Sasmita Rout

Tragedy

3  

Sasmita Rout

Tragedy

ଆତ୍ମଗ୍ଲାନି

ଆତ୍ମଗ୍ଲାନି

7 mins
573



ବନ୍ଦନା ବୁଝି ପାରୁନଥିଲା ଦୀର୍ଘ ବର୍ଷ ଧରି ଅପେକ୍ଷା କରିଥିବା ଚିଠିଟି ପାଇଲା ପରେ ମଧ୍ୟ,ସେ କାହିଁକି ଖୁସି ହୋଇ ପାରୁନାହିଁ।ତା ମନରେ ଅବାନ୍ତର ପ୍ରଶ୍ନ ସବୁ ଉଙ୍କି ମାରୁଛନ୍ତ କାହିଁପାଇଁ ।ଦୀର୍ଘ ବ୨୫ର୍ଷ ଧରି ସେ ଯେଉଁ ଚିଠିର ଅପେକ୍ଷାରେ ଥିଲା।ସେହି ଆପଣଙ୍କ ପ୍ରିୟ ମଣିଷ ଶଶାଙ୍କର ଚିଠି ତା' ହାତରେ।ତଥାପି ସେ ଆଜି ଖୁସି ନୁହେଁ।ସେ ନିଜକୁ ଦୃଢ଼କଲା, ନା... ଅପ୍ରାସଙ୍ଗିକ ପ୍ରଶ୍ନ ମାନଙ୍କ ପ୍ରହାର ଆଉ ସହିବନି।ତାକୁ ଚିଠିଟି ଖୋଲି ପଢିବାକୁ ପଡିବ ।ଏବଂ ଉଠୁଥିବା ମନଦ୍ବନ୍ଦର ଅନ୍ତ ଘଟାଇବାକୁ ପଡ଼ିବ।


ଖୋଲା ଫର୍ଦ୍ଦ ରେ ସେଇ ପରିଚିତ ଅକ୍ଷର ସବୁ ତାକୁ ଯେମିତି ପରିହାସ କରୁଛନ୍ତି।ଗତ ୨୫ବର୍ଷ ଆଗରୁ ସେ ଏମିତି ଏକ ଚିଠି ପାଇଥିଲା।ଆଜି ପର୍ଯ୍ୟନ୍ତ ସାଇତି ରଖିଥିବା ତାର ପ୍ରଥମ ତଥା ଶେଷ ସନ୍ତକ।ସେ ଚିଠିଟି ତା ସୁନା ସଂସାରକୁ ଚୂନା କରି ଦେଇ ଥିବା ,ସତ୍ତ୍ୱେ ସେ ତାର କିଛିବି କ୍ଷତି ଘଟାଇ ପାରି ନଥିଲା ।ଅଥଚ ତାକୁ ଆଜି ପର୍ଯ୍ୟନ୍ତ ସନ୍ତକ ଭଳି ସାଇତି ରଖିଛି।ହଁ ସେଇ ଚିଠି ଯୋଉଥିରେ ଶଶାଙ୍କ ତା'ଠାରୁ ସବୁ ସମ୍ପର୍କ ଛିନ୍ନ କରିବା ସହ ।ତାଙ୍କର ମନର ମାନଷୀ ପ୍ରିୟମ୍ବଦା ସହ ନୂଆ ସଂସାର ଗଢିବାର କଥା ଲେଖି ଥିଲେ।


ପ୍ରିୟମ୍ବଦା ସହରର କୋଟିପତି ଶୁଭେନ୍ଦୁ ରାୟଙ୍କ ଏକମାତ୍ର କନ୍ୟା।ତା ସହ ସେ ଉଚ୍ଚ ଶିକ୍ଷିତା ଓ ଖୁବ ସୁନ୍ଦରୀ ମଧ୍ୟ।ସବୁଠୁ ବଡ଼ କଥା ହେଲା ସେ ଶଶାଙ୍କ ଙ୍କ ମନର ମାନଷୀ ଏବଂ ଉଭୟ ଉଭୟଙ୍କୁ ସାଙ୍ଗରେ ପଢିଲା ବେଳୁ ଭଲ ପାଉଛନ୍ତି।ପ୍ରିୟମ୍ବଦା କୁ ବିବାହ କଲାପରେ ଶଶାଙ୍କର ବିଦେଶ ଯାଇ ପଢିବାର ସ୍ବପ୍ନ ମଧ୍ୟ ପୁରା ହୋଇଯିବ।


ସେ ବା କୋଉ ଗୁଣରେ ଯେ ,ପ୍ରିୟମ୍ବଦା ସହ ସମକକ୍ଷ ହେବ।ସେ ଗାଁ ସ୍କୁଲରେ କୋଉ ମେଟ୍ରିକ ପର୍ଯ୍ୟନ୍ତ ପଢିଛି ମାତ୍ର।ଆଉ ବାପା ତାର ଗାଁ ସ୍କୁଲର ଶିକ୍ଷକ।ସେବା କୋଉ ଶୁଭେନ୍ଦୁ ରାୟଙ୍କ ସହ ଲଢ଼ି ଜ୍ବାଇଁକୁ ଫେରେଇ ଆଣିବାରେ ସକ୍ଷମ ହେବେ।ଆଉ ଶ୍ବଶୁର ତଃ କ୍ଲକ ଚାକିରୀଟେ କରିଛନ୍ତି ,ସେଥିରେ ପୁଣି ନଣନ୍ଦ ଲକ୍ଷ୍ମୀ ବାହାଘର ବେଳେ କରିଥିବା ଲୁନ୍ ଭାର ମୁଣ୍ଡ ଉପରେ।ଲକ୍ଷ୍ମୀଙ୍କ ବିବାହ ପରେ ଶାଶୁଙ୍କ ଦେହ ଖରାପ ହେବାରୁ ଶଶାଙ୍କଙ୍କୁ ବିବାହ ପାଇଁ ରାଜି କରାଇଥିଲେ।ଆଉ ଶଶାଙ୍କ ଭଲଭାବେ ଜାଣିଥିଲେ ପ୍ରିୟମ୍ବଦା ତାଙ୍କ ମା,ବାପା ସେବାଯତ୍ନ ତଥା ଘରର ଦେଖାଶୁଣା କରି ପାରିବେନି।ତେଣୁ ସେ ବାପାଙ୍କ କଥାରେ ରାଜି ହୋଇ ଯାଇଥିଲେ।


ଅବଶ୍ୟ ବିବାହ ପରେ ପ୍ରିୟମ୍ବଦା ଙ୍କ ଠାରୁ ଦୂରେଇବା ପାଇଁ ଚେଷ୍ଟା କରିଥିଲେ।ହେଲେ ପ୍ରିୟମ୍ବଦା କୋଉ ଛାଡ଼ିବା ଝିଅ ଯେ....ସେ ତାଙ୍କ ବାପାଙ୍କ ଦ୍ଵାରା ଶଶାଙ୍କଙ୍କର ବିଦେଶରେ ପଢ଼ିବା ପାଇଁ ସମସ୍ତ ବ୍ୟବସ୍ଥା କରିବା ସହ, ସବୁ ଖର୍ଚ୍ଚ ବହନ କରିବାର ମଧ୍ୟ ବାପାଙ୍କୁ ରାଜି କରାଇଦେଲା।ଏବଂ ତା ପ୍ରତିବଦଳରେ ବିବାହ ପ୍ରସ୍ତାବ ରଖିଲା ଶଶାଙ୍କ ସାମ୍ନାରେ।


ଶଶାଙ୍କ ପ୍ରିୟମ୍ବଦାଙ୍କୁ ବିବାହ କରି ବିଦେଶ ପଳାଇଗଲେ।ଥରଟିଏ ବାପା, ମାଙ୍କୁ ମଧ୍ୟ ଦେଖା କରିବାକୁ ଘରକୁ ଆସିଲେନି।ଏସବୁ ମା'ଙ୍କ ଉପରେ ଏତେ ମାତ୍ରାରେ ପ୍ରଭାବ ପକାଇଲା ଯେ ,ସେ ବିଛଣା ଧରିନେଲେ।ବାପା ତାଙ୍କର କୋଉଠୁ ଖବର ପାଇ ଭୁବନେଶ୍ୱର "ବିଜୁ ପଟନାୟକ" ଏୟାରପୋର୍ଟ ରେ ଯାଇ ଜଗିଥିଲେ।ହେଲେ ସବୁ ବ୍ୟର୍ଥ ହେଲା.... ଶୁଭେନ୍ଦୁ ରାୟ ସେମାନଙ୍କ ପାଇଁ କଲିକତା "ଦମ୍ ଦମ୍" ଏୟାରପୋର୍ଟ ରେ ସମସ୍ତ ବ୍ୟବସ୍ଥା କରିରଖିଥିଲେ।


ଶ୍ବଶୁର ତା'ର ନିରାଶ ହୋଇ ଫେରିବା ପରେ ଯେତେବେଳେ ଏକଥା ଜଣାଇଲେ ,ବନ୍ଦନା ଅଚେତ ହୋଇପଡ଼ିଲା।ଡାକ୍ତର ଡ଼କାଇବାରୁ ଜଣା ପଡ଼ିଲା ଯେ ....ସେ ମା' ହେବାକୁ ଯାଉଛି।ସେ ଜାଣି ପାରୁନଥିଲା ଏଥିରେ ସେ ଖୁସି ହେବ ନା ଦୁଃଖ କରିବ।ସେ ନିଜକୁ ନିଜେ ସମ୍ଭାଳି ଥିଲା।ଏବେ ତାକୁ ତା' ପାଇଁ ନୁହେଁ.... ପେଟରେ ବଢୁଥିବା ପିଲା ପାଇଁ ବଞ୍ଚିବାକୁ ପଡ଼ିବ।ତାଛଡା ଶ୍ବଶୁର, ଶାଶୁ ସେମାନଙ୍କର କିଏବା ଅଛି ....ଏ ସମୟରେ ତାଙ୍କ ପ୍ରତି ମଧ୍ୟ ତା'ର ଅନେକ କର୍ତ୍ତବ୍ୟ.... ସେ ସେଥିରୁ ଶଶାଙ୍କ ପରି ମୁହଁ ଫେରାଇ ପାରିବନି।ଏହି ଭିତରେ ମୁନ୍ନା ଜନ୍ମ ନେଲା ।ସେତେଟା ଖୁସିର ପରିବେଶ ନଥିଲେ ମଧ୍ୟ ,ଘରର ଶୂନଶାନ୍ ପରିବେଶରେ ଚମକ ଖେଳି ଯାଇଥିଲା।ଶଶୁର ତା' ମୁଣ୍ଡରେ ହାତ ରଖି ନିଜକୁ ଦୃଢ଼ କରୁଥିଲେ ବଧେ।ଏହାପରଠାରୁ ସେ କେବେ ପଛକୁ ଫେରି ଚାହିଁ ନାହାନ୍ତି ।ଆଉ ମୁନ୍ନା ଓ ତା'ର କୌଣସି ଅଭାବ ମଧ୍ୟ ହେବାକୁ ଦେଇ ନାହାନ୍ତି।


ହେଲେ ଶାଶୁଙ୍କ ଦେହ ସୁଧୁରୁ ନଥାଏ, ଆହୁରି ଖରାପ ହେବାର ଲାଗିଲାଣି।ଡାକ୍ତର ବାବୁ ଶ୍ବଶୁରଙ୍କୁ ଡାକି କହିଲେ ,ପେସେଣ୍ଟ ଯେତେବେଳେ ନିଜେ ଠିକ୍ ହେବାକୁ ଚାହୁଁ ନାହାନ୍ତି ...ସେଠି ଡାକ୍ତରୀ ଔଷଧ କୋଉଠୁ କାମ ଦେବ।ବିଧିର ବିଧାନ ଯାହା ଥାଏ ,ତାହା ହିଁ ଘଟିଥାଏ।ସେଥିରେ କିଏ ବା କଣ କରିପାରିବ।ଶାଶୁ ତାଙ୍କର ବାଟଭାଙ୍ଗି ଚାଲିଗଲେ। ଅବଶ୍ୟ ଏଇଟା ଶ୍ବଶୁରଙ୍କ ପାଇଁ ଅସହ୍ୟ ଧକ୍କା ହୋଇଥିଲା।ତଥାପି ନିଜକୁ ସମ୍ଭାଳି କର୍ମ ପାଇଁ ଅଣ୍ଟା ଭିଡିଲେ ।କିଏ ବା ଅଛି କାନ୍ଧକୁ କାନ୍ଧ ଭିଡିବ।ଯବାନ ପୁଅ ଯେତେବେଳେ ପର କରି ଚାଲିଗଲା ସେଠି କାହାଠାରୁ କଣ ବା ଆଶା ।ତଥାପି ଲକ୍ଷ୍ମୀ ଏବଂ ଜ୍ବାଇଁ ଜୀବନ ସେମାନଙ୍କ ପାରୁ ପର୍ଯ୍ୟନ୍ତ ସାହାଯ୍ୟ କରିବା ପାଇଁ ଚେଷ୍ଟା କରିଥିଲେ।ସବୁ କର୍ମ ସରିବା ପରେ ସବୁ ବନ୍ଧୁ ବାନ୍ଧବ ମଧ୍ୟ ଘରକୁ ଫେରିଲେ।କିନ୍ତୁ ଜେଜେ ତ'ର ବଧେ ଭାଙ୍ଗି ପଡ଼ି ଥିଲେ।ମୁନ୍ନାକୁ କୋଳରେ ବସାଇ କହିଲେ,ମୁଁ ସିନା ତୋ ଜେଜେମାର କର୍ମ କଲି ...ହେଲେ ମୋ କର୍ମ କରିବ କିଏ ? ବାଳୁତ ମନରେ ମୁନ୍ନା ତାର କଣ ବୁଝିଲା କେଜାଣି....କହିଲା ତୁମେ ପରା କୁହ ମୁଁ ତୁମ ପୁଅ....ମୁଁ ସବୁ କରିବି ଖାଲି ମୁଁ ଟିକେ ବଡ଼ ହୋଇଯାଏ।ଜେଜେ ତାକୁ କୋଳାଇ ନେଇ ଦୀର୍ଘ ନିଶ୍ବାସଟେ ଛାଡିଲେ।ବନ୍ଦନା କବାଟ ପାଖରେ ରହି ସବୁ ଶୁଣୁଥିଲା,ତା ଆଖିରୁ ମଧ୍ଯ ଅମାନିଆ ଲୁହ ଦୁଇ ଧାର ବହିଗଲା।


ମୁନ୍ନା ତାର ସବୁ ସୁବିଧା , ଅସୁବିଧା ତା'ର ଜେଜେ କୁ କହେ ସେ ମଧ୍ୟ ସବୁ ବୁଝନ୍ତି।ସେଥିପାଇଁ ବଧେ ମୁନ୍ନା ତ'ର ବାପାର ଅଭାବ କେବେ ଅନୁଭବ କରିନାହିଁ।ମୁନ୍ନା ଯେତେବେଳେ ମେଡ଼ିକାଲ ପାଇଥିଲା ,ତା ଜେଜେ ବହୁତ ଖୁସି ହୋଇ ଯାଇଥିଲେ।ହେଲେ ଟିକେ ଗମ୍ଭୀର ମଧ୍ୟ ଜଣା ଯାଉଥିଲେ।ମୁନ୍ନା କଣ ବୁଝିଲା କେଜାଣି...ତାର ଜେଜେର ପାଖକୁ ଯାଇ କହିଲା ...ଜେଜେ ଜମା ଵ୍ୟସ୍ତ ହୁଅନି ...ମୁଁ ତୁମକୁ ଓ ମାକୁ ଛାଡ଼ି କୁଆଡେ ଯିବିନି।ହେଲେ ତାର ଜେଜେ କୋଉଠି ତାର ଡାକ୍ତର ନାତିଆଟିକୁ ଭଲରେ ଦେଖି ପାରିଲେ ଯେ...ମୁନ୍ନାର ଟ୍ରେନିଂର ଶେଷ ବର୍ଷ ହିଁ ତାଙ୍କ ଦେହ ଖରାପ ହେଲା।ଅବଶ୍ୟ ମୁନ୍ନା ବଡମେଡିକାଲ୍ ରେ ଚିକିତ୍ସାର ସମସ୍ତ ବ୍ୟବସ୍ଥା କରିଥିଲା ।ହେଲେ ଦିନ କେଇଟାରେ ହିଁ ନିଶ୍ବାସ ଛାଡିଦେଲେ।ଯଦିଓ ମୁନ୍ନା କର୍ମ କରିବ ବୋଲି ଶ୍ୱଶୁର ତାକୁ କହି ରଖିଥିଲେ ।ତଥାପି ସେ ଶଶାଙ୍କଙ୍କ ପାଖକୁ ଖବର ପଠାଇ ଥିଲା।ହେଲେ ଶଶାଙ୍କ ଆସି ନଥିଲେ।ଆଉ ମୁନ୍ନା ତା ଜେଜେର ସମସ୍ତ କର୍ମ କରିଥିଲା।


ବନ୍ଦନା ତାର ଭାବନା ରାଇଜରୁ ପ୍ରକୃତିସ୍ଥ ହେଲା ,ଚିଠିଟି ଆଗକୁ ପଢିଲା।ଶଶାଙ୍କ ଚିଠିରେ ଅନୁତାପ କରିବା ସହ ବାରମ୍ବାର ଭୁଲ୍ ମଧ୍ୟ ମାଗିଛନ୍ତି।ଏବଂ ତଳେ ତାଙ୍କର ଫୋନ ନମ୍ବର ଦେବା ସହ ,ଥରଟିଏ କଥା ହେବା ପାଇଁ ରିକ୍ବେଷ୍ଟ୍ କରିଛନ୍ତି।ଏବେ ପୁଣି ସମାନ ଅବସ୍ଥା।ନିଜ କୋହକୁ ସମ୍ଭାଳି ଚିଠି ସିନା ପଢିଦେଲା ।ହେଲେ ଶଶାଙ୍କଙ୍କ ସାଙ୍ଗରେ କଥା ହେବାର ଧର୍ଯ୍ୟ କୋଉଠୁ ଆଣିବ।


ବନ୍ଦନା ମନକୁ ଆନ୍ଦୋଳନ କରୁଥିଲା ବାରମ୍ବାର, ସେ'ତ ଶଶାଙ୍କ ଙ୍କ ଠାରୁ ଦୂରେଇ ନଥିଲା।ବଂର ଶଶାଙ୍କ ନିଜେ ନିଜର ଅଯଥାର୍ଥ ଲୋଭକୁ ସମ୍ବରଣ କରିନପାରି, ସେମାନଙ୍କୁ ଦୂରେଇ ଦେଇ ଥିଲେ।ବାପା, ମାଙ୍କ କଥା ମଧ୍ୟ କେବ ପଚାରି ନଥିଲେ।ଶ୍ବଶୁର ଯିବା ପରେ ସେ ନିଜେ ଖବର ପଠାଇ ଥିଲା।ଆଉ ମୁନ୍ନାର ଜନ୍ମ ପରେ ବାପା ତାଙ୍କର ଶୁଭେନ୍ଦୁ ରାୟଙ୍କୁ କାକୁତିମିନତି କରି ଫୋନ ନମ୍ବର ଆଣି ଫୋନ କରିଥିଲେ।ସେତେବେଳେ ସବୁ ଶୁଣି ମଧ୍ୟ ଚୁପ ରହିଲେ, ଏବେ ତାଙ୍କଠି କଣ ଲୋଡ଼ା ପଡ଼ିଲା।


ତଥାପି ସେ ଫୋନରେ ଥରଟିଏ କଥା ହେବା ପାଇଁ ମନସ୍ଥ କଲା।ଚିଠିରେ ଦିଆଯାଇଥିବା ନମ୍ବର ରେ ଫୋନ ଲଗାଇଲା।ସେପଟରୁ ଥରଥର କଣ୍ଠରେ ...ହେଲୋ....। ପ୍ରଥମେ ତ ସେ ଜାଣି ପାରିଲାନି ଶଶାଙ୍କଙ୍କ କଣ୍ଠସ୍ୱର,ତେଣୁ ଚୁପ ରହିଲା ।ଦୁଇ ତିନି ଥର ହେଲୋ..ହେଲୋ...ରେ ସେ ଶଶାଙ୍କ ଙ୍କ କଣ୍ଠଶ୍ବର ଅନୁମାନ କରିପାରିଲା।ତା ପାଟିରୁ ଏତକ ବାହାରିଲା, ମୁଁ ବନ୍ଦନା କହୁଛି।କିଛି ସମୟ ନିଃଶଦ୍ଧତା ପରେ ...ଶଶାଙ୍କ କହିଲେ ମୋର ବିଶ୍ୱାସ ଥିଲା ଚିଠି ପାଇଲା ପରେ ତୁମେ ନିଶ୍ଚୟ ଫୋନ କରିବ।


ବନ୍ଦନା ବୁଝି ପାରୁ ନଥିଲା ତା'ଉପରେ ଶଶାଙ୍କଙ୍କର ଏ ବିଶ୍ୱାସ କଣପାଇଁ।ଶଶାଙ୍କ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ସହାୟତା ଯୋଗାଇଦେବାକୁ କିମ୍ବା ତାଙ୍କ କର୍ତ୍ତବ୍ୟ କରିବାକୁ ଆଗେଇ ଆସି ନାହାନ୍ତି ।ତଥାପି ସେ ଚୁପ ରହିଲା। ଶଶାଙ୍କ ତାଙ୍କ ଆଡୁ କହିଲେ ।ମୁଁ ତୁମ ଠାରେ ଦୋଷୀ ତଥାପି ।ଶେଷ ସମୟରେ ଥରଟିଏ ତୁମକୁ ଭେଟିବାର ଅଭିଳାଷ ନେଇ ପଡ଼ି ରହିଛି।ଚିଠିରେ ଠିକଣା ଦେଇଛି। ଆଶା କରୁଛି ମୋର ଶେଷ ଅନୁରୋଧଟି ରଖିବ।


ବନ୍ଦନା ମୁନ୍ନାକୁ ଫୋନ କରି ସବୁ ଜଣାଇଲା ଏବଂ ରାତି ବସରେ ସେମାନେ ବାହାରିଲେ।ସକାଳୁ ବସ୍ ଷ୍ଟାଣ୍ଡରୁ ଅହ୍ଲାଇ ଅଟୋରେ ଠିକଣା ଯାଗାକୁ ବାହାରିଲେ।ଉଚ୍ଚ ଅଟାଳିକା ସାମନାରେ ଅଟୋଟି ଅଟକିଲା ।ଅଟାଳିକା ସାମନାରେ ରଙ୍ଗ ବେରଙ୍ଗ ଫୁଲର ବଗିଚା ,କିନ୍ତୁ ଶ୍ରୀହୀନ ପରିକା ବନ୍ଦନାକୁ ଲାଗୁଥିଲା।ଏତେ ବଡ଼ ବଙ୍ଗଳା କିନ୍ତୁ ସବୁଠି ନିରବତାର ପ୍ରକାଶ।ଭିତରୁ ଜଣେ ଷାଠିଏ ପାଖାପାଖି ହେବ ବୃଦ୍ଧା ବାହାରିଲେ।ମୁହଁରେ ସ୍ମିତହାସ୍ୟ ଖେଳାଇ କହିଲେ ମୁଁ ରାମୁକାକା,ଏ ଘରେ ଦେଖାଶୁଣା କରେ ।ଏତକ କହି ଅତି ପରିଚିତ ଭାବେ ସେମାନଙ୍କୁ ପାଛୋଟି ନେଲେ ଘର ଭିତରକୁ।ହାତରେ ବାଟ କଢେଇ ନେଉ ନେଉ କଥାର ପେଡି ଖୋଲି ଦେଇଥାନ୍ତି।ମୁଁ ଜାଣିଥିଲି ବହୁମା ତୁମେ ନିଶ୍ଚୟ ଆସିବ ।କେବେ ଠାରୁ ପରା ଚିଠି ଲେଖି ରଖିଥିଲେ।ହେଲେ ପୋଷ୍ଟ ନକରି ଏତେ ଦିନ ଯାଏ ରଖି ଥିଲେ।ନହେଲେ କେବେ ଠାରୁ ପରା ତୁମେ ଆସିସାରି ଥାନ୍ତ ।


ବେଡ଼ରୁମଟି ପୁରା ହସପିଟାଲ ଭୋଳି ପରିଲିଖିତ ହେଉଥାଏ।ଶଶାଙ୍କ ଜରାଜୀର୍ଣ୍ଣ ଅବସ୍ଥାରେ ବେଡ଼ରେ।ପାଖରେ ନର୍ସ ଜଣେ ବସିଥାନ୍ତି, ତାଙ୍କୁ ଦେଖି ନମସ୍କାର ଜଣାଇ ସେଠାରୁ ପଛକୁ ଚାଲିଆସିଲେ।ରମୁକାକା ସେମାନଙ୍କୁ ବେଡ଼ ପାଖକୁ ଆସିବା ପାଇଁ ଇଙ୍ଗିତ କଲେ।ଏବଂ ଶଶାଙ୍କ ପାଖକୁ ଯାଇ ଧିର ଶ୍ବରରେ କହିଲେ ,ବାବୁ ଆଖି ଖୋଲନ୍ତୁ।ଦେଖନ୍ତୁ ବହୁମା ଆସିଛନ୍ତି।ସାଙ୍ଗରେ ସାନବାବୁ ମଧ୍ୟ।ଶଶାଙ୍କ ଧିରେ ଧିରେ ଆଖି ଖୋଲିଲେ।ବନ୍ଦନା ପାଦଛୁଇଁ ନମସ୍କାର କଲା,ମୁନ୍ନାକୁ ମଧ୍ୟ ପଦଛୁଇଁବା ପାଇଁ ଇଙ୍ଗିତ କଲା।ଶଶାଙ୍କ ଆଖିରୁ ଦୁଇ ଧାର ଲୁହ ବହିଗଲା।ଉଭୟ ଉଭୟଙ୍କୁ ଦେଖୁଥାନ୍ତି,ଏତେ ବର୍ଷ ପରେ ଶଶାଙ୍କ ଙ୍କୁ ଏଅବସ୍ତାରେ ଦେଖିବ ବଲି ବନ୍ଦନା କେବେ କଳ୍ପନା ମଧ୍ୟ କରିନଥିଲା।


ରାମୁକାକା ସେମାନଙ୍କୁ ଧୁଆଧୋଇ ହେବା ପାଇଁ କହିଲେ।ସେମାନେ ବାରଣ୍ଡା ଘରକୁ ବାହାରି ଆସିଲା ବେଳକୁ ,ବନ୍ଦନାର ନଜର ଫୁଲମାଳ ଦିଆଯାଇଥିବା ଫୋଟଟି ଉପରେ ପଡିଲା।ସେ ସେଇଠି ଅଟକି ଗଲା, ତାହାଲେ କଣ ପ୍ରିୟମ୍ବଦା ଦୁନିଆରେ ଆଉ ନାହାନ୍ତି ।ରାମୁକାକା ବନ୍ଦନାର ଅଟକି ଯିବା ଦେଖି ସେଠିକି ଆସି କହିଲେ।ଏଇଟା ଆମ ମା'ଙ୍କ ର ଫୋଟ।ମା' ଆମର ଯେତେବେଳେ ବିଞ୍ଛଣାରେ ପଡ଼ି ରହିଥିଲେ ଅନେକ ଥର ଆପଣଙ୍କ ବିଷୟରେ କହିଛନ୍ତି।ଶେଷ ସମୟରେ ବହୁତ ଅନୁତାପ ମଧ୍ୟ କରିଛନ୍ତି।ସବୁବେଳେ ବାବୁଙ୍କୁ ଆପଣଙ୍କ ଠାରୁ ଛଡ଼ାଇ ଆଣିଛନ୍ତି ବୋଲି କହି ନିଜକୁ ଦୋଷ ଦେଉଥିଲେ।ବାବୁ ସବୁବେଳେ ବୁଝାଉ ଥିଲେ ,ଏସବୁରେ ତାଙ୍କର କିଛି ଦୋଷ ନାହିଁ।ଏଇଟା ତ ବିଧିର ବିଧାନ ଥିଲା,ଏଥିରେ କିଏ ବା କଣ କରି ପାରିଥାନ୍ତା।ଆଜିକୁ ବର୍ଷେ ପୂର୍ବରୁ ମା' ଚାଲିଯିବା ପରେ ବାବୁ ପୁରା ଭାଙ୍ଗି ପଡିଲେ।ସେ ତିନି ଚାରି ମାସ ପୂର୍ବରୁ ଆପଣଙ୍କ ସହରକୁ ମଧ୍ୟ ଯାଇଥିଲେ।ସାନବାବୁଙ୍କ ହସ୍ପିଟାଲକୁ ମଧ୍ୟ ଯାଇ ଥିଲେ।ଆପଣ ମାନଙ୍କ ଅଜାଣତରେ ମୋବାଇଲରେ ଫୋଟ ମଧ୍ୟ ଉଠାଇ ଆଣିଥିଲେ।ସେଥିପାଇଁ ତ ମୁଁ ତୁମ୍ଭ ମାନଙ୍କୁ ଦେଖୁଦେଖୁ ଚିହ୍ନି ଗଲି।


ସେମାନେ ଧୁଆଧୋଇ ହୋଇସାରିଲା ବେଳକୁ ରାମୁକାକା ଚା ଓ ଜଳଖିଆ ବ୍ୟବସ୍ଥା କରିଦେଇଥିଲେ।ସେମାନେ ଅଳ୍ପ ଟିଫିନ କରି ଚା ପିଇଲେ।ଏ ଭିତରେ ରୁଟିନ୍ ଚେକ୍ଅପ ପାଇଁ ଡାକ୍ତର ବାବୁ ମଧ୍ୟ ଆସି ଯାଇଥିଲେ।ସେମାନେ ଶଶାଙ୍କଙ୍କ ରୁମ ଆଡ଼େ ଆସିଲେ।ମୁନ୍ନା ଡାକ୍ତର ବାବୁଙ୍କ ଠାରୁ ସବୁ ରିପୋର୍ଟ ସବୁ ଦେଖିଲା।ଡାକ୍ତର ବାବୁ କହିଲେ ବ୍ଲଡ଼ କେନ୍ସରର ଲାଷ୍ଟ ଷ୍ଟେଜ୍।ସେମାନେ ଫୋରେନ୍ ମଧ୍ୟ ଯାଇଥିଲେ ଚିକିତ୍ସା ପାଇଁ,ହେଲେ କିଛି ସୁଫଳ ମିଳିଲାନି।ସେ ଖାଲି ତାଙ୍କର ଡାକ୍ତର ନୁହନ୍ତି, ତାଙ୍କର ଅନ୍ତରଙ୍ଗ ବନ୍ଧୁ ମଧ୍ୟ।ପ୍ରିୟମ୍ବଦା, ଶଶାଙ୍କ ଏବଂ ଡାକ୍ତର ବାବୁ ସମସ୍ତେ ଏକା କଲେଜରେ ପଢୁଥିଲେ।ସେଥିପାଇଁ ସେ ତାଙ୍କର ଦୁଃଖର ସୁଖର ସାଥି।ସେ ମଧ୍ୟ ଶଶାଙ୍କ ଙ୍କୁ ନେଇ ତାଙ୍କ ସହରକୁ ଯାଇଥିଲେ।


ବନ୍ଦନା ଶଶାଙ୍କଙ୍କ ପାଦ ପାଖରେ ବସି ଧିରେ ଧିରେ ପାଦ ଆଉଁସିଲା।ଶଶାଙ୍କ ଆଖି ଖୋଲିଲେ।ତାଙ୍କ ଆଖିରୁ ଦୁଇ ଧାର ଲୁହ ଗଡ଼ି ଗଲା।ସେ କହିଲେ ବନ୍ଦନା, ମୁଁ ତୁମର ସେବା ପାଇଁ ଯୋଗ୍ୟ ନୁହେଁ। ମୋର ସେବା କରି ମତେ ଅପମାନିତ କରନାହିଁ।ବନ୍ଦନା ପାଖକୁ ଯାଇ କହିଲା ଯାହା ଘଟିଯାଇଛି।ସେ କଥା ଘାଣ୍ଟି ଆଉ ଲାଭ କଣ।ସେ ସମୟତ ଆଉ ଫେରି ଆସିବନି।ବଂର ପୂର୍ବ କଥା ଭୂଲି ଯାଆନ୍ତୁ।ଦେଖିବେ ସବୁ ଠିକ୍ ହୋଇଯିବ।ଆପଣ ଏଥର ଟିକେ ରେଷ୍ଟ ନିଅନ୍ତୁ।ସେ ସେଠୁ ଉଦ୍ୟତ ହେଉଣୁ,ଶଶାଙ୍କ ତା ଆଡ଼କୁ ହାତ ବଢାଇଲେ।ସେ ହାତଟିକୁ ନିଜ ଦୁଇ ପାପୁଲି ମଧ୍ୟରେ ରଖି,ବେଡ଼ ପାଖରେ ଥିବା ଷ୍ଟୁଲ୍ଳଟିରେ ବସିଲା।


ଶଶାଙ୍କ ପୁଣି ଧିର ସ୍ୱରରେ କହିଲେ। ଏ ଜନ୍ମରେ ମୁଁ ତୁମର ଦୋଷୀ। ତଥାପି ମୋର ଶେଷ ଅନୁରୋଧଟି ରଖିବ ବଲି ମୋର ବିଶ୍ୱାସ।ମୁନ୍ନା ହାତରେ ମୋର ଶେଷ କୃତ କରିବ ।ବନ୍ଦନା କଣ କହିବ କିଛି ବୁଝି ପାରୁ ନଥାଏ।ତଥାପି ମୁଣ୍ଡ ନଁଇ ସନ୍ମତି ଜଣାଇଲା...ଶଶାଙ୍କ ଙ୍କ ମୁହଁରେ ସ୍ମିତହାସ୍ୟଟେ ଖେଳିଗଲା...ଧିରେ ଧିରେ ହାତ ଥଣ୍ଡା ହୋଇ ଆସୁଥାଏ।




Rate this content
Log in

Similar oriya story from Tragedy