STORYMIRROR

Sunanda Mohanty

Tragedy Action Fantasy

4  

Sunanda Mohanty

Tragedy Action Fantasy

ନେଉଳ

ନେଉଳ

2 mins
176

"ଆ ଗାଡ଼ିବାଲା ଆ ଚଞ୍ଚଳ 

ନେଇଯିବୁ ମତେ ବଡ଼ଦେଉଳ 

ଦେଉଳ ଭିତରେ ଗୋଟେ ନେଉଳ 

ପାଖରେ ରହିଛି ବନ ବକୁଳ 

ଫୁଟିଛି ତହିଁରେ ଫୁଲ ତମାଳ 

ମନ ମୋ ହେଲାଣି ବଡ଼ ଚଞ୍ଚଳ । "


   ମନରୁ ଫାନ୍ଦି ନାତୁଣୀକୁ ଶୁଆଇ ଦେବାକୁ ଯାଇ ଉପରୋକ୍ତ ଗୀତ ଟି ଗାଉ ଗାଉ ହଠାତ ଅବଶ ହୋଇଗଲେ ନୀଳିମା । ସ୍ୱାମୀ ବି ଜାଣିପାରିଲେ ନାହିଁ କଥା ଟା କଣ ଭାବିଲେ କହୁଥିଲା ତ ଅଣ୍ଟା ପିଠି ହାତ ଗୋଡ଼ ଭାରି ଦରଜ ତ ଶୋଇପଡ଼ିଲା ବୋଧେ ପିଲାଟାକୁ ଶୁଆଉ ଶୁଆଉ । ଗାଉ ଗାଉ ଶିଶୁ ଗୀତ, ହେଲେ ଝିଅ ଆସି ଚମକି ପଡିଲା, ବାପା ଦଉଡିଆସ କହିଲା, ଆଉ ହସ୍ପିଟାଲ ନେବାର ଆବଶ୍ୟକତା ବି ନଥିଲା, ହେଲେ ପୁରୀ ତ ନେବାକୁ ପଡିବ ଶବ, କେମିତି କଣ ହେବ ? 

   ଆଉ ଅଳ୍ପ ଦିନ ପରେ ଅଜା ଆଇ ଭଲରେ ଫେରିଥାନ୍ତେ ମାତ୍ର ଏମିତି ଦୁର୍ଯୋଗରେ ଭାଙ୍ଗିପଡୁଥିଲେ ଝିଅ ଜୋଇଁ ।ଏଇ କାଲି ରାତିରେ ବି କହୁଥିଲେ ନୀଳିମା, ଦେଖିବୁନି ଝିଅ ମୋର ଆଉ ବେଶୀ ଦିନ ନୁହେଁ, ଝିଅ କିନ୍ତୁ ବାପାଙ୍କ ଉପଚାର ପାଇଁ ଲାଗିପଡ଼ିଥିଲା । ଗରମପାଣି କରି,ପାଦ ବୁଡେଇ ରଖିବାକୁ ବାପାଙ୍କୁ କହି ନୀଳିମା ଦେବୀ ଙ୍କୁ ତାଗିଦା କରୁଥିଲା, କହନା ସେମିତି, ଦେଖିନୁ ଆଇ ସବୁବେଳେ ଏମିତି କହି କହି, ଅଜା ଚାଲିଗଲେ !

   ସତରେ ତାଙ୍କୁ ଦେଖିଲେ ତାଙ୍କ ଭିତରେ ଏତେ ରୋଗ ଅଛି ବୋଲି କିଏ କହିବ । ହେଲେ ନୀଳିମା ଉଠି ବସି ପାରନ୍ତି ନାହିଁ, କଷ୍ଟ ହୁଏ ତଳୁ ଉଠିବା, ଦରଜ ଦେହ, ହାତ ଗୋଡ଼ । ହେଲେ ମାଆ ର କିଛି ହୋଇଛି ବୋଲି ବିଶ୍ୱାସ ନକରି ବାପାଙ୍କର କୋଉ କାରଣରୁ ଗୋଡ଼ ଫୁଲିଛି ବୋଲି ବ୍ୟସ୍ତତା ପ୍ରକାଶ କରି ହସ୍ପିଟାଲ ନେଇଯିବାକୁ ଭାବି କହିବାରେ, ସେ ତାଙ୍କର ଶ୍ୱାସ ଜନିତ ଧଇଁସଇଁ ପାଇଁ କରୋନା ସମୟରେ ହସ୍ପିଟାଲ ଯିବାକୁ କୁଣ୍ଠାବୋଧ ପ୍ରକାଶ କଲେ କାରଣ ହୁଏତ ପୁରୀରୁ ଆସିଥିବା ଜାଣି ଓ ଧଇଁସଇଁ ହେବା ଦେଖି କ୍ଵାରେଣ୍ଟାଇନ ରେ ରଖିନେବେ ତ ପୁରୀ ଫେରିବାରେ ବିଳମ୍ବ ହେବ କହି ଏଡାଇ ଯାଇଥିଲେ । ହେଲେ ନୀଳିମା ଏମିତି ହଠାତ ଚାଲିଯିବେ ସେ ଭାବି ପାରୁନଥିଲେ । ଶୋକର ଛୟା ଭିତରେ ଗାଡି ଗଡୁଥିଲା ଘାଟି ଡେଇଁ ଡେଇଁ ପୁରୀ ଅଭିମୁଖେ l

   ପୁଅ ର ଘନ ଘନ ଫୋନ, ମାଆ ବାପା କେବେ ଆସିବେ, କୋଉଦିନ କେତେଟା ବେଳେ ପହଁଚିବେ ? ମାଆ ର ଚତୁର୍ଥ ଏଡିସନ ବହିଗୁଡା ଆସି ଗଲାଣି, ଏ ଭିତରେ ତାର ବହି ସବୁ ପାହାଡ଼ ପରି ଗଦା ହେଲାଣି, ସେ ଆସିଲେ ଉନ୍ମୋଚନ ହେବ । ଝିଅ କହିପାରୁନଥିଲା ନୀଳିମା ଆଉ ନାହାଁନ୍ତି କେବଳ ଆମେ ଯାଉଛୁ ପୁରୀ କହିବାରେ ଭାଇ ଭଉଣୀଙ୍କର ରାକ୍ଷୀରେ ଦେଖା ହୋଇଯିବା ଖୁସିରେ ପୁଅ ଥରକୁ ଥର ଫୋନ କରି କେତେବାଟ ହେଲଣି ର ଉତ୍ତର ରେ ସମସ୍ତଙ୍କ କୋହ ଆଉ ଲୁହ ଏକାକାର ହୋଇଗଲା ବେଳେ ନୀଳିମା ଙ୍କ ସ୍ୱାମୀ, ପୁଅକୁ କେବଳ ସ୍ୱର୍ଗଦ୍ୱାର ଆସିବାକୁ କହୁଥିଲା ବେଳେ ସେ କହୁଥିଲା ସ୍ୱର୍ଗଦ୍ୱାର କାହିଁକି ବରଂ ମନ୍ଦିର ଆସ ଦେଖିବ କରୋନା କଟକଣା ପରେ "ବଡ଼ଦେଉଳ ରେ ଗୋଟେ ନେଉଳ", କେମିତି ପଶି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଟିକି ଝିଅ ଦେଖି ଖୁସି ହେବ, ନୀଳିମାଙ୍କ ଝିଅ ଜୋଇଁ ସହ ସ୍ୱାମୀଙ୍କର ମନେ ପଡୁଥିଲା ଏଇ କିଛି ଦିନ ରହଣୀ ଭିତରେ ନାତୁଣୀ କି ଶୁଆଇବାକୁ ଯାଇ ନୀଳିମା ବୋଳୁଥିବା ସେହି ଗୀତରେ "ବଡ ଦେଉଳରେ ଗୋଟେ ନେଉଳ "

   ସବୁ କାମ ସାରି ଝିଅ ଜୋଇଁ ନାତୁଣୀ ଫେରିବା ବେଳେ ଭାଇ କାନ୍ଦି କାନ୍ଦି କହୁଥିଲା ମମି ଅର୍ଥାତ ନୀଳିମା ଙ୍କ ଗଲ୍ପ ଓ କବିତା ସଂସ୍କରଣ ବହି ଗୁଡିକୁ ନେଇଯିବା ପାଇଁ କାରଣ ପ୍ରତ୍ୟେକ ବହିର ମଲାଟ ରେ ଆଇ ନୀଳିମା କେବଳ ନାତୁଣୀର ଫୋଟୋ ହିଁ ରଖିଥିଲେ, ପୁଅ ଦିଲ୍ଲୀ ଯିବା ପୁର୍ବରୁ ମା ନୀଳିମା ଙ୍କ ପରିବର୍ତ୍ତେ ଝିଅ ଓ ବୋହୁ ଠାକୁର ଘରେ ଅଖଣ୍ଡ ଦୀପ ଜାଳି, ନୀଳିମାଙ୍କ ନିର୍ଦ୍ଦେଶ ପାଳନ କରିବାକୁ ଭୁଲି ନଥିଲେ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy