Sunanda Mohanty

Tragedy Others

3  

Sunanda Mohanty

Tragedy Others

ଓମିକ୍ରନ

ଓମିକ୍ରନ

2 mins
155



ବିଗତ ତିନି ବର୍ଷ ହେଲାଣି ମହାମାରୀ ରୂପେ କରୋନା ସମଗ୍ର ମାନବ ଜୀବନ କୁ କରାୟତ କରିବା ଫଳରେ କିଏ କେତେ ପ୍ରକାର ଦୁଃଖ ସହିଲେ । ଜୀବନ ଗଲା କାହାର ତ ଜୀବିକା ହରାଇ କିଏ ଛଟପଟ, କିଏ ଆସିପାରିଲା ନାହିଁ ପରିବାର ନିକଟକୁ ତ କିଏ ହରାଇଲା ନିଜ ଜ୍ଞାତି କୁଟୁମ୍ବଙ୍କୁ । ପୁଣି ଓମିକ୍ରନ ଭଳି ମହାମାରୀ ଯୋଗୁଁ ଥାଇଲାଣ୍ଡ ରେ ରହୁଥିବା ପିତା ଟି ଘରକୁ ଚାଲିଆସିଲା ପରେ ଜଣାପଡିଲା ସେ ଓମିକ୍ରନ ଆକ୍ରାନ୍ତ l

   ଘରେ କଟକଣା ରେ ରହିଲା ସୁଧୀର, ହେଲେ ବାପା ପାଖକୁ ଯିବାକୁ ଏକାଜିଦ ପୁଅର, ବାପାଙ୍କୁ ବହୁତ ଦିନ ପରେ ଦେଖି ପୁଅ ମିଥୁନ ଜମା ଅଲଗା ହୋଇ ରାହିବାକୁ ଚାଁହୁନଥିଲା । ତେଣୁ କୌଶଳ କରି ତାକୁ ହଷ୍ଟେଲ ରେ ଛାଡି ଦିଆଗଲା, ହେଲେ ଟୀକାକରଣ ହେବା ପୂର୍ବରୁ ହଷ୍ଟେଲ ସ୍କୁଲ ସବୁ ଛୁଟି ହୋଇଗଲା । ମିଥୁନ ଘରକୁ ଫେରି ଆସିଲା ବାପାଙ୍କ ପାଖେ ପଢ଼ିପାରିବ, ସମୟ କଟେଇ ପାରିବ ଭାବନାରେ ସେ ଖୁସି ଥିଲା କିନ୍ତୁ ଘରେ ବାପା ନଥିଲେ। ହସ୍ପିଟାଲ ରୁ କେବେ ବାପା ସୁଧୀର ଫେରିବେ ବୋଲି ସମସ୍ତଙ୍କ ସହ ମିଥୁନ ଅପେକ୍ଷା କରିଥିଲା ହେଲେ ବାପା ଆଉ ଫେରିଲେନି । ସେ ଯେତେ ଯାହାକୁ ପଚାରୁଥିଲା କେହି ଉତ୍ତର ଦେଉନଥିଲେ, ହେଲେ ମାଆ ର ଖାଲି ହାତ ଓ ନିରୋଳାରେ ମାଆ ର କାନ୍ଦ ଦେଖି ସେ କିଛି କିଛି ବୁଝିପାରୁଥିଲେ ବି ଆଉ ପଚାରିବାକୁ ସାହସ କରୁନଥିଲା l

  ହେଲେ ସେଦିନ ଯେବେ ଅଟୋରେ ପ୍ରଚାର ହେଉଥିଲା ଓମିକ୍ରନ କୁ କେହି ଡରନ୍ତୁ ନାହିଁ, ସବୁ ନିୟମ କାନୁନ ମାନି ଚାଲନ୍ତୁ । ସାନିଟାଇଜର ବ୍ୟବହାର କରନ୍ତୁ, ବଡ଼ମାନଙ୍କୁ ବୁଷ୍ଟର ଡୋଜ ଟୀକା ଦିଆଯିବ ଆଉ ସବୁ କିଶୋର ମାନଙ୍କୁ ମଧ୍ୟ ଟୀକା ଦିଆ ଚାଲିଛି । ସମସ୍ତେ ତାର ସଦୁପଯୋଗ କରନ୍ତୁ, ଏସବୁ ଶୁଣି ମିଥୁନ ଦଉଡି ଆସି ମାଆ କୁ କହିଥିଲା, ଓମିକ୍ରନ ପାଇଁ ସରକାର ସବୁ ବନ୍ଦୋବସ୍ତ କରିଛନ୍ତି, ମାଆ କଇଁ କଇଁ ହୋଇ କାନ୍ଦି ଉଠିଥିଲା ଆଉ ପରଦିନ ପୁଅକୁ ନେଇ ଟୀକା ଦେଇ ଆସିଥିଲା l


Rate this content
Log in

Similar oriya story from Tragedy