୁବେଳେ ଗାଁ ..ଗାଁ ସର୍ବଦା ସୁନ୍ଦର | ଏଇ ଗାଁ ରେ ଜନ୍ମ ହୋଇ , ଗାଁରେ ପଢିବା , ଗାଁ ରେ ବଢିବା | ଭାଇ ବଜାରରୁ ମାଛ କିଣି ଆଣି ଖାଇବା ଆଉ ଗାଁ ପୋଖରୀରୁ ମାଛ ଧରି ଖାଇବାର ମଜା ପୁରା ନିଆରା .ପୁରା ଅଲଗା ପ୍ରକାର ଫରକ | କଣ ନାହିଁ ଏଇ ଗାଁରେ ପାଣି ଠାରୁ ଖଣି ପର୍ଯ୍ୟନ୍ତ ସବୁ ଏଇ ଗାଁରେ ଅଛି | ଗାଁକୁ ନେଇ ସହର | କିନ୍ତୁ ଆମେମାନେ ସହରରେ ରହିବାଲାଗି ବେସି ପ୍ରଲୋଭିତ .ଗାଁରେ ରହି ସକାଳୁ ଉଠି ବାପା ମାଆଙ୍କର ମୁହଁକୁ ଦେଖିଦେଲେ ଜୀବନ୍ତ ଭଗବାନଙ୍କ ଦର୍ଶନ ମିଳିଥାଏ | ବାଉଁଶ ବାଡ଼ିର କଜଳପତିର ରାବ ଶୁଣିଦେଲେ ଅଳସ ଦେହରେ ଗୋଟିଏ ଚଞ୍ଚଳତା ଭରିଯାଏ | ହେଲେ ଆଜିର ଦୁନିଆରେ ସବୁ ମଣିଷ ତ ନିଶାସକ୍ତ | ଅଣନିଶ୍ୱାସୀ ହୋଇ ଧାଇଁ ଚାଲୁଛନ୍ତି ସେଇ ଗୋଟିଏ ଆଡେ | ଜୀବନର ମୂଲ୍ୟବୋଧକୁ ଭୁଲିଯାଇ ଛଳନାମୟ ଜୀବନରେ ସମସ୍ତେ ତୃପ୍ତ | ବନ୍ଧୁ ତମେ ବିତ ସେଇ ସୁଅରେ ଭାସି ଚାଲିଛ | ତମେ ବା କିପରି ବୁଝିପାରିବ ଗାଁ ସୁନ୍ଦରତା କୁ | ଭାଇ ଛୋଟିଆ ଅନୁରୋଧ ସେ ମିଛ ଦୁନିଆରୁ ବାହାରି ଆସ ଦେଖିବ ଏ ଦୁନିଆ କେତେ ପ୍ରାଣବନ୍ତ କେତେ ଜୀବନ୍ତ ସତେ

ଶାନ୍ତନୁ କୁମାର ରାଉତ

ନୂଆସାହି ,ପାଟରଙ୍ଗା ,ଯାଜପୁର

ଦୂରଭାଷ ୯୮୬୧୭୫୬୧୯୮


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from ଶାନ୍ତନୁ କୁମାର ରାଉତ

ଫରକ

ଫରକ

3 mins ପଢ଼ନ୍ତୁ

Similar oriya story from Abstract