STORYMIRROR

Debabrata Jena

Inspirational

0.6  

Debabrata Jena

Inspirational

ନାରୀ

ନାରୀ

1 min
8.8K


ଏ ଧରାପୃଷ୍ଠରେ ସମ୍ପର୍କର ଏକ ଅବିଛେଦ୍ୟ ଅଙ୍ଗ ଯିଏ ସେ ହିଁ ନାରୀ ।

ମାତୃ ରୂପକ ସ୍ନେହ ଶ୍ରଦ୍ଧାର ପରଶମଣି. ।ଅକୁଣ୍ଠରେ ସଂସାରର ହଳାହଳ ବିଷ ପାନ କରୁଥିବା ନୀଳକଣ୍ଠିନୀ....।ସେ ଜାୟା, ଦୁହିତା ,ଜନନୀ....।

ଇହ କାଳ ପର କାଳ ପାଇଁ ପତିର ପୂଜାରିଣୀ । ଭାଇର ଭଉଣୀ , ବାପ ଘର ଓ ଶାଶୁଘର ପାଇଁ କେବେ ସିଏ ସାଜେ ସମ୍ପର୍କର ସେତୁ ନିର୍ମାଣକାରୀ ଯୋଗ୍ୟ ବିନ୍ଧାଣି । ନିଜର ସ୍ଵାର୍ଥକୁ ଆହୁତି ଦେଇ ପୁଣି କେବେ ବନେ ପରିବାରର ସମ୍ମାନ ଓ ସଂସ୍କୃତି ରକ୍ଷା କାରିଣୀ ମା ଭବାନୀ.... । କେବେ କେବେ ସବୁ ବଦନାମକୁ ମୁଣ୍ଡେଇ ଚାରି କାନ୍ଥରେ ଆବଦ୍ଧ ହୋଇ ଲୁହ ପିଇ ସଭିଙ୍କ ପାଇଁ ଖୁସି ବାଂଟୁଥିବା ମଧୁମୟୀ ଜନନୀ.....। ସଳିତା ଭଳି ନିଜେ ଜଳେ..ଆସ୍ପୃହା ରୂପକ ଭକ୍ତି ମନାସେ..।

ଅନ୍ୟ ବୁକୁ ଆଉ ମୁଖରେ ହସ ଫୁଟାଏ ... ।ସତରେ ସେ କେଢ଼େ ସ୍ନେହ କାଙ୍ଗାଳୁଣୀ !ଆଉ ସମାଜ ତାକୁ ଦିଏ ବଡ଼ ପୁରସ୍କାର ! ସମାଜର ପାଶବିକ ବଡ଼ପଣ୍ଡାମାନଙ୍କର ଦେହ ମଉଜ ପାଇଁ ଟିକି ଟିକି କଢ଼ ଫୁଟିବା ଆଗରୁ ତାକୁ ଦଳି ମକଚି ଦେଇ ଵ୍ୟଭିଚାରିଣୀ ଓ ଦୂରାଚାରିଣୀର ଆଖ୍ୟା ଯଥାର୍ଥ ବୋଲି କହି ନ୍ୟାୟ ନ ପାଇ ଚିର ଦିନ ପାଇଁ ଆଖି ବୁଜାନ୍ତି ବିଚରା ସେମାନେ...।

ଦେବବ୍ରତ ଜେନା

ସହକାରୀ ଶିକ୍ଷକ,

ରଣସିଂହପୁର ଆଶ୍ରମ ବିଦ୍ୟାଳୟ

ଭୋଗରାଇ, ବାଲେଶ୍ଵର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational