STORYMIRROR

Siddhartha Sankar Tripathy

Tragedy Fantasy Inspirational

3  

Siddhartha Sankar Tripathy

Tragedy Fantasy Inspirational

ପେଚା ହସୁଛି

ପେଚା ହସୁଛି

1 min
179


ଗାଆଁ ମୁଣ୍ଡ ବରଗଛର ନିରାପଦ ସ୍ଥାନରେ ବସିଛି ପେଚାଟି। ଗାଆଁର ଭୁଗୋଳ ଲକ୍ଷ୍ୟ କରିହୁଏ ସେହି ସ୍ଥାନରୁ। 

ଆରେ....ନିଧିଆ ସାହୁ ସ୍ୱଚ୍ଛଭାରତ ପ୍ରଦର୍ଶନ କରୁଛି ପୋଖରୀ ତୁଠରେ। ତାର ଭୁଗୋଳ ଦେଖୁଛି ପେଚା। 

ପେଚା ହସୁଛି.... !


ପଞ୍ଚାବନ ବର୍ଷୀୟ ଲଳିତ ସ୍ନାନ ସାରି ଚନ୍ଦନ ପ୍ରଲେପ ଦେଇ ବଟବ୍ରୁକ୍ଷର ପୁଜାରେ ମଗ୍ନ ଥିବା ସମୟରେ ଲକ୍ଷ୍ୟ କରନ୍ତି ସଦ୍ୟସ୍ନାତା ପୁଷ୍କରିଣୀ ଫେରନ୍ତା ଯୁବତୀର ଶରୀର। ହାତରେ ଧରିଥିବା ଧୂପରେ ଛହାତିଆ ଚଦର ପୋଡି ଚାଲିଛି। ନିଘା ନାହିଁ ଲଳିତର। 


ପେଚା ହସୁଛି ........!


ଗାଆଁ ଶେଷ ମୁଣ୍ଡ କୁଡିଆରେ ଯୁବତୀଟି ଦେହଦାନ କରି ପଚାଶଟଙ୍କା ଅଣ୍ଟିରେ ଖୋସୁଛି। ଧନାଢ୍ଯ ଯୁବକ କାମଲାଳସାର ଅଗ୍ନି ନିର୍ବାପନ କରି କାର୍ ରେ ଖସୁଛି। ପୋଲିସର ନଜରରେ ଯୁବତୀ ଦୋଚାରୁଣୀ। 


ପେଚା ହସୁଛି.......!


 କାନ୍ଦୁଲବାଡରେ ଗଣଦୁଷ୍କର୍ମର ଶିକାର ହେଉଛି ସାଇନ। ମରିଯାଉଛି ମାନବିକତା। ଦୋଷୀ ସାଇନ। 

ପେଚା ହସୁଛି........!


ସରଳ ନିଷ୍କପଟ ଜିଆଟି ପିମ୍ପୁଡି କବଳରୁ ନିଜକୁ ରକ୍ଷାକରି ଗର୍ତ୍ତ ଅନ୍ୱେଷଣ କରୁଛି। ଏହି ସମୟରେ ତାକୁ ଟାଣି ନେଉଛି ଜୁରିଆ ଚଷା। 

ପେଚା ହସୁଛି......!


  ପେଚା ହସିହସି କହୁଛି, ହେ ମାନବ ! ମୋର ଆଖ୍ୟା ଓଲାପେଚା ଆଖ୍ୟାକୁ ନେଇ ଗଳ୍ପ ରଚନା କରୁଛ। ମୋତେ ଦିନରେ ଦେଖାଯାଏନି। ହେଲେ ମୁଁ ତ ସ୍ପଷ୍ଟ ଦେଖିପାରୁଛି। ଜାଣିପାରୁନି, ଦିନ ନା ରାତି !


ହେ ଭଗବାନଙ୍କ ସର୍ବଶ୍ରେଷ୍ଠ ପର୍ଜନା। ପେଚାକୁ ଓଲା କହିବା ପରିବର୍ତ୍ତେ ନିଜକୁ ଚାଲାକ୍ କର !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy