Debabrata Jena

Inspirational

2.4  

Debabrata Jena

Inspirational

ସମ୍ପର୍କ

ସମ୍ପର୍କ

7 mins
813


ମିଶ୍ର ହସ୍ପିଟାଲ । ବେଡ଼ ନମ୍ୱର 208ରୁ ରିଲିଭ ହେବେ ଆକାଶ ବାବୁ । ମାନସିକ ରୋଗରେ ପୀଡିତ ହୋଇ ଦୀର୍ଘ ଏକ ସପ୍ତାହ ହେବ ଚକିତ୍ସିତ ହେଉଛନ୍ତି ସେ । ଏଇ କେଇଟା ଦିନ ମଧ୍ୟରେ ହସ୍ପିଟାଲରେ ତାଙ୍କର ସବୁଠୁ ନିଜର ହୋଇଛନ୍ତି ଡାକ୍ତର ମାନସୀ ଆଚାର୍ଯ୍ୟ । ଆକାଶ ବାବୁ ଆଜି ସମ୍ପୂର୍ଣ୍ଣ ରୂପେ ନୂତନ ଜୀବନ ଯଦି ପାଇଛନ୍ତି ତେବେ ମିସ ଆଚାର୍ଯ୍ୟଙ୍କ ପାଇଁ । ମାନସୀଙ୍କ ଦିପଦ ମିଠା କଥାରେ କ'ଣ ଅଛି କେଜାଣି ତାଙ୍କ ସବୁ ପ୍ରକାର ରୋଗ ଯେମିତି ସେହି କଥାରେ ହିଁ ଭଲ ହୋଇଗଲା ।କାହିଁକି କେଜାଣି ଆକାଶ ବାବୁ ପ୍ରଥମ ଦିନ ହସ୍ପିଟାଲରେ ଆଡ଼ମିଶନ ହୋଇ ମାନସୀଙ୍କୁ ଦେଖି ସାରିବା ପରେ ତାଙ୍କ ମନରେ ଦୀର୍ଘ 30 ବର୍ଷ ତଳର ସ୍ମୃତିରେଣୁ ସବୁ ଉଜ୍ଜୀବିତ ହେଲା । ନିଜେ ଯେ ରୋଗୀ ,ଆଉ ମାନସୀ ଯେ ତାଙ୍କ ଡାକ୍ତର ଏକଥା ଭୁଲି ଯାଇ ନିଜ ଝିଅବତ୍ କିଛି ପ୍ରଶ୍ନ ପଚାରିଲେ :

"ଝିଅ ତୁମ ଘର କେଉଁଠି ?"

"ତୁମ ବାପାଙ୍କ ନାମ କଣ ?"

"କିଏ ତୁମର ମାଆ ?"

ମାନସୀ ଆଶ୍ଚର୍ଯ୍ୟ ହେଲେ ହଠାତ ଏସବୁ ପ୍ରଶ୍ନ ଶୁଣି ।

ଆଜି ସେ ୩୦ଟି ବସନ୍ତରେ ଉପନୀତ ହେଲେଣି ସତ କିନ୍ତୁ ଏ ବୃଦ୍ଧଙ୍କ ପ୍ରଶ୍ନରେ ସେ କାହିଁକି କେଜାଣି ନିଜର ପରିଚୟର ପ୍ରକୃତ ସ୍ୱରୁପ ଖୋଜୁଥିଲେ । ସେ ପ୍ରଶ୍ନ ଗୁଡିକ ବାରମ୍ବାର ତାଙ୍କ କର୍ଣ୍ଣରେ ପ୍ରତି ଧ୍ୱନିତ ହେଉଥିଲା ।

ମାନସୀଙ୍କ ସାମ୍ନାରେ ଆଜି ଅନେକ ପ୍ରଶ୍ନ ?? ତା'ର ପ୍ରକୃତ ପରିଚୟ ତେବେ କ'ଣ ? କିଏ ତାର ବାପା ? କିଏ ତାର ମା ? ନିଶୂନ ରାତିର ମିଶ୍ର ହସ୍ପିଟାଲର ନିଜ ଚାମ୍ବରରେ ବସି ପଙ୍ଖାର ପବନର ତାଳେ ତାଳେ ତାଙ୍କ ଅତୀତର ରହସ୍ୟମୟ ଜୀବନ ବୃତ୍ତାନ୍ତ ଯେପରି ଆହୁରି ରହସ୍ୟମୟ ଜଣାପଡିଲା ଏ ବୃଦ୍ଧ ଜଣକ କିଏ ? ସେ କାହିଁକି ଏମିତି ସବୁ ପ୍ରଶ୍ନ ପଚାରିଲେ ?। ତା ନିଜର ପ୍ରକୃତ ପରିଚୟ କ'ଣ ? ସେ କଣ ପ୍ରକୃତରେ ଅନାଥ ? ଅନେକ ରାତି ଯାଏ ଏକା ଏକା ତା ଅତୀତରେ ହଜିଗଲେ ସେ ପୁରୁଣା ବିଗତ ଦିନର କଥା ଆଉ ଘଟଣା ମଧ୍ୟରେ ।

ଯେତେଦିନଠୁ ମାନସୀର ଜ୍ଞାନ ଆସିଛି ସେ ବଢିଛନ୍ତି ସମର୍ପଣ ଅନାଥ ଆଶ୍ରମରେ । । ଫାଦର ଫଡନାଭିସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସେ ଆଜି ତାହା ପରିଚୟ ପାଇଛି । ମାନୀ ଓରଫ ମାନସୀ ଆଚାର୍ଯ୍ୟ ; ଓଡ଼ିଶାର ଚିକିତ୍ସା ଜଗତରେ ଜଣେ ଲବ୍ଧ ପ୍ରତିଷ୍ଠିତ ଡାକ୍ତର । ଖାଲି ଭାରତ କାହିଁକି ପୃଥିବୀର କୋଣ ଅନୁକୋଣରୁ ତା ପାଖକୁ ନିମନ୍ତ୍ରଣ ଆସେ ଡାକ୍ତର ରୂପେ ଯୋଗ ଦେବାପାଇଁ ବଡ଼ ବଡ଼ ବିଶ୍ୱ ପ୍ରସିଦ୍ଧ ହସ୍ପିଟାଲରେ । ସେ ସବୁକୁ ପ୍ରତ୍ୟାଖ୍ୟାନ କରି ଆଜି ସେ ନିଜର ବୃତ୍ତିକୁ ସମଗ୍ର ଓଡ଼ିଶାର ଜନତାଙ୍କ ସେବା ନିମିତ୍ତ ଉତ୍ସର୍ଗୀକୃତ କରିଛନ୍ତି । ଫାଦର ଫଡନାଭିଶଙ୍କ ସେହି ଗୋଟିଏ କଥା ତା ହୃଦୟରେ ଅଙ୍କୁରିତ ହୁଏ "ମାନବ ସେବା ହିଁ ମାଧବ ସେବା ।"

ଅନେକ ଥର ସମର୍ପଣ ଅନାଥ ଆଶ୍ରମରେ ପ୍ରଣୀତା ମାଉସୀଙ୍କୁ ପଚାରିଛି ତା ବାପା କିଏ ,ମା କିଏ ,ତା' ପରିଚୟ କ'ଣ ? ତା' ଘର କେଉଁଠି ? ଏସବୁ ପ୍ରଶ୍ନର ଉତ୍ତରରେ ପ୍ରଣୀତା ମାଉସୀ ପ୍ରତିଥର କିଛି ଗୋଟିଏ ବାହାନା କରି ଉତ୍ତରକୁ ଆଡେଇ ଦିଅନ୍ତି ।

ନିଜ ପରିବାରବିହୀନ ହୋଇ ଯାଇଥିବା ଏହି ପ୍ରଣୀତା ମାଉସୀ ସମର୍ପଣ ଅନାଥ ଆଶ୍ରମର ଜଣେ ପୁରୁଣା ସଦସ୍ୟ । ମାନୀ ଭଳି କେତେ ବାପା ମା ପରିଚୟ ହରାଇଥିବା ଛୋଟ ପିଲାମାନଙ୍କୁ ସେ ତାଙ୍କ ହାତରେ ଆଦର୍ଶବାଦର ମନ୍ତ୍ରରେ ମଣିଷ ଭଳି ମଣିଷ ତିଆରି କରିଛନ୍ତି ତାହା କହିବା ସମ୍ଭବ ନୁହେଁ ,କିନ୍ତୁ କାହିଁକି କେଜାଣି ମାନୀ ଆସିବା ପରେ ନିଜ ଦୁଃଖ ସବୁକୁ ଭୁଲି ତା ମୁହଁ ଦେଖି ଏ ଯାଏ ସେ କେଵଳ ବଂଚି ନାହାନ୍ତି ବରଂ ଵଂଚିବାର ନୂଆ ରାହା ପାଇଛନ୍ତି । ରାତି ରାତି ମାନୀର ଯତ୍ନ ନେଇଛନ୍ତି ନିଜ ଝିଅଠୁ ଵି ବଳି ।

ଆଜି ମାନୀ ପୁଣି ପୁନରାବୃତ୍ତି କଲା ସେହି ପୁରୁଣା ପ୍ରଶ୍ନକୁ ??

କ'ଣ କହି ମାଉସୀ ଆଜି ତାକୁ ବୁଝେଇବେ ଏଇ କଥା ଭାବି ଭାବି ବିରାଟ ବଡ଼ ଗୋଲାକଧନ୍ଦାରେ ପଡି ଯାଇଥିଲେ ।

ତାଙ୍କର ମନେପଡ଼ିଲା ଦୀର୍ଘ 30 ବର୍ଷ ତଳର ସେହି ଘନ ଅନ୍ଧାର ବର୍ଷା ରାତି କଥା । ଗୋଟିଏ କୁମାରୀ ଝିଅ... ହାତରେ ୪/୫ ଦିନର ଜନ୍ମିଥିବା ଶିଶୁକନ୍ୟାକୁ ନେଇ ପହଞ୍ଚିଥିଲେ ଏଇ ଆଶ୍ରମରେ । ଛାଡି ଦେଇଗଲେ ସେ

ମାନୀକୁ ।ପ୍ରଣୀତା ମାଉସୀ ସେହି ଦିନଠାରୁ ଆଜି ପ୍ରଯ୍ୟନ୍ତ ସେହି କ୍ଷୁଦ୍ର ଚାରାଟିକୁ ଉପଯୁକ୍ତ ପୋଷଣ ଦେଇ ଯତ୍ନରେ ବଢ଼ାଇ ଚାଲିଛନ୍ତି , ଏବେ ସେ ପୂର୍ଣ୍ଣାଙ୍ଗ ଅବସ୍ଥାରେ ଉପନୀତ , ଏହି ଲକ୍ଷ ନେଇ ଯେ ସେ ଦିନେ ପୁରଣ କରିବ ,ସମାଜର ସମସ୍ତ ଦୁଃଖ ,ଯନ୍ତ୍ରଣା ,ଭୋକ ତୃଷ୍ଣା ଆଉ ଆବଶ୍ୟକତା ।

ଆଜି ପ୍ରଥମ ଥର ପାଇଁ ପ୍ରଣୀତା ମାଉସୀ ମାନୀର ଜୀବନର ଲୁଚିରହିଥିବା ଗୋପନୀୟ ଫର୍ଦ୍ଦକୁ ଖୋଲିବାରେ ଲାଗିଲେ ମାନୀ ସାମ୍ନାରେ । କଥାଟି ଥିଲା ଏହିପରି :

"" ଏଲିନା ସାମନ୍ତରାୟ । ସମ୍ବଲପୁର ସହରର ପ୍ରତିଷ୍ଠିତ ବ୍ୟବସାୟୀ ଅକ୍ଷୟ ସାମନ୍ତରାୟଙ୍କ ଏକମାତ୍ର ଅଲିଅଳି ଝିଅ ।ବାପା ମାଙ୍କର ହୃଦୟର କୁସୁମ। ଦେଖିବାକୁ ଯେମିତି ଗୁଣରେ ମଧ୍ୟ ସେମିତି । ସେହି ସହରକୁ ନୂଆ ନୂଆ ନିଯୁକ୍ତ ହୋଇ ଆସିଥାନ୍ତି ଯୁବ ଇଞ୍ଜିନିୟର ଆକାଶ ଆଚାର୍ଯ୍ୟ । କୌଣସି ଏକ ସାକ୍ଷାତ ପରେ ଅକ୍ଷୟ ବାବୁ ନିମନ୍ତ୍ରଣ କରିଥିଲେ ଆକାଶ ବାବୁଙ୍କୁ ତାଙ୍କ ନିଜ ଘରକୁ ।

ସେଦିନ ସନ୍ଧ୍ୟାରେ ଆକାଶ ବାବୁ ଆସିଲେ ପ୍ରଥମ ଥର ପାଇଁ ସାମନ୍ତରାୟ ପରିବାରକୁ ନୈଶ ଭୋଜନରେ ଆପ୍ୟାୟିତ ହେବେ ବୋଲି ।

ପ୍ରଥମ ସାକ୍ଷାତରେ ଏଲିନା ଆଉ ଆକାଶ ପରସ୍ପର ପ୍ରତି ଆକର୍ଷିତ ହେଲେ । ପରବର୍ତୀ ସମୟରେ ଆକାଶ ବାବୁ ସାମନ୍ତରାୟ ପରିବାରକୁ ବାରମ୍ବାର ଆସିଲେ ଏବଂ ଇତିମଧ୍ୟରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ମଜବୁତ ହେବାକୁ ଲାଗିଲା । ଏଲିନା ନିଜେ ନିଜକୁ ଆକାଶବାବୁଙ୍କ ନିକଟରେ ସମର୍ପିତ କରିଦେଲେ । ନିଜ ସମ୍ପର୍କକୁ ନେଇ ନୂଆ ଏକ ପରିଚୟ ଖୋଜୁଥିଲେ ।

ଇତି ମଧ୍ୟରେ ଆକାଶ ବାବୁଙ୍କ ବଦଳି ହୋଇଗଲା ସୁଦୂର କଟକକୁ । ପ୍ରଥମେ ପ୍ରଥମେ ଚିଠିରେ ଚିଠିରେ କଥାବାର୍ତ୍ତା ଚାଲିଲା ସପ୍ତାହକୁ ସପ୍ତାହ । ଚାତକ ପରି ଏଲିନା ଅନେଇ ବସିଥିବେ ଅପେକ୍ଷା କରି ଆକାଶଙ୍କ ଚିଠିକୁ ।

ଦୁଇ ଦୁଇ ଥର ଚିଠି ପରେ ଆଉ କୌଣସି ପ୍ରତ୍ୟୁତ୍ତର ଆସିଲା ନାହିଁ କି କିଛି ଖୋଜ ଖବର ମିଳିଲା ନାହିଁ ଆକାଶବାବୁଙ୍କର । ଏଣେ ବାପା ବୋଉଙ୍କ ଆଢୁଆଳରେ ଆକାଶବାବୁଙ୍କ ସମ୍ପର୍କର ସନ୍ତକଟିଏ ବଢ଼ୁଥିଲା ଏଲିନାଙ୍କ ଗର୍ଭରେ । ଏଲିନା ଆକାଶବାବୁଙ୍କ ସନ୍ତକକୁ ଗର୍ଭରେ ଧାରଣ କରି ଘରୁ ଗୋଡ଼ କାଢ଼ିଲେ ଆକାଶଙ୍କୁ ଖୋଜିବା ପାଇଁ । ଯେଉଁ ଝିଅ ବାପା ବୋଉର ଦୁନିଆରେ ନିଜର ସମ୍ପର୍କକୁ ଗଢିଥିଲା ସେ ଆଜି ନିଜେ ଦାଣ୍ଡରେ ଖୋଜୁଥିଲା ତା ପେଟରେ ବଢୁଥିବା ଭ୍ରୁଣଟିର ବାପାର ପରିଚୟକୁ , ତା ହୃଦୟର ମଣିଷକୁ ,ତା ମଥାର ସୁହାଗ ସିନ୍ଦୁରକୁ ।

କଟକ । ଆଗରୁ କେବେ ଵି ଆସିନାହିଁ ଏଲିନା । ଏତେବଡ଼ ସହରରେ ଖୋଜିବ କେଉଁଠି ଆକାଶ ବାବୁଙ୍କୁ ସେ । ହଁ ମନେ ପଡ଼ିଲା ଆକାଶବାବୁ ଦେଇଥିବା ତାଙ୍କ ଘରର ଠିକଣା । ସେଇ ଠିକଣାରେ ଯାଇ ସେ ପହଁଚିଲା ଆକାଶଙ୍କ ଘରେ । ଘର ଦରଜାରେ ଠକ ଠକ କରନ୍ତେ ଜଣେ ସୁନ୍ଦରୀ ବିବାହିତା ମହିଳା କବାଟକୁ ଖୋଲିଲେ । "ଆକାଶ ବାବୁ ଅଛନ୍ତି ?" ଏଲିନା ପଚାରିଲେ ।

"ନା , ସେ ମାର୍କେଟ ଯାଇଛନ୍ତି । ଆପଣ କିଏ ? କ'ଣ କାମ ଥିଲା ତାଙ୍କ ପାଖରେ ?" ମହିଳା ଜଣକ ଉତ୍ତର ଦେଲେ ।

"ଆପଣ ?" ସନ୍ଦେହର ସନ୍ଦିହାନରେ ପଚାରିଲେ ଏଲିନା ।

" ମୁଁ ତାଙ୍କ ଧର୍ମପତ୍ନୀ । "

ଏତିକି ଶୁଣିବା ମାତ୍ରେ ହଠାତ ଯେମିତି ଏଲିନାର ପାଦତଳୁ ମାଟି ଖସିଗଲା , ତାକୁ ଚତୁର୍ଦିଗ ଅନ୍ଧାର ଦେଖାଗଲା , ଯେଉଁ ପରିଚୟକୁ ନେଇ ସେ ସାରାଜୀବନ ଵଂଚିବାର ସ୍ବପ୍ନ ଦେଖୁଥିଲା ,ତାହା ଆଜି ଧୂଳିସାତ ହୋଇଗଲା ।।

ନିଜ ଜୀବନ ପ୍ରତି ତା'ର ଘୃଣା ସୃଷ୍ଟି ହେଲା ,ଘୃଣା ହେଲା ସାରା ଦୁନିଆ ଉପରେ ,ସବୁ ଆସ୍ଥା ଆଉ ବିଶ୍ୱାସର ପାହାଡ଼ ଭାଙ୍ଗି ନିମିଷକେ ଚୁରମାର ହୋଇଗଲା । ନିଜକୁ ନିଜେ ମଧ୍ୟ ବିଶ୍ୱାସ କରି ପାରିଲାନି ।

ସ୍ଥାଣୁ ,ମୁକବତ ତା' ପାଦ ଅନ୍ୟମନସ୍କ ଭାବେ ମହାନଦୀର ରିଂ ରୋଡ଼ରେ ଟାଣି ନେଉଥିଲା କେଉଁଆଡ଼େ ...

ଏ ପରିସ୍ଥିତିରେ ସେ କରିବ କଣ ଚିନ୍ତା ମଧ୍ୟ କରିପାରିଲା ନାହିଁ ।

ମନେ ମନେ ସ୍ଥିର କଲା ଏ ଗର୍ଭସ୍ଥ ଶିଶୁକୁ ଏମିତି ଏକ ପରିଚୟ ଦେବ ଯେ ସମାଜରେ ସେ ପାଇବ ଏକ ସ୍ୱତନ୍ତ୍ର ମାନ୍ୟତା ।

କିଛିଦିନ ପରେ ତା' ଗର୍ଭରୁ ଜନ୍ମନେଲା ମାନୀ ।।

ସେଦିନ ରାତିରେ ସମର୍ପଣ ଅନାଥ ଆଶ୍ରମରେ ଛାଡି ଦେଇ ଏଲିନା କୁଆଡେ ହଜିଗଲା ତା'ର କିଛି ପତ୍ତା ମିଳିଲା ନାହିଁ ।""......

....

ଏ ସବୁ କଥା ପ୍ରଣୀତା ମାଉସୀଙ୍କଠୁ ଶୁଣିବା ପରେ ମାନୀର ତା' ମାଆକୁ ଭେଟିବାକୁ ବହୁତ ଇଛା ହେଲା । ତା' ଜନ୍ମଦାତ୍ରୀ ଯେ ତା ଭଳି ଝିଅକୁ ସଂସାରକୁ ଆଣିବାକୁ କେତେ ସଂଘର୍ଷ କରିଛନ୍ତି ସେକଥା ଶୁଣି ଶୋକାଭିଭୁତ ହୋଇଗଲେ ।

ମାନସୀ ଯେଉଁ ଆଶ୍ରମରେ ରହୁଥିଲା ସେହି ଆଶ୍ରମକୁ କିଛି କିଛି ଦିନ ବ୍ୟବଧାନରେ ବୟସ୍କ ମହିଳାମାନେ ଆସନ୍ତି ଆଶ୍ରମର ପରିସରରେ କୁନି କୁନି ପିଲାମାନଙ୍କ ସହ ମିଳାମିଶା କରିବା ପାଇଁ । ମାନସୀ ଜଣେ ଡାକ୍ତର ହିସାବରେ ସେହି ଛୋଟ ଛୋଟ ପିଲାମାନଙ୍କର ଯତ୍ନ ନିଏ । ସେହି ବୟସ୍କ ମହିଳା ମାନଙ୍କ ସହ ସେ କଥାବାର୍ତ୍ତା ହୁଏ , ସୁଖ ଦୁଃଖ ମଧ୍ୟ ବୁଝେ ।କିନ୍ତୁ ସେ ଏଇ କିଛି ମାସ ହେବ ଲକ୍ଷ୍ୟ କଲା ଜଣେ ମହିଳା ଜଣକ କଥାବାର୍ତ୍ତା କଲାବେଳେ ଅଧିକ ଭାଵବିହ୍ଵଳ ହୋଇପଡ଼ନ୍ତି ଆଉ ତାଙ୍କ ନିଜର ଝିଅ କଥା ମନେପକାଇ କାନ୍ଦି ପକାନ୍ତି ।।

ଦିନେ ମାନୀ ସେ ମହିଳାଜଣକୁ ଅନୁସରଣ କଲା ଏବଂ ସେ ଯେଉଁଠାରେ ରହୁଛନ୍ତି ସେ ଘରେ ଆସି ପହଁଚିଲା । ମହିଳା ଜଣକ ମାନୀକୁ ନିଜ ଘରେ ଦେଖି ଇତସ୍ତତଃ ହୋଇଗଲେ , କିନ୍ତୁ ପରବର୍ତୀ ଅବସ୍ଥାରେ

ଖୁସିରେ କାହିଁକି କେଜାଣି ମହିଳା ଜଣକ ବିଭୋର ହୋଇଗଲେ ଓ ତାଙ୍କ ଜୀବନର ବୃତାନ୍ତ କହିବାରେ ଲାଗିଲେ ସେ ମହିଳା ଜଣକ ଆଉ କେହି ନ ଥିଲେ ସେ ଥିଲେ ମାନିର ଜନ୍ମଦାତ୍ରୀ । ଏତେ ଦିନପରେ ମା ଓ ଝିଅର ପରିଚୟ ଭିନ୍ନ ଏକ ପରିସ୍ଥିତିରେ ହେଲା ,ଏକଥା କେବେ ବି କଳ୍ପନା ସୁଦ୍ଧା କରି ନ ଥିଲେ ଡାକ୍ତର ମାନସୀ ଆଚାର୍ଯ୍ୟ ।

କିପରି ମାନୀକୁ ଅନାଥ ଆଶ୍ରମରେ ଛାଡିଲା ପରେ ସେ 30 ବର୍ଷ କେତେ ଅତ୍ୟାଚାର ଓ ଶୋଷଣର ଶିକାର ହୋଇ ନିଜେ ପୁରୁଷ ପ୍ରଧାନ ସମାଜରେ ନିଜ ଇଜ୍ଜତକୁ ବଞ୍ଚାଇ ସଙ୍ଘର୍ଷମୟ ତିନି ଦଶନ୍ଧି ବିତାଇଛନ୍ତି ଏବଂ ତା ମଧ୍ୟରେ ମାନୀର ସମସ୍ତ ଆବଶ୍ୟକତାକୁ ଏତେ ଅସୁବିଧାରେ ମଧ୍ୟ କିପରି ପୂରଣ କରିଚାଲିଛନ୍ତି ।

ମାନୀ କାଳେ ତାଙ୍କ ପରିଚୟ ଜାଣି ପାରିଲେ ସବୁ ସମ୍ପର୍କକୁ ଛିନ୍ନ କରିଦେବ ସେଥିପାଇଁ ସେ ଡରି ଡରି ଏତେଦିନ ଯାଏ ନିଜ ପରିଚୟକୁ ଗୋପନ ରଖିଥିଲେ ।

ଅପରପକ୍ଷରେ ଆକାଶ ବାବୁ ଘର ପରିସ୍ଥିତିରେ ଏଲିନାକୁ ଭୁଲି ନୂଆ ସଂସାର ବସାଇଲେ ସତ ,ମାତ୍ର ତାଙ୍କ ଧର୍ମପତ୍ନୀଙ୍କ ସହ ମନୋମାଳିନ୍ୟରୁ ଅଲଗା ହୋଇଗଲେ ।ପୁରୁଣା ପ୍ରେମକୁ ଝୁରି ହେଲେ ସିନା ମାତ୍ର ପୁନର୍ବାର ଏଲିନାଙ୍କ ପାଖକୁ ଫେରିବାକୁ ତାଙ୍କର ସତସାହସ ହେଲା ନାହିଁ । ଦୁଃଖ ଓ ବିରହ ମଧ୍ୟରେ ତାଙ୍କ ଜୀବନ ଦୁର୍ବିସହ ହୋଇପଡିଲା । ଏତେ ସବୁ ଏଶ୍ୱର୍ଯ୍ୟର ଅଧିକାରୀ ହୋଇ ମଧ୍ୟ ସେ ଥିଲେ କାଙ୍ଗାଳ ଯିଏକି ସବୁ ପ୍ରକାର ସାଂସାରିକ ସୁଖରୁ ବଂଚିତ ଥିଲେ । ନା ଥିଲା ତାଙ୍କ ଧର୍ମପତ୍ନୀ ନା ଥିଲା ତାଙ୍କ ପରିବାର ,ନା ଥିଲେ ଏଲିନା ।

ବହୁତ ଖୋଜା ଖୋଜି କଲା ପରେ ବି ସେ ଏଲିନାଙ୍କୁ ଦୀର୍ଘ 30 ବର୍ଷ ଧରି ଖୋଜି ଖୋଜି ନିଜ ସମ୍ପର୍କକୁ ଯୋଡି ନ ପାରି କ୍ରମେ ମାନସିକ ଭାରସାମ୍ୟ ହରାଇ ବସିଥିଲେ । ହସ୍ପିଟାଲରେ ମାନସୀ ଆଚାର୍ଯ୍ୟଙ୍କଠୁ ଚକିତ୍ସିତ ହେବା ପରେ ସେ confirm ହୋଇଗଲେ ଯେ ମାନସୀ ହିଁ ତାଙ୍କ ଝିଅ ,କିନ୍ତୁ ତା ପୂର୍ବରୁ ସେ ମାନସୀ ପାଇଁ ବାପା ହିସାବରେ ଯେଉଁ ଅନ୍ୟାୟ କରିଛନ୍ତି ତାହା ପଶ୍ଚାତାପ କରିବାକୁ ଚାହୁଁଥିଲେ , ମାନସୀର ଠିକଣା ଖୋଜି ଖୋଜି ପହଁଚିଲେ ସମର୍ପଣ ଅନାଥ ଆଶ୍ରମରେ । ପ୍ରାଣୀତା ମାଉସୀଙ୍କଠୁ ସମସ୍ତ ବୃତାନ୍ତ ଶୁଣି ସାରି ନିଜ ସ୍ୱାମୀପଣିଆକୁ ଧିକ୍କାର କରିବାକୁ ଲାଗିଲେ ଆକାଶ ବାବୁ ।

ଉଭୟ ମା ଓ ଝିଅକୁ ଖୋଜିବାକୁ ଆଜି ଧାଇଁଗଲେ । ଆଜି ତାଙ୍କ ମନରେ ଅନେକ ଦିନର କୋହଭରା ଖୁସିରେ କାନ୍ଦିବାକୁ ଇଛା ହେଲା । ପ୍ରଣୀତା ମାଉସୀଙ୍କ କହିବା ମୁତାବକ ଠିକଣାରେ ପହଂଚି କବାଟକୁ ମୃଦୁ କରାଘାତ କଲେ ଆକାଶବାବୁ । 30 ବର୍ଷ ପୂର୍ବେ ଯେଉଁ ସମ୍ପର୍କର ପରିଚୟ ଦେବାକୁ ସେ କୁଣ୍ଠାବୋଧ କରିଥିଲେ ଆଜି ସେହି ସବୁ ସମ୍ପର୍କକୁ ନିଜ ହାତରେ ସୁଧାରିବାକୁ ଚିନ୍ତା କରୁଥିଲେ ଆକାଶବାବୁ । ଏଲିନା କବାଟ ଖୋଲିଲା ମାତ୍ରେ ଦୀର୍ଘ 30 ବର୍ଷପରେ ନିଜ ସ୍ୱାମୀଙ୍କୁ ଏହି ଅବସ୍ଥାରେ ଯେ ଆଉଥରେ ସାକ୍ଷାତ ହେବ କଳ୍ପନାରେ ସୁଦ୍ଧା ବିଶ୍ୱାସ କରି ପାରୁ ନ ଥିଲେ । ଆକାଶବାବୁ ନିଜେ ଦୋଷୀ ଭଳି ଠିଆ ହୋଇଥିଲେ । ମାତ୍ର 30 ବର୍ଷ ପରେ ନିଜ ବାପା ମାଆଙ୍କ ସଂପର୍କର ନୂଆ ଅଧ୍ୟାୟ ଦେଖି ଦୂରରୁ ମାନସୀ ଆଚାର୍ଯ୍ୟ ଖୁସିରେ ଆନନ୍ଦର ଅଶ୍ରୁ ଝରୁଥିଲା ।।

*ଦେବବ୍ରତ ଜେନା*

*ସହକାରୀ ଶିକ୍ଷକ ,ରଣସିଂହପୁର ଆଶ୍ରମ*

*ଭୋଗରାଇ, ବାଲେଶ୍ଵର*

*ଭ୍ରାମ୍ୟଭାଷ:୯୫୮୩୧୩୮୫୩୩*


Rate this content
Log in

Similar oriya story from Inspirational