ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ନ ହେବା କଥାକୁ ଚେଷ୍ଟା

ନ ହେବା କଥାକୁ ଚେଷ୍ଟା

1 min
7.5K


ଗୋଟିଏ ବେଙ୍ଗ ତା’ ପିଲାଙ୍କ ସାଙ୍ଗରେ ପଡିଆରେ ବୁଲୁଥିଲା । ସେ ବେଙ୍ଗ ଦେଖିଲା ପାଖରେ ଗୋଟିଏ ବଡ ବଳଦ ଚରୁଛି । ତାପରେ ସେ ବେଙ୍ଗ ଭାବିଲା – ମୁଁ କାହିଁକି ବଳଦ ପରିକା ବଡ ନ ହୋଇ ପାରିବି । ସେଇ ବିଶ୍ୱାସ ନେଇ ବେଙ୍ଗ ନିଜ ଛାତି ଫୁଲାଇ ତା’ ପିଲାଙ୍କୁ ପଚାରିଲା, “ମୁଁ କ’ଣ ସେ ବଳଦଠାରୁ ବଡ ହେଲି? ତା’ ପିଲାମାନେ କହିଲେ, “ନା ବଳଦ ତୁମଠାରୁ ବହୁତ ବଡ ।

ଏଥିରେ ସେ ବେଙ୍ଗ ରାଗିଯାଇ ଆହୁରି ଜୋର୍ରେ ନିଃଶ୍ୱାସ ନେଇ ଅଧିକ ଫୁଲିଗଲା, କିନ୍ତୁ ବଳଦ ପରିକା ଆଦୌ ହୋଇପାରିଲା ନାହିଁ । ଶେଷରେ ସେ ବେଙ୍ଗ ବହୁତ ରାଗିଯାଇ ଏତେ ଜୋର୍ରେ ନିଃଶ୍ୱାସ ନେଇ ଫୁଲିଗଲା ଯେ, ତା’ପେଟ ଢୋ କରି ଫାଟିଗଲା ଫଳରେ ସେ ବେଙ୍ଗ ମରିଗଲା ।

ନ ହେବା କଥା କରିବାକୁ ଚେଷ୍ଟା କଲେ କେବଳ ନିଜର ହିଁ କ୍ଷତି ହୁଏ ।


Rate this content
Log in

Similar oriya story from Children