ନିଷ୍ଠା
ନିଷ୍ଠା
ସଫଳତାର ଶୀର୍ଷରେ ପହଞ୍ଚିବାକୁ ହେଲେ ଅନେକ ବାଧା ବନ୍ଧନ ଦେଇ ମଣିଷ ଜୀବନ ଅତିବାହିତ ହୋଇଥାଏ । କିନ୍ତୁ ତା'ର କର୍ମ ଯଦି ସତ୍ଯ ଆଉ ନିଷ୍ଠାର ପରିମାର୍ଗ ହେଇଥାଏ ଦିନେ ନା ଦିନେ ସାତ ସୁମୁଦ୍ର ପାର କରି ସେ ସଫଳତାର ଶୀର୍ଷରେ ପହଞ୍ଚି ବାରେ ବେଶି ସମୟ ଲାଗେନି । ସେଥିପାଇଁ ତାକୁ ଅନେକ କିଛି ତ୍ଯାଗ କରିବାକୁ ପଡିଥାଏ । ସେହି ତ୍ଯାଗରୁ ସେ ପାଏ ଭୋଗ ଓ ବାଃ ବାଃ ର ସ୍ବର ଦୁନିଆ ଆଗରେ । କଣ୍ଟକିତ ପଥ, ଦେହ ଓ ମନର ଯନ୍ତ୍ରଣା ଭିତରେ ଆଉଟି ପାଉଟି ହୋଇ ସେ ସାଉଁଣ୍ଟି ଖୋଜୁଥାଏ ନିଷ୍ଠାର ମିଠା ମିଠା ସ୍ବାଦ । ସେଇତ ତା'ର ପରାକ୍ଷା ଏ ଈଶ୍ବରୀୟ ଦରବାରରେ ।
ଗୁରୁଜନ ପ୍ରତି ଭକ୍ତି, ଲଘୁଜନ ପ୍ରତି କର୍ତ୍ତବ୍ଯ ଏହା ହିଁ ତାର ନିଷ୍ଠାର ନିଦର୍ଶନ । ଭଲ ପାଇବା,ଭକ୍ତି କରିବା, ପରସେବା କରିବା, ଏ ସବୁର ମୂଳରେ ନିହିତ ଅଛି ନିଷ୍ଠା ଆଉ ସତ୍ ଚରିତ୍ର । ସେଥିପାଇଁ ତ ତା ମନରେ ଦୁଃଖ କେବେ ଆସିନି ଅନ୍ଧ ଅନ୍ଧୁଣୀ ଦୁଇ ବାପା ମାଆଙ୍କୁ କାନ୍ଧରେ ବୋହି ନେବାର କଷ୍ଟ ଶ୍ରବଣ କୁମାରକୁ, ସେଥିପାଇଁ ତ ପ୍ରଭୁ ଶ୍ରୀରାମ ନିଷ୍ଠାର ସହ ଆବୋରି ନେଇଥିଲେ ବାର ବର୍ଷର ବନବାସକୁ , ସେଥିପାଇଁତ ସେଦିନ କୁରୁ ସଭାର ଜୁଆ ଖେଳର ଗୋଟି ଗୋଟି କରି ହରେଇ ବସିଥିବା ବଡଭାଇ ଯୁଧିଷ୍ଠିର ଆଗର ନିର୍ବାକ୍ ନିସ୍ପନ୍ଦ ହୋଇଯାଇ ଥିଲେ ଚାରି ଭାଇ ।
କର୍ମ ଆଉ କର୍ତ୍ତବ୍ଯ ସହିତ ନିଷ୍ଠାର ପରିଭାଷା ଯୋଡି ହେଲେ ମାନବ ହୁଏ ଦେବତୁଲ୍ଯ।
ଛୋଟ ବେଳୁ ବାପାଙ୍କୁ ହରେଇ ବସିଥିବା ମିଲି ମାଆର କଥାରେ,ମାଆର କାନ୍ଧରେ କାନ୍ଧ ମିଶାଇ ପର ଘରେ ପାଇଟି କରି ଜହ୍ନ ଆଲୁଅରେ ବସ୍ତାନି ଖେଳେଇ ପାଠ ପଢୁଥିବା ମିଲି ଦିନେ ଯେ ଜଣେ ଶିକ୍ଷାବିତ୍ ହେବ ଏ କଥା ଭାବି ପାରୁନଥିଲେ ମୀନତି । ଅନେକ ଥର ଗାଳି, ଥାଳି, ଫୋପାଡିଛନ୍ତି ତା ଉପରକୁ । କଣ ମିଳିବ ସେ ପାଠ ପଢାରୁ ବୋଲି ଅନେକ ଥର କହିଛନ୍ତି ଠିକ୍ ରେବତୀ ଗଳ୍ପର ଜେଜେ ମାଆ ପରି । ଲୋ ରେବି ,ଲୋ ନିଆଁ, ଲୋ ଚୁଲି........ଗାଳି ଗୁଲଜରେ । ମାଆର ଗାଳିକୁ ଆଶୀର୍ବାଦ ଭାବି ସେ ତା କର୍ତ୍ତବ୍ଯ ପଛରେ ଆଗେଇ ଚାଲିଥିଲା । ବାଳୁତ ମସ୍ତିକରେ ଅନେକ ଦୂର ଚିନ୍ତା ବସା ବାନ୍ଧିଥିଲା ତା'ର । ଯଦି ଅପାଠୋଇ ହେଇ ରହିଯିବି ଏ ଆଧୁନିକ ସମାଜରେ ବଂଚି ପାରିବା ତ ? ପୁଣି ଯେତେ ଯେତେ ବଡ ହେବି ସେତେ ସେତେ ଯାନି ଯଉତୁକ ଆସିବ କେଉଁଠୁ ? ବୟସର ଅପରାହ୍ନରେ ପହଞ୍ଚି ଯାଇଥିବ ଦୁଖିଃନି ମାଆଟିଏ ।
ଇଛାଶକ୍ତି,ଦୃଢ ଆତ୍ମ ବିଶ୍ବାସ, ନିଷ୍ଠା ଓ ସାଧନା ପାଖରେ ସବୁ କିଛି ସମ୍ଭବପର ବୋଲି ସେ ଆଜି ପ୍ରମାଣିତ କରିଛି ସେଇ ଗାଁ ର ସେଇ ବାପ ଛେଉଣ୍ଡ ମିଲି ଜିଲ୍ଲା ଶିକ୍ଷା ଅଧିକାରୀ ଚାକିରିଟୀଏ ପାଇ ।
