STORYMIRROR

Dr. Sudhanya Nath

Abstract

4  

Dr. Sudhanya Nath

Abstract

ନଦୀ କୂଳେ ନିଆରା ସମ୍ପର୍କ

ନଦୀ କୂଳେ ନିଆରା ସମ୍ପର୍କ

2 mins
286

ସେ ଦିନ ଅତୀତର କିଛି ସ୍ମୃତିକୁ ରୋମନ୍ଥନ କରିବା ପାଇଁ ମୁଁ ଯାଇଥିଲି ସେଇ ନଦୀ କୂଳକୁ, ଯୋଉଟା ଥିଲା ମୋର ନିତି ଦିନିଆ ନିର୍ଦ୍ଧିଷ୍ଟ ଜାଗା କେବେ।

ସମୟର ଚକ୍ରରେ ମୁଁ ଏତେ ବ୍ୟସ୍ତ ହୋଇ ଯାଇଥିଲି ଯେ ନଦୀ କୂଳ ସହ ମୋ ସମ୍ପର୍କ କୁ ଭୁଲି ଯାଇଥିଲି,

ସେ ଦିନ କାର୍ଯ୍ୟାଳୟରେ ଟିଫିନ୍ ବ୍ରେକ୍ ସମୟରେ ଯେତେବେଳେ ସହକର୍ମୀମାନେ ଅତୀତର କିଛି କଥାବାର୍ତ୍ତା ହଉ ଥିଲେ ମୋର ମନ ସେଇ ନଦୀ କୂଳରେ ଯାଇ ଲାଖି ଗଲା।

ସନ୍ଧ୍ୟା ହେଇ ଆସୁଥିଲା, ସୂର୍ଯ୍ୟ ବି ଅସ୍ତ ହେବାକୁ ଲାଗିଥିଲେ, କିନ୍ତୁ ମୁଁ ଅପେକ୍ଷାରେ ଥିଲି ସେଇ ପାମ୍ପୁଡି ଚାଟ୍ ମଉସାଙ୍କର, ନିଜର ନ ହେଲେ ବି ତାଙ୍କ ସହ କଥା ହେଇ ଆପଣା ଭଳିଆ ଲାଗେ।

ବହୁତ ସମୟ ଅପେକ୍ଷା କରି ମୁଁ ଯେତେବେଳେ ବାହାରିବାକୁ ଯାଉଥିଲି ମୁଁ ମଉସାଙ୍କୁ ଦୂରରୁ ଦେଖିଲି,

"ମଉସା କେମିତି ଅଛ? ମନେ ରଖିଛ ନା ଭୁଲି ଗଲଣି?" ମୋ ଠାରୁ ଏତିକି ଶୁଣି ମଉସାଙ୍କ ଆଖି ଛଳ ଛଳ ହୋଇଗଲା ।

"ମା ତମେ! ଏତେ ଦିନ ପରେ! ମୁ ସ୍ୱପ୍ନ ଦେଖୁନି ତ!" 

ଏତିକି ଶୁଣି ମୁ ଜାଣି ଗଲି ମଉସା ମତେ ଏବେ ବି ମନେ ରଖିଛନ୍ତି, ପାମ୍ପୁଡି ଚାଟ୍ ଖାଇ ମୁଁ ଯେତେବେଳେ ପଇସା ଦେଲି ମଉସା ମତେ କହିଲେ, "ମା ... ଏତେ ଦିନ ପରେ ଆସିଲ ଆଉ ପଇସା ଦେଇ କି ପର କରି ଦେଉଛ ।"

"ନା ମଉସା ... ସେମିତି କିଛି ନାଇ। ହଉ ହେଲା ତମ କଥା ରହିଲା ।" ଏତିକି କହି ମୁଁ ବିଦାୟ ନେଲି ମଉସାଙ୍କ ଠାରୁ । "ମା ... ପୁଣି କେବେ ଆସିବ? ଏବେ ତ ତମେ ଚାକିରିରେ ବ୍ୟସ୍ତ ରହୁଥିବ ନା । ତଥାପି କେଵେ କେଵେ ସମୟ ବାହାର କରି ଏଇ ବୁଢ଼ା ମଉସାକୁ ଟିକେ ଦେଖା କରିବାକୁ ପଳେଇ ଆସୁଥିବ ।"

"ହଁ ମଉସା ନିଶ୍ଚୟ ଆସିବି।"

ଏତିକି କହି କି ମୁଁ ପାର୍କିଂ କ୍ଷେତ୍ର ଆଡକୁ ଗଲି,

ମଉସାଙ୍କ ପୁଅକୁ ଦେଖିଲି ପାମ୍ପୁଡି ଚାଟ୍ ବିକୁଥିବାର,

"ଆରେ ... ତୁ ବି ଆଜି ଆସିଛୁ! ଭଲ ହେଲା ତୋ ସହିତ ବି ଦେଖା ହେଇ ଗଲା।"

"ନାନୀ ... ଆଉ କଣ କରିବି ବାପା ଗଲା ପରେ ମତେ ତ ସବୁ ସମ୍ଭାଳିବାକୁ ପଡ଼ିବ ନା!"

"କାଇଁ ମଉସା କଣ କୁଆଡ଼େ ପଲାଉଛନ୍ତି ନା କଣ?"

"ବାପା ଥିଲେ ସିନା କୁଆଡେ ଯିବେ । ପାଞ୍ଚ ମାସ ତଳେ ତ ଏକ ଦୁର୍ଘଟଣାରେ ସେ ସ୍ୱର୍ଗ କୁ ପଳେଇଲେ।"

"କଣ କହୁଛୁ ତୁ ? ମୁଣ୍ଡ ଖରାପ ହେଇ ଯାଇଛି ନା କଣ ? ମୁଁ ପରା ଏବେ ମଉସାଙ୍କ ସହ କଥା ହେଇ ପାମ୍ପୁଡି ଚାଟ୍ ଖାଇ କି ଆସିଲି।"

"ନାନୀ ... ମୋର ନୁହେଁ ତମର ମୁଣ୍ଡ ଖରାପ ହେଇ ଯାଇଛି ନହେଲେ ତମେ ସ୍ବପ୍ନ ଦେଖିଥିବ ।"

"ତତେ ମୋ କଥାରେ ବିଶ୍ୱାସ ହଉନି ନା! ହଉ ଚାଲ ମୋ ସହିତ ମୁ ଦେଖାଉଛି ତତେ ମଉସା କୋଉଠି ଅଛନ୍ତି।"

ଏତିକି କହି କି ମୁଁ ଯେତେବେଳେ ନଦୀ କୂଳକୁ ଫେରିଲି ସେଇ ଠାରେ ମଉସା ଆଉ ନଥିଲେ।"ଦେଖିଲ ତ ନାନୀ ... କାଇଁ ବାପା କାହାକ୍ତି?"

ସବୁ କିଛି ସ୍ପଷ୍ଟ ହେଇ ଯାଇଥିଲା କିନ୍ତୁ ମୋ ମନ ମାନୁନଥିଲା କି ମଉସା ଆଉ ଏଇ ଦୁନିଆଁ ରେ ନାହାନ୍ତି ।

ସତରେ କଣ ମଉସାଙ୍କ ଆତ୍ମା ଆସିଥିଲା ମତେ ପାମ୍ପୁଡି ଚାଟ୍ ଦେବାକୁ! ମୋ ଆଖିର ଲୁହ ବନ୍ଦ ହେଉନଥିଲା,

ସେଇ ସମୟରେ ମଉସାଙ୍କ ପୁଅ କହିଲା "ଆରେ ନାନୀ ତମେ ଏମିତି କାନ୍ଦିଲେ କଣ ବାପାଙ୍କୁ ଭଲ ଲାଗିବ? କାନ୍ଦନି। ନିଅ ଗୋଟିଏ ପାମ୍ପୁଡି ଚାଟ୍ ଖାଇ ଖୁସୀ ଖୁସୀ ଘରକୁ ଯାଅ ଆଉ ମଝିରେ ମଝିରେ ଏଇ ସାନ ଭାଇ ଟିକୁ ଦେଖା କରିବାକୁ ଆସୁଥିବ।"

"ହଁ ରେ ... କାଲି ପୁଣି ଆସିବି ତୋ ପାମ୍ପୁଡି ଚାଟ୍ ଖାଇବାକୁ। ଏବେ ମୁଁ ଯାଉଛି। ଟା ଟା।"


କେତେ ନିଆରା ଏଇ ସମ୍ପର୍କ, ଚାଲିଗଲା ପରେ ବି ସମ୍ପର୍କର ଡୋରି ଅତୁଟ ରହିଥାଏ।


Rate this content
Log in

Similar oriya story from Abstract