STORYMIRROR

Paramita Mishra

Inspirational

3  

Paramita Mishra

Inspirational

ନା

ନା

2 mins
14.4K


ନା

***

ଜୋଇଁ ପୁଅ ଶ୍ୱଶୁର ଘର କୁ ଆସିଥିଲେ। ଶାଶୁ ମା ଭୁରି ଭୋଜରେ ଥାଳ ପୁରେଇ ଦେଲେ।ଜମା ଲାଜ କରନି। ପେଟ ଭରିକି ଖାଅ। ଆଉ ଦୁଇ ଖଣ୍ଡ ମାଛ ଭଜା ଦେଉଛି। ଶାଶୁ କହିଲେ। ଜୋଇଁ ପୁଅ ଅଧା ଲାଜୁଆ ହୋଇ ଅଶୁଣା ହେଲା ପରି କହିଲେ ହଁ,ନା ନା ନା ଆଉ ନାହିଁ ଥାଉ "ନା"।

ଶାଶୁ ଆଉ କେଇ ଖଣ୍ଡ ମାଛ ଆଉ ହେନତେନ ଆଣି ଦେଇଗଲେ।

******

ଆଜି ଛାଡଖାଇ। ଘରେ ବହୁତ୍ ଦିନ ପରେ ଆମିଷ ଆସିଛି। ଭାରି ସୁଆଦିଆ ନା ବାପା? ବୋଉ ଆଉ ଟିକେ ଦିଅ। ଖାଇବା ଘରୁ ଏମିତି କୁହାବୋଲା ଶୁଭୁଛି। ବୋଉ ସମସ୍ତଙ୍କୁ ଖାଇବାକୁ ଦେଉ ଦେଉ ସାନ ଝିଅ ପଚାରିଲା ବୋଉ ତୁମେ ବି ଆସ ଖାଇବନି କି? ବାପ ଘରେ ବିଲେଇ ବୋଲି ନାଆ ପାଇଥିବା ଝିଅ ଆଜି କହିଦେଲା, ହେଁ "ନା"

ନା ରେ ବାବା। ରାନ୍ଧିଲା ବେଳେ ସେ ଗନ୍ଧ ବାଜି ମତେ ଆଉ ଖାଇବାକୁ ଇଚ୍ଛା ନାହିଁ।

*****

ଅମ୍ରିତା ଆଉ ଆରତି ପିଲା ବେଳର ସାଂଗ। ଘଡିଏ ନ ଦେଖିଲେ ରହି ପାରନ୍ତିନି। ଦୁହେଁ ଭଲପାଆନ୍ତି ସୁରେଶ କୁ। ସୁରେଶ କିନ୍ତୁ ଅମ୍ରିତା କୁ ଭଲପାଏ। ସେଦିନ ଆରତି ର ଡାଏରି ରେ ସୁରେଶ ର ଫୋଟ ଦେଖି ବୁଝି ଗଲା ଅମ୍ରିତା। ସୁରେଶ ପଚାରିଲା, ଅମ୍ରିତା ଆଗାମି ସାତ ଜନ୍ମ ପାଇଁ ମୁଁ ତୁମ ସହ ମୋର ସବୁ ସୁଖ ଦୁଃଖ କୁ ବାଣ୍ଟିବାକୁ ଚାହେଁ। ତୁମେ, "ନା".....

ତୁମେ ମୋ ଷ୍ଟାଣ୍ଡାର୍ଡ ର ନୁହଁ କହି ମୁହଁ ଲୁଚାଇ ଚାଲିଗଲା ଅମୃତା

**********

କଲେଜ ର ସାଂଗ ମାନେ ନୂଆବର୍ଷ ପାଇଁ ବଡ ପାର୍ଟି ରଖିଛନ୍ତି। ସବୁ ପିଲାମାନେ ଆସିବେ।ଜଂଗଲ ରେ ପିକନିକ ଆଉ ରାତି ସାରା ମଉଜ ମଜଲିସ କରିବୁ। ବାପା ପ୍ଲିଜ ମନା କରନି। ମୁଁ ଏବେ ବଡ ହୋଇ ଗଲିଣି। ଝିଅ କେତେ କାକୁତି ମୀନତି ହୋଇ କହି ଚାଲିଛି। ବାପା ଗୋଟିଏ ପଦରେ କହିଲେ "ନା",

ମୁଁ ମୋର ସବୁଠୁ ଅମୂଲ୍ୟ ରତ୍ନ କୁ ରାତି ସାରା ବାହାରେ ଆଉ କାହା ଭରଷା ରେ ଛାଡି ପାରିବିନି।

************

ପୁଅ ଏମିତି ପଥର ପରି ବସିଛୁ କଣ। ଉଠୁ ସେଠୁ ।ଏମିତି କେତେ ମିଳିବେ।ଟଙ୍କା ଲକ୍ଷେ ର ଯୋଗ୍ୟତା ନାହିଁ ଏମାନେ ପୁଣି ମୋ ଘରେ ବନ୍ଧୁ କରିବା ସ୍ଵପ୍ନ ଦେଖୁଛନ୍ତି। ବାପ ନାମ ଧାରି ଲୋକ ଟି ଚିତ୍କାର କରି କହୁଥିଲା। ପୁଅ ଉଠୁ ସେଠୁ। ହାତ ଗଣ୍ଠି ରେ ନୁଆଁ ବୋହୁ ର ଡରରେ ଥରୁଥିବା ହାତକୁ ଭିଡି ଧରି ପୁଅ କହିଲା "ନା",

ମୁଁ ଏତେ ଅଯୋଗ୍ୟ ନୂହେଁ ଯେ ମୁଁ ମୋ ସ୍ତ୍ରୀ ର ଭରଣପୋଷଣ କରିପାରିବିନି।

**********

ସୁମନ ର ମୁହଁ ର ରଂଗ ଆଜି କିଛି ଅଲଗା। ସାପ ପରି ଗୋଟେ ହାତ ତା ଦେହରେ ଏଠି ସେଠି ଘୁରୁଛି। ଅସହ୍ୟ,ଅବ୍ୟକ୍ତ ସେ ପରିକଲ୍ପନା। କେଜାଣି କେବେଠୁ ଏ ସମ୍ବାଳୁଆ ତା ଦେହ କୁ ଦଂଶୁଛି।ସହନର ସବୁ ସୀମା ଲଙ୍ଘିଯିବା ପରେ ପ୍ରୟତ୍ନ କରି ଦାନ୍ତରେ ଜୋରରେ କାମୁଡି ଦେଇଛି ସେହି ସର୍ପ ରୁପକ ହାତଟିକୁ ଆଉ ଜୋରରେ ଚିତ୍କାର କରି କହିଲା ସେ "ନା",।rm

Paramita mishra

9337573886


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational