STORYMIRROR

Sunanda Mohanty

Tragedy Thriller Children

3  

Sunanda Mohanty

Tragedy Thriller Children

ନୂଆଖାଇ

ନୂଆଖାଇ

2 mins
205


କ୍ଲାସକୁ ପଶିଯାଇ ପିଲାଙ୍କ ସଙ୍ଗେ ମର୍ନିଙ୍ଗର ଆଦାନ ପ୍ରଦାନ ପରେ ପିଲାଙ୍କ ଗୁମସୁମ ମୁଁହକୁ ଚାହିଁ ପଚାରିଲି ହସି ହସି କାଲି ସ୍କୁଲ ଛୁଟି ଜାଣିଛ ନା ପିଲେ ହଁ... ତ କାହିଁକି ଉତ୍ତରରେ ସମସ୍ତେ ଏକସ୍ୱରରେ କହିଲେ ନୂଆଖାଇ । ନୂଆଖାଇ କଣ କିରେ ପିଲେ ତ ଉତ୍ତର ଆମ ପଶ୍ଚିମ ଓଡ଼ିଶାର ଗଣପର୍ବ "ନୂଆଖାଇ ବା ନବାନ୍ନ"ସେଦିନ କୋଉ ପ୍ରକାର ପର୍ବ କହିପାରିବ ହଁ ହଁ ସେଦିନ କୃଷିଭିତ୍ତିକ ପରଵ । ଚାଷୀ ବର୍ଷସାରା ମେହନତ କରି ଉତ୍ପନ୍ନ କରିଥିବା ଶସ୍ୟରେ ପ୍ରସ୍ତୁତି ଖାଦ୍ୟ ପଦାର୍ଥ ସବୁ ସାଙ୍ଗସାଥି, ବନ୍ଧୁବାନ୍ଧବ, ଚିହ୍ନାଜଣା, କୁଟୁମ୍ବ ଏକାଠି ହେବାକୁ "ଭେଟଘାଟ"କୁହାଯାଏ ଆଉ ସଭିଏଁ ମିଳିମିଶି ଏକତ୍ରିତ ହୋଇ ନବାନ୍ନ ଭକ୍ଷଣ କରନ୍ତି ତା ପୂର୍ବରୁ ଇଷ୍ଟ ଦେବୀ ସମଲେଶ୍ୱରୀଙ୍କୁ ଭୋଗ ଲଗାନ୍ତି ଆଉ ସନ୍ଧ୍ୟାପରେ ରାତି ତମାମ ନାଚ ଗୀତରେ ଝୁମି ଉଠନ୍ତି l

   ଏତେ କଥା ସବୁ ଜାଣିଛ ତେବେ ହେଲେ ଶେଫାଳି କାହିଁକି ମନଦୁଃଖ କରିଛି? ଉତ୍ତରରେ ସବୁ ଝିଅମାନେ କହିଲେ, ସେ ପ୍ରତିବର୍ଷ ତା ମାମୁଁଘର ସମ୍ବଲପୁର ଯାଏ ହେଲେ ଏ ବର୍ଷ ତା ମାମୁଁ ମରିଯିବାରୁ ତାଙ୍କର ନୂଆଖାଇ ପାଳନ ହେଉନି କି ଶେଫାଳି ଯାଉନି ତ ଏଥିରେ ବ୍ୟସ୍ତ ହେବାର କିଛି ନାହିଁ ମାଆ । ମଣିଷ ଦିନେ ଜନ୍ମ ହେଲେ ତ ଦିନେ ଏ ସଂସାରରୁ ବିଦାୟ ନେବ ଆଉ ତାର ସ୍ମୃତିକୁ ସାଉଁଟି ସମ୍ମାନ ଦେବାକୁ ଯାଇ ସେ ବର୍ଷ ଘରେ କିଛି ପର୍ବପର୍ବାଣୀ ପାଳନ କରାଯାଏନା ପୁଣି ଆର ବର୍ଷକୁ ହେବ ତୁ ଯିବୁ । ତଥାପି ଶେଫାଳି କାନ୍ଦୁଥିଲା, ତା ପିଠି ଥାପୁଡେ଼ଇ ପଚାରିବାରେ ମାମୁଁଙ୍କ ମୃତ୍ୟୁ ଅସ୍ୱାଭାବିକ କହିଥିଲା l

   ଚାଷକୁ ଏକମାତ୍ର ସମ୍ବଳ କରିଥିବା ମାମୁଁଙ୍କୁ ଜମି କେତେକଙ୍କ ଜମି ସହ ସରକାର ତେଲ ଟାଙ୍କି ପାଇଁ ନେଇଯିବା ନୋଟିସରେ ବ୍ୟସ୍ତ ବିବ୍ରତ । ମାମୁଁ ସରକାରୀ ସାହାଯ୍ୟ ମିଳିବାର ପ୍ରଲୋଭନରେ ସାମୟିକ ବୁଝି ଯାଇଥିଲେ ମଧ୍ୟ ସାହାଯ୍ୟର ପରିଣାମ ଖୁବ କମ ଥିବାରୁ ଏକରେ ବିବ୍ରତ ବୋଧ କରୁଥିଲେ ଦ୍ୱିତୀୟତଃ ଯେଉଁଦିନ ଜମି ସବୁ ଦଖଲ ପାଇଁ ସରକାରୀ ଲୋକ ଓ ପୋଲିସଙ୍କ ସହ ଜମି ହରାଇଥିବା ଲୋକମାନଙ୍କ ସହ ପ୍ରତ୍ୟକ୍ଷ ଲଢେଇ ହୋଇଥିଲା ସେଦିନ ଶସ୍ୟ ସାମଳା ସୁଜଳା ସୁଫଳା ସୁନାର କ୍ଷେତକୁ ଦେଖି ସମ୍ଭାଳି ନପାରି ପୋଲିସ ଗୁଳିରେ ମାମୁଁଙ୍କୁ ଜୀବନ ଗଲା । କଥା ତ କହି ଦେଇ ଶେଫାଳି କେତେକାଂଶରେ ନିଜକୁ ସମ୍ଭାଳି ଚୁପ ହୋଇଯାଇଥିଲା କିନ୍ତୁ କ୍ଲାସର ସବୁ ଝିଅମାନେ ଆଖି ଛଳ ଛଳ କରିବା ସହ ଗୁରୁମା ମଧ୍ୟ ନିଜକୁ ସମ୍ଭାଳିବା କଷ୍ଟପ୍ରଦ ଥିଲା l

   ତଥାପି ଗୁରୁମା କହୁଥିଲେ ଆଜି ଆମେ ସେହିଭଳି ଜଣେ ମାମୁଁଙ୍କ ବିଷୟରେ ପଢିବା ଯିଏ ତାଙ୍କ ଜମିକୁ ଖୁବ ଭଲପାଉଥିଲେ ଆଉ ଭୀଷଣ ବର୍ଷାରେ ଫସଲ ନଷ୍ଟ ହୋଇଯିବା ଦେଖି ସରଳତାରେ ସେ ଭଗବାନଙ୍କୁ ଟଙ୍କା ସାହାଯ୍ୟ ପାଇଁ ଚିଠି ଲେଖିଥିଲେ, ପିଲାମାନେ ଟିକେ ସ୍ୱାଭାବିକ ଅବସ୍ଥାକୁ ଫେରିଆସିବା ଦେଖି ଗୁରୁମା ପଚାରି ବସିଲେ, ତାଙ୍କ ନାମ ଜାଣିଛ ପିଲାଏ ସଭିଏଁ ସମ ସ୍ୱରରେ କାହିଉଠିଲେ, "ଲେଞ୍ଚ", ତ ଗୁରୁମା ଖୁସିରେ ଆଗକୁ ବଢିଲେ ସତ ହେଲେ ତାଙ୍କ ଭିତର ଶେଫାଳିଟା ଅହରହ ଆର୍ତ୍ତନାଦ କରୁଥିଲା ହେଲେ ସବୁ ପ୍ରତିହତ କରି ଆଗକୁ ବଢିବା ନାମ ତ ଜୀବନ । କ୍ଲାସରୁ ଫେରିବା ସମୟରେ ସେ ଶେଫାଳିକୁ ଆସନ୍ତା କାଲି ନୂଆଖାଇ ପର୍ବ ପାଇଁ ନିମନ୍ତ୍ରଣ କରିବାକୁ ଭୁଲି ନଥିଲେ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy