ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ମୂଷା ଛୁଆର ଜଙ୍ଗଲ ଯାତ୍ରା

ମୂଷା ଛୁଆର ଜଙ୍ଗଲ ଯାତ୍ରା

1 min
7.0K


ଦିନେ ମୂଷା ଛୁଆଟି ଗାତରୁ ବାହାରି ଜଙ୍ଗଲକୁ ବୁଲିବାକୁ ଗଲା । ବୁଲିବୁଲି ଯାହା ସବୁ ସେ ମୂଷା ଛୁଆଟି ଦେଖିଲା ତା ମା ଆଗରେ କହିଲା । ସେ ମୂଷା ଛୁଆଟି କହିଲା ଯେ ସେ ଦୁଇଟି ଜୀବ ଦେଖିଲା । ଗୋଟିଏ ଭାରି ସୁନ୍ଦର, ତା’ର ଦେହରେ ଓ ମୁହଁରେ ବହୁତ ବାଳ ଥିଲା । ଆଉ ତା’ର ଗୋଟିଏ ଲାଙ୍ଗୁଡ଼ ବି ଥିଲା । ମୂଷା ଛୁଆଟିକୁ ଦେଖି ସେ ଭାରି ଭଲ ସ୍ୱରରେ ମିଆଉଁ ମିଆଉଁ ହେଲା । ମୂଷା ଛୁଆକୁ ଏ ଜୀବଟି ବହୁତ ପସନ୍ଦ ଲାଗିଲା । ଆଉ ଆର ଜୀବଟିର ଦୁଇଟି ଡେଣା ଥିଲା ଓ ତା’ ମୁଣ୍ଡରେ ଗୋଟିଏ ମୁକୁଟ ଥିଲା । ସେ ଜୀବଟି ମୂଷା ଛୁଆକୁ ଦେଖି ଯୋର୍ରେ କଅକ୍ କଅକ୍ ରଡି ପକାଇଲା । ତେଣୁ ମୂଷାଛୁଆଟିକୁ ଏ ଜୀବଟି ମୋଟେ ଭଲ ଲାଗିଲା ନାହିଁ ।

ମୂଷା ଛୁଆର ମା ଏସବୁ ଶୁଣି କହିଲା “ତୁ ଏସବୁ ଭୁଲ୍ ବୁଝିଛୁ, ଯାହାକୁ ତୋତେ ଭଲ ଲାଗିଲା ସେ ହେଉଛି ବିଲେଇ ତୋତେ ମାରି ଖାଇ ଦେଇଥାନ୍ତା । ଆଉ ଯେଉଁ ଜୀବଟି ତୋତେ ଭଲ ଲାଗିଲା ନାହିଁ ସେ ଗୋଟେ କୁକୁଡା ଯିଏ କି ତୋର କିଛି ବି ଅନିଷ୍ଟ କରିନଥାନ୍ତା ।

ଯାହା ଆଖିକୁ ଦେଖାଯାଏ ସବୁ ଠିକ୍ ହୋଇନଥାଏ ।


Rate this content
Log in

Similar oriya story from Children