STORYMIRROR

ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ନିଜର ଖୁଣ ଦିଶେନା

ନିଜର ଖୁଣ ଦିଶେନା

1 min
15.2K


ଗୋଟିଏ କଙ୍କଡା ଦିନେ ବୁଲି ବାହାରିଲା । କଙ୍କଡାଙ୍କ ଗୋଡ ତ ଏମିତି ଯେ, ସେମାନେ କଦାପି ବି ସିଧା ଚାଲିପାରନ୍ତି ନାହିଁ । ଯେତେବେଳେ ଏ କଙ୍କଡାଟି ଚାଲି ଚାଲି ବଜାର ଭିତରେ ଯାଉଥିଲା, ଠିକ୍ ସେତେବେଳେ ଆଉ ଗୋଟିଏ କଙ୍କଡା ତାକୁ ଦେଖି ହସିଲା ଓ କହିଲା “ତୁମେ ଏମିତି କାହିଁକି ବଙ୍କେଇ ଚାଲୁଛ, ଟିକେ ସିଧା ହୋଇ ଚାଲ ।”

ଏହା ଶୁଣି କଙ୍କଡାଟି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ ଆର କଙ୍କଡାକୁ କହିଲା “ତୁ ମୋତେ କ’ଣ କହୁଛୁ, ତୁ ନିଜେ ସେହିପରି ସିଧା ହୋଇ କେବେ ଚାଲିଛୁ?”

ନିଜର ଖୁଣ ନିଜକୁ କେବେବି ଦିଶେ ନାହିଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Children