STORYMIRROR

Sambit Srikumar

Tragedy Inspirational

3  

Sambit Srikumar

Tragedy Inspirational

ନିଶା ନିବାରଣ

ନିଶା ନିବାରଣ

2 mins
260


ରାମୁଆ ଗୋଟିଏ ଘୋଡ଼ା ମଦୁଆ। ଭାତ କି ପଖାଳ ନଖାଇ ଦି' ଦିନ ରହିଯିବ କିନ୍ତୁ ମଦ ଟୋପାଏ ନପିଇଲେ ତାର ପ୍ରାଣ ଛାଡି ଯିବ ଯେମିତି। ଆଜି ଅଗଷ୍ଟ ପନ୍ଦର! ଜାତୀୟ ପର୍ବ! ସହରର ଗଳି କନ୍ଦିରେ ଛତୁ ଫୁଟିବା ପରି ଖୋଲିଥିବା ମଦ ଦୋକାନ ଗୁଡିକ ସବୁ ବନ୍ଦ। ଏକବାରକେ ମରୁଡ଼ି। କେଉଁଠି ବି ଗଳାବାଟ ନାହିଁ ମଦ ଟୋପେ ପାଇବା ପାଇଁ। ଦିନସାରା ବାଡେଇ ଛାଟି ହେଉଛି ରାମୁଆ ମଦ ନମିଳିବାରୁ। ସନ୍ଧ୍ୟା ବେଳକୁ କିଏ ତାକୁ ଖବର ଦେଲା ଯେ, କେଉଁ ଔଷଧ ଦୋକାନରେ ମାଲ୍ ମିଳୁଛି ବୋଲି। ବସିବା ଯାଗାରୁ ଉଠି ଧାଇଁଲା ରାମୁଆ। ଏକା ନିଶ୍ବାସକେ ଔଷଧ ଦୋକାନରେ ଯାଇ ହାଜର୍। ଦୋକାନୀକୁ ପଚାରିବାରୁ ଦୁଇଗୁଣା ଦାମ୍ ଶୁଣି ଅକଲ ଗୁଡୁମ୍ ହୋଇଗଲା ତାର। ଯାହିତାହି ପଇସା ଦେଇ ଛୋଟ ବୋତଲଟେ କିଣିଲା। ଟିକେ ଅନ୍ଧାରୁଆ ଯାଗା ଦେଖି ଠିପି ଖୋଲି ଢକ୍ ଢକ୍ କରି ଶେଷ କରିଦେଲା ବୋତଲଟାକୁ। ଏବେ ଦେହରେ ଜୀବନ ପଶିଲା ରାମୁଆର। ଆରମ୍ଭ ହୋଇଗଲା ସରକାରଙ୍କ ଉପରେ ଗାଳି ବର୍ଷଣ। 


"ଯେବେ ଅର୍ଥନୀତି ଭୁସୁଡି ପଡିଥିଲା ମୋ ପରି ମଦୁଆଗୁଡାକ ଆଗେଇ ଆସିଥିଲେ ସରକାରଙ୍କ ସାହାଯ୍ୟ ପାଇଁ। ଆମ ମଦ ପଇସାରେ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ସବୁ ଚାଲିଛି। ମଦ ବିକା ଅର୍ଥରେ ଟଙ୍କିଆ ଚାଉଳ ଲୋକଙ୍କୁ ଦେଉଚି ସରକାର। ଆମର ମଦ ପିଇବା ବନ୍ଦ ହୋଇଗଲେ ସରକାର ବି ବନ୍ଦ ହୋଇଯିବ। ଆମ ପାଇଁ ତ ସବୁ ଦିନ ଅଗଷ୍ଟ ପନ୍ଦର। ଆଉ ଏଇ ଅଗଷ୍ଟ ପନ୍ଦର ନାଁରେ ଆମ ଠାରୁ ଦିଗୁଣା ଦାମ୍ ତମେ ନେବ କାହିଁକି? ଏଇଟା ଲୁଟ୍ ନୁହେଁ କି? ଏଇଟା ଅନ୍ଯାୟ ନୁହେଁ କି? ଆମର ସଂଘ ନାହିଁ ବୋଲି ସବୁ ଜୁଲୁମ୍ ସହିବୁ ନା କଣ ଯେ... କେଉଁ ଦିନ ଆମକୁ ଦି' ପଇସାର ରିହାତି ବି ଦେଉନାହାନ୍ତି। ବରଂ ଦର ବଢାଇ ଚାଲିଛନ୍ତି ଯେ ଚାଲିଛନ୍ତି। ଏଣୁ ଆମର କ୍ଷତି ଭରଣା କରିବା ପାଇଁ ଆମକୁ ସରକାରୀ ଚାକିରୀରେ ସଂରକ୍ଷଣ ମିଳିବା ଉଚିତ୍!"


ରାସ୍ତାରେ ଯାଉଥିବା ଦେଖଣାହାରୀଏ ଚିନ୍ତା କରୁଥିଲେ, ସତରେ ଏବେ ଦେଶରେ ରାମରାଜ୍ୟ ଆସିଗଲା!!! 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy