Chinmayee Barik

Thriller Others

3  

Chinmayee Barik

Thriller Others

ମୁଁ ନକ୍ସଲ ଝିଅ

ମୁଁ ନକ୍ସଲ ଝିଅ

3 mins
7.3K


   ରୁମେଲି ବସିଥିଲା ଗୋଟିଏ କୋଣକୁ ଆଉଜି ହୋଇ ପୋଲିସ୍ ଷ୍ଟେସନ୍ ରେ ।ବଡ ବାବୁ ଆସିଲେ ସବୁ ପଚରା ଉଚରା କରିବେ ।ସେ ଆତ୍ମ ସମର୍ପଣ କରିବାକୁ ଆସିଛି ।ମୁହଁଟାରେ କଠୋରତା ଭରି ରହିଛି ।

ଦୁଇଚାରି ଜଣ ପୋଲିସ୍ କର୍ମି ତା ଆଡକୁ ଠରାଠରି ହୋଇ ହସୁଛନ୍ତି ।କିନ୍ତୁ ସାହାସ ନାହିଁ ତା ଦେହରେ ହାତ ମାରିବାକୁ ।ହଁ....ହାତ ମାରିବାର ସାହାସ ଏକାଠି କରୁଛନ୍ତି ।ନକ୍ସଲ ଝିଅ ତ? ସେଥିଲାଗି ।ଖାଲି ଏମିତି ହେଇଥିଲେ ଏତେବେଳକୁ ପୋଲିସ୍ ଗୁଡା ଜାଣି ସାରନ୍ତେଣି ଝିଅଟିର କ୍ଷେତ୍ରଫଳ ପରିସୀମା ଗୁଡିକ ।

ବଡବାବୁ ଆସିଲେ ତାଙ୍କ ଦ୍ୱାରା ନିର୍ଦ୍ଧିଷ୍ଟ ଟାଇମ୍ ରେ ..ସରକାରଙ୍କ ଟାଇମ୍ ରେ ନୁହେଁ । ବେଖାତିର ହୋଇ ବସିଲେ ଓଠରେ ସିଗାରେଟ୍ ଟିଏ ଧରାଇ ।ବେଖାତିର ଓ ବେଟାଇମ୍ ଟା ସରକାରୀ ଚାକିରିଆଙ୍କ ଆଦବ କାୟିଦା।

ରୁମେଲି ଟିକେ ହସିଲା ବଡ ବାବୁଙ୍କୁ ଦେଖି ।ଏମିତି କେତେ ବଡ ବାବୁଙ୍କୁ ସେ ରାତା ରାତି ଉଠାଇ ଆଣି ଗଛରେ ବାନ୍ଧି ଅନ୍ତ ବୁଜୁଳା କାଢି ଆଣିଛି ।ଆଉ ଏ କଣ ଦେଖାଉଛି ତାକୁ???

ବଡ ବାବୁ ଗଳା ଖିଙ୍କାରି ପଚାରିଲେ ..ତୋ ନାଁ କଣ?

-ମୋତେ ରୁମେଲି ଡାକନ୍ତି ଜଂଗଲରେ...ଅସଲ ନାଁ ଭୂଲି ଯାଇଛି ।

-ବାପା ମା ଙ୍କ ନାମ କଣ ? ଘର କେଉଁଠି?

-ନକ୍ସଲ୍ ମାନଙ୍କର ବାପା ମା ନଥାଆନ୍ତି ।ଘର ଜଂଗଲରେ ।ବାସ୍ ।ଆତ୍ମସମର୍ପଣ କରିବାକୁ ଆସିଛି ।

-ହେଲେ କହତ ,କାହିଁକି ନକ୍ସଲ୍ ହେଲୁ ?

-ନକ୍ସଲ୍ ହେବାର ତ ଗୋଟିଏ କାରଣ ।ଅତ୍ୟାଚାର ।ସରକାର ଅନାବାଦୀ ଜମି ଛଡାଇ ନେଲା ଯେଉଁଠି ଆମେ ରହୁଥିଲୁ ।କିଏ କୁଆଡେ ଗଲେ ଜଣା ପଡିଲାନି ।ମୁଁ ଭୋକର ଅତ୍ୟାଚାର ସହି ପାରିଲିନି ।ଫସିଗଲି ନକ୍ସଲରେ ।ସେଠି ବି କୁଆଡୁ ଖାଇବାକୁ ମିଳିଲା ପେଟ ଭରି ??ଦିନରେ ଯାହା ଖାଇବାକୁ ମିଳେ..... ରାତିରେ କଡା ଗଣ୍ଡା କରି ଶୁଝାଇ ଦିଅନ୍ତି ।

-ଆଉ ତୋ ପରିବାର?

-ମୋ ପରିବାର ବୋଲି ଗୋଟିଏ ପୁଅ ଥିଲା ଆଠ ବରଷର ।ତାକୁ ମୋ ଠାରୁ ଛଡେଇ ନେଇ କେଉଁଠି ବନ୍ଧୁକ ଚାଳନା ଶିଖା ଯାଉଥିଲା।ନକ୍ସଲ ହେବାକୁ ହେଲେ ସବୁ ସଂପର୍କ ତୁଟେଇବାକୁ ପଡେ ।କିନ୍ତୁ ଗୋଟେ ମା? ସେ କଣ ଭୁଲି ପାରେ ପୁଅକୁ? ଆଉ ମୋ ପୁଅ କଣ ଗୋଟାଏ ଚୋରି କଲା ଯେ ତାକୁ ମୋ ଆଗରେ.......

-କଣ ହେଲା ତୋ ପୁଅକୁ ??

-ଗୋଟିଏ ହିଁ ନିଷ୍ପତ୍ତି...ପ୍ରାଣ ଦଣ୍ଡ ।

-ଓଃ? ତା ପରେ ?

-ତା ପରେ ଆଉ କଣ? ସେଦିନ ରାତିରେ ମୋ ଦେହରେ ଓ ମନରେ ଅନେକ ଭୋକ ।କୁଟରା ମାଂସର ଝୋଳ ବି ଖୁବ୍ ସ୍ୱାଦ ଜନକ ହୋଇଥିଲା ।ତୃପ୍ତିରେ ଖାଇଥିଲି ।ତା ପରେ ବାକି ରହିଲା ମନର ଭୋକ ।ଚାଲିଲି ଗ୍ରୁପ୍ ର କମାଣ୍ଡରର ତମ୍ବୁ ପାଖକୁ ।ଥିଲେ ଚାରିଜଣ ।ରାତିସାରା ସେଠି କଟାଇ ଆସୁଛି ଏଠିକୁ ଏବେ ।

ତିନିଜଣ ପୋଲିସ୍ ବାଲା ତା କଥା ଶୁଣୁ ଥିଲେ ।ଶେଷ କଥା ଶୁଣିଲା ପରେ ତାଙ୍କର ଆଗ୍ରହ ବଢି ଯାଇଛି ରୁମେଲିର ଦେହ ଉପରେ ।ବିଚାରି କେତେ ନିର୍ଯ୍ୟାତିତ ହୋଇଛି ।ହାତ ଗୋଡରେ ରାମ୍ପୁଡା କାମୁଡା ଦାଗ ।ଦେହରେ ଯନ୍ତ୍ରଣାର ଆଭାସ ।କିଛି ଗୋଟାଏ କରିବାକୁ ପଡିବ ସକାଳ ହେଲେ ।କୌଣସି ନାରୀ ନିକେତନକୁ କିମ୍ବା ଆଶ୍ରୟ ସ୍ଥଳଟେ ଖୋଜିବାକୁ ହେବ ତା ଲାଗି ।

.......ହେଲେ ଆଜି ରାତିଟା??କଣ ଏମିତି ଉପବାସର କଟିଯିବ?କାଲି ରାତିରେ ଚାରି ଜଣଙ୍କୁ ସମ୍ଭାଳି ନେଇଥିଲା ଆଉ ଆଜି କଣ ତିନି ଜଣଙ୍କୁ ପାରିବନି?ହଁ,ଚାହିଁବ ଯଦି ତା ପେଟ ଲାଗି ଖାସି ମାଂସର ବ୍ୟବସ୍ଥା ବି କରା ଯାଇ ପାରେ ।ନୋ ପ୍ରୋବ୍ଲେମ୍ ।

ହଠାତ୍ ଦୁଇଜଣ ପୋଲିସ୍ ତାର ଦୁଇ ବାହାକୁ ଜୋର୍ ରେ ଜାବୁଡି ଧରିଲେ ।ରୁମେଲିକୁ ଆଉ କିଛି ଅଛପା ନ ଥିଲା ।ତା ଆଖିରେ ଅଗ୍ନିର ଲେଲିହାନ ଶିଖା ।କେଉଁଠୁ ଥିଲା କେଜାଣେ ତା ଶତ ସିଂହର ବଳ ।ଦୁଇ ଧକ୍କା ଦେଇ ପକାଇ ଦେଲା ସେ ପୋଲିସ୍ ଦୁଇଜଣଙ୍କୁ ଆଉ ଗୋଟିଏ ଡିଆଁରେ ପହଂଚି ଗଲା ବଡବାବୁଙ୍କ ଚେୟାର ପାଖରେ ।ତାଙ୍କ କଲର୍ କୁ ଜାବୁଡି ଧରି କହିଲା ...ମୁଁ ନକ୍ସଲ୍ ଝିଅ ।ବିନା ହତିଆରରେ କୁଆଡେ ଯାଏନା ।ମୋତେ ଠିକ୍ ଜଣା ଅଛି ବିପଦ କେଉଠିକୁ ବି ଆସିପାରେ ।ହଁ..ସେଦିନର ରାତି କଥା ଅଧା ଶୁଣିଛ ।ସେଦିନ ରାତିରେ ସେ ଚାରିଜଣଙ୍କୁ ମୁଁ ମାରିଦେଇଥିଲି ମୋ ଦାନ୍ତରେ ତାଙ୍କର ଗଳା କାଟି ..ଆଉ ଆଜି ଲାଗି ବି ମୁଁ ତୟାର ତାର ପୁନରାବୃତ୍ତି ଲାଗି...

ଗୋଟିଏ ଗୋଇଠାରେ ବଡବାବୁଙ୍କ ଚେୟାର ତଳେ ପକାଇ ସେ ବାହାରିଗଲା ଝଡ ବେଗରେ ।

ଗଲାବେଳକୁ ତା ପାଟିରୁ ଏତିକି ଶୁଭିଲା... ଶଳା,ସବୁ ଯାକ ଚଂଛାଣ...

ତିନିଜଣ ପୋଲିସ୍ ବାଲା...ପାଖରେ ବନ୍ଧୁକ ଆଉ ଲିଙ୍ଗରେ ବି ମର୍ଦ କିନ୍ତୁ ସବୁ ନିର୍ବାକ୍..।

.......Lucy...........


Rate this content
Log in

Similar oriya story from Thriller