STORYMIRROR

Ranjit Sahu

Tragedy Inspirational

4  

Ranjit Sahu

Tragedy Inspirational

ନାରୀ ଜୀବନର ତାଳ

ନାରୀ ଜୀବନର ତାଳ

2 mins
519

ପ୍ରଥମରେ ବିଶ୍ଵାସ ହେଲାନି ସାମ୍ନାରେ  ଥିବା ଦୁର୍ବଳ ସ୍ତ୍ରୀ ଲୋକଟି ସତରେ ତାଳ ହାଣି  ଦେଇ ପାରିବ I ଆଖି ଆଗରେ ନାଚିଗଲା ନର୍ଗିସଙ୍କ ମଦର ଇଣ୍ଡିଆରେ ଚାଷ କରୁଥିବା ଦୃଶ୍ୟଟିI ନାରୀଟିଏ ସଂଘର୍ଷର ପ୍ରତିମା ଯୁଗ ଯୁଗରୁ ସମାଜ ଦେଖି ଆସିଛି କିନ୍ତୁ ଏହି ନାରୀଟିକୁ ଦେଖି ମନରେ ଅଲଗା ଏକ ଭାବନା ଜାଗ୍ରତ ହେବାକୁ ଲାଗିଲା I ପଚାରି  ଦେଲି, "ଆପଣ ସବୁ ଦିନେ ଏଠି ତାଳ  ହାଣି  ବିକ୍ରି କରନ୍ତି କି?"

"ନା, ଆଜି ତାଙ୍କର ଦେହ ଖରାପ ହେଇଛି ତେଣୁ ଆସିଛି," ମହିଳା ଜଣଙ୍କ ଉତ୍ତର ଦେଲେI  

"ମୋର ଅନ୍ଦାଜ ତାହା ହେଲେ ଠିକ", ନିଜକୁ ନିଜେ  କହିଲି, " ନିଶ୍ଚୟ କୌଣସି କାରଣରୁ ମହିଳା  ଜଣଙ୍କ ଆଜି ତାଳ  ହାଣି  ବିକୁଛନ୍ତି I ନଚେତ ଏତେ କଠିନ କାମ କଲା ଭଳି ତ ଜଣା ପଡୁ ନାହାନ୍ତି I 

" ଦୁଃଖିତ ଶୁଣିକି, ଆପଣଙ୍କର ଛୁଆ ମାନେ? " ମୁଁ କହିଲି  I 

" ସିଏ ଛୁଆ ମାନଙ୍କୁ ରଖିଛନ୍ତି, ନ ହେଲେ ମୁଁ ଏଠିକି ଆସିଥାନ୍ତି କେମିତି?" ମହିଳା ଜଣକ ଉତ୍ତର ଦେଲେ  ମୋତେ ତାଳ  ବଢା଼ଉ ବଢା଼ଉ I 

"ଆଗରୁ କେବେ ଏହି  କାମ କରିଛନ୍ତି?" ମୁଁ ପଚାରିଲି,"ଟିକେ ଅଡୁଆ ଢଙ୍ଗରେ କଟା ହୋଇଥିବା ବା ତାଳ  ଦେଖିକି I 

" ଆପଣଙ୍କୁ ଆଜି ପ୍ରଥମ ଥର ତାଳ  ହାଣିକି  ଦେଲି," ସେ ଉତ୍ତର ଦେଲେ, " ମୁଁ ତ ରୋଷେଇ ଘରେ ଖୁସି ଥିଲି କିନ୍ତୁ ଏହି କାମ କରିବାକୁ ପଡିଲା, ଏବେ କରିବିI "

"କେତେ ଦିନ ଯାଏଁ ?" ମୁଁ ପଚାରିଲି  I 

"ଯେତେ ଦିନ ଯାଏଁ ସିଏ ବଞ୍ଚିଛନ୍ତି ଆଉ ତାହା ପରେ ମଧ୍ୟ?" ସେ ଉତ୍ତର ଦେଲେ,

"ତାଙ୍କୁ କର୍କଟ ରୋଗ ହୋଇଛି ବୋଲି ଡାକ୍ତର କହୁଛନ୍ତି, ମୋ ପାଖରେ ଆଉ କୌଣସି ଉପାୟ ନାହିଁ ମୋ ସଂସାରକୁ ଚଳେଇବାକୁ I ଏହି କାମ ନ ହେଲେ ଆଉ କୌଣସି  କାମ କରିବାକୁ ପଡ଼ିବ I ନାରୀର ସ୍ତ୍ରୀ ରୂପ ଟି ସ୍ଵାମୀ  ଥିବା ଯାଏଁ କିନ୍ତୁ ମା ରୂପଟି ଥରେ ପାଇଲେ, ସବୁ ଦିନ ପାଇଁ ମା ହୋଇ ଯାଏ," ସେ କହିଲେ ଆଖି  ପୋଛୁ ପୋଛୁ  I 

ମୁଁ ଆଉ କିଛି କହି ପାରିଲିନି I "ଭଲ ଅଛି ତାଳ, ଆଉ କିଛିଟା ନ ହାଣିକି ସେମିତି ଦିଅ, ମୁଁ ଘରକୁ ନେବି I 


ଦୁଇ ଘଣ୍ଟା ହୋଇ ଗଲାଣି ତାଳ  ଗୁଡିକ ହାଣିବାର ଉପାୟ ଖୋଜୁଛି ଘରେ ବସିକି I କେତେ ସହଜରେ ସିଏ ପୁରୁଷର କାମଟି କରିଦେଲା ନାରୀ ହୋଇ,  କିନ୍ତୁ ମୁଁ ପୁରୁଷଟି ହୋଇ ମଧ୍ୟ ଏବେ ଯାଏଁ ସଂଘର୍ଷରତ ତାଳ  ସହିତ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy