Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Satyabati Swain

Tragedy

1.7  

Satyabati Swain

Tragedy

ମୁନୀ,ମୁନୀ ଲୋ

ମୁନୀ,ମୁନୀ ଲୋ

4 mins
388


ଦୁଇଦିନ ହେଲାଣି ଝିଅଟିକୁ ଖୋଜି ଖୋଜି ଆମେ ସ୍ୱାମିସ୍ତ୍ରୀ ଦିଟା ନୟାନ୍ତ ହେଇଗଲୁଣି । ବିଦ୍ୟାଳୟଠାରୁ ଆରମ୍ଭ କରି ରେଲୱେ ଷ୍ଟେସନ ଯାଏ ଏପରିକି ଗାଁ କୂଅ ମୂଳ,ପୋଖରୀ ତୁଠକୁ ବାଦ ଦେଇନୁ । କିନ୍ତୁ ବାବୁ ଝିଅର କିଛି ଖବର ମିଳୁନି । ସାଙ୍ଗସାଥୀ ମାନେ କେହି ବି କିଛୋ କହି ପାରୁ ନାହାନ୍ତି । ଆମକୁ ଦୟା କରନ୍ତୁ ସାହେବ"

କାନ୍ଦି କାନ୍ଦି ଧନୁ ମୁଣ୍ଡା ପୁଲିସ ବାବୁଙ୍କୁ ଗୁହାରି କରୁଥିଲା ।

ପୁଲିସ ବାବୁ ତଳକୁ ମୁହଁ ପୋତି ଫାଇଲି ଖେଳାଉଥିଲେ । ସତରେ ଯେମିତି ସେ କିଛି ଶୁଣି ପାରୁନାହାନ୍ତି । ଲାଗୁଥିଲା ତାଙ୍କ ଉପରେ ଧନୁ ମୁଣ୍ଡା କଥା କିଛି ପ୍ରଭାବ ପକାଉ ନ ଥିଲା । ହଁ ଏମିତି ତ ସବୁ ଦିନେ ଘଟୁଛି;କେଉଁ ନୁଆ କଥା କି?

ଫାଇଲି ଖେଳା ପରେ ଚା ପିଆଗଲା । ପୋଲିସ୍ ବାବୁ ମୁହଁରେ ସିଗେରେଟ ଧରିଲେ । ଧୂଆଁ ଗୁଡା ଫୁ ଫୁ କରି ଛାଡିଲେ । ଜାଗାଟି ଧୂଆଁ ମୟ ହୋଇଗଲା ।

ଧନୁ ମୁଣ୍ଡା ହେଲା ଖୁଁ ଖୁଁ ଧୂଆଁ ଅତ୍ୟାଚାରରେ ।

ବିକଳ ସ୍ୱରରେ ଧନୁ ମୁଣ୍ଡା କହିଲା "ବାବୁ ଆମ କଥା ଟିକେ ଶୁଣନ୍ତୁ,ଆଜ୍ଞା । ମୁରୁଖ ଲୋକ ଆମେ । ..ବାବୁ ନଅଟି ନାହିଁ କି ଛଅଟି । ସେଇ ଗୋଟିଏ ମାତ୍ର ଆଖି ଆମର ।

ପୋଲିସ୍ ବାବୁ ଟିକେ ଗମ୍ଭୀର ହୋଇ ପଚାରିଲେ ଆଛା ତୁମ ଝିଅ ଦେଖିବାକୁ କିପରି?କଣ ପିନ୍ଧିଥିଲା?କେତେବେଳୁ ଘରୁ ଆସିଛି?ତାକୁ କିଛି ଘରେ କିଏ ଗାଳି ଗୁଳଜ କରିଥିଲ କି?

ମୁନୀ !ମୋ ଝିଅ ଭାରି ସୁନ୍ଦର,ଆଜ୍ଞା । ଡେଙ୍ଗା,ପତଳୀ ,ଗୋରା ଦେଖିବାକୁ । ଗୋଲଗାଲିଆ ମୁହଁଟିଏ । ଖଣ୍ଡା ପରି ନାକ । ଇସ୍କୁଲ ପୋଷାକ ପିନ୍ଧିଥିଲା । ଦୁଇ ଦିନ ହେଲା ସ୍କୁଲ ଯାଇ ଆଉ ଫେରି ନାହିଁ । ସ୍କୁଲରେ ପଚାରିଲାରୁ ସେମାନେ କହିଲେ କି ମୁନୀ କାଲିଠାରୁ ସ୍କୁଲ ତ ଆସିନି । କିନ୍ତୁ ଘରୁ ସବୁଦିନ ପରି ସ୍କୁଲ ଯାଇଥିଲା ବାବୁ ।

କାହା ସଙ୍ଗେ ଚକ୍କର୍ ଥିଲା କି?

ଚକ୍କର!!ସେ କଣ ବାବୁ?

ଆରେ କେଉଁ ଟୋକା ସାଙ୍ଗେ ଲଟର ପଟର ହେଉଥିଲା କି?

ଲଟର ପଟର?

ଆରେ ବାବୁ କାହାକୁ ଭଲ ପାଉଥିଲା କି?

ଜିଭ କାମୁଡି ପକାଇ ମୁଣ୍ଡା ସ୍ୱାମୀ ସ୍ତ୍ରୀ ଦୁହେଁ କହିଲେ ନାଇଁ ନାଇଁ ଆମ ମୁନୀ ସେମିତି ନୁହଁ ଆଜ୍ଞା । ଛୁଆଟିଏ ପରା... ଆଜ୍ଞା ।

ଛୁଆ!କାହାକୁ ଛୁଆ କହୁଛ?ଆଜିକାଲିକା ପିଲା ପରା । ଖୁବ୍ ସୈତାନ । ଓଳିଆରୁ ପଡି ଗଜା । ତୁମେ ଯାହା ନ୍ ଜାଣିଛ ସେମାନେ ତା ଠାରୁ ଅଧିକ ଜାଣିଛନ୍ତି ।

ପଳେଇ ଥିବ କାହା ସାଙ୍ଗରେ ।

ନାଇଁ ନାଇଁ ଆମ ଝିଅକୁ ଆମେ ଜାଣିନୁ?ସେ ସେମିତିକା ଜମାରୁ ନୁହେଁ ।

ହେଉ ଠିକ୍ ଅଛି ଆମେ ଖୋଜା ଖୋଜି କରିବୁ,ପାଇଲେ ଖବର ଦେବୁ । ଝିଅର ଫୋଟୋ ଥିବ ତ ଦେଲ । ନଲେ ଚିହ୍ନିବୁ କେମିତି?

ଧନୁ ମୁଣ୍ଡା ସ୍ତ୍ରୀ କାନିରୁ ଖୋଲି ଦେଖେଇଲା ଗୋଟେ ଫୋଟୋ ।

ଚମକି ପଡିଲେ ପୋଲିସ୍ ବାବୁ । ଏ କାହାର ଫୋଟୋ ସେ ଦେଖୁଛନ୍ତି?

ଝାମ୍ପି ଆଣି ପୋଲିସ୍ ବାବୁ ଏପଟ ସେପଟ କରି କଣ ଦେଖିଲେ ।

ଏ ତୁମ ଝିଅ?

ହଁ ବାବୁ ।

ପୋଲିସ୍ ଵାଲା ମୁହଁ ଫିକା ପଡିଗଲା । ଏଇ ଝିଅଟିକୁ କାଲି ତ ସେ ରାତି ଡିୟୁଟିରୁ ଫେରିଲା ବାଟରେ ମୁଣ୍ଡିଆକୁ ଲମ୍ବିଯାଇଥିବା ଝଙ୍କାଳିଆ ବୁଦା ମୂଳେ ଥିବା ପୋଲ ତଳୁଉଦ୍ଧାର କରି ମେଡିକାଲ୍ ରେ ଆଡ୍ ମିସନ୍ କରିଛି । ଝିଅଟିର ସମସ୍ତ ଆଭ୍ୟନ୍ତରୀଣ ଅଙ୍ଗ ଗୁଡିକ ଫାଟି ଯାଇ ରକ୍ତ ଝରି ସମ୍ପୂର୍ଣ୍ଣ ରକ୍ତରେ ଭିଜି ବେହୋସ ହୋଇ ପଡିଥିଲାଦେହରେ ନଥିଲା ପୋଷାକ । ସେଇ ଝିଅଟି କଣ ଏମାନଙ୍କ ଝିଅ ମୁନୀ!

ହେ ଭଗବାନ!କେମିତି କହିବ ତୁମ ଏକମାତ୍ର ଅଲିଅଳି ଝିଅ କି ଅବସ୍ଥାରେ ମରଣ ସହ ଯୁଦ୍ଧ କରୁଛି ମେଡିକାଲ୍ ରେ ଦୁବୁର୍ତ୍ତ ମାନଙ୍କ ଦ୍ୱାରା ଧର୍ଷିତା ହୋଇ । ବଞ୍ଚିଛି କି ମରିଛି ତାହା ବି ମୋତେ ଅଜଣା । ଝିଅଟିର କୌଣସି ଖବର ନ ପାଇବାରୁ ଆଜି ସବୁ ପେପର୍ ରେ ଝିଅଟି ମୁହଁ ସହ ଖବର ଛପା ଯାଇଛି । ଏମାନେ ବା କେମିତି ଜାଣିବେ । ବଡି ସକାଳୁ ତ ଏମାନେ ଏଠି । ସେଥିରେ ପୁଣି ମୂର୍ଖ ।

ମୋ ନିରବତାକୁ ପଢି ନେଇ ମୁଣ୍ଡା ଦମ୍ପତି କହିଲେ ଚୁପ୍ ରହିଲେ ଯେ ବାବୁ । ଆମ ଝିଅକୁ ଖୋଜି ଦେବା ନା?

ମେଡିକାଲ୍ ରୁ ଡ଼ଃକ୍ଟର ଫୋନ୍ କଲେ ସାର୍ ତୁରନ୍ତ ଆସନ୍ତୁ ଆପଣଙ୍କ ପେସେଣ୍ଟ ସିରିଅସ୍ ।

ବ୍ୟତି ବ୍ୟସ୍ତ ହୋଇ ପୋଲିସ୍ ବାବୁ ଚାଲି ଯାଉଥିଲେ ।

ମୁଣ୍ଡା ଦମ୍ପତି କହିଲେ କଣ ହେଲା ସାର୍?ଆମ ଝି..ଅ କୁ ଖୋଜି ଦେବେ ତ???

ପୋଲିସ୍ ବାବୁ କିଛି ନ କହି ନିଜେ ପୋଲିସ୍ ଗାଡ଼ିରେ ବସିଲେ ଓ ମୁଣ୍ଡା ଦମ୍ପତିଙ୍କୁ ବସିବା ପାଇଁ ଇସାରାରେ କହିଲେ ।

ଧନୁ ମୁଣ୍ଡା ସ୍ୱାମୀ ସ୍ତ୍ରୀ ପରସ୍ପର ମୁହଁ ଚାହାଁ ଚାହିଁ ହୋଇ ବିକଳରେ ଗାଡିରେ ବସିଲେ । ଆମେ କୁଆଡେ ଯାଉଛୁ ପୋଲିସ୍ ବାବୁ?

ଆଁ ହଁ ହଁ ଆମେ କୁଆଡେ ଯାଉଛେ?ବ୍ୟସ୍ତ ହୁଅନି ଜାଣି ଯିବନି ଶୀଘ୍ର କହିଲେ ପୋଲିସ୍ ବାବୁ ।

ଗୋଟେ ମେଡିକାଲ୍ ଆଗରେ ଗାଡି ଅଟକିଲା । ପୋଲିସ୍ ବାବୁ ଗାଡିରୁ ଓହ୍ଲେଇ ପଡି ଆସନ୍ତୁ କହି ଭିତରକୁ ମାଡି ଚାଲିଲେ । ଧନୁ ମୁଣ୍ଡା ଦମ୍ପତି କିଛି ବୁଝି ପାରୁ ନ ଥାନ୍ତି । ଏଇଟା ଡାକ୍ତର ଖାନା ହେବ ପରା...!ଏଠି କାହିଁକି?ଦେହ ଖରାପ ହେଲେ ସିନା ଲୋକେ ଏଠିକୁ ଆସନ୍ତି...!କାହା ଦେହ ଖରାପ ହୋଇଛି?ଦ୍ୱନ୍ଦ ସଂଶୟ ଭିତରେ ଚୁପ୍ ଚାପ୍ ପୋଲିସ୍ କୁ ଅନୁସରଣ କଲେ ସେମାନେ ।

ପୋଲିସ୍ କୁ ଦେଖି ଡାକ୍ତରବାବୁ କହିଲେ ସବୁ ଚେଷ୍ଟା ବିଫଳ ହେଲା ସାର୍ । ପାଖାପାଖି ସାତ ଜଣ ବ୍ୟକ୍ତି ଅତି ଜଘନ୍ୟ ଭାବେ ଆକ୍ରମଣ କରିଥିଲେ ଏତେ ସାନ ପିଲାଟାକୁ । ସେ କଣ ସହି ପାରନ୍ତା ଏପରି ଦୁଷ୍କର୍ମ!

ପୋଲିସ୍ ବାବୁ ଧଳା ଚାଦର ଘୋଡା ଗୋଟିଏ ବେଡ୍ ପାଖକୁ ଆଙ୍ଗୁଳି ଦେଖାଇ ଧନୁ ମୁଣ୍ଡାକୁ କହିଲେ ତୁମ ଝିଅକୁ ଖୋଜୁଥିଲ ପରା । ଦେଖ୍ ତ ଏଇ କି ନୁହେଁ?

ଧନୁ ବୁଢା ଦମ୍ପତି କାଠ ହୋଇ ଯାଇଥିଲେ । ତାଙ୍କ ଝିଅ ଏଠିକୁ କାହିଁକି ଆସିଲା??ତାକୁ କି ରୋଗ ହୋଇଥିଲା । ସେ ପୁଣି ମୁହଁ ଘୋଡାଇ ଶୋଇଛି କାହିକି? । ମୁହଁ ଘୋଡେଇଲେ ତାକୁ ବା ଅଣନିଃଶ୍ଵାସୀ ଲାଗେ?ଇଏ ତାଙ୍କ ଝିଅ କାହିଁକି ହେବ?

ଧରୁଥିଲା ଧନୁ ମୁଣ୍ଡା ହାତ । ଧନୁ ମୁଣ୍ଡା ସ୍ତ୍ରୀ ନୀରବେ ଯାଉଥିଲା ତାର ପଛେ ପଛେ । ଡାକ୍ତର ବାବୁ ଧଳା ଚାଦରଟି ପେସେଣ୍ଟ ମୁହଁରୁ କାଢି ଦେଲେ ।

ହଁ ହଁ ଏ ଆମ ମୁନୀ ସାର୍ । ମୁନୀର କଟା ଫଟା ବ୍ୟାଣ୍ଡେଜ୍ ଦେହକୁ ଦେଖି ମୋ ଧନର କଣ ହୋଇଛି କହି ବେହୋସ ହୋଇଗଲେ ମୁଣ୍ଡା ସ୍ୱାମୀ ସ୍ତ୍ରୀ ଦୁଇଜଣ ।

ଝିଅଟି କୁ ନିଆ ଯାଉଥିଲା ପୋଷ୍ଟ ବଟମ୍ ରୁମ୍କୁ । ମଲା ପରେ ବି ଆହୁରି ବାକି ଅଛି କଷଣ । ଏବେ ଚିରା ହେବ କେମିତି ମଲା ଜାଣିବା ପାଇଁ ।

ଧନୁ ମୁଣ୍ଡା ଓ ତା ସ୍ତ୍ରୀ ଦେହରେ ସାଲାଇନ୍ ଲାଗିଥିଲା । ବେହୋସ୍ ଅବସ୍ଥାରେ ସେମାନେ ବିଳିବିଳଉଥିଲେ ମୁନୀ ମୁନୀ ଲୋ....


ବିସ୍ମିତା ସାହୁ ଙ୍କ ଗଳ୍ପାଂସ ।


Rate this content
Log in

More oriya story from Satyabati Swain

Similar oriya story from Tragedy