STORYMIRROR

Titi Sarangi

Tragedy

2  

Titi Sarangi

Tragedy

ଓଲଟା ବାଟ

ଓଲଟା ବାଟ

3 mins
15K


ବାହାରେ ଭୀଷଣ ବର୍ଷା ପବନ ଆଉ ଘର ଭିତରେ ସମାନ ଦୁର୍ଯୋଗ ।ଶାଶୁ ବୋହୁ ଝଗଡା ଭିତରେ ଫସି ଯାଇଛି ବିଚରା ବିଶ୍ବନାଥ ।ସବୁ ଦିନେ ତା ମାଆ ଆଉ ସ୍ତ୍ରୀ ଝଗଡା ଲାଗିବା ଆଉ ପରସ୍ପରକୁ ଗାଳି ଦେଇ ସାଇ ସାରା ଲୋକଙ୍କୁ ଶୁଣେଇବା ଗୋଟିଏ ନିତ୍ଯ ନୈମିତିକ ଘଟଣା ।ପ୍ରଥମେ କିଏ କେମିତି ଅବା ଏଥିପାଇଁ ଆଗ୍ରହୀ ହେଇଥିବେ ।ହେଲେ ସବୁ ଦିନ ଶୁଣିଶୁଣି ଆଉ କେହି ଏ ବିଷୟରେ ମୁଣ୍ଡ ଖେଳାନ୍ତିନି ।ଓଲଟି ସକାଳୁ ସକାଳୁ ପାଟିଟା ଶୁଣିଲେ ,"ହେଇ ତାଙ୍କ ଶାଶୁ ବୋହୁ ଭିତରେ ଆରମ୍ଭ ହେଇଗଲାଣି "୍କହି ଯିଏ ଯାହା କାମରେ ଯାଆନ୍ତି ।ସେ ବି କାହାକୁ କଣ କହିବ ବୁଝି ନପାରି ତାର ସିଏ ବିଲକୁ ପଳାଏ ।ହଁ ତା ସ୍ତ୍ରୀର ମୁହଁଟି ଖର,ଏକଥା ସତ ।ହେଲେ ଘର କରଣାରେ ପୁରା ଏକ୍ସପର୍ଟ ।ସେ ଆସିଲା ଦିନୁ ଘରର ବାଗ ବହୁତ ବଦଳିଛି ।ବେଶୀ ପାଠ ପଢିନି ସିନା ,ହେଲେ କଥାବାର୍ତା ଭାରୀ ଢଙ୍ଗରେ କରେ ।ଘରେ ସବୁ ଜିନିଷ ଏମିତି ସଜାଡି ରଖେ ଯେ ରାତି ଅଧରେ ବି କୁଣିଆ ପଡିଲେ କିଛି ଅସୁବିଧା ହୁଏନି ।ତାର ଏଇ ଭଲ ଗୁଣ ଯଦି କିଏ ଟେକିଟାକି କହି ଦିଏ ସେଇଟା ତା ମାଆ ଦେହରେ ଯାଏନି ।ବୋହୂକୁ ଏତେ ମୁଣ୍ଡରେ କଣ ବସେଇବ ?"ବୋଲି ଓଲଟା ମୁହଁମୋଡେ ।ତାର ଧାରଣା ବୋହୂକୁ ମୁଣ୍ଡରେ ବସେଇଲେ ସେ କଥା ମାନିବନି ।ଏମିତିରେ ତା ସ୍ତ୍ରୀ ବି ମୁହଁରେ ପଡିଲେ ଭଲ କି ଶୁଣେଇ ଦିଏ ।ମାଆ ଯଦି ଦିପଦ କହୁଛି ତୁ ଟିକେ ସହିଯା ଭଲା !ନା ତା ଜିଦି ଅନ୍ଯାୟ ସେ ସହିବନି ।"ହକ ଖଟିବି ,ତୁମ ଘର କରଣା ମୁଣ୍ଡେଇବି ।ସେଥିରେ ପୁଣି ଏତେ କଥା ମୁଁ ଶୁଣି ପାରିବିନି ।"

ମାଆକୁ ତ ସହଜେ କିଛି କହି ହୁଏନି ।ବାପାଙ୍କ ପରେ ତା ଭଉଣୀକି ଆଉ ତାକୁ ମାଆ ବହୁତ କଷ୍ଟରେ ପାଳିଛି ।ଆଜି ବୋହୂ ଆସିଲାଣି ।କିଛି କହିଲେ ସେ ବି ମାଈପବୋଲା ହେଲୁଣି ବୋଲି ଶୁଣେଇ ଦବ ।ସେଇଥି ପାଇଁ ଏ ଶାଶୁ ବୋହୂ କଳିରୁ ସେ ଦୂରେଇ ରହେ ।ସେଦିନ ବର୍ଷା ଯୋଗୁ କାମକୁ ଯାଇ ନଥିଲା ।ସୋରିଷ ତେଲଟିକେ ଲଗେଇ ତା ସ୍ତ୍ରୀ ଗୋଡ ଘଷି ଦଉଥିଲା ।ଥଟା ମଜା ବି ଚାଲିଥିଲା ଦିହିଁଙ୍କ ଭିତରେ ।ସେତିକି ବେଳେ ମାଆର ପାଟି ଶୁଭିଲା ,"ଆଲୋ ତୋ ନବାବ ବୋପା ଚାକର ପଠେଇଛି କିଲୋ ?ସକାଳୁ ଉଠିନୁ କାହିଁକି ?ଘର କାମ କେତେବେଳେ ହବ ?'

ବୋପା ନା ଶୁଣି ଚମକି ପଡିଲା ତା ସ୍ତ୍ରୀ ।ବାହାରକୁ ଆସି ମାଆକୁ ଭଲକି ଶୁଣେଇ ଦେଲା ।ଚାଲିଲା ପାଲା ଶାଶୁବୋହୁ ଭିତରେ ।ଭାରୀ ବିରକ୍ତ ଲାଗୁଥିଲା ବିଶ୍ବନାଥକୁ ।ହେଲେ ବର୍ଷା ଯୋଗୁ ବାହାରକୁ ଯାଇ ପାରୁ ନଥିଲା ।ବାଧ୍ଯ ହୋଇ ବାହାରକୁ ଆସିଲା ।ସେ ଚାହୁଁଥିଲା କାହାର ହେଲେ ପାଟି ବନ୍ଦ ହଉ ,କିନ୍ତୁ ସେଭଳି ସମ୍ଭାବନା ନଥିଲା ।ବାଧ୍ଯହେଇ ସ୍ତ୍ରୀକୁ ଚାପୁଡାଟେ ଦେଲା ।ବାସ୍ ତାପରେ ସବୁ ଶୁନ୍ଶାନ୍ ।ମାଆତାର ଦାଣ୍ଡଘରେ ପନିକି ପକେଇ ନଡିଆ ପତ୍ର ଚାଞ୍ଛିବାକୁ ଲାଗିଲା ଆଉ ସ୍ତ୍ରୀ ତାର ସେଇ ବର୍ଷାଟାରେ ରାଗ ତମତମ ହେଇ ପାଣି ଆଣିବାକୁ ଗଲା ।ସେ ଜାଣିଛା ତା ସ୍ତ୍ରୀର ଭଲ୍ ନାହିଁ ।ସକାଳୁ ସକାଳୁ ବାପନିନ୍ଦା କୋଉଝିଅ ସହିବ ?ଝିଅଟିସବୁ ଛାଡି ଶାଶୁଘର ଯାଏ ।କିନ୍ତୁ ଗୋଟେ ଜିନିଷ ଛାଡି ନଥାଏ ,ସେଇଟା ହେଲା ବାପଘର ପ୍ରତି ସମ୍ମାନ ।ସେଇଥି ପାଇଁ ବଡିପଟକୁ ଯାଇ ସ୍ତ୍ରୀକୁ ଭୁଲ୍ ମାଗିବାକୁ ଚେଷ୍ଟାକରେ ।ଏମିତି ତ ଆଗରୁ ବହୁତଥର ହେଇଛି ।ସ୍ତ୍ରୀ ମାନି ଯାଇଛି ।ଏଥର କିନ୍ତୁ ସେ ଛିଞ୍ଚାଡି ଦେଲା ହାତ ।"ଏତିକି ହେଲେ ନିଜ ମାଆଙ୍କୁ ବୁଝାନ୍ତ ।ବଡ ବୋଲି ମୋଠୁ ଜୋର୍ କରି କର୍ତବ୍ଯ ଦାବୀ କରୁଛନ୍ତି ।ହେଲେ ସେତିକି ଭଲ ପାଆନ୍ତିନି ମୋତେ ।ଜୋର୍ କରି କାହାଠୁ କିଛି ଆଦାୟ କରି ହୁଏନି ।" "ଆରେ ମୁଁ ପରା ତୋ ବର ।'ମୁହଁରୁ କଥା ଛଡେଇ ସେ କହେ ,"ଯାହାର ମୋ ସମ୍ମାନ ପ୍ରତି ଟିକେ ଆଗ୍ରହ ନାହିଁ ସିଏ ବର ନା ନିଆଁରଡ "୍

ଚୁପ୍ଚାପ୍ ଚାଲିଆସେ ବିଶ୍ବନାଥ ।ସୋହାଗରେ ତେଲ ଲଗେଇ ଦଉଥିବା ସେଇ ଗେଲାଳିଆ ମୁହଁଟି ତା ଆଗରେ ନାଚିଯାଏ ।ସେଇ ପୁଣି ନିଜ ମାନ ଅପମାନ ପାଇଁ ଏମତି ଓଲଟା ବାଟରେ ଚାଲିପାରେ !!ବିଶ୍ବାସ ହୁଏନି ତାର ।


Rate this content
Log in

Similar oriya story from Tragedy