STORYMIRROR

Sunanda Mohanty

Tragedy

3  

Sunanda Mohanty

Tragedy

ପାଚେରୀ

ପାଚେରୀ

1 min
340

ଦୁଇ ପଡୋଶୀଙ୍କ ମଧ୍ୟରେ ଏବେ ବି ପ୍ରାଚୀରଟି ଆସ୍ପର୍ଦ୍ଧା ର ସୀମା ସରହଦ ଭିତରେ ଠିଆହୋଇଛି ସେଇ କାଳୁ. ଦୁଇ ପଡୋଶୀଙ୍କ ମଝିରେ ଥିବା ଏ ପାଚେରୀ ଟିର ସମ୍ପ୍ରସାରଣ ରେ ପ୍ରତିବନ୍ଧକ. ଦ୍ୱିତୀୟ ପଡୋଶୀ, ପ୍ରଥମ ପଡୋଶୀଙ୍କ ଠାରୁ, ତାଙ୍କ ଘରକୁ ଲାଗିଥିବା ପଛ ପଟ ଜାଗା ଖଣ୍ଡିକ କିଣିଥିଲେ, ଯୋଉଠି ସୀମାରେ ଥିଲା ଏଇ ପାଚେରୀ, କିନ୍ତୁ ଅମିନ ଆସି ମାପଚୁପ କଲା ପରେ ପାଚେରୀ ଟି ଦ୍ୱିତୀୟ ପଡୋଶୀ ଭାଗରେ ପଡିବା କଥା ସ୍ଥିର ହେଲା ପରେ କବଲା ହୋଇଥିଲା. 

  ପ୍ରଥମ ପଡୋଶୀଙ୍କ ଚାରି ପୁଅ ଭିତରୁ ବର୍ତ୍ତମାନ ଜଣେ ପୁତ୍ର ସେଠାରେ ରୁହନ୍ତି ପରିବାର ସହ ପୈତୃକ ସମ୍ପତ୍ତିର ସୂତ୍ରଧର ରୂପେ ଭାଗ ବଣ୍ଟା ଯିବା ପରେ. ଦ୍ୱିତୀୟ ପଡୋଶୀ ସୀମା ନିର୍ଦ୍ଧାରଣ ପାଇଁ ମଝି ମଝିଆ ଜାଗାରେ ଥିବା ପାଚେରୀଟିକୁ ଦୁଇ ପଟକୁ ବଢାଇବାର ପଦକ୍ଷେପରେ ପ୍ରଥମ ପଡୋଶୀ ହିସାବରେ ରହିଆସୁଥିବା ଭଦ୍ରବ୍ୟକ୍ତି ଅସନ୍ତୁଷ୍ଟ, ତାଙ୍କ କହିବା ଅନୁଯାୟୀ ପାଚେରୀଟି ତାଙ୍କ ସୀମାରେ, ଅନ୍ୟ ଭାଇମାନେ ସମସ୍ତେ ଅନ୍ୟତ୍ର ରହୁଥିବାରୁ କେହି ମୁଣ୍ଡ ପୁରେଇଲେ ନାହିଁ ତ କଥା ଗଲା ଥାନାକୁ. ଆପୋଷ ସମାଧାନ ସୂତ୍ର ହିସାବରେ ଆଉ ଥରେ ମାପଚୁପ ହେବା ପରେ ବି ମାନିବାକୁ ପ୍ରସ୍ତୁତ ନୁହନ୍ତି ପ୍ରଥମ ପଡୋଶୀ ତ ସମ୍ପର୍କ ସହିତ ସୀମାରେ ଘୋର ଅବକ୍ଷୟ ଓ ବିପର୍ଯ୍ୟୟ ଭିତରେ ପାଚେରୀଟି ଅଦ୍ୟାବଧି ଠିଆ ହୋଇଛି ମୂକସାକ୍ଷୀ ହୋଇ, ସମୟକୁ ଅପେକ୍ଷା କରି.  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy