ନିଶା
ନିଶା
କାଠ ଗୋଛାଟା ତଳେ ପକେଇ ଦେଇ ବନଫୁଲ ଓଦା ଲୁଗା ପାଲଟିବାକୁ ଭିତରକୁ ଗଲା ।ସକାଳୁ ଯାଇଥିଲା ପାଖ ଜଙ୍ଗଲକୁ ।କାଠି ପତ୍ର ଆଉ କାଠ ଆଣିଲେ ତାର ସଂସାର ଚଳେ।ପତ୍ରରେ ଖଲି ଦନା ବୁଣି ପାଖ ହାଟରେ ବିକେ ।ସେତେବେଳକୁ ଦିନ ଦିଟା ପାଖାପାଖି ।ଜଲ୍ଦି ଖାଇ ଦେଇ ସେ ଖଲି ଦନା ବୁଣି ବସିଲା ।ପାଖାପାଖି ଚାରିଟା ବେଳକୁ ସେ ହାଟକୁ ବାହାରିଗଲା।ସନ୍ଧ୍ୟାକୁ ଫେରିବ ଅର୍ଜନ ପୁଞ୍ଜାକ ଧରି ।ଆସିଲେ ପୁଣି ରାତି ରୋଷେଇ ଅଛି ।ଦିନକୁ ଏତେ ପରିଶ୍ରମ କରିବା ତାର ନିତି ଦିନିଆ ଅଭ୍ୟାସ।ହେଲେ ଆଶ୍ଚର୍ଯ୍ୟ ହେବାର କଣ ଅଛି ।ଛୁଆ ଚାରୋଟି ତାର। ସ୍ଵାମୀ ମଦୁଆ ଆଉ ଅବିବେକୀ। କିଛି କହିଲେ କି ଘର ଖର୍ଚ୍ଚକୁ ପଇସା ମାଗିଲେ ଅବାନ୍ତର କଳି ଲଗାଏ।ସେଥିରେ ଛୁଆମାନେ ବଢିବେ କେମିତି ?ସେଇଥିପାଇଁ ବୋଧେ ତାର ଏତେ ସାହସ ।
କାହାକୁ କେତେ ନିଶା ଧରେ ।କିଏ ଅଭ୍ୟାସ କରି ନିଶା ଖାଏ ଆଉ ନିଶାଖୋର୍ ଲିଷ୍ଟରେ ନାମ ପଞ୍ଜିକରଣ କରିନିଏ। ନିଶା ଦ୍ରବ୍ୟଟିକେ ଠିକ୍ ସମୟରେ ନମିଳିଲେ ବିଚରାର ଅବସ୍ଥା ଅସମ୍ଭାଳ ହେଇପଡେ।ନିଶା ଜିନିଷଟି ପାଇବା ପାଇଁ ଲୋକଟି ଚୋରୀ ଭଳି ଭୁଲ୍ କାମ ବି କରେ ।ହେଲେ ଜୀବନ ଜୀଇଁବାର ନିଶାଟି ଯାହାକୁ ଧରିଛି ସେ ବି କମ୍ ନିଶାଗ୍ରସ୍ତ ହୁଏନି ତ। ସକାଳ ଆସି ସଞ୍ଜ ଫେରୁଥାଏ । କିନ୍ତୁ ଜୀଇଁବାର ସ୍ବପ୍ନ ଦେଖୁଥିବା ମଣିଷଟି ଏସବୁର ହିସାବ ରଖେନା । କେବଳ ନାକ ସିଧା ନିଜ ଲକ୍ଷ୍ୟ ପଥରେ ସେ ଚାଲୁଥାଏ।ପଥଧାରରେ କେବେ କେବେ ଘଡିଏ ଅଟକି ପିଇନିଏ ଜୀବନ ମଧୁ। ବନଫୁଲକୁ ଏବେ ସେଇ ନିଶା ଗ୍ରାସିଛି । ପିଲା ଚାରୋଟିକୁ ମଣିଷ ଭଳି ମଣିଷ କରିବାର ନିଶାରେ ଭୁଲିଯାଏ ଶାରୀରିକ କଷ୍ଟ। ଧନ୍ୟ ଏଇ ରଙ୍ଗମଞ୍ଚ ଆଉ ଶତକୋଟି ଧନ୍ୟତାର ଅଭାନେତାମାନଙ୍କୁ। କିଏ ପଇସା ଉଡେଇ ନିଶା କରେ ତ କିଏ ଦିପଇସା ସଂଗ୍ରହ କରି ନିଜ ମାତୃତ୍ଵକୁ ସଫଳ କରିବାକୁ ଲାଗିଥାଏ।