ମୂହୁର୍ତ୍ତ ଟିଏ
ମୂହୁର୍ତ୍ତ ଟିଏ
ତୁମେ ଅଛ ମୁଁ ଅଛି ଆଉ ଏ ଅନ୍ଧାର ରାତି,
ଅମାନିଆ ବର୍ଷା ବାହାରେ ପଡୁଛି,
ଭିତରେ ଥରୁଛି ଛାତି ।
ଦେହରେ ମନରେ ଅଗ୍ନିର ବରଷା
ବାହାରେ ବିଜୁଳି ତାତି,
ତମେ ମୋ ପାଖେ ମୁଁ ତୁମ ପାଖେ,
ପାଖାପାଖି ଆମେ ସାଥୀ ।
ଶିତଳ ପବନ ଛୁଇଁ ଏ ଜୌବନ,
ସିହରାଇ ଦେଇ ଯାଏ,
ଦୁଷ୍ଟାମି କରିବା ପାଇଁକି ହେ ସାଥି
କାନେ ଆସି କହୁଥାଏ l
ମନ ମିଶିଥିଲା, ପ୍ରାଣ ମିଶିଥିଲା,
ଶରିର ବି ମିଶିଯିବ,
ଏକାଠି ହୋଇବା ଯନ୍ମାନ୍ତର ପାଇଁ,
ଏଇ ବର୍ଷା ସାକ୍ଷି ଥିବ ।

