The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Satyabati Swain

Tragedy

3  

Satyabati Swain

Tragedy

ନୀରବ ଝଡ଼

ନୀରବ ଝଡ଼

4 mins
304



ଦିଅର କୃଷ୍ଣ ସଁ ସଁ ହୋଇ ଦୌଡ଼ି ଦୌଡ଼ି ଘର ଭିତରକୁ ପଶି ଆସି କହିଲେ ମା ସେମାନେ ମୋତେ ମାରି ଦେବେ। କଣ ଫୁସ୍ ଫୁସ୍ ହୋଇ କଥା ହେଲେଶାଶୁ ,ଶଶୁର ଓ ରାମ।ଶାଶୁ ଶଶୁର ଦିଅରକୁ କହିଲେ ଜାମା ପଟା ବଦାଳି ତୁ ଶୋଇ ପଡ ନିଘୋଡ଼ ନିଦରେ।


ଆମେ ଦେଖୁଛୁ।


ବାହାରେ ଧର ଧର ଶୁଭୁଥିଲା।


ମେଘା କହିଲା, କଣ କୀର୍ତ୍ତୀ କାରନାମା କରିକି ଆସିଲେ କି କଳି ଯୁଗ କୃଷ୍ଣ ?


ଶାଶୁ କହୁଛନ୍ତି; ଚୁପ୍ ଚୁପ୍।


ଶଶୁର କହୁଛନ୍ତି ପାଟି କରନା ବୋହୁ।କାନ୍ଥର ବି କାନ ଅଛି।


ସ୍ୱାମୀ ରାମାନନ୍ଦ କହୁଛନ୍ତି; କଥାଟି ପ୍ରଘଟ ହୋଇଗଲେ ମୁଣ୍ଡ ଟେକି ଚାଲି ହେବନି।ତୁମେ କଥା ମାନ ମେଘା; ଚୁପ୍ ହୋଇଯାଅ।


ମେଘା କିନ୍ତୁ ଗୁମ୍ ହୋଇ ବସି ଭାବୁଥିଲା ଏଠି ତାର କର୍ତ୍ତବ୍ୟ କଣ ?


ଚୁପ୍ ହୋଇଯିବ, ନା ମୁହଁ ଖୋଲିବ।


ରାମ କହିଲେ, ତୁମେ ଯାହା କହୁଛ, ଠିକ୍ ,କିନ୍ତୁ..


କିନ୍ତୁ କଣ ! ଅଣ୍ଟି ନିଆଁ ନିଆଁ ନୁହେଁ ?


ବାପା ମାଙ୍କ ମୁହଁ ପାଇ ତ କୃଷ୍ଣ ଟି ଏମିତି ହୋଇଛି।ଆମେ କଣ କରି ପାରିବା ?


ଆମେ ବହୁତ କିଛି କରି ପାରିବା।ନିଜ ଭାଇ ବୋଲି କଣ ଚୁପ୍ ହୋଇ ବସିବା ?


ତୁମେ ବସ।ମୁଁ ଏସବୁ ବରଦାସ୍ତ କରି ପାରିବି ନାହିଁ।ତୁମେ ନଥିଲା ବେଳେ ମୋ ସହ ବି ଟଣା ଓଟରା କରନ୍ତି। ଅଭିଯୋଗ କଲେ ଶାଶୁ ମା କହିବେ ଭାଉଜ ଦିଅର ରେ ଏମିତି ଗେଲ ନକଲ ଚଳେ।


ଗେଲ ନକଲ ମାନେ ଛାତିକୁ ମାଡି ବସିବା। କବାଟ ଖୋଲା କରି କେବେ ଯଦି ଶୋଇ ପଡିଥିବି ମୋ ଉପରେ ପଡି କିସ୍ ଦେବା।ଭାଇକୁ ଦଉଚ ମୋ ବେଳକୁ ଏତେ କୃପଣ କହିବା , ନକଲ କଥା !କି ଅଭଦ୍ରାମି!


ଛିଃ କୋଡିଏ ନ ପୁରୁଣୁ ଏତେ ଛତରା ହେବା ଏଇଠି ପ୍ରଥମେ ଦେଖୁଛି ମୁଁ।


କେତେ ଥର କେଇଟା ଝିଅଙ୍କୁ ଗର୍ଭବତୀ କଲେଣି ତୁମ ଯୋଗ୍ୟ ଭାଇ । ମନେ ରଖ ହୁଏତ ଏମିତି ଦିନେ ଆସିବ ତୁମ ନାଁ ରେ ମୋ ଗର୍ଭରୁ କୃଷ୍ଣ ଙ୍କର ପିଲା ଜନ୍ମ ହେବ।ସେଥିପାଇଁ କହୁଛି ମୋତେ ସାଙ୍ଗରେ ନେଇ ଯାଅ।ମୁଁ କେତେ କବାଟ କିଳି ଡରି ଡରି ବଞ୍ଚିବି।


ୟାଙ୍କରି ପାଇଁ ଶୋବି ଦଉଡ଼ି ଦେଇ ମଲା।କେଉଁ ସ୍କୁଲ ଘରେ ଧର୍ଷଣ କଲେ।ଭୟରେ ଶୋବି ଘରେ କହିଲା ନାହିଁ।ସାତ ମାସ ହେବାରୁ ପେଟ ଦିଶିଲା।ସାଇ ଭାଇ କେତେ ଦେଖେଇ ଶିଖେଇ କହିଲେ ।ଶେଷରେ ବିଚାରୀ କାହା କଥା ସହି ନ ପାରି ଦଉଡ଼ି ଦେଇ ଦେଲା।


ରମା ଭାଉଜଙ୍କୁ ରେଫ କରିବାରୁ ତାଙ୍କ ସ୍ୱାମୀ ତାଙ୍କୁ ଡିଭୋର୍ସ ଦେଇ ଦେଲେ।ଆଜି ପୁଣି କାହାର ଜୀବନ ନଷ୍ଟ କରି ଆସିଛନ୍ତି?


ଶୁଣ୍ ମେଘା ତୁମେ ଚୁପ୍ ହୋଇଯାଅ।ସକାଳ ହେଉ କିଛି ଗୋଟେ ବ୍ୟବସ୍ଥା କରିବା। ବାପା ମାଙ୍କୁ କହି ମୁଁ ତୁମକୁ ଏଥର ସାଥିରେ ନେଇଯିବି।କିନ୍ତୁ କେହି କିଛି ପଚାରିଲେ ,କୃଷ୍ଣ କୁଆଡେ ଯାଇନି, ଖାଇ ପିଇ ଶୋଇଛି କହିବ।


ଯଦି ନ କୁହେ ?


ପ୍ଲିଜ଼ ମେଘା, ମା କୁ ତୁମେ ଜାଣିଛ।ଆମ ଦୁହିଁଙ୍କୁ କିରୋସିନି ଢାଳି ପୋଡି ଦେଇ ପାରନ୍ତି।


ଚାରି ଆଡ଼ ଲାଇଟ୍ ଲିଭାଇ ଶୋଇବାର ବାହାନା କଲେ ସଭିଏଁ।


ଦାଣ୍ଡ କବାଟ କେହି ବାଡ଼ାଇଲେ।ଶଶୁର ନିଦ ମଳ ମଳ ହେବା ପରି ବାହାନା କରି କହିଲେ କିଏ ? କାହିଁକି ରାତିଟାରେ କବାଟ ବାଡାଉଛ ?


କବାଟ ଖୋଲୁ ଖୋଲୁ ଦଳେ ପାଖ ଗାଁ ଟୋକା ଘର ଭିତରକୁ ପଶି ଆସି ଘର ଭିତରେ ଚାରି ଆଡ଼େ ଖେଦି ଗଲେ।କୃଷ୍ଣ ଶୋଇବା ଘରକୁ ଯାଇ ମାଇଲେ ଦି ଢ଼ିଅ।ଶଳା ଆକ୍ଟିଂଗ କରୁଛି। ଏ ଶଳା ସତ କହ, ତୁ ନା ଆଉ କିଏ ଥିଲ ? ସତ କହ।


ଶାଶୁ ସେମାନଙ୍କ ଗୋଡ଼ ଧରି କହିଲେ , ହଇରେ ଶୁଭ, ଜଟି, ମନୁ, ପବି ,ତୁମେ କଣ କହୁଛ ? ସେ ଆଜି କୁଆଡେ ଯାଇନି।ରାମ ଆସିଛି ତ।କୁକୁଡ଼ା ଆଣି ଭାଇ ପାଇଁ ତରକାରୀ କରି ଖାଇ ପିଇ ବା ଶୋଇଛି।


ତୁମେ ସତ କହୁଛ ବଡ଼ ବୋଉ।ମୋତେ କିନ୍ତୁ କୃଷ୍ଣ ହିଁ ଦିଶୁଥିଲା।


ରାମ ଭାଇ ଓ ରାମ ଭାଇ ,ଦଶଟା ନ ହେଉଣୁ ଶୋଇ ପଡ଼ିଲଣି ?


ରାମ କବାଟ ଖୋଲି ବାହାରକୁ ଗଲେ।କଣ ହୋଇଛି ଶୁଭ ? ଏତେ ରାତିରେ ..


ବଡ଼ ବୋଉ ତାହେଲେ ସତ କହୁଛି।ତୁମେ ଆସିଛ।


ହଁ ଶୁଭ ।କଣ ହୋଇଛି?


ପରେ ଜାଣିବ ରାମ ଭାଇ।ଚାଲ ରେ କହି ସବୁ ଟୋକା ଝଡ଼ ବେଗରେ ଚାଲିଗଲେ।ଶଶୁର କବାଟ ଦେଇ ଆସି କହିଲେ , ଏ କୃଷ୍ଣ ଦାଉରେ ଆଉ ରହି ହେବ ନାହିଁ ରେ ରାମ। ସବୁଦିନ କିଛି କାଣ୍ଡ କାରଖାନା କରୁଛି।ସେ ବାଡ଼ି ପଶା ବାହାଘର ବ୍ୟବସ୍ଥା କର ରାମ।କୋଡିଏ ପୁରୁ ପୁରୁ ତାକୁ ଗୋଟେ ମାଇପ ଦେଇ ଦିଅ।


କିଏ ଏ ମଦୁଆ, ଗଂଜୋଡ ,ବେକାରଟାକୁ ଝିଅ ଦେବେ ବାପା।ପାଠ ଶାଠ ତ ପଢିଲା ନାହିଁ।ବାତେରା ଙ୍କ ସାଙ୍ଗେ ମିଶି ଏମିତି ନାଁ କମେଇଁଲାଣି ଯେ ଆଖ ପାଖ ଗାଁ ରେ ଛିଃ ଛିଃ କରୁଛନ୍ତି।କେଇଁଟା ଜାଗାରେ ନେଇ ତାକୁ କାମ ଦେଲେଣି।ଚାରି ପାଞ୍ଚ ଦିନ ହୋଇଥିବ ଲୁଚିକି ଘରକୁ ପଳେଇ ଆସିବ।କିଏ ଝିଅ ଦେବ ଏଇଟାକୁ?


ଶାଶୁ କହିଲେ ଆଉ କଣ ସେ ବାଡୁଆ ରହିବ? ଏଇ ନାଟ ନିତି କରୁଥିବ?


ସେ କଥା ତୁ ବୁଝୁ।ସବୁଥିରେ ତାକୁ ସମର୍ଥନ କଲୁ।ତା ଭୁଲ୍ ଘୋଡେଇଲୁ।ଯଦି ଉପଯୁକ୍ତ ଶିକ୍ଷା ଦେଇଥାନ୍ତୁ ସେ ଏମିତି ହୋଇ ନଥାନ୍ତା। 


ବୋହୁ ଦେବ ମୋ ଦୋଷ, ତୁ ବି ଶେଷରେ ମୋ ଦୋଷ ଦେଲୁ ?


ବାଡ଼ି ପଡାଟା ନ ମରି ବଞ୍ଚିଛି କାହିଁକି, କେଜାଣି। ଏତକ କହି ଶାଶୁ ସକେଇଲେ।


ରାମ କହିଲେ, ଦେଖ୍ ମା।ସତ ସହ ପରିଚିତ ହଅ।ଶୁଭକୁ ଜାଣିଛୁ ଟି।କେଉଁଟା ମଣିଷ ମାରିଲାଣି।ସତରେ ଯଦି କୃଷ୍ଣ ଆଜି କିଛି କରି ଆସିଥାଏ, ସେ କୃଷ୍ଣକୁ ଛାଡିବ? ସେମାନେ ଗୁଣ୍ଡା ହୁଣ୍ଡା ମା।ତାଙ୍କ ସାଙ୍ଗେ ଶତ୍ରୁତା କଲେ କେତେବେଳେ ଜୀବନ ଯିବ କହି ହେବ?


ହେଉ ବ୍ୟସ୍ତ ହୁଏନା।ମୁଁ ଏଥର ତା ପାଇଁ କିଛି ଗୋଟେ ବ୍ୟବସ୍ଥା କରୁଛି।ମେଘା ବି ମୋ ସହ ଯିବ।ତାକୁ ଏଠି ଏକୁଟିଆ ଛାଡି ଯିବା ଉଚିତ ମଣୁ ନାହିଁ।


ମେଘା ଯିବ ! ଏକା ସଂଗେ କହି ଉଠିଲେ ଶାଶୁ ଶଶୁର।କିନ୍ତୁ ଆମେ ଚଳିବୁ କେମିତି ?


ଯେମିତି ଆଗରୁ ଚଳୁଥିଲ।ମେଘା ତ ଏଇ ଚାରି ମାସ ହେଲା ଘରକୁ ଆସିଛି।


ସମସ୍ତେ ଚୁପ୍ ହୋଇଗଲେ।


ତାପର ଦିନ ଶାଶୁ ଖାଲି ଉଝୁଳିଲେ।ପୁଅଟାକୁ ଶିଖେଇ ଜଟି ବୁଡି କରି ସାରିଲାଣି।ପଦେ କଥା କହୁ ନ ଥିବା ପୁଅ, ଆଜି ବୋପା ମାଙ୍କୁ ଜବାବ ଦେଉଛି।ଖୁବ୍ ରଗେଇ ଖୋବେଇ ହେଉଥିଲେ।


ରାମ କିନ୍ତୁ ଭାରି ସୁଧାର ମଣିଷଟିଏ।ମଣିଷ ପକେଇ ଧାନ କାଟି, ବାଡେଇ, ଅଖାରେ ଭର୍ତ୍ତୀ କଲେ।ଗୁହାଳ ଘର ଛପର କଲେ।ଧାନ କୁଟି ଘରେ ରଖିଲେ।ବାପା ମା ଯେମିତି କୌଣସି ଅସୁବିଧାରେ ନପଡ଼ିବେ।


ରାମ ଚାକିରିକୁ ଯାଇ ନଥାନ୍ତି।ହଠାତ୍ ଦିନେ ରାତିରେ କୃଷ୍ଣ ଘରକୁ ଫେରିଲେ ନାହିଁ।ଯୁଆଡେ ଗଲେ ବି ଯେତେ ରାତି ହେଉ ଘରକୁ ଫେରନ୍ତି।ସମସ୍ତଙ୍କୁ ପଚାର ଉଚୁରା ହେଲା।କେହି କୃଷ୍ଣ ର ଖବର ଦେଲେ ନାହିଁ।ଘରେ ସମସ୍ତେ ବ୍ୟସ୍ତ।ଦୁଇ ଦିନ ପରେ ପୋଲ ତଳ ବୁଦା ଭିତରୁ ପୋଲିସ କୃଷ୍ଣ ଖଣ୍ଡ ଖଣ୍ଡ ହୋଇ ବନ୍ଧା ହୋଇଥିବା ଅଖା ଭିତରୁ ମିଳିଲେ।ଏମିତି ବିଭତ୍ସ ହତ୍ୟା!


ଲୋକେ ଟୁପ୍ ଟାପ୍ ହେଉଥିଲେ ଶୁଭ କାଳେ ତା ପ୍ରେମିକା ଲତାକୁ ଧର୍ଷଣ କରିଥିବା ରାଗରେ କୃଷ୍ଣ କୁ ଟିକି ଟିକି କାଟି ହତ୍ୟା କରିଛି।


କୃଷ୍ଣଙ୍କର ଖଣ୍ଡ ଖଣ୍ଡ ପଚାସଢା ମାଂସ ଦେଖି ଶାଶୁ ଶଶୁର ,ରାମ ପୁରା ମୁକ ହୋଇ ଯାଇଥିଲେ।ମୋ ଶାଶୁଘରେ ବହୁଥିଲା "ନୀରବ ଝଡ଼"ଟିଏ।



Rate this content
Log in

More oriya story from Satyabati Swain

Similar oriya story from Tragedy