Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Rozalini Mishra

Tragedy

2  

Rozalini Mishra

Tragedy

ପାଳି

ପାଳି

1 min
499


    ସେମାନେ ସେଇଦିନ ହିଁ ସ୍ୱଇଚ୍ଛାରେ ଜରାଶ୍ରମକୁ ସେମାନଙ୍କର ନୂଆ ତଥା ଶେଷ ଠିକଣା ବୋଲି ମାନି ନେଇଥିଲେ ଯେଉଁଦିନ ସେମାନଙ୍କର ଇଞ୍ଜିନିୟର ସାନପୁଅ ବ୍ୟାଙ୍କ ଅଫିସର ବଡପୁଅକୁ କହିଥିଲା , " ଭାଇ , ଆମେ ବାପା ବୋଉଙ୍କୁ ଙ୍କୁ ଛଅ ଛଅ ମାସ ପାଳି କରି ରଖିବା ଅପେକ୍ଷା ଭଲ ହୁଅନ୍ତା ତୁ ଯଦି ବାପା ବୋଉଙ୍କ ଭିତରୁ ଜଣକୁ ସବୁଦିନ ପାଇଁ ରଖି ଦିଅନ୍ତୁ ଆଉ ମୁଁ ବି ଜଣକୁ ରଖି ଦିଅନ୍ତି। ନହେଲେ ଏ ଛଅ ମାସିଆ ପାଳିଟା ବଦଳେଇ ପନ୍ଦର ଦିନିଆ ପାଳି କରିଦେଲେ ବି ଭଲ ହୁଅନ୍ତା। ଏମିତି ହେଲେ ତୋର ମୋର ଖର୍ଚ୍ଚଟା ସମାନ ହୋଇଯାଆନ୍ତା। ନହେଲେ ମୋ ଭାଗରେ ବର୍ଷର ଯେଉଁ ଛଅ ମାସ ପଡୁଛି ..ପରିବା ପତ୍ର ଏତେ ଆକାଶ ଛୁଆଁ ରେଟ ଯେ ...ଦି ଦି ଟା ଏକ୍ସଟ୍ରା ମଣିଷଙ୍କୁ ପୋଷିବା ମୋ ପାଇଁ କଷ୍ଟକର ହୋଇ ପଡୁଛି । କିନ୍ତୁ ବାପା ବୋଉ ତୋ ପାଖକୁ ଆସିଲା ବେଳକୁ ପରିବା ପତ୍ର ପୁରାପୁରି ଶସ୍ତା।

     ଆଉ ଏହାର ଉତ୍ତରରେ ବଡବୋହୁ ଚିହିଁକି ଯାଇ କହିଥିଲା , " ଆଉ ଆମ ଭାଗ ଛଅ ମାସରେ ଶୀତ ଦିନଟା ପଡୁଛି ବୋଲି ଜାଣି ପାରୁନ ବୋଧେ ତୁମେ । ତୁମ ବାପା ବୋଉଙ୍କର କୋଉ ରୋଗଟା ନାହିଁ କହିଲ ମୁଁ ଶୁଣେ ଟିକେ। ଆସ୍ଥମା , କୋଷ୍ଠକାଠିନ୍ୟ ଠାରୁ ଆରମ୍ଭ କରି ଆଣ୍ଠୁଗଣ୍ଠି ବାତ ଯାଏ ସବୁ ରୋଗକୁ ତ କୁଣ୍ଢେଇକି ବସିଛନ୍ତି। ଟିକେ ସିଜିନଚେଞ୍ଜ ହୋଇ ଥଣ୍ଡା ପଡିଲା ମାତ୍ରେ ଡାକ୍ତର ଔଷଧ ହୋଇ ହୋଇ ସବୁ ପଇସା ଆମର ଯାଉଛି ସେମାନଙ୍କ ପିଛା।

     ବାସ୍.......ବୁଝିବାକୁ ଆଉ କିଛି ବାକି ନଥିଲା। ବଦଳି ଯାଇଥଲା ଠିକଣା।

                


Rate this content
Log in

More oriya story from Rozalini Mishra

Similar oriya story from Tragedy