Sasmita Rout

Tragedy

3  

Sasmita Rout

Tragedy

ନିକମ୍ମା

ନିକମ୍ମା

3 mins
459



       

ସୁରେନ୍ଦ୍ର ବାବୁ ସକାଳୁ ମିଶ୍ରବାବୁଙ୍କ ଘର ଆଡ଼େ ଦେଖିଲା ବେଳକୁ ତାଙ୍କ ଘରେ ତାଲା ଝୁଲୁଛି।କାଲି ସନ୍ଧ୍ୟା ସମୟରେ ତାଙ୍କ ସହ ଦେଖା ହୋଇଥିଲା ,କାହିଁ କୁଆଡ଼େ ଯିବା କଥା କିଛି କହୁ ନଥିଲେ।ପାର୍କରେ ମଧ୍ୟ ଦେଖା ମିଳିଲାନି।


ଶାନ୍ତି ଦେବୀ ଚା କପଟିକୁ ବଢାଇଲେ ସୁରେନ୍ଦ୍ର ବାବୁଙ୍କୁ ,ଚା କପଟି ରଖ ମିଶ୍ର ବାବୁ ଆସିଲେ ସାଙ୍ଗରେ ପିଇବା।ତାଙ୍କବିନା ମୁଁ କୋଉଦିନ ସକାଳ ଚା ପିଏ ଯେ,ଆଜି ଆଣି ବଢାଇ ଦେଉଛ।ରିଟାୟଡ୍ ପରଠାରୁ ପରା ମୁଁ କହିବା ଆଗରୁ ସକାଳ, ସନ୍ଧ୍ୟା ସମୟରେ ଦୁଇକପ୍ ବିନାଚିନି ବାଲା ଚା ଟେବୁଲ ଉପରେ ଦେଇଯାଆ।

ଶାନ୍ତି ଦେବୀ କପଟିକୁ ସାମନା ଟେବୁଲରେ ରଖି ଦେଇ ପାଖ ଚେୟାରରେ ବସିଲେ।ଧିର ସ୍ବରରେ କହିଲେ କାଲିଠୁ ପରା ତାଙ୍କର ଦେହ ଖରାପ, ବିନୁ ତାଙ୍କୁ ନେଇ ହସ୍ପିଟାଲରେ ଏଡମିଟ୍ କରିଛି।ସାରା ରାତି ହସ୍ପିଟାଲରେ ରହି ସକାଳେ ଫେରିଛି।ଟିକେ ରେଷ୍ଟ ନେଉଛି, ଡାକ୍ତର ଆସିବା ବେଳକୁ ପୁଣି ଯିବ।ଏତେକଥା ଘଟିଗଲା ଅଥଚ ମୁଁ ଜାଣି ପାରିଲିନି କି ମତେ କେହି କିଛି କହିଲନି।


ଆରେ କାଲି ବିନୁ ଦୋକାନ ବନ୍ଦ କରି ଆସିବା ବେଳକୁ ପାଖାପାଖି ୧୧.୦୦ଟା ହୋଇ ଯାଇଥିଲା।ସେ ଦେଖିଲା ବେଳକୁ ମିଶ୍ର ବାବୁଙ୍କ ଘରେ ଲାଇଟ ଜଳୁଥିଲା।ସେ ଶୀଘ୍ର ଶୋଇବା ଲୋକ ଏଯାଏଁ କଣ ପାଇଁ ଶୋଇ ନାହାଁନ୍ତି ଭାବି ,ତାଙ୍କ ଘରପାଖକୁ ଯାଇ ଡାକିଲା ବେଳକୁ ସାମାନ୍ୟ ଆବାଜ ଭିତରୁ ଆସିଲା।ଭାଗ୍ୟକୁ ସାମନା କବାଟଟା ଖୋଲା ଥିଲା, ଆଉ ମିଶ୍ର ବାବୁ ତଳେ ପଡି ଥିଲେ।ସେ ମତେ ଡାକ ଛାଡିଲା, ମୁଁ ତା ଅପେକ୍ଷାରେ ସାମନା ରୁମରେ ଢୁଳାଇ ପଡ଼ି ଥିଲି।ସେ ଆମ୍ବୁଲାନ୍ସ ଡ଼କାଇ ହସ୍ପିଟାଲ ନେଇ ଗଲା,ମୁଁ ତାଙ୍କ ସାମନା ଦୁଆରରେ ଚାବି ଲଗାଇ ଆସିଥିଲି।ସକାଳେ ସକାଳେ ଟିକେ ଆଖି ଲାଗି ଯାଇଥିଲା, ସେଥିପାଇଁ ତୁମେ ବାହାରକୁ ଯିବା ଜାଣି ପାରିନି।


ସୁରେନ୍ଦ୍ର ବାବୁ ଦୀର୍ଘ ନିଶ୍ବାସଟେ ନେଇ କହିଲେ ବିନୋଦ ହସ୍ପିଟାଲ ଗଲେ ମତେ କହିବ ,ମୁଁ ଟିକେ ଯିବି।ଆଜିକୁ ଗଲା କେତେ ବର୍ଷ ହେଲା କେବଳ ବନ୍ଧୁ ନୁହେଁ ଭାଈ ଭୋଳି ଉଭୟ ଉଭୟଙ୍କୁ କାନ୍ଧରେ କାନ୍ଧ ଭିଡିଛୁ।


ଚାକିରୀ ଶେଷ ଆଡ଼କୁ ଦୁଇ ଜଣଙ୍କର ଡାଇବେଟିସ ବଢ଼ି ଯାଇଥିଲା।ପାଖାପାଖି ଏକା ସାଙ୍ଗରେ ତ ଉଭୟେ ଚାକିରୀରୁ ରିଟାୟଡ୍ ନେଇ ଥିଲୁ।ତା ପୂର୍ବରୁ ସିନା ସମୟ ମିଳୁନଥିଲା ବୋଲି କେବେ କେବେ ସାଙ୍ଗ ହୋଇ ଚା ପିଉଥିଲୁ।ମିଶ୍ରବାବୁ ଙ୍କ ରିଟାୟଡ୍ ପୂର୍ବରୁ ତ ସୁରେଖା ଭାଉଜ ତାଙ୍କୁ ଏକାକରି ଚାଲି ଯାଇଥିଲେ।ଆଉ ତାଙ୍କ ପୁଅବୋହୂ ତ ରହିଲେ ସୁଦୂର ଆମେରିକାରେ।ଆମଛଡା ତାଙ୍କର କିଏ ଅଛି ବା ଏଠି।ପାଖାପାଖି ଜାଗାକିଣି ଘର କରିବା ଦିନଠାରୁ ଉଭୟ ଉଭୟଙ୍କ କେବଳ ଯେ ପୋଡିଶା ଭାବରେ ନୁହଁ ,ଦାଇ ଦରକାର ତଥା ଦୁଃଖରେ ସୁଖରେ ସାଥି ହୋଇ ଚଳି ଆସିଛୁ।ଗାଁ ଯମିତକ ସେ ତାଙ୍କ ପୁଅ ସୁରେସର ପଢା ବେଳେ ବିକ୍ରି କରିଦେଇଥିଲେ।


ଶାନ୍ତି ଦେବୀ କହିଲେ ସୁରେଶ ଭଲ ପଢୁଥିଲା ବୋଲି ତାକୁ ଭାରି ଭଲ ଭାବୁଥିଲ,ଆଉ ଅଯଥାରେ ବିନୁକୁ ଗାଳି ଦେଉଥିଲ।ମନେ ଅଛିନା ସୁରେଶ ମେଟ୍ରିକ ରେ ୯୫%ରଖିଥିଲା ଆଉ ବିନୁଟା ଆମର ଯେନତେନ ପାସ୍ କରିଯାଇଥିଲା ।ତଥାପି ତାକୁ ଯୋଉ କଥାସବୁ କହିଲ ଯେ ,ସେ ଡ଼ରରେ ଦୁଇ ଦିନ ଧରି ଘରକୁ ଆସିଲାନି ସାଙ୍ଗ ମାନଙ୍କ ଘରେ ପଡ଼ି ରହିଲା।

ନିଜେ ଗଲ ଯେ ଖୋଜିବାକୁ କୋଉଠି ଝୁଣ୍ଟି ଗୋଡ଼ର ବୁଢ଼ା ଆଙ୍ଗୁଠିରୁ ରକ୍ତ ଭସଭସ ବାହାରୁଥିଲା ଫେରିଲ।ବିନୁର ସାଙ୍ଗ ମାନଙ୍କ ଠାରୁ ଖବର ପାଇ ଅଣନିଶ୍ବାସ ହୋଇ ଦଉଡି ଆସିଲା।ତୁମକୁ ଡାକ୍ତର ଦେଖାଇ, ବେଣ୍ଡେଜ୍ କରି ଆଣିଲା।ଘା ଶୁଖିଲା ଯାଏ ସେବାରେ ଲାଗି ରହିଲା।ତୁମ ବାପ ପୁଅଙ୍କର ଯୋଉ ବନ୍ଧନ ମୋ ପାଲରେ କେବେ ପଡେନି।ଏଣେ ନିଲଠ୍ଠ - ନିକମ୍ମା ଗାଳି କରୁଥିବ,ଘରକୁ ଆସିଲେ ପ୍ରଥମ ବିନଦ ଆସିଲାଣିନା ,ଖାଇଲାଣିନା।ସେଥିରେ ବି କୋଉ ତୁମକୁ ସନ୍ତୁଷ୍ଟି ମିଳେ ଯେ,ଥରେ ତାକୁ ଦେଖି ନ ଆସିଲା ଯାଏ।

ତୁମର ରିଟାୟଡ୍ ବୁଳକୁ ତୁମେ ବ୍ୟସ୍ତ ହୋଇ ପଡୁଥିଲ ବିନୁଟା କଣ କରିବ, କେମିତି ତା ସଂସାର ଚଳାଇବ।ଆମେ ସିନା ଜନମ ଦେଇଛେ କରମ କଣ ଆମ ହାତରେ।

ଯାହାହେଉ ମିଶ୍ରବାବୁ ସିନା ବୁଝାଇ କହିଲେ ତୁମକୁ, ବିନଦ୍ ପାଇଁ ଛକରେ ତେଜରାତି ଦୋକାନ ଟିଏ କରିଦେବା ପାଇଁ।ସେତେବେଳକୁ ସୁରେଶ ବିଦେଶରେ ଚାକିରୀ କରି ଭଲ ରୋଜକାର କରୁଥିଲା,ହେଲେ ବର୍ଷେ ଦୁଇବର୍ଷରେ ଘରକୁ ଆସୁଥିଲା।ସେଥିପାଇଁ ତୋ ମିଶ୍ରବାବୁ କହୁଥିଲେ ପିଲାଏ ନାରଠ୍ଠା,ନିକମ୍ମା ହେଲେ ଭଲ ଆଖି ଆଗରେ ତ ରହିବେ।

ସୁରେଶଟା ତ ସେଇ ବିଦେଶ ମାଟିରେ ହିଁ ବାହା ହେଇଗଲା।ଆମର ସୁରେଖା ଅପା କେମିତି ସୁରେଶ କୁ ଝୁରିଝୁରି ଖଟିଆ ଧରିଲେ।ମଲାବେଳକୁ ମଧ୍ୟ ଗୋଟେ ବୋଲି ପୁଅର ମୁହଁ ଦେଖି ପାରିଲେନି।ସବୁ କର୍ମପରେ କୁଣିଆ ଭୋଳି ଆସି ପୁଅବୋହୂ ବୁଲି ଦେଇଗଲେ।ଅବସ୍ୟ ମିଶ୍ର ବାବୁଙ୍କୁ ସାଙ୍ଗରେ ନେବା ପାଇଁ ଚାହୁଁଥିଲେ ,ହେଲେ ମିଶ୍ର ବାବୁ ଆମର ଦେଶମାଟି ଛାଡ଼ି ଯିବାକୁ ଅମଙ୍ଗ ହେଲେ।


ସେଇଯେ ଯାଇଛନ୍ତି ଆଜିଯାଏ ଆଉ ପୁଅବୋହୂର ଦେଖାନାହିଁ।ନାତିଟିଏ ହୋଇଛି ଯେ ତା ମୁହଁ ଏଯାଏଁ ଦେଖି ପାରୁ ନାହାନ୍ତି।ସେଇଯାହା ମୋବାଇଲ କିମ୍ବା ଲାପଟପ ରେ ଫୋଟ ଦେଖି ମନ ବୁଝାଉଛନ୍ତି।


ତୁମେତ କମସେ କମ ତୁମ ନିଲଠ୍ଠ, ନିକମ୍ମା ପୁଅର ବାହାଘର ନିଜ ପସନ୍ଦ ଝିଅସହ ନିଜ ବିରାଧିରିରୁ କଲ।ଭଗବାନଙ୍କ ଦୟାରୁ ତାର ଦୋକାନ ମଧ୍ୟ ସୁରୁଖୁରୁରେ ଚାଲିଛି।ଘରର ସବୁ ଦାୟିତ୍ୱତ ଧିରେ ଧିରେ ବୁଝିଲାଣି।ନାତିଆଟିକୁ ଖେଳାଉ ଖେଳାଉ ସମୟ ତା ବାଟରେ ଗଡ଼ି ଯାଉଛି।ଆଉ କଣ ବା ଦରକାର ଆମର।


ବିନୁଟା ଆମର ପାଠ ସିନା ପଢିଲାନି ହେଲେ ପାଖେ ପାଖେତ ଅଛି ଡାକହାକ ଶୁଣିବାକୁ।ମିଶ୍ର ବାବୁଙ୍କ ଅବସ୍ଥା ଦେଖିଲା ପରେ ଭାବୁଛି ଭଲ ହୋଇଛି ବିନୁଟା ଆମର ଅଧିକା ପଢିବା ପାଇଁ ଚାହିଁ ନାହିଁ।ତୁମେ ସବୁବେଳେ ତା ପାଠପଢ଼ା ପାଇଁ ଚିନ୍ତା କରୁଥିଲ।କହୁଥିଲ ପାଠ ନପଢିଲେ ଜୀବନରେ ଅପଦାର୍ଥ ,ନିକମ୍ମା ହୋଇ ଯିବ।ଆମର ସେଇ ନିକମ୍ମା ହିଁ ଆଜି କାମରେ ଆସିଲା।



Rate this content
Log in

Similar oriya story from Tragedy