Sasmita Rout

Others

2  

Sasmita Rout

Others

ଶିକାରୀ

ଶିକାରୀ

2 mins
699



ଆଧୁନିକତାର ଦୌଡ଼ରେ ସମସ୍ତେ ଅଣନିଶ୍ଵାସୀ ହୋଇ ଦୌଡୁଛେ । ନିଜ ହାତରେ ନିଜର ଜୀବନ ରକ୍ଷକ ଜଙ୍ଗଲ ଵନ୍ୟସମ୍ପଦ, ବନ୍ୟପ୍ରାଣୀ ଙ୍କୁ ଧ୍ବଂସ କରି ଚାଲିଛେ। ରଘୁଆ ପିଲାଦିନରୁ ତାର ବା ସହ ଜଙ୍ଗଲକୁ ଶିକାର ପାଇଁ ଯାଉଥିଲା। ଜଙ୍ଗଲଯାତ ଜିନିଷ ଓ ଶିକାରରୁ ଯାହା ମିଳେ ସେଥିରୁ ତାଙ୍କ ଗୁଜୁରାଣ ହୁଏ। ଜଙ୍ଗଲକୁ ଲାଗି ଝୁପୁଡି ରେ କେକାଳରୁ ସେମାନେ ରହି ଆସିଛନ୍ତି । ଆଜିକାଲି ସରକାର କହୁଛି ଜଙ୍ଗଲ ଉପରେ ସେମାନଙ୍କ ର କିଛି ଅଧିକାର ନାହିଁ। ଜଙ୍ଗଲିଆ ଲୋକ ସେମାନେ ଜଙ୍ଗଲ ଛାଡି ସେମାନେ କୁଆଡେ ଯିବେ। ଶିକାର ଉପରେ ମଧ୍ୟ କଟକଣା ଲଗେଇ ଦେଇଛି ସରକାର। ଲୁଚିଛପି ଶିକାର କରୁଥିଲାଯେ ଥରେ ଧରାପଡିଲା ଯେ ବର୍ଷ କେଇଟା ଜେଲରେ କାଟିବାକୁ ପଡିଲା। ମା ,ପୁଆ କମ ହୋଇରାଣ ହରକତ ହୋଇଛନ୍ତି ନା। ସରପଞ୍ଚ ବାବୁଙ୍କ ଘରେ ଦିପାଇଟି କରି ବାଇନ ମା ଚଳିଗଲା ତାସହ , ସରପଞ୍ଚ ବାବୁଙ୍କ ଗୋଡହାତ ତଳେ ପଡି ତାକୁ ଜେଲରୁ ମୁକୁଳେଇଲା।


ସେଇଠାରୁ ବାଇନ ମୁଣ୍ଡରେ ହାତ ଦେଇ ସେ ଶପଥ କରିଛି ଆଉ ଶିକାର କରିବନି। ହେଲେ ସେ କରିବ ବା କଣ ,ଜମିଜମା ତ କିଛି ନାହିଁ ।ସରପଞ୍ଚ ବାବୁ କହିଥିଲେ ଜଙ୍ଗଲ ପାଖରେ ଚାଷ ଉପଯୋଗୀ ଜମି ଖଣ୍ଡେ କରାଇ ଦେବେ।ସେଥିପାଇଁ ସେ ଜଙ୍ଗଲୀମାଂସର ବରାଦ ଦେଇ ଛନ୍ତି। ତାଙ୍କ ଘରକୁ ସରକାରୀ ବାବୁ ମାନେ ଆସିବେ ଯେ ସେମାନଙ୍କ ପାଇଁ ଦରକାର। ପୁଣି ସେମାନଙ୍କୁ ସନ୍ତୁଷ୍ଟ କଲେଯାଇ ଜମି ଖଣ୍ଡେ ମିଳିବ। ଆରେ, ସରକାର ତ ଶିକାର କରିବା ବନ୍ଦ କରିଛନ୍ତି ପୁଣି ତାଙ୍କର ବାବୁ ମାନେ ଜଙ୍ଗଲୀ ମାଂସର ବରାଦ କରୁଛନ୍ତି । ମୂର୍ଖ ମୁଣ୍ଡରେ ତାର ଏତେକଥା ପସୁନଥାଏ ।


ସେ ଯାହାହେଉ ସରପଞ୍ଚ ବାବୁଙ୍କୁ କଥା ଦେଇଛି ମାନେ ତାକୁ ଯେମିତି ହେଲେ କାଲି ମାଂସ ପହଞ୍ଚାଇବାକୁ ପଡ଼ିବ।ତା ପାଇଁ ଏଇଟା ବଡ଼କଥା ନଥିଲା ଖାଲି ଯାହା ବାଇନର ମୁଣ୍ଡ ଛୁଇଁ ତା ମାକୁ କଥା ଦେଇଛି ବୋଲି ସିନା ଏତେକଥା। ତାକୁ ଶେଷଥର ପାଇଁ ଶିକାର କରିବାକୁ ପଡ଼ିବ, ସେ ଏକଥା ବାଇନ ମାକୁ କହିପାରିବ ନାହିଁ ।

ସେ ଠିକ୍ କଲା ମା ପୁଅ ଶୋଇବା ପରେପରେ ବାଡ଼ି ପଛରେ ନାଳ ପାଖରେ ଶିକାର ବ୍ୟବସ୍ଥା କରିବ। ବଡି ଭୋରରୁ ଶିକାର ନେଇ ସରପଞ୍ଚ ଘରେ ପହଞ୍ଚାଇ ଦେଲେ କାମ ସରିବ। ଏହା ପରଠାରୁ ତାର ନିଜର ଜମିରେ ଚାଷବାସ କରି ଚଳିଯିବ। ସେ ଅଧା ରାତିରେ ଲାଇନ ତାରଟା ନାଳ ପାଖକୁ ଟାଣି ଦେଇ ଥିଲା।ଜଙ୍ଗଲୀ ପଶୁ ଯିଏ ଲାଗିଥିବ ତାକୁ ନେଇ ସେ ବାବୁ ମାନଙ୍କ ପାଇଁ ପହଞ୍ଚାଇ ଦେବ । ଭାବୁ ଭାବୁ ରଘୁଆର ନିଦ ଲାଗି ଯାଇଛି, ବଡି ଭୋରରୁ ବାଇନ ମାର ପାଟିରେ ତାର ନିଦ ଭାଙ୍ଗିଲା। ଆରେ ବାଇନଟା ଭୋରରୁ କୁଆଡେ ଗଲା ତାର ମା ଡାକ ପକାଇଛି। ରଘୁଆକୁ ଛନକା ପଶିଲା, ସେ ଏକା ନିଶ୍ବାସରେ ନାଳା ପାଖକୁ ଡ଼ଉଡିଲା।ତାର ମା ମଧ୍ୟ ରଘୁଆର ପଛେ ପଛେ ଡ଼ଉଡି ଆସିଲା।ବାଇନ ତଳେ ପଡି ଛଟପଟ ହେଉଛି, ରଘୁଆର ମୁଣ୍ଡଟା ଘୁରାଇ ଦେଲା।ବାଇନ ମୋ ବାଇନ ...ବାଇନ...କହି ଦଉଡିଲା ବାଇନ ପାଖକୁ।କିଛି ସମୟରେ ସବୁ ନିସ୍ତେଜ।

    


Rate this content
Log in